ଦୁବଇ ଶାସକଙ୍କ ରାଜକୁମାରୀ ପତ୍ନୀଙ୍କର ରହିଛି ସୁରକ୍ଷାକର୍ମୀଙ୍କ ସହ ସମ୍ପର୍କ!

ଦୁବଇ,୨୧ ।୧୧: ଦୁବଇର ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୁମଙ୍କ ରାଜକୁମାରୀ ପତ୍ନୀଙ୍କର ନିଜର ସୁରକ୍ଷାକର୍ମୀଙ୍କ ସହ ସମ୍ପର୍କ ରହିଥିବା କୁହାଯାଉଛି । ଏହାକୁ ନେଇ ରାଜକୁମାରୀ ହୟା ସୁରକ୍ଷାକର୍ମୀଙ୍କୁ ଏ ସମ୍ପର୍କରେ ମୁହଁ ନ ଖୋଲିବାକୁ କହି ୧୨ କୋଟି ଟଙ୍କା ଦେଇଥିବା କୁହାଯାଏ । ବ୍ରିଟେନ୍ କୋର୍ଟରେ ଚାଲିଥିବା ଏକ ଶୁଣାଣିରୁ ଏହା ଜଣାପଡିଥିବା ଡେଲି ମେଲରେ ପ୍ରକାଶ ପାଇଛି । ଦୁବଇ ଶାସକ ରାଜକୁମାରୀ ହୟାଙ୍କୁ ନ ଜଣାଇ ଶରିୟା ଆଇନ ଆଧାରରେ ଫେବୃୟାରୀ ୨୦୧୯ରେ ତଲାକ ଦେଇଥିଲେ । ରିପୋର୍ଟ ଅନୁଯାୟୀ, ରାଜକୁମାରୀଙ୍କ ବଡିଗାର୍ଡ ବିବାହ କରିଥିଲେ ହେଲେ ତାଙ୍କ ସହ ସମ୍ପର୍କ ପରେ ବଡିଗାର୍ଡଙ୍କ ବିବାହ ବିଚ୍ଛେଦ ହୋଇଥିଲା । ଏବେ ରାଜକୁମାରୀ ଦୁବଇ ଛାଡି ବହୁଦିନ ହେବ ବ୍ରିଟେନରେ ରହୁଛନ୍ତି । ପିଲାମାନଙ୍କ କଷ୍ଟଡିକୁ ନେଇ ରାଜକୁମାରୀ ବ୍ରିଟେନ ଅଦାଲତର ଦ୍ୱାରସ୍ଥ ହୋଇଥିବା ବେଳେ ମାମଲା ତାଙ୍କ ପକ୍ଷରେ ଆସିଛି । ରାଜକୁମାରୀ ତାଙ୍କ ବଡିଗାର୍ଡଙ୍କୁ ବହୁ ମୂଲ୍ୟବାନ୍ ଉପହାର ଦେଉଥିବା କୁହାଯାଏ । ଯେମିତିକି ୧୨ ଲକ୍ଷ ଟଙ୍କାର ଘଡି, ୫୦ ଲକ୍ଷ ଟଙ୍କାର ବନ୍ଧୁକ ଇତ୍ୟାଦି । ରାଜକୁମାରୀ ଦୁବଇ ଶାସକଙ୍କର ୬ ନମ୍ବର ପତ୍ନୀ ଥିବା ବେଳେ ସବୁଠାରୁ କମ୍ ବୟସର ବୋଲି କୁହାଯାଏ । ୨୦୧୬ରୁ ରାଜକୁମାରୀଙ୍କର ବଡିଗାର୍ଡଙ୍କ ସହ ସମ୍ପର୍କ ଥିବା ବେଳେ ଏବେବି ଏହା ରହି ଆସିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଶାର ଉତ୍ସ

ଆଜିକାଲି ରୋଗୀମାନେ ସେମାନଙ୍କ ରୋଗ ଓ ତା’ର ଚିକିତ୍ସା ପାଇଁ ଇଣ୍ଟରନେଟ୍‌ ଉପରେ ଅତ୍ୟଧିକ ଭାବେ ନିର୍ଭର କରିବା ଏକ ବଡ଼ ସଙ୍କଟ ଭାବେ ଦେଖାଦେଇଛି।...

ବରକନ୍ୟାଙ୍କୁ ଉପହାର ମିଳିଲା ୫ ହାର୍ଟ, ୩୦ କିଡ୍‌ନୀ, ୧୪୦ ଚକ୍ଷୁ

ରାଜସ୍ଥାନ: ବିବାହ ଉତ୍ସବରେ ବରକନ୍ୟାଙ୍କୁ ଅନେକ ଉପହାର ମିଳିଥାଏ। ଅଳଙ୍କାରଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ ପର୍ଯ୍ୟନ୍ତ। ମାତ୍ର ଏକ ବିବାହ ଉତ୍ସବରେ ଉପହାର ସ୍ବରୂପ...

୬ ବର୍ଷର ଝିଅ ନିଜ ରୋଜଗାରରେ ପରିବାରକୁ ଦେଲେ ୫ ମହଲା ବିଶିଷ୍ଟ ବିଳାସମୟ ଘର

ସିଓଲ,୨୭।୭: ଦକ୍ଷିଣ କୋରିଆରେ ୬ ବର୍ଷର ଜଣେ ବାଳିକା ୟୁଟ୍ୟୁବରେ ରୋଜଗାର କରିଛନ୍ତି ୫୫ କୋଟି ଟଙ୍କା। ଏହି ରୋଜଗାରରେ ସେ ସିଓଲଠାରେ ଏକ ୫...

ଚାଇନା ବିରୋଧରେ ୮ ଦେଶର ମେଳି

ବ୍ଲୁମ୍‌ବର୍ଗ,୭ା୬: ଚାଇନାର ପ୍ରଭାବ ଦିନକୁ ଦିନ ବଢ଼ି ଚାଲିଥିବାବେଳେ ଏହା ବିଶ୍ୱ ବାଣିଜ୍ୟ, ସୁରକ୍ଷା ଓ ମାନବିକ ଅଧିକାର ପ୍ରତି ବିପଦ ସୃଷ୍ଟି କରିଛି। ଏହାକୁ...

ସ୍ବାଧୀନତା ଦିବସରେ ଏଠି ସମସ୍ତେ ପିନ୍ଧନ୍ତି ଖଦି ପୋଷାକ

ଭାରତ ସ୍ବାଧୀନତାର ସ୍ବପ୍ନ ଦେଖିଥିବା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଉଦ୍‌ବୋଧନରେ ସେତେବେଳେ ବହୁମାତ୍ରାରେ ଅନୁପ୍ରାଣିତ ହୋଇଥିଲେ ଛାତ୍ର ଗୋଷ୍ଠୀ। ଇଂରେଜମାନଙ୍କୁ ଦେଶରୁ ହଟାଇବାକୁ ଗାନ୍ଧିଜୀ ଯେଉଁ...

ଭାରତ ଗସ୍ତ ପୂର୍ବରୁ ଜୁକେର ବର୍ଗଙ୍କୁ ପ୍ରଶଂସା କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ଏହା ପୂୂର୍ବରୁ ସେ ଟୁଇଟ୍‌ କରି ଫେସବୁକ୍‌ ସଂସ୍ଥାପକ ଜୁକେର ବର୍ଗଙ୍କୁ...

ଜାପାନରେ ଭୂକମ୍ପ

ଟୋକିଓ,୧୩।୨: ଜାପାନରେ ଗୁରୁବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଭୂକମ୍ପର କେନ୍ଦ୍ର...

ମସ୍ତିଷ୍କର କ୍ରିୟାଶୀଳତା କମାଏ କ୍ଷୀଣ ଆଲୋକ…

କ୍ଷୀଣ ଆଲୋକ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଏ। ଏହାଦ୍ୱାରା ସ୍ମତିଶକ୍ତି କମିବା ସହିତ ଚିନ୍ତାଶକ୍ତି ମଧ୍ୟ ହ୍ରାସ ପାଏ। ଅପରପକ୍ଷରେ ଉଜ୍ଜଳ ଆଲୋକ ମସ୍ତିଷ୍କ...


Coronavirus Update

Archives

Model This Week

Why Dharitri