ମହିଳା ସମିତିର ନିଶାମୁକ୍ତ ଅଭିଯାନ: ନିଶାମୁକ୍ତି ପାଇଁ ଜେଲ ଅନ୍ତେବାସୀ କଲେ ଶପଥ ପାଠ

ବରଗଡ଼,୨୪।୨(ପ୍ରେମାନନ୍ଦ ଖମାରୀ ): ଜେଲ ସମୟକୁ ଜୀବନର ମୂଲ୍ୟବାନ ସମୟ ଭାବି ଏହାର ସଦୁପଯୋଗ କରିବା ସାଙ୍ଗକୁ ନିଶାମୁକ୍ତ ସମାଜ ଗଠନରେ ନିଜକୁ ସାମିଲ କରିବା ପାଇଁ ବରଗଡ଼ ଜିଲା କାରାଗାର ଅନ୍ତେବାସୀମାନେ ସୋମବାର ଶପଥ ପାଠ କରିଛନ୍ତି । ନିଶାମୁକ୍ତ ବରଗଡ଼ ଅଭିଯାନ ସ୍ବରୂପ ବରଗଡ଼ ମହିଳା ସମିତି ପକ୍ଷରୁ ଆଜି ବରଗଡ଼ ଜିଲା କାରାଗାରଠାରେ ଅନ୍ତେବାସୀଙ୍କ ଗହଣରେ ଏକ ଆଲୋଚନାଚକ୍ର ସଭାପତି ହର୍ଜିନ୍ଦର୍‌ କୌର ଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଆଲୋଚକ ଭାବରେ ଶିକ୍ଷାବିତ୍‌ ସଂଗୀତା ପଣ୍ଡା ଷଡ଼ଙ୍ଗୀ ଯୋଗଦେଇ ବନ୍ଦୀମାନଙ୍କୁ ନିଶାମୁକ୍ତ ଅଭିଯାନରେ ସାମିଲ କରି ନିଶାଠୁ ଦୂରେଇ ରଖିବା, ପରିବାର ପ୍ରତି ସମର୍ପିତ ହେବା ସଙ୍ଗେ ସଙ୍ଗେ ନୂଆ ସମାଜ ଏବଂ ଦେଶ ଗଠନରେ ହାତ ବଢ଼ାଇବା ପାଇଁ ମହିଳା ସମିତିର ଏହି ଅଭିନବ ପ୍ରୋତ୍ସାହନକୁ ପ୍ରଶଂସା କରିଥିଲେ। ସମ୍ମାନିତ ବକ୍ତା ଭାବରେ ବରପାଲି ମହିଳା ସମିତିର କିରଣ ଅଗ୍ରୱାଲ ଓ ସନ୍ତୋଷ ଅଗ୍ରୱାଲ, ବରିଷ୍ଠ ଖବରଦାତା ପ୍ରସନ୍ନ କୁମାର ମିଶ୍ର, ସମାଜସେବୀ ସର୍ଦ୍ଦାର ପ୍ରିତମ ସିଂ ଅଂଶଗ୍ରହଣ କରିଥିଲେ । ଜେଲ ଅଧିକ୍ଷକ ସଲମାନ କୁଜୁର ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ ଏବଂ ଅନ୍ତେବାସୀଙ୍କ ପକ୍ଷରୁ ଅମିତ କୁମାର ଦାସ ସ୍ବରଚିତ କବିତା ପାଠ କରିଥିଲେ । ସମିତିର ମନ୍ଦାକିନୀ ପତି, ମମତା ମିଶ୍ର, ରାଧାରାଣୀ ମିଶ୍ର, ସୁଜାତା ପଣ୍ଡା ପ୍ରମୁଖ ନିଶାମୁକ୍ତ ଶୃଙ୍ଖଳ ଜୀବନଯାପନ ପାଇଁ ଆହ୍ବାନ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୀତା ମିଶ୍ର, କନକ ପ୍ରଧାନ, ଶୈବାଲିନି ପଣ୍ଡା, ଜୟନ୍ତୀ ପ୍ରଧାନ, ଜୟଗୀତା ପଣ୍ଡା, ମନ୍ଦାକିନୀ ପତି, ପଦ୍ମିନୀ ପ୍ରଧାନ, ଗୀତାଞ୍ଜଳି ପାଣିଗ୍ରାହୀ, ସସ୍ମିତା ପଟ୍ଟନାୟକ, ସରିତା ଦାସ ପ୍ରମୁଖ ସାମିଲ ହୋଇଥିଲେ। ପରିଶେଷରେ ଅଞ୍ଜନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ଚିଠିରେ ସୀମିତ ରହିଲା କାର୍ଯ୍ୟାନୁଷ୍ଠାନ, ମାରିଦେଲେ ପ୍ୟାଚ୍‌ଅପ୍‌

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ମାସେ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ ଦାୟୀ କୌଣସି ଅଧିକାରୀଙ୍କ ବିରୋଧରେ…

ପାକିସ୍ତାନରେ ପଶି ଏୟାରଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ISIS ଆଡ୍ଡାକୁ ଟାର୍ଗେଟ୍‌

କାବୁଲ,୧।୭: ଆଫଗାନିସ୍ତାନ ଦାବି କରିଛି ଯେ ଏହାର ବାୟୁସେନା ପାକିସ୍ତାନ ଭିତରେ ଥିବା ISIS ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏହି ଆକ୍ରମଣଗୁଡ଼ିକ ବେଲୁଚିସ୍ତାନ ଏବଂ ଖାଇବର…

୨ ଛାତ୍ରବତ୍ସଳ ଶିକ୍ଷକଙ୍କ ଅବସର: ବିଦ୍ୟାଳୟ ପ୍ରତି ନିଷ୍ଠାକୁ ଭୂୟସୀ ପ୍ରଶଂସା

କେସିଙ୍ଗା,୧।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନୁର୍ଗତ ବାଲସି ଗ୍ରାମ ଅଧିନସ୍ଥ ଜବହାର ଉଚ୍ଚ ବିଦ୍ୟାପୀଠ-କର ଦୁଇଜଣ ଶିକ୍ଷକ ଚାକିରିରୁ ଅବସର ନେଇଛନ୍ତି। ଏହି ଉପଲକ୍ଷେ…

ଛାତ୍ରୀଛାତ୍ରଙ୍କ ପ୍ରେରଣାର ଉତ୍ସ ଥିଲେ ଶଙ୍କର ପ୍ରସାଦ: ସୁପ୍ରଶାସକଙ୍କ ଭାବପୂର୍ଣ୍ଣ ଅବସର

ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜର ଅଧ୍ୟକ୍ଷ ମେଜର୍‌ ଡ. ଶଙ୍କର ପ୍ରସାଦ ଅଧିକାରୀଙ୍କୁ ତାଙ୍କର…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ବଢ଼ୁଛି ସହରୀକରଣ: ୨୧୦୦ ସୁଦ୍ଧା ୩୮% ଲୋକ ବଡ଼ ସହରରେ କରିବେ ବାସ

ନୂଆଦିଲ୍ଲୀ,୧।୭ (ପିଟି):ସମୟର ତାଳେ ତାଳେ ସାରା ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ…

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri