ଆନନ୍ଦାନୁଭୂତି

ଉପନିଷଦ ଯୁଗର ଦିବ୍ୟଦ୍ରଷ୍ଟା ମହାନ୍‌ ଋଷିଗଣ ମାନବ ଜୀବନର ଅନ୍ତିମ ଲକ୍ଷ୍ୟ ନିର୍ଦ୍ଧାରଣକରି କହିଛନ୍ତି,‘ପରମାନନ୍ଦ ପ୍ରାପ୍ତି କରିବା।’ ସାଧୁସନ୍ଥ ଓ ଦିବ୍ୟ ପୁରୁଷଗଣ ମନୁଷ୍ୟକୁ ଜୀବନର ଅନ୍ତିମ ଲକ୍ଷ୍ୟ ହାସଲକରି ପରମାନନ୍ଦ ପ୍ରାପ୍ତ ହେବାକୁ କହିଆସିଛନ୍ତି । ଦେଖିବାକୁ ଗଲେ ଭଗବାନ୍‌ଙ୍କ ସହ ସଂଯୁକ୍ତ ନ ହୋଇ କେହି କେବେ ଆନନ୍ଦ ଲାଭ କରିନାହାନ୍ତି। ଏହାର ଉପର ସୋପାନଗୁଡ଼ିକୁ ଆରୋହଣ କରିବା ଆହୁରି କଷ୍ଟକର। ସେଗୁଡ଼ିକ ହେଉଛି – ନିତ୍ୟାନନ୍ଦ, ସତାନନ୍ଦ, ରସାନନ୍ଦ, ପରମାନନ୍ଦ, ପ୍ରେମାନନ୍ଦ, ସଚ୍ଚିଦାନନ୍ଦ ଓ ବ୍ରହ୍ମାନନ୍ଦ ସ୍ତର। ଥରେ ସେ ଶିଢ଼ିରେ ପାଦ ଦେଲେ ତାହା ସାଧକକୁ ଆପେ ଆପେ ସର୍ୱୋଚ୍ଚ ଆନନ୍ଦ ସ୍ତରକୁ ଘେନିଯାଏ। ଯାହା ଶାସ୍ତ୍ରମାନେ ଘୋଷଣା କରିଛନ୍ତି, ଯାହା ଆପ୍ତବାକ୍ୟ କହେ, ଅବତାର ପୁରୁଷମାନେ ଯାହା କହିଛନ୍ତି ମାନବ ମୂଳତଃ ବ୍ରହ୍ମକୁ ନିଜ ଭିତରେ ଧାରଣକରି ଚାଲିଛି ଏବଂ ତାହା ଉପଲବ୍ଧି କଲେ ଯାଇ ବ୍ରହ୍ମାନନ୍ଦ ସ୍ତରରେ ପହଞ୍ଚତ୍ୱ। ଆମ୍ଭେମାନେ ମୂଳତଃ ଆତ୍ମା, ଏହି ଉପଲବ୍ଧି ଆସିବା ଦରକାର। ନ ହେଲେ ଆନନ୍ଦ ଅନ୍ୟ କେଉଁଠାରୁ ମିଳିପାରିବ ନାହିଁ। ଏଥିପାଇଁ ଆତ୍ମା ସହ ସଂଯୋଗ ସ୍ଥାପନ ଦରକାର। ଯେମିତି ରାସ୍ତାରେ ଥିବା ବତିଖୁଣ୍ଟ ସହ ଆମ ଘରର ବିଦ୍ୟୁତ୍‌ ବ୍ୟବସ୍ଥା ସଂଯୁକ୍ତ ନ ହେଲେ ରାସ୍ତା ଖୁଣ୍ଟ ଯେତେ ପାଖରେ ଥିଲେ ମଧ୍ୟ ଘର ଆଲୋକିତ ହୋଇପାରେ ନାହିଁ, ଠିକ୍‌ ସେହିଭଳି ଶ୍ରେଷ୍ଠ ଆନନ୍ଦର ଉତ୍ସ ଆମ ଅନ୍ତରରେ ବିଦ୍ୟମାନ ଥିଲେ ବି ତାହା ସହ ସଂଯୁକ୍ତ ନ ହେଲେ ଆନନ୍ଦାନୁଭୂତି ଆମ ପାଇଁ ସୁଦୂରପରାହତ ହୋଇଯିବ। ଉତ୍ସ ସହ ସଂଯୁକ୍ତ ହେବା ଅର୍ଥ ନାମ ମାଧ୍ୟମରେ ନାମୀ ସହ ସଂଯୁକ୍ତ ହେବା। ନାମ ଓ ନାମୀ ଏକ, ଅଭିନ୍ନ ଓ ସମାନ ଶକ୍ତି ବିଶିଷ୍ଟ।
ଓଡ଼ିଶାର ପ୍ରାଚୀନ କବିମାନେ ତାଙ୍କ ରଚନାରେ କହିଥିଲେ, ‘ହରିନାମେ କି ରସ ଅଛି, ପାନକଲା ଲୋକ ସନା ଜାଣିଛି।’ କି ରସ ଅଛି ଅର୍ଥ ଆନନ୍ଦ ରସ ଅଛି। ରସ ହିଁ ଆନନ୍ଦର ଅନ୍ୟ ନାମ। କେବଳ ନାମରେ ଆନନ୍ଦ ଥାଏ। ଅନ୍ୟ ଜଣେ କବି କହିଲେ – ବନ୍ଧ୍ୟା ନାରୀ ବୀରପୁତ୍ରର ଜନନୀ ହୋଇଛନ୍ତି। ଦିନେ କେବେ ଏହା ସମ୍ଭବ ହୋଇପାରେ; କିନ୍ତୁ ହରି ନାମ ବିନା ଜଣେ ଆନନ୍ଦ ପାଇଛନ୍ତି ଏହା ଅସମ୍ଭବ। ଧଳା ରଙ୍ଗର କୁଆ ଦିନେ କେବେ ଦେଖିବାକୁ ମିଳିପାରେ, କିନ୍ତୁ ହରିନାମ ବିନା ଆନନ୍ଦ କେବେହେଲେ ମିଳିପାରିବ ନାହିଁ।
ଭାଗବତ ବାଣୀ ‘ଶ୍ରୀକୃଷ୍ଣ ପରମ ମଙ୍ଗଳ, ସକଳ ଆନନ୍ଦର ମୂଳ’। ଏଠାରେ ଶ୍ରୀକୃଷ୍ଣ ଅର୍ଥ ପରଂବ୍ରହ୍ମଙ୍କର ଯେକୌଣସି ନାମ, ରୂପ ବିଶିଷ୍ଟ ଶକ୍ତି। ତାହା ହିଁ ପରମ ମଙ୍ଗଳ। ତାହା ହିଁ ସକଳ ଆନନ୍ଦର ମୂଳ। କେତେ ସୁନ୍ଦର ଭାବେ ଆନନ୍ଦର ଠିକଣା ବତାଇ ଦିଆଯାଇଛି ଏଠାରେ। ସାଧକ କେବଳ ସେ ଠିକଣାରେ ପହଞ୍ଚତ୍ୱା ଦରକାର। ଏ ଦିଗରେ ଥିବା ବାଧା ପ୍ରତିବନ୍ଧକ ଆପେ ଆପେ ଶିଥିଳ ହୋଇଯିବ, ଶିକୁଳି ଫିଟିଯିବ ଗୋଟିଏ ସାଧନାରେ। ତାହା ହେଉଛି ନାମ ପ୍ରୀତିରେ ନାମୀଙ୍କୁ ପାଇବାର ବ୍ୟାକୁଳତାରେ। ଭଗବାନ ବାବା ତାଙ୍କ ବାଣୀରେ କହିଛନ୍ତି, ତୁମେ ଆନନ୍ଦ ପାଇବା ପାଇଁ ଯେତିକି ମାତ୍ରାରେ ବ୍ୟାକୁଳ, ମୁଁ ଆନନ୍ଦ ଦେବା ପାଇଁ ସେତିକି ମାତ୍ରାରେ ବ୍ୟାକୁଳ ହୁଏ। ତେଣୁ ଆନନ୍ଦ ପାଇବା, କେତେ ଶୀଘ୍ର ପାଇବା, କେତେ ମାତ୍ରାରେ ପାଇବା ତାହା ନିର୍ଭରକରେ ମନୁଷ୍ୟ ଉପରେ, ତା’ବ୍ୟାକୁଳତାର ମାତ୍ରା ଉପରେ। ଗୀତାରେ ଆଉ ଏକ ବିକଳ୍ପ ଦିଆଯାଇଛି। କୁହାଯାଇଛି – ଜପ, ଧ୍ୟାନ, କର୍ମଫଳ ତ୍ୟାଗ ଯଦି ସମ୍ଭବ ନ ହେଉଛି ତେବେ ‘ମଦର୍ଥମ୍‌ କୁରୁ କର୍ମାଣୀ’। ତାଙ୍କ ପାଇଁ କାମ କରିବା ଅର୍ଥ ତାଙ୍କ ନିର୍ଦ୍ଦେଶ ମାନି କର୍ମମୟ ଜୀବନ ଅତିବାହିତ କରିବା। ସେ ପ୍ରକାର ଜୀବନରେ ଆଉ କିଛି ଭାବିବା, ଭୁଲ୍‌ ଠିକ୍‌ ବିଚାରକରିବା, କେଉଁ ସମୟରେ, କେଉଁ ସ୍ଥାନରେ, କେଉଁ ପରିସ୍ଥିତିରେ କ’ଣ କରିବା – ଏ ସବୁ ଚିନ୍ତା କରିବା ଦରକାର ନାହିଁ। ଭଗବାନ୍‌ଙ୍କ ବାଣୀ ପାଳନ କରିବା ହିଁ ସେବା, ତାହା ହିଁ ପରୋପକାର, ତାହା ସର୍ୱଶ୍ରେଷ୍ଠ ପୂଜା। ଭାଗବତ କୃପା ମିଳେ ତାଙ୍କ ନିର୍ଦ୍ଦେଶରେ ଜୀବନ ବିତାଇବା ଦ୍ୱାରା। ଭଗବତ କୃପା ମିଳିଗଲେ ଆଉ କ’ଣ ପାଇବାକୁ ବାକି ରହେ? ଆନନ୍ଦର ମୂଳ ପାଖରେ ଯିଏ ପହଞ୍ଚତ୍ପାରିଛି ସେ ତା’ର ସ୍ୱରୂପ ସନ୍ଧାନ ପାଇବାକୁ ଆଉ ବିଳମ୍ୱ ହେବ ନାହିଁ। ସ୍ୱରୂପ କ’ଣ? ପ୍ରତ୍ୟେକଙ୍କର ସ୍ୱରୂପ ହେଉଛି ସଚ୍ଚିଦାନନ୍ଦ, ଅସ୍ତି ଜାତି ପ୍ରିୟମ୍‌, ସତ୍ୟଂ ଶିବଂ ସୁନ୍ଦରମ୍‌। ଜଗତଗୁରୁ ଶଙ୍କରାଚାର୍ଯ୍ୟ ତାଙ୍କ ମୋହମୁଦ୍‌ଗର କାବ୍ୟରେ ଲେଖିଲେ – ମନ ଯଦି ପରଂବ୍ରହ୍ମଙ୍କଠାରେ ରମଣ କରୁଥାଏ ତେବେ ସେ ପରମାନନ୍ଦରେ କାଳ କଟାଇବ।
ଅଲିଶା ବଜାର, କଟକ ମୋ:୯୩୩୭୨୪୨୯୫୫


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

ସନ୍ନ୍ୟାସ ପରେ ପୂର୍ବତନ କ୍ରିକେଟର ରାହାଣେଙ୍କ ନୂଆ ଇନିଂସ, ପ୍ରଶଂସକ ଜଣାଉଛନ୍ତି ଶୁଭେଚ୍ଛା

ନୂଆଦିଲ୍ଲୀ,୧୨।୮: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଅଧିନାୟକ ଅଜିଙ୍କ୍ୟ ରାହାଣେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏକ ନୂତନ ଭୂମିକାରେ…

ବିଧାୟକଙ୍କ ସହ ବିବାଦ ଘଟଣା ପରେ ପଦକ୍ଷେପ, ବଦଳିଲେ ରେଭେନ୍ସା ବଦଳିଲେ ଚିଫ୍‌ ୱାର୍ଡେନ

କଟକ,୧୨ା୮(ପ୍ରଭୁକଲ୍ୟାଣ ପାଲ୍): ରେଭେନ୍ସା ବିଶ୍ଵବିଦ୍ୟାଳୟ ଶିକ୍ଷକ ସଙ୍ଘ ଓ ବିଧାୟକ ଵିଵାଦ ଘଟଣାରେ ଚିଫ୍ ଓ୍ବାର୍ଡେନଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ବିଧାୟକଙ୍କ ସହ ଵିଵାଦ…

କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢାଉ, ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ୩ ଗିରଫ

ଦିଗପହଣ୍ଡି,୧୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମ ନିକଟ କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍ ଅତର୍କିତ ଭାବେ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri