ଭୂତ ଡଙ୍ଗାରେ ଡ୍ରଗ୍ସ

ଓ୍ବାଶିଂଟନ,୧୯ା୧୨: ସମୁଦ୍ରରେ ବହୁ ସଂଖ୍ୟକ ‘ଭୂତ ଜାହାଜ’ ଅଛି। ଅତଳ ସାଗରରେ ଜାହାଜ ଓ ଡଙ୍ଗାଗୁଡ଼ିକରୁ ନାବିକମାନେ ରହସ୍ୟଜନକ ଭାବେ ଉଭାନ ହୋଇଯିବା ପଛରେ ଅନେକ କାହାଣୀ ଥାଏ। ପ୍ରତ୍ୟେକ କାହାଣୀ ସହ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରହେଳିକା ଜଡ଼ିତ ହୋଇ ରହିଥାଏ। ଏଭଳି ବଡ଼ ବଡ଼ ଘଟଣାର ଏକ କ୍ଷୁଦ୍ର ସଂସ୍କରଣ ପ୍ରଶାନ୍ତ ମହାସାଗରର ମାର୍ଶଲ ଆଇଲାଣ୍ଡ ଉପକୂଳରେ ଦେଖିବାକୁ ମିଳିଛି।
ମାର୍ଶଲ ଆଇଲାଣ୍ଡ ଉପକୂଳ ବିସ୍ତୃତ ଜଳରାଶି ଉପରେ ଡିସେମ୍ବର ୧୫ ତାରିଖରେ ଏକ ଭୂତ ଡଙ୍ଗା ହଠାତ୍‌ ଦୃଶ୍ୟମାନ ହୋଇଥିଲା। ସେଥିରେ କେହି ନ ଥିବାରୁ ତାକୁ ଠାବ କରିଥିବା ସ୍ଥାନୀୟ ଲୋକେ ବିସ୍ମିତ ହୋଇଯାଇଥିଲେ। ସେମାନେ ପ୍ରଥମେ ଏହାକୁ ଠେଲାପେଲା କରିଥିଲେ। କିନ୍ତୁ ଡଙ୍ଗାଟି ଏତେ ଓଜନିଆ ଥିଲା ଯେ ସେମାନେ ତାକୁ ହଲାଇ ପାରି ନ ଥିଲେ। ପୋଲିସ ଖବର ପାଇ ସେଠାରେ ପହଞ୍ଚତ୍ବା ପରେ ୫.୫ ମିଟର ଲମ୍ବ ଏହି ଫାଇବରଗ୍ଲାସ୍‌ ବୋଟ୍‌କୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା। ସେଥିରୁ ୬୪୯ କେ.ଜି. (୧୪୩୦ ପାଉଣ୍ଡ) କୋକେନ ମିଳିବା ପରେ ପୋଲିସ ଅଧିକାରୀମାନେ ଚକିତ ହୋଇଯାଇଥିଲେ। କୋକେନ ଭର୍ତ୍ତି କରାଯାଇଥିବା ପ୍ୟାକେଟଗୁଡ଼ିକ ଉପରେ ‘କେଡବ୍ଲ୍ୟୁ’ ଲେଖାଯାଇଥିଲା। ଆମେରିକାର ଡ୍ରଗ୍ସ ଏନ୍‌ଫୋର୍ସମେଣ୍ଟ ଆଡ୍‌ମିନିଷ୍ଟ୍ରେଶନକୁ ପରୀକ୍ଷା ପାଇଁ ପଠାଯାଇଥିବା ଜବତ କୋକେନର ମୂଲ୍ୟ ୮୦ ନିୟୁତ ଡଲାର ବା ୫,୮୮,୦୨,୫୨,୦୦୦ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପୂର୍ବରୁ ମାର୍ଶଲ ଆଇଲାଣ୍ଡ ଉପକୂଳରେ ଏତେ ପରିମାଣର କୋକେନ କେବେ ମିଳି ନ ଥିଲା। ମାର୍ଶଲ ଆଇଲାଣ୍ଡ ଆଟର୍ନି ଜେନେରାଲ ରିଚାର୍ଡ ହିକ୍‌ସନ କହିଛନ୍ତି, ଦକ୍ଷିଣ କିମ୍ବା କେନ୍ଦ୍ରୀୟ ଆମେରିକାର କୌଣସି ସ୍ଥାନରୁ ଏହି ଡଙ୍ଗା ଭାସିଆସିଛି। ଏହା ଆବିଷ୍କୃତ ହେବା ପୂର୍ବରୁ ସମୁଦ୍ରରେ ଦୁଇବର୍ଷ ରହିଥିବା ମନେକରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରୁ କରୋନା ଭ୍ୟାକ୍ସିନ ପହଞ୍ଚିବା ପରେ ଭାବପ୍ରବଣ ହେଲେ ଡେମୋନିକନ ରିପବ୍ଲିକର ପ୍ରଧାନମନ୍ତ୍ରୀ

ସାଣ୍ଟୋ ଡୋମିନଗୋ,୧୧ ।୨: କରୋନା ଭାଇରସକୁ ହରାଇବା ପାଇଁ ସାରା ବିଶ୍ୱ ପ୍ରୟାସ ଜାରି ରଖିଛି । ପାଖାପାଖି ୧ ବର୍ଷ ହେବ ବିଶ୍ୱବାସୀଙ୍କୁ ଚିନ୍ତାରେ...

ବେଘରଙ୍କ ପାଇଁ ଖୋଲା ଆକାଶ ତଳେ ଶୋଇ ସଚେତନତା ବାର୍ତ୍ତା ଦେଲେ ୬୦ ହଜାର ଲୋକ

ନ୍ୟୁୟର୍କ,୯।୧୨: ବେଘରଙ୍କ ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି ୬୦ ହଜାର ଲୋକ। ସେମାନେ ଖୋଲା ଆକାଶ ତଳେ ଶୋଇ ଏଭଳି ଏକ ନିଆରା ଢ଼ଙ୍ଗରେ ବାର୍ତ୍ତା...

ଯୁଦ୍ଧର ପ୍ରଭାବ: ପ୍ରାଣୀ ଉଦ୍ୟାନରେ ୪୦୦୦ ପ୍ରାଣୀ ଭୋକିଲା

କ୍ୱିଭ୍‌,୧୧ା୩: ରୁଷିଆ-ୟୁକ୍ରେନ ଯୁଦ୍ଧ ବିଭୀଷିକାରେ ଖାଦ୍ୟ ସଙ୍କଟରେ ଛଟପଟ ହେଉଛନ୍ତି ହଜାର ହଜାର ପଶୁପକ୍ଷୀ। ଏଠାକାର ପ୍ରାଣୀ ଉଦ୍ୟାନର ଜୀବଜନ୍ତୁ ଖାଇବାକୁ ଖାଦ୍ୟ ପାଉନାହାନ୍ତି। ଉଦ୍ୟାନର...

ବୁଚା ଗସ୍ତରେ ଜେଲେନ୍‌ସ୍କି

ବୁଚା,୪।୪: ଏକ ମାସରୁ ଅଧିକ ହେବ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ଜାରି ରଖିଛି। ୟୁକ୍ରେନର ବିଭିନ୍ନ ସହର ଗୁଡ଼ିକ ଉପରେ ରୁଷିଆ ସୈନ୍ୟ ଗୁଳିମାଡ଼...

ନେପାଳ ବିମାନ ଦୁର୍ଘଟଣାରେ ସମସ୍ତ ୨୨ ଜଣଙ୍କ ମୃତ୍ୟୁ ଆଶଙ୍କା, ୧୪ ମୃତଦେହ ଉଦ୍ଧାର

କାଠମାଣ୍ଡୁ,୩୦ ।୫: ନେପାଳରେ ରବିବାର ତାରା ଏୟାରର ବିମାନ ଦୁର୍ଘଟଣା ଗ୍ରସ୍ତ ହେବା ପରେ ସୋମବାର ଏହାର ଧ୍ୱଂସାବଶେଷ ମିଳିଛି । ବିମାନଟି ଉଡିବାର କିଛି...

ରୁଷିଆ ଉପରେ ଅଧିକ କଟକଣା ହେବ ଲାଗୁ, ଜି-୭ ଦେଶ ୟୁକ୍ରେନକୁ କଲେ ସମର୍ଥନ…

ମସ୍କୋ,୧୯।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଗୋଟିଏ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୨ ଫେବୃଆରୀ ୨୪ ରେ, ରୁଷିଆ ୟୁକ୍ରେନ ଉପରେ...

ଚେତାବନୀ, ସମସ୍ତଙ୍କର ଟିକାକରଣ ନ ହେଲେ, ଆସୁଥିବ ନୂଆ ନୂଆ ଭାରିଆଣ୍ଟ…

ନୂଆଦିଲ୍ଲୀ, ୧୮।୧ : ଜାତିସଂଘର ମହାସଚିବ ଆଣ୍ଟୋନିଓ ଗ୍ୟୁଟେରସ ୨୦୨୨ ବର୍ଷରେ ବହୁବିଧ ସଂସ୍କାର ଆଣିବା ସହିତ ଉପଯୁକ୍ତ ପଦକ୍ଷେପ ନେବାକୁ ବିଶ୍ୱ ନେତାମାନଙ୍କୁ ଆହ୍ବାନ...

ଭାରତ ପାଇଁ ସଙ୍କଟ, ଆମେରିକା ଫେଡେରାଲ ରିଜର୍ଭ ସୁଧହାରରେ ୦.୭୫ ପ୍ରତିଶତ ବୃଦ୍ଧି କଲା…

ଓ୍ବାଶିଂଟନ, ୧୬।୬ : ବୃଦ୍ଧି ହେଉଥିବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକାର ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧି କରିଛି। ଆମେରିକାର ଫେଡେରାଲ ରିଜର୍ଭ...

Advertisement
Archives

Model This Week