Posted inଫୁରସତ

ସମାନ ନାମରୁ ହସ୍ପିଟାଲରେ ହେଲା ଶବ ଅଦଳ ବଦଳ

ଇନ୍ଦୋର, ୧୪।୭- ମଧ୍ୟପ୍ରଦେଶ ଇନ୍ଦୋରସ୍ଥିତ ମହାରାଜା ଯଶଓ୍ବନ୍ତ ରାଓ ହସ୍ପିଲାଟ କର୍ତ୍ତୃପକ୍ଷଙ୍କ ଏକ ଚରମ ଅବହେଳା ଏବେ ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ସମାନ ନାମ ହେତୁ ଏଠାରେ ଶବ ଅଦଳ ବଦଳ ହୋଇଯାଇଛି। ଶବଗାରାର କର୍ମଚାରୀମାନଙ୍କ ଭୁଲ ଯୋଗୁ ସୋନକଚ୍ଛ ଗ୍ରାମର ଜଣେ ଯୁବକଙ୍କ ଶବକୁ ବିସନଖେଡା ଗ୍ରାମର ଲୋକଙ୍କୁ ଦେଇ ଦେଇଥିଲେ। ବିସନଖେଡା ଗ୍ରାମର ଲୋକ ମଧ୍ୟ ଶବକୁ ନେଇ ଏହାକୁ ନ ଦେଖି ଅନ୍ତିମ ସଂସ୍କାର କରିଦେଇଥିଲେ। ତେବେ ଯେତେବେଳେ ସୋନକଚ୍ଛ ଯୁବକଙ୍କ ପରିବାର ହସ୍ପିଟାଲରେ ପହଞ୍ଚତ୍ଥିଲେ ସେତେବେଳେ ଶବଗାରା କର୍ମଚାରୀମାନେ ତାଙ୍କୁ ବିସନଖେଡା ଗ୍ରାମର ଯୁବକଙ୍କ ଶବ ଦେଇଥିଲେ। ସୋନକଚ୍ଛ ଗ୍ରାମର ଲୋକ ଶବ ଦେଖି ଚମକି ପଡ଼ିଥିଲେ। ଏହା ତାଙ୍କ ପରିଜନଙ୍କ ନୁହେଁ ବରଂ ଶବ ଅଦଳ ବଦଳ ହୋଇଥିବା ଜାଣିବାକୁ ପାଇଥିଲେ। ଉଭୟଙ୍କ ପ୍ରଥମ ନାମ ଓ ବୟସ ସମାନ ଥିବାରୁ ଏଭଳି ଭୁଲ ହୋଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ଘଟଣାରୁ ଜଣାପଡ଼ିଛି ଯେ ସୋନକଚ୍ଛ ଅଞ୍ଚଳର ୨୫ ବର୍ଷୀୟ ଆକାଶ ପଟେଲିଆ ୮ ଦିନ ତଳେ ଏସିଡ୍‌ ପିଇଦେଇ ଏହି ହସ୍ପିଟାଲରେ ଆସି ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାନରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିଭଳି ବିସନଖେଡା ଅଞ୍ଚଳର ଆକାଶ ସିଂ ନାମକ ଜଣେ ଯୁବକ ରବିବାର ରାତିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଏହାପରେ ଉଭୟଙ୍କ ମୃତଦେହ ସୋମବାର ବ୍ୟବଚ୍ଛଦ କରାଯାଇଥିଲା। ଏବଂ ପରେ ଉଭୟ ପରିବାରକୁ ଶବ ହସ୍ତାନ୍ତର ପାଇଁ ଡକାଯାଇଥିଲା। ବିସନଖେଡା ଆକାଶଙ୍କ ପରିବାର ପ୍ରଥମେ ଆସି ଗୋଟିଏ ଶବ ନେଇ ଚାଲିଯାଇଥିଲେ ଏବଂ ଏହାକୁ ନ ଦେଖି ଅନ୍ତିମ ସଂସ୍କାର ମଧ୍ୟ କରିଦେଇଥିଲେ। ତେବେ ଯେତେବେଳେ ସୋନକଚ୍ଛ ଆକାଶଙ୍କ ପରିବାର ଶବ ନେବାକୁ ଆସିଥିଲେ ଏହା ତାଙ୍କ ପରିଜନଙ୍କର ନୁହେଁ ବୋଲି ଜାଣିପାରିଥିଲେ। ଶେଷରେ ଶବ ନେବାକୁ ମନା କରି ଦେଇଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବେପାରୁଆ ମନୋଭାବ ଯୋଗୁ ଏପରି ଘଟିଲା ବୋଲି ସୋନକଚ୍ଛର ଆକାଶ ପଟେଲିଆଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ICC ପ୍ଲେୟାର ଅଫ ଦ ମନ୍ଥ ପାଇଁ ମନୋନୀତ ହେଲେ ୨ ଭାରତୀୟ ଖେଳାଳି, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ, ୧୩।୭: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ICC) ପକ୍ଷରୁ ଜୁନ ମାସ ପାଇଁ ‘ପ୍ଲେୟାର ଅଫ ଦ ମନ୍ଥ’ (Player of the Month) ମନୋନୟନ ତାଲିକା…

ବିନା ସୂଚନା ଫଳକରେ ନିର୍ମାଣ ଚାଲିଛି ଜିମ କେନ୍ଦ୍ର: ନିମ୍ନମାନର କାମ ନେଇ ତେଜୁଛି ଅସନ୍ତୋଷ

କେସିଙ୍ଗା, ୧୩.୭.(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମପଞ୍ଚାୟତ ଅଧୀନରେ ଥିବା ପଖାନ ବନ୍ଦ ନିକଟରେ ଏକ ଖୋଲା ଜିମ କେନ୍ଦ୍ର ନିର୍ମାଣାଧୀନ ରହିଛି। ଖୋଲା…

ବେଲଘର ବନବିଭାଗର ଚଢ଼ାଉ; ୨ ଶିକାରୀଙ୍କୁ ମାଡ଼ି ବସିଲା ପେଟ୍ରୋଲିଂ ଟିମ୍

ତୁମୁଡ଼ିବନ୍ଧ, ୧୪।୭ (ଦୀପକ କୁମାର ପାରସେଠ): କନ୍ଧମାଳ ଜିଲାର ବେଲଘର ବନାଞ୍ଚଳରେ ବନବିଭାଗ ପକ୍ଷରୁ କରାଯାଇଥିବା ରାତିର  ପାଟ୍ରୋଲିଂ ବେଳେ ୨ ଜଣ ଶିକାରୀଙ୍କୁ ଗିରଫ କରାଯିବା…

୯୬୭ ଦିନ ପରେ ଭାରତୀୟ କ୍ରିକେଟ୍‌ରେ ଘଟିବାକୁ ଯାଉଛି ଏମିତି: ନିଆରା ଦୃଶ୍ୟ ଦେଖିବାକୁ ଚାହିଁରହିଛନ୍ତି ପ୍ରଶଂସକ

ନୂଆଦିଲ୍ଲୀ,୧୩।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ଜୁଲାଇ ୧୪ରେ ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ମ୍ୟାଚ ଏପରି ଏକ ଦୃଶ୍ୟ…

ଭାରତର କିଛି ବି ବିଗାଡ଼ି ପାରିବେନି ଶତ୍ରୁ; ରୁଷିଆ ଦେଲା ଏଭଳି ଅଫର, ଚାଇନା-ପାକିସ୍ତାନ ଶିବିରରେ କମ୍ପନ

ମସ୍କୋ ,୧୩।୭: ଭାରତର ଏୟାର ଡିଫେନ୍ସ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ରୁଷିଆ ଏକ ବଡ଼ ପ୍ରସ୍ତାବ ଦେଇଛି। ନିଜର ସବୁଠାରୁ ଆଡଭାନ୍ସ ଏୟାର ଡିଫେନ୍ସ…

ଅଭିଯୋଗ ଶୁଣିଲେ ଜିଲାପାଳ ଆରକ୍ଷୀ ଅଧୀକ୍ଷକ: ସମସ୍ୟାର ମିଳିଲା ସମାଧାନ

ପୁରୁଷୋତ୍ତମପୁର, ୧୩।୭ (ସବିତା ମିଶ୍ର): ଗଞ୍ଜାମ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ସୋମବାର ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।…

ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ୨୩ କୋଠରୀ ବିଶିଷ୍ଟ ୪ ମହଲା ଲଜ୍‌ ସହ ୮ଟି ପ୍ଲଟ୍‌ ଠାବ

କୋରାପୁଟ/ବଲାଙ୍ଗୀର, ୧୩।୭ (ଅମିତାଭ ବେହେରା/ସୁନିଲ କୁମାର ମହାନ୍ତି): ଓଡ଼ିଶା କନଷ୍ଟ୍ରକ୍ସନ୍ କର୍ପୋରେସନ୍‌ (OCCL)ର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠାବ ଅଭିଯୋଗରେ…

୪ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା: ଏହି ସବୁ ଜିଲାରେ ୨୪ ଘଣ୍ଟାରେ…

ଭୁବନେଶ୍ୱର, ୧୩।୭: ୪ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା । ୨୪ ଘଣ୍ଟା ପାଇଁ ୧୪ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ତେବେ କେନ୍ଦୁଝର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri