କର୍ମଚାରୀ ଅଭାବରୁ ଝୁଲୁଛି ତାଲା

ଭଣ୍ଡାରିପୋଖରୀ,୧୭।୭(ରାଜେନ୍ଦ୍ର ଶତପଥୀ): ବୈତରଣୀ ନଦୀର ବନ୍ୟା ନିୟନ୍ତ୍ରଣରେ ସହଯୋଗିତା ପାଇଁ ଜଳସେଚନ ବିଭାଗର ଭୁବନେଶ୍ୱରସ୍ଥିତ ଜଳ ଘନତ୍ୱ ମାପ ବିଭାଜନର ପୁରାତନ ଆଖୁଆପଦା ସେକ୍ସନରେ କର୍ମଚାରୀ ଅଭାବରୁ ତାଲା ପଡ଼ିଛି। ଭଣ୍ଡାରିପୋଖରୀ ବ୍ଲକର ଆଖୁଆପଦାରେ ବୈତରଣୀ ନଦୀରେ ଆନିକଟ ଥିବାରୁ ଏହି କାର୍ଯ୍ୟାଳୟ ସ୍ଥାପନ କରାଯାଇ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସେକ୍ସନ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। କାର୍ଯ୍ୟାଳୟରେ ଅନ୍ୟ କର୍ମଚାରୀ ନ ଥିବାବେଳେ ସେକ୍ସନ ଅଫିସର ମଧ୍ୟ ଆସୁ ନ ଥିବାରୁ ତାଲା ଝୁଲୁଛି।
ପ୍ରତ୍ୟେକ ଦିନ ଆଖୁଆପଦାରେ ବର୍ଷାଜଳ ପରିମାଣ ରେକର୍ଡ କରିବା ସହ ନଦୀରେ ଦୈନିକ ପ୍ରବାହିତ ଜଳ ପରିମାଣ, ପ୍ରବାହିତ ଜଳରେ ବାଲି ଓ ପଟୁମାଟି ପରିମାଣ ମାପିବା ପାଇଁ କାର୍ଯ୍ୟାଳୟରେ ଯନ୍ତ୍ରାଂଶ ରହିଛି। ପୂର୍ବରୁ ବିରିଡ଼ିଠାରେ ଏହି କାର୍ଯ୍ୟ କରାଯାଉଥିଲା। ୧୯୯୯ ମସିହାଠାରୁ ଆଖୁଆପଦା ବୈତରଣୀ ସେତୁ ଉପରେ ଥାଇ ଏହି କାର୍ଯ୍ୟ କରାଯିବାର ବ୍ୟବସ୍ଥା ହୋଇଥିଲା। ସେଥିପାଇଁ ଏହି ସେକ୍ସନକୁ ଗୋଟିଏ ଜଳ ଘନତ୍ୱ ମାପ ସରଞ୍ଜାମ ଯୋଗାଇ ଦିଆଯାଇଛି। ସେତୁ ଉପରେ ଥାଇ କାର୍ଯ୍ୟାଳୟର କର୍ମଚାରୀ ଦୈନିକ ଏହି ସରଞ୍ଜାମକୁ ଏକ ଶକ୍ତ ଦଉଡ଼ିରେ ବାନ୍ଧି ପ୍ରବାହିତ ଜଳକୁ ପକାଇ ଦେଇ ନଦୀ ଜଳର ବେଗ, ପରିମାଣ, ଜଳ ସହ ବାଲି ଓ ପଟୁମାଟି ମିଶ୍ରଣର ପରିମାଣ ଆଦି ରିପୋର୍ଟ ପ୍ରସ୍ତୁତ କରାଯାଇ ନଥିଭୁକ୍ତ କରାଯିବା ସହ ଡିଭିଜନ କାର୍ଯ୍ୟାଳୟକୁ ଯୋଗାଇ ଦେଉଥିଲେ। ସେକ୍ସନ ପକ୍ଷରୁ ଏକ ଜଳସ୍ତର ମିଟର ଆଖୁଆପଦା ବୈତରଣୀ ସେତୁ ନିକଟରେ ସ୍ଥାପନ କରାଯାଇ ଏହାର ରେକର୍ଡ ମଧ୍ୟ କରାଯାଇଥାଏ। ଜଳ ସମ୍ପଦ ବିଭାଗ ଆଖୁଆପଦା ଉପଖଣ୍ଡର ଜଳସ୍ତର ମାପକ ମିଟର ଗଜ ଅନୁଯାୟୀ ବିପଦ ସଙ୍କେତ ସ୍ତର ୧୭.୮୩ ମିଟର ହୋଇଥିବା ବେଳେ ହାଇଡ୍ରୋମେଟ୍ରିିକ ସେକ୍ସନର ଜଳସ୍ତର ମାପକ ମିଟର ଗଜ ଅନୁଯାୟୀ ବିପଦ ସଙ୍କେତ ସ୍ତର ୧୮.୧୩ ମିଟର। ସମାନ୍ତରାଳ ଭାବେ ଜଳ ସମ୍ପଦ ବିଭାଗର ଆଖୁଆପଦାସ୍ଥିତ ଏହି ଦୁଇ ଶାଖା ଜଳସ୍ତର ମାପକ କାର୍ଯ୍ୟ କରିଥାନ୍ତି। ଏବେ ଆଖୁଆପଦା ଉପଖଣ୍ଡ ଜଳ ସମ୍ପଦ ବିଭାଗ ନିୟମିତ ଭାବେ ଜଳସ୍ତର ମାପ କାର୍ଯ୍ୟ କରୁଛି। ଜଳ ଘନତ୍ୱ ମାପ କାର୍ଯ୍ୟାଳୟ ଜଳ ସ୍ତର ମାପ କାର୍ଯ୍ୟ କରୁନାହିଁ। ସେହିପରି ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ବନ୍ଦ ହୋଇଯାଇଛି। ଫଳରେ ଜଳସମ୍ପଦ ବିଭାଗକୁ ତଥ୍ୟ ଦେଇ ବନ୍ୟା ନିୟନ୍ତ୍ରଣରେ ସହାୟତା କରିବା କାର୍ଯ୍ୟ ବନ୍ଦ ହୋଇଯାଇଛି। ବନ୍ୟା ନିୟନ୍ତ୍ରଣ ପାଇଁ ଏହି କାର୍ଯ୍ୟାଳୟର ଅବଦାନ ଯଥେଷ୍ଟ ଥିବାରୁ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

ଆଉନାହାନ୍ତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ରଥ: ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି,୨୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନ ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ରଥ (୬୪)ଙ୍କ ହୃଦଘାତରେ ପରଲୋକ…

ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ୨୪ ତାରିଖରୁ ବର୍ଷିିବ ଧନ, ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷୀୟ ଗଣନା ଅନୁଯାୟୀ, ମଙ୍ଗଳ ଦେବ ବର୍ତ୍ତମାନ ପୁନର୍ବସୁ ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ରେ ମଙ୍ଗଳ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ।…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?