ଏହି ଅଭିନେତାଙ୍କ ଜୀବନକୁ ନର୍କ କରିଦେଇଥିଲା ଡ୍ରଗ୍ସ ନିଶା; କିଏ ଯାଇଥିଲା ଜେଲ ତ କିଏ ମାଗିଥିଲା ଭିକ…

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନିଶା ସେବନକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା। ପରେ ଅନେକ ଅଭିନେତା ଏନ୍‌ସିଆର୍‌ ପଞ୍ଝାରେ ଫସିଥିଲେ। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେଉଁଠି ଜଣେ ଅଭିନେତା ନିଶା କବଳରେ ଫସିଥିବା ଜଣାପଡ଼ିଥିଲା। ପୂର୍ବରୁ ନିଶାକୁ ନେଇ ଅନେକ ଅଭିନେତା ବଦନାମ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଏଥିପାଇଁ ଜେଲ୍‌ ଯାଇଥିବା ବେଳେ କିଛି ଦେବାଳିଆ ହେବାର ନଜିର ରହିଛି।

ଅଭିନେତା ସଞ୍ଜୟ ଦତ୍ତ ୧୦ ବର୍ଷ ଧରି ଡ୍ରଗ୍ସ ସେବନ କରିଥିଲେ। ଏପରି କିଛି ନିଶା ନ ଥିଲା ଯାହା ସେ ଖାଇନାହାନ୍ତି। ପରେ ପରିସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ଆମେରିକାର ଜଣାଶୁଣା ରିହାବ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଏବେ ସେ ଫୁସ୍‌ଫୁସ୍‌ କର୍କଟରେ ପୀଡ଼ିତ ଥିବା ଜଣାପଡ଼ିଛି।

ଦିବଂଗତ ଅଭିନେତା ଋଷି କପୁରଙ୍କ ପୁଅ ରଣବୀର କପୁର ଅନ୍ୟତମ ଆଗଧାଡ଼ିର ଅଭିନେତା। ସେ ସ୍କୁଲ ସମୟରୁ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ। ଏହାପରେ ନିଶା ସେବନ ତାଙ୍କ ଅଭ୍ୟାସରେ ପରିଗଣିତ ହୋଇଥିଲା। ଏବେ ସେ ଡ୍ରଗ୍ସ ସେବନ କରୁନାହାନ୍ତି। ହେଲେ ଲଗାତାର ସିଗାରେଟ୍‌ ଟାଣୁଥିବା କୁହାଯାଉଛି।

ନିଶା କବଳରେ ଫସିଥିବା ଆଉ ଜଣେ ଅଭିନେତା ହେଲେ ଫର୍‌ଦିନ ଖାନ୍‌। ସେ ଡ୍ରଗ୍ସ ସେବନ କରୁଥିଲେ। ୨୦୦୧ ମେ ୫ରେ କୋକେନ ସହ ଧରାପଡ଼ିବାରୁ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ୫ ଦିନ ଜେଲରେ ବିତାଇଥିଲେ ସେ। ପରେ ସେ ଜାମିନରେ ଆସିଥିଲେ। ଏହାପରେ ସେ ରିହାବ୍‌ ସେଣ୍ଟରକୁ ଯାଇ ନିଶା ଛାଡ଼ିବାକୁ ଚେଷ୍ଟା କରିଥିଲେ।

ପ୍ରତିକ ବବ୍ବର ପାଞ୍ଚ ବର୍ଷ ଧରି ଡ୍ରଗ୍ସ ନେଇଥିଲେ। ଏବେ ସେ ଏହାକୁ ଛାଡ଼ି ସାରିଛନ୍ତି। ଅଭିନେତା ବିଜୟ ରାଜ ଡ୍ରଗ୍ସ ସହ ଧରାପଡ଼ି ଗିରଫ ହୋଇଛନ୍ତି। ୨୦୦୫ରେ ଦୁବାଇ ପୋଲିସ ତାଙ୍କୁ ଗିରଫ କରିଥିଲା।

୯୦ ଦଶକର ଲୋକପ୍ରିୟ ମଡେଲ ଗୀତାଞ୍ଜଳି ନାଗପାଲ ଡ୍ରଗ୍ସ ନେଉଥିଲେ। ଏଥିପାଇଁ ସେ ନିଜେ ଅନ୍ୟଘରେ ଚାକରାଣୀ ଭଳି କାମ କରିବାକୁ ମଧ୍ୟ ପଛାଇନାହାନ୍ତି। ପରେ ପରିସ୍ଥିତି ଏଭଳି ହୋଇଥିଲା ଯେ ନିଜର ଶେଷ ସମୟରେ ସେ ଦିଲ୍ଲୀର ବିଭିନ୍ନ ରାସ୍ତାରେ ଭିକ ମାଗୁଥିବା ଦେଖାଯାଇଥିଲା।

ସେହିଭଳି ଲୋକପ୍ରିୟ ର଼୍ୟାପର ହନି ସିଂ ଡ୍ରଗ୍ସ କବଳରେ ଫସିଥିଲେ। ଫଳରେ ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇଥିଲା। ଏକ ବର୍ଷ ଧରି ରିହାବ ସେଣ୍ଟରରେ ରହିବା ପରେ ସେ ଏବେ ନିଜ ପୂର୍ବାବସ୍ଥାକୁ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଫେୟାର ପାଇଁ ଚର୍ଚ୍ଚିତ ସୁଶାନ୍ତ

ବଲିଉଡ୍‌ର ଭର୍ସାଟାଇଲ ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାରେ ସ୍ତବ୍ଧ ହୋଇଯାଇଛି ସିନେ ଜଗତ। ‘କଠିନ ସମୟରେ ଆତ୍ମହତ୍ୟା ବିକଳ୍ପ ନୁହେଁ, ବରଂ ନିଷ୍ଠା...

ଦିନେ ଚୁମ୍ବନ ଦେଇ ଚର୍ଚ୍ଚାରେ ଥିଲେ, ଆଜି ମିକାଙ୍କ ପାଦ ଛୁଇଁଲେ ଡ୍ରାମା କୁଇନ୍‌

ବଲିଉଡର ପ୍ରସିଦ୍ଧ ଗାୟକ ମିକା ସିଂ ତାଙ୍କ ଗୀତ ଅପେକ୍ଷା ମନ୍ତବ୍ୟ ପାଇଁ ଅଧିକ ଚର୍ଚ୍ଚାରେ ଥା’ନ୍ତି। ମିକା ଆଜି ଜଣେ ବଲିଉଡର ଜଣେ ସଫଳ...

ହାତରେ ହାତ ଛନ୍ଦି ବୁଲୁଛନ୍ତି ହ୍ରିତିକ୍‌-ସବା

ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ପ୍ରେମରେ ପଡିଛନ୍ତି। ସେ ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କ ଡେଟ୍‌ କରୁଛନ୍ତି। ଉଭୟ ପ୍ରାୟତଃ ପାର୍ଟିରେ ଏକାଠି...

ଆସିବ ମାଇକେଲ୍‌ ଜ୍ୟାକ୍‌ସନଙ୍କ ବାୟୋପିକ୍‌

ନୂଆଦିଲ୍ଲୀ: ଦିବଂଗତ ଆମେରିକୀୟ ପପ୍‌ ସିଙ୍ଗର ଭାବେ ମାଇକେଲ୍‌ ଜ୍ୟାକ୍‌ସନ ବେଶ୍‌ ଖ୍ୟାତି ଅର୍ଜନ କରିଛନ୍ତି। ତେବେ ତାଙ୍କ ଜୀବନୀକୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ...

କଲାମଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ଆଜିକାଲି ବଲିଉଡ୍‌ରେ ଚାଲିଛି ବାୟୋପିକର ଟ୍ରେଣ୍ଡ। ଦର୍ଶକଙ୍କୁ ଅନ୍ୟ ଫିଲ୍ମ ଅପେକ୍ଷା ବାୟୋପିକ ବେଶୀ ଭଲ ଲାଗୁଛି ଓ ଏହା ବକ୍ସ ଅଫିସରେ ଭଲ ଆୟ...

୪୬ ବର୍ଷରେ ଯମଜ ସନ୍ତାନର ଜନନୀ ହେଲେ ଡିମ୍ପଲ ଗର୍ଲ

ବମ୍ବେ: ୪୬ ବର୍ଷରେ ମା’ ହୋଇଛନ୍ତି ବଲିଉଡର ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟା। ତାଙ୍କର ଯମଜ ସନ୍ତାନ ହୋଇଛି। ଏହି ଖୁସି ଖବରକୁ ପ୍ରିତି ସୋସିଆଲ...

ବଲିଉଡର ପ୍ରସିଦ୍ଧ ଗାୟକଙ୍କ ମୃତ୍ୟୁ ପରେ ସ୍ତ୍ରୀ ଆଣିଲେ ଏମିତି ଅଭିଯୋଗ

ବଲିଉଡର ପ୍ରସିଦ୍ଧ ଗାୟକ ୱାଜିଦ ଖାନଙ୍କ ସ୍ତ୍ରୀ କମଲରୁଖ ଶାଶୁଘର ଲୋକଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ୱାଜିଦଙ୍କ ମୃତ୍ୟୁ ପରେ ଶାଶୁଘର ଲୋକେ ତାଙ୍କୁ...

ଭିକି-କ୍ୟାଟ୍ରିନାଙ୍କ ପ୍ରେମ ସମ୍ପର୍କକୁ ସତ ବୋଲି କହିଲେ ଏହି ଅଭିନେତା

ମୁମ୍ବାଇ: ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ପ୍ରେମସମ୍ପର୍କକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ହେଉଛି। ତେବେ ଉଭୟ ଏହି ସମ୍ପର୍କ ବିଷୟରେ ଏପର୍ଯ୍ୟନ୍ତ ବିଧିବଦ୍ଧ...

Advertisement
Archives

Model This Week