ଦୁର୍ଗାପ୍ରସାଦବାସୀଙ୍କ ଭୋଟ ବର୍ଜନ ଚେତାବନୀ

ଢେଙ୍କାନାଳ ଅଫିସ,୨୯।୧ ଢେଙ୍କାନାଳ ସଦର ବ୍ଲକ ବେଲଟିକିରି ପଞ୍ଚାୟତର ଦୁର୍ଗାପ୍ରସାଦ ଗ୍ରାମକୁ ନୂତନ ରାଜସ୍ବ ମୌଜା ଘୋଷଣା କରାଯାଉନାହିଁ। ଫଳରେ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଞ୍ଚଳବାସୀ। ଏ ନେଇ ଶୁକ୍ରବାର ଗ୍ରାମବାସୀ ଜିଲାପାଳଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି।
ଅଭିଯୋଗ ଅନୁଯାୟୀ, ଗତବର୍ଷ ଜୁଲାଇ ୨୭ରେ ରାଜ୍ୟ ସରକାର ୪୦୦୦ ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବାକୁ ବିଜ୍ଞପ୍ତି ଜାରି କରିଥିଲେ। ଦୁର୍ଗାପ୍ରସାଦକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବାକୁ କାଗଜପତ୍ର ଦାଖଲ କରାଯାଇଥିଲା। ହେଲେ ଏ ଦିଗରେ ପ୍ରଶାସନିକ ପଦକ୍ଷେପ ନିଆଯାଉନାହିଁ। ୧୨୦ ବର୍ଷ ପୁରୁଣା ଏହି ଗ୍ରାମର ଜନସଂଖ୍ୟା ୧୬୦୦ ହୋଇଥିବାବେଳେ ଭୋଟରଙ୍କ ସଂଖ୍ୟା ୧୧୫୦। ତଥାପି ଏହିଗ୍ରାମ ପଡ଼ା ତାଲିକାଭୁକ୍ତ ହୋଇ ରହିଛି। ଏହାର ମୂଳ ରାଜସ୍ବ ଗ୍ରାମ ବନ୍ଧନୂଆଗଁା। ଗ୍ରାମରେ ୧୧ ଓ ୧୨ନଂ. ୱାର୍ଡ, ୨ଟି ଅଙ୍ଗନଓ୍ବାଡି କେନ୍ଦ୍ର ଅଛି। ୪୦ ସ୍ବୟଂ ସହାୟକ ଗୋଷ୍ଠୀ କାର୍ଯ୍ୟକ୍ଷମ ରହିଛି। ୧୯୫୪ରୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଛି। ଏହାକୁ ବାଦ୍‌ଦେଲେ ଦେବୋତ୍ତର ବିଭାଗ ପରିଚାଳନାରେ ଶ୍ରୀ ରଘୁନାଥ ଜୀଉଙ୍କ ମନ୍ଦିର, ୨ଟି ଭାଗବତ ଟୁଙ୍ଗୀ ଅଛି। ଗ୍ରାମଦେବୀ ମଙ୍ଗଳା ମନ୍ଦିରରେ ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣିମାରେ ପ୍ରସିଦ୍ଧ ଝାମୁଯାତ୍ରା ହୁଏ। ବ୍ଲକର ସାମାଜିକ, ସାଂସ୍କୃତିକ ବିକାଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଦୁର୍ଗାପ୍ରସାଦକୁ ରାଜସ୍ବ ମୌଜା କରିବା ଲାଗି ୨୦୦୯ରୁ ଗ୍ରାମବାସୀ ଦାବି କରି ଆସୁଛନ୍ତି। ହେଲେ ସରକାର ଏହାକୁ କର୍ଣ୍ଣପାତ କରୁନାହାନ୍ତି। ଏହାର ପ୍ରତିବାଦରେ ନିର୍ବାଚନ ବର୍ଜନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଗ୍ରାମ କମିଟି ସଭାପତି ସୋମନାଥ ବେହେରା, ସମ୍ପାଦକ ଝାଟୁ ରଞ୍ଜନ ମିଶ୍ର, ପୂର୍ବତନ ସଭାପତି ମାଧବାନନ୍ଦ କର ପ୍ରମୁଖ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବେସ୍କୋ ଆକାଉଣ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ସୁନା ବିସ୍କୁଟ ଜବତ

ବଲାଙ୍ଗୀର ଅଫିସ,୩୦।୧୨: ବଲାଙ୍ଗୀର ଓ୍ବେସ୍କୋ ସୁପରିଟେଣ୍ଡେଣ୍ଟ ଅଫିସର ଆକାଉଣ୍ଟାଣ୍ଟ ବିଭୂତିଶଙ୍କର ବିନ୍ଧାଣୀଙ୍କ ଘରେ ବୁଧବାର ସକାଳୁ ଭିଜିଲାନ୍ସ ଚଢାଉ ହୋଇଛି। ଆୟବହିର୍ଭୂତ ସମ୍ପତ୍ତିଠୁଳ ମାମଲାରେ ବଲାଙ୍ଗୀର...

ଦୁଲୁକିଲା ଆଇଜିଆଇଟି କ୍ୟାମ୍ପସ

ପରଜଙ୍ଗ, ୭।୧(ଡି.ଏନ୍‌.ଏ.): ପରଜଙ୍ଗ ବ୍ଲକ ସରାଙ୍ଗ ଆଇଜିଆଇଟି କ୍ୟାମ୍ପସ୍‌ ପରିସରରେ ହକି ବିଶ୍ୱକପ ଟ୍ରଫିକୁ ଭବ୍ୟ ସ୍ବାଗତ କରାଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ ଡା....

ନୋସିରେ ୯୭୦ ବରିଷ୍ଠ ତୀର୍ଥଯାତ୍ରୀ, ୩୦ ଅଧିକାରୀ: ଆଜି ହରିଦ୍ୱାର, ଋଷିକେଶ ଗସ୍ତ

ବାଲେଶ୍ୱର ଅଫିସ,୧୩।୧୨:ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଗରିବ ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ବୁଲାଇବା ଉଦ୍ଦେଶ୍ୟରେ ଗତ ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ...

ସ୍ଥାଣୁତା ବଢ଼ାଉଛି ବାଳଅପରାଧ

ଭୁବନେଶ୍ୱର,୨୫।୧(ବ୍ୟୁରୋ): କୋମଳ ହୃଦୟରେ ବସା ବାନ୍ଧୁଛି ନିଷ୍ଠୁରତା। ନାବାଳକ ମନରେ ବୃଦ୍ଧି ପାଉଛି ଅପରାଧପ୍ରବଣତା। ଯେଉଁ ହାତରେ ଦେଶ ଗଢ଼ିବାକୁ କଲମ ଧରିବା କଥା, ସେହି...

କରୋନା କବଳରେ ରାଜ୍ୟର ୧୯ ଜିଲା

ଭୁବନେଶ୍ୱର,୯।୫(ବ୍ୟୁରୋ): କରୋନା କବଳରେ ରାଜ୍ୟର ୧୯ ଜିଲା। ପୂର୍ବରୁ ୧୮ଟି ଜିଲାରେ କରୋନା ପଜିଟିଭ୍‌ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ଶନିବାର ଏଥିରେ ଯୋଡ଼ି ହୋଇଛି...

ରାଜ୍ୟରେ କୁମୁଛି ସଂକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ୨୯୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୬ ଜଣ ପିଲା ରହିଛନ୍ତି। ସେହିପରି ୧୭୧ ଜଣ...

ବୁଲା ଗୋରୁମୁକ୍ତ ହୋଇପାରୁନି ଭୁବନେଶ୍ୱର

ଭୁବନେଶ୍ୱର,୫।୧ (ବ୍ୟୁରୋ): ବୁଲା ଗୋରୁଙ୍କୁ ନେଇ ଚିନ୍ତାରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ଡିସେମ୍ବର ୩୦ ସୁଦ୍ଧା ରାଜଧାନୀ ରାସ୍ତାକୁ ଷଣ୍ଢମୁକ୍ତ କରାଯିବ ବୋଲି ମେୟର...

ଖୋଲିଲା ୨୦ ଗେଟ୍‌: ମହାନଦୀରେ ବଢୁଛି ବନ୍ୟା ଆଶଙ୍କା

ସମ୍ବଲପୁର,୧୫।୯(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା...

Advertisement
Archives

Model This Week