ଭୂତ ଡଙ୍ଗାରେ ଡ୍ରଗ୍ସ

ଓ୍ବାଶିଂଟନ,୧୯ା୧୨: ସମୁଦ୍ରରେ ବହୁ ସଂଖ୍ୟକ ‘ଭୂତ ଜାହାଜ’ ଅଛି। ଅତଳ ସାଗରରେ ଜାହାଜ ଓ ଡଙ୍ଗାଗୁଡ଼ିକରୁ ନାବିକମାନେ ରହସ୍ୟଜନକ ଭାବେ ଉଭାନ ହୋଇଯିବା ପଛରେ ଅନେକ କାହାଣୀ ଥାଏ। ପ୍ରତ୍ୟେକ କାହାଣୀ ସହ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରହେଳିକା ଜଡ଼ିତ ହୋଇ ରହିଥାଏ। ଏଭଳି ବଡ଼ ବଡ଼ ଘଟଣାର ଏକ କ୍ଷୁଦ୍ର ସଂସ୍କରଣ ପ୍ରଶାନ୍ତ ମହାସାଗରର ମାର୍ଶଲ ଆଇଲାଣ୍ଡ ଉପକୂଳରେ ଦେଖିବାକୁ ମିଳିଛି।
ମାର୍ଶଲ ଆଇଲାଣ୍ଡ ଉପକୂଳ ବିସ୍ତୃତ ଜଳରାଶି ଉପରେ ଡିସେମ୍ବର ୧୫ ତାରିଖରେ ଏକ ଭୂତ ଡଙ୍ଗା ହଠାତ୍‌ ଦୃଶ୍ୟମାନ ହୋଇଥିଲା। ସେଥିରେ କେହି ନ ଥିବାରୁ ତାକୁ ଠାବ କରିଥିବା ସ୍ଥାନୀୟ ଲୋକେ ବିସ୍ମିତ ହୋଇଯାଇଥିଲେ। ସେମାନେ ପ୍ରଥମେ ଏହାକୁ ଠେଲାପେଲା କରିଥିଲେ। କିନ୍ତୁ ଡଙ୍ଗାଟି ଏତେ ଓଜନିଆ ଥିଲା ଯେ ସେମାନେ ତାକୁ ହଲାଇ ପାରି ନ ଥିଲେ। ପୋଲିସ ଖବର ପାଇ ସେଠାରେ ପହଞ୍ଚତ୍ବା ପରେ ୫.୫ ମିଟର ଲମ୍ବ ଏହି ଫାଇବରଗ୍ଲାସ୍‌ ବୋଟ୍‌କୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା। ସେଥିରୁ ୬୪୯ କେ.ଜି. (୧୪୩୦ ପାଉଣ୍ଡ) କୋକେନ ମିଳିବା ପରେ ପୋଲିସ ଅଧିକାରୀମାନେ ଚକିତ ହୋଇଯାଇଥିଲେ। କୋକେନ ଭର୍ତ୍ତି କରାଯାଇଥିବା ପ୍ୟାକେଟଗୁଡ଼ିକ ଉପରେ ‘କେଡବ୍ଲ୍ୟୁ’ ଲେଖାଯାଇଥିଲା। ଆମେରିକାର ଡ୍ରଗ୍ସ ଏନ୍‌ଫୋର୍ସମେଣ୍ଟ ଆଡ୍‌ମିନିଷ୍ଟ୍ରେଶନକୁ ପରୀକ୍ଷା ପାଇଁ ପଠାଯାଇଥିବା ଜବତ କୋକେନର ମୂଲ୍ୟ ୮୦ ନିୟୁତ ଡଲାର ବା ୫,୮୮,୦୨,୫୨,୦୦୦ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପୂର୍ବରୁ ମାର୍ଶଲ ଆଇଲାଣ୍ଡ ଉପକୂଳରେ ଏତେ ପରିମାଣର କୋକେନ କେବେ ମିଳି ନ ଥିଲା। ମାର୍ଶଲ ଆଇଲାଣ୍ଡ ଆଟର୍ନି ଜେନେରାଲ ରିଚାର୍ଡ ହିକ୍‌ସନ କହିଛନ୍ତି, ଦକ୍ଷିଣ କିମ୍ବା କେନ୍ଦ୍ରୀୟ ଆମେରିକାର କୌଣସି ସ୍ଥାନରୁ ଏହି ଡଙ୍ଗା ଭାସିଆସିଛି। ଏହା ଆବିଷ୍କୃତ ହେବା ପୂର୍ବରୁ ସମୁଦ୍ରରେ ଦୁଇବର୍ଷ ରହିଥିବା ମନେକରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

EDର ବଡ଼ କାର୍ଯ୍ୟାନୁଷ୍ଠାନ, ଟିଏମସିର ୩ଟି ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍ କଲା ED

କୋଲକାତା,୮।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତୃଣମୂଳ କଂଗ୍ରେସ (TMC) ସହିତ ଜଡିତ ତିନୋଟି ଆକାଉଣ୍ଟକୁ ଫ୍ରିଜ୍…

ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା

ପୁଣେ,୮।୭: ମହାରାଷ୍ଟ୍ରର ପିମ୍ପରି-ଚିଞ୍ଚୱାଡରେ ବୁଧବାର ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଠାରେ ‘ଆବର୍ଜନାରୁ ଶକ୍ତି’ ପ୍ରକଳ୍ପ ସ୍ଥାନରେ ନିର୍ମାଣାଧୀନ କୋଠାର ଏକ ଅଂଶ ହଠାତ ଭୁଶୁଡ଼ି…

ରାଇକିଆରେ ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ

ରାଇକିଆ,୮ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ରଥଯାତ୍ରା ପାଇଁ ଜଗନ୍ନାଥ ପୂଜା କମିଟି ତରଫରୁ ସମସ୍ତ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

ଘର ପୋଛିବା ପରେ ବି ମାଛି ହେଉଛନ୍ତି କି? ସବୁଦିନ ଦୂର କରିବାକୁ ଆପଣାନ୍ତୁ ଏହି ଟିପ୍ସ…

ଘର ସଫା କରିବା ହେଉଛି ପ୍ରତ୍ୟେକ ଲୋକଙ୍କ ନିତିଦିନିଆ କାମ। କିନ୍ତୁ ଅଧିକାଂଶ ସମୟରେ ଘର ସଫା କରିବା ପରେ ବି ଚାରିପାଖରେ ମାଛିମାନେ ଘେରି ରହିଥାନ୍ତି।…

ପୁଣି ଯୁଦ୍ଧ ମୁହାଁ ମିଡଲ ଇଷ୍ଟ, ଇରାନ ଉପରେ ଆକ୍ରମଣ ପରେ ଟ୍ରମ୍ପ କହିଛନ୍ତି – ତେହରାନ ସରକାର ଏକ କର୍କଟ; ଶୀଘ୍ର ଅସ୍ତ୍ରୋପଚାର ଆବଶ୍ୟକ, ଜବାବ ରଖିଲା ଇରାନ

ଓ୍ବାଶିଂଟନ,୮।୭: ପଶ୍ଚିମ ଏସିଆ ପୁଣି ଥରେ ବଡ଼ ସଂଘର୍ଷ ଆଡକୁ ମୁହାଁଇଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନ ସରକାର…

ଭୁବନେଶ୍ୱର କୋର୍ଟକୁ ବୋମା ଧମକ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା; ବୋମା ନିଷ୍କ୍ରିୟକାରୀ ଦଳର ଛାନଭିନ୍ ଜାରି

ଭୁବନେଶ୍ୱର, ୮।୭: ରାଜଧାନୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିବା ପରେ ସମଗ୍ର କୋର୍ଟ ପରିସରରେ ହାଇ ଆଲର୍ଟ ଜାରି କରାଯାଇଛି। ଧମକ ଖବର ପାଇବା ମାତ୍ରେ…

ପାଞ୍ଚ ଦିନ ମଧ୍ୟରେ କାହିଁକି ତରଳିଗଲେ ବାବା ବର୍ଫାନି? ଏକ୍ସପର୍ଟ କହିଲେ ଏହାର କାରଣ

ଶ୍ରୀନଗର,୮।୭: ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗ ତୀର୍ଥଯାତ୍ରାର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଗଲା। ଜୁଲାଇ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri