Posted inଫୁରସତ

ସମାନ ନାମରୁ ହସ୍ପିଟାଲରେ ହେଲା ଶବ ଅଦଳ ବଦଳ

ଇନ୍ଦୋର, ୧୪।୭- ମଧ୍ୟପ୍ରଦେଶ ଇନ୍ଦୋରସ୍ଥିତ ମହାରାଜା ଯଶଓ୍ବନ୍ତ ରାଓ ହସ୍ପିଲାଟ କର୍ତ୍ତୃପକ୍ଷଙ୍କ ଏକ ଚରମ ଅବହେଳା ଏବେ ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ସମାନ ନାମ ହେତୁ ଏଠାରେ ଶବ ଅଦଳ ବଦଳ ହୋଇଯାଇଛି। ଶବଗାରାର କର୍ମଚାରୀମାନଙ୍କ ଭୁଲ ଯୋଗୁ ସୋନକଚ୍ଛ ଗ୍ରାମର ଜଣେ ଯୁବକଙ୍କ ଶବକୁ ବିସନଖେଡା ଗ୍ରାମର ଲୋକଙ୍କୁ ଦେଇ ଦେଇଥିଲେ। ବିସନଖେଡା ଗ୍ରାମର ଲୋକ ମଧ୍ୟ ଶବକୁ ନେଇ ଏହାକୁ ନ ଦେଖି ଅନ୍ତିମ ସଂସ୍କାର କରିଦେଇଥିଲେ। ତେବେ ଯେତେବେଳେ ସୋନକଚ୍ଛ ଯୁବକଙ୍କ ପରିବାର ହସ୍ପିଟାଲରେ ପହଞ୍ଚତ୍ଥିଲେ ସେତେବେଳେ ଶବଗାରା କର୍ମଚାରୀମାନେ ତାଙ୍କୁ ବିସନଖେଡା ଗ୍ରାମର ଯୁବକଙ୍କ ଶବ ଦେଇଥିଲେ। ସୋନକଚ୍ଛ ଗ୍ରାମର ଲୋକ ଶବ ଦେଖି ଚମକି ପଡ଼ିଥିଲେ। ଏହା ତାଙ୍କ ପରିଜନଙ୍କ ନୁହେଁ ବରଂ ଶବ ଅଦଳ ବଦଳ ହୋଇଥିବା ଜାଣିବାକୁ ପାଇଥିଲେ। ଉଭୟଙ୍କ ପ୍ରଥମ ନାମ ଓ ବୟସ ସମାନ ଥିବାରୁ ଏଭଳି ଭୁଲ ହୋଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ଘଟଣାରୁ ଜଣାପଡ଼ିଛି ଯେ ସୋନକଚ୍ଛ ଅଞ୍ଚଳର ୨୫ ବର୍ଷୀୟ ଆକାଶ ପଟେଲିଆ ୮ ଦିନ ତଳେ ଏସିଡ୍‌ ପିଇଦେଇ ଏହି ହସ୍ପିଟାଲରେ ଆସି ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାନରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିଭଳି ବିସନଖେଡା ଅଞ୍ଚଳର ଆକାଶ ସିଂ ନାମକ ଜଣେ ଯୁବକ ରବିବାର ରାତିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଏହାପରେ ଉଭୟଙ୍କ ମୃତଦେହ ସୋମବାର ବ୍ୟବଚ୍ଛଦ କରାଯାଇଥିଲା। ଏବଂ ପରେ ଉଭୟ ପରିବାରକୁ ଶବ ହସ୍ତାନ୍ତର ପାଇଁ ଡକାଯାଇଥିଲା। ବିସନଖେଡା ଆକାଶଙ୍କ ପରିବାର ପ୍ରଥମେ ଆସି ଗୋଟିଏ ଶବ ନେଇ ଚାଲିଯାଇଥିଲେ ଏବଂ ଏହାକୁ ନ ଦେଖି ଅନ୍ତିମ ସଂସ୍କାର ମଧ୍ୟ କରିଦେଇଥିଲେ। ତେବେ ଯେତେବେଳେ ସୋନକଚ୍ଛ ଆକାଶଙ୍କ ପରିବାର ଶବ ନେବାକୁ ଆସିଥିଲେ ଏହା ତାଙ୍କ ପରିଜନଙ୍କର ନୁହେଁ ବୋଲି ଜାଣିପାରିଥିଲେ। ଶେଷରେ ଶବ ନେବାକୁ ମନା କରି ଦେଇଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବେପାରୁଆ ମନୋଭାବ ଯୋଗୁ ଏପରି ଘଟିଲା ବୋଲି ସୋନକଚ୍ଛର ଆକାଶ ପଟେଲିଆଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri