
ପ୍ରତ୍ୟୋକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥିାଏ। କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରି ପକାଏ
ବର୍ତ୍ତମାନ ଏମିତି ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଜଣେ ମଦ୍ୟପ ବ୍ୟକ୍ତି ହାଇଦ୍ରାବାଦ ଏକ୍ସପ୍ରେସୱେ ଫ୍ଲାଏଓଭରରେ ଓଟ ସବାରି କରୁଥିବାର ନଜର ଆସୁଛନ୍ତି । ବ୍ୟକ୍ତି ଜଣଙ୍କ ଏତେ ମାତ୍ରାରେ ନିଶାସକ୍ତ ଥିଲେ ଯେ, ସେ ଓଟ ଉପରେ ହିଁ ଶୋଇ ପଡିଛନ୍ତି। ଓଟଟି ବେକାବୁ ହୋଇ ଫ୍ଲାଏଓଭରରେ ଧାଉଁଛି। ଏମିତି ଲାଗୁଛି ଯେମିତି କେଉଁ ମୁହୂର୍ତ୍ତରେ କିଛି ବି ଦୁର୍ଘଟଣା ଘଟି ପାରେ । ଏହି ଭିଡିଓ କେବଳ ଆଶ୍ଚର୍ଯ୍ୟ ଜନକ ନଥିଲା, ବରଂ ଉକ୍ତ ରାସ୍ତାରେ ଯାଉଥିବା ଅନ୍ୟ ଗାଡିଗୁଡିକ ପାଇଁ ବିପଦଜନକ ଥିଲା ।
ଇନଷ୍ଟାଗ୍ରାମରେ ୟୁଜର ଇକରମ ଉଲ୍ଲା ଶାହଙ୍କ ଦ୍ୱାରା ଏହି ଭିଡିଓ ପୋଷ୍ଟ କରାଯାଇଛି । ଓଟ ଉପରେ ବସିଥିବା ବ୍ୟକ୍ତି ନିଶାରେ ପୂରା ଚୂର ଥିଲେ । ଓଟକୁ ନିୟନ୍ତ୍ରଣ କରିବାକୁ କେହି ନଥିଲେ । ଯେଉଁଥିପାଇଁ ଓଟ ବହୁତ ଗାଡି ଭିତରେ ଏକ୍ସପ୍ରେସୱରେ ବେକାବୁ ହୋଇ ଧାଇଁଥିଲା ।
ଉକ୍ତ ରାସ୍ତାରେ କାରରେ ଯାଉଥିବା ଦୁଇ ଯୁବକ ଇକରମ ଏବଂ ତାଙ୍କର ବନ୍ଧୁ ଏ ଘଟଣା ଦେଖିଥିଲେ । ଓଟକୁ ନ ରୋକିଲେ କୌଣସି ବି ଦୁର୍ଘଟଣା ହୋଇପାରେ ଭାବି ସେମାନେ ଓଟରେ ବସିଥିବା ଲୋକ ଉପରେ ପାଣି ଢାଳି ଉଠାଇବାକୁ ଚେଷ୍ଟା କରିଥିଲେ । ହେଲେ ବ୍ୟକ୍ତି ଜଣଙ୍କ ନିଶାରେ କିଛି ଜାଣି ନ ପାରିବାରୁ ଦୁହେଁ କାରରୁ ଓହ୍ଲାଇ ଓଟକୁ ଧୀରେଧୀରେ କାବୁ କରିନେଇଥିଲେ ।
ଇକରମ ଏହି ପୋଷ୍ଟ କ୍ୟାପଶନରେ ଲେଖିଛନ୍ତି, ସେ ହାଇୱେରେ ଓଟର ପିଛା କରିଥିଲେ ଏବଂ କାହାର କିଛି କ୍ଷତି ହେବା ପୂର୍ବରୁ ଓଟକୁ ରୋକି ଦେଇଥିଲେ ।
ଭିଡିଓରେ ଦେଖାଯାଇଥିବା ଯୁବକ ଦ୍ୱୟଙ୍କ ଏପରି କାର୍ଯ୍ୟକୁ ୟୁଜର୍ସ ଖୁବ ପ୍ରଶଂସା କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି,‘ବାକି ଲୋକେ ତାମସା ଦେଖୁଥିଲେ । ଏହି ଦୁଇ ଯୁବକ ପ୍ରକୃତ କାମ ଦେଖାଇଛନ୍ତି ।