ବ୍ୟବସାୟୀଙ୍କଠାରୁ ୩.୭ ଲକ୍ଷ ଲୁଟ ପଛରେ ଗାଡ଼ି ଡ୍ରାଇଭର

ଗଞ୍ଜାମ,୧୩।୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କଠାରୁ ହୋଇଥିବା ଲକ୍ଷାଧିକ ଟଙ୍କା ଲୁଟ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି । ବ୍ୟବସାୟୀଙ୍କ ପିକ୍‌ଅପ୍‌ ଭ୍ୟାନ ଗାଡ଼ି ଡ୍ରାଇଭର ଏହି ଲୁଟ୍‌ ମାମଲାର ମାଷ୍ଟର ମାଇଣ୍ଡ ବୋଲି ରମ୍ଭା ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଆଡିସନାଲ ଏସ୍‌ପି ଠାକୁର ପ୍ରସାଦ ପାତ୍ର ଏହି ସୂଚନା ଦେଇଛନ୍ତି।

ଗାଡ଼ି ଡ୍ରାଇଭର ଦୁର୍ବୃତ୍ତମାନଙ୍କ ସହ ମିଶି ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ କରି ୩ ଲକ୍ଷ ୭୦ ହଜାର ଟଙ୍କା ଲୁଟି ନେଇଥିଲେ। ଅନ୍ୟପକ୍ଷେ ଗାଡି ଡ୍ରାଇଭର ଦୁର୍ବୃତ୍ତଙ୍କୁ ଧରିବାକୁ ଅଭିନୟ କରିଥିବା ବେଳେ ତାଙ୍କ ସହ ୫୦ ହଜାର ଟଙ୍କା ଡିଲ୍‌ ହୋଇଥିବା ପୋଲିସ ଜାଣିବାକୁ ପାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ଜିଲା କୃଷ୍ଣ ପ୍ରସାଦଗଡ଼ ଥାନା ଅଧୀନ ତିତିପି ଗ୍ରାମର ଗୌତମ ଜେନା, ଦୀନବନ୍ଧୁ ପଲେଇ, ଦେଉଳପଡ଼ା ଗ୍ରାମର ଗାଡି ଡ୍ରାଇଭର ମାନସ ପାହାନ। ପୋଲିସ ତାଙ୍କଠାରୁ ଲୁଟ ହୋଇଥିବା ଟଙ୍କା ଓ ମାରଣାସ୍ତ୍ର ଜବତ କରିଛି।

ସୂଚନାଯାଗ୍ୟ, ରବୀନ୍ଦ୍ର ସାହୁ ଗତ ୧୦ ତାରିଖରେ ପିକ୍‌ଅପ୍‌ରେ ଲକ୍ଷାଧିକ ଟଙ୍କା ଧରି ଡ୍ରାଇଭରଙ୍କ ସହ ବ୍ରହ୍ମପୁର ଯାଉଥିଲେ। ଯୋଜନା ମୁତାବକ ପ୍ରୟାଗୀ ଓ ଅରୁଣପୁର ରାସ୍ତାର ସାହେବ କେନାଲ ଶଙ୍ଖ ନିକଟରେ ଏକ ବାଇକ୍‌ରେ ୨ଜଣ ଯୁବକ ଆସି ଗାଡିକୁ ଅଟକାଇଥିଲେ। ପରେ ରବୀନ୍ଦ୍ରଙ୍କୁ ଆକ୍ରମଣ କରି ଟଙ୍କା ବ୍ୟାଗ୍‌ ଛଡାଇ ଫେରାର ହୋଇଯାଇଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୫୬୩/୨୧) ରୁଜୁ କରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ି ହୋଇ ବାପାପୁଅ ଗୁରୁତର

ଧାମନଗର, ୧୯।୧୦(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ କଟସାହି ପଞ୍ଚାୟତର ଶ୍ୟାମଚାନ୍ଦ ପାଟଣା ଗ୍ରାମରେ ଶନିବାର ଅଗ୍ନିକାଣ୍ଡ ଘଟି ବାପପୁଅ ଗୁରୁତର ହୋଇଛନ୍ତି। ସେମାନେ ହେଲେ...

୧୪ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨ା୧୧(ବ୍ୟୁରୋ): ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୂନ ସହନଶୀତଳା ଆଭିମୁଖ୍ୟ ପୋଷଣ କରି ଆସିଛନ୍ତି। ତଦନୁଯାୟୀ ମଙ୍ଗଳବାର ରାଜ୍ୟ ସରକାର...

ପରିବହନକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌, ଥାନାରେ ଏତଲା

ଯୋଡ଼,୨୮।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡାଠାରେ ଲୁହାପଥର ପିଲେଟ ପରିବହନକୁ କେନ୍ଦ୍ର କରି ମାରପିଟ୍‌ ହୋଇଛି। ଏ ନେଇ ଥାନାରେ ଏତଲା ହୋଇଥିବା...

୨୦ ଫୁଟ ତଳକୁ ଖସିଲା ପାର୍ଶଲ ବୋଝେଇ କଣ୍ଟେନର, ୨ ଗୁରୁତର

କେନ୍ଦୁଝର,୨୮ା୫(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜୁଡିଆ ଘାଟିରେ ଏକ କଣ୍ଟେନର ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିବାରୁ ୨ ଜଣ ଗୁରୁତର ହୋଇଛନ୍ତି। ଟ୍ରାନ୍ସ...

ଆଜିଠୁ ବିଧାନସଭା ସମ୍ମୁଖରେ ସତ୍ୟାଗ୍ରହ କରିବ ଭାଜପା

ଭୁବନେଶ୍ବର,୧୮ା୧୧(ବ୍ୟୁରୋ): ମୁଣ୍ଡ ଉପରେ ପଦ୍ମପୁର ଉପନିର୍ବାଚନ। ଏହି ନିର୍ବାଚନମଣ୍ଡଳୀରେ ଚାଷୀଙ୍କ ସଂଖ୍ୟା ଅଧିକ ଥିବାବେଳେ ଭୋଟିଂରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ ବୋଲି କୁହାଯାଉଛି। ତେଣୁ...

ଝରିଗାଁ-ଡାବୁଗାଁ ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ

ଝରିଗାଁ ୧୯।୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ଝରିଗାଁ-ଡାବୁଗାଁ ରାସ୍ତାରେ ଏକାଧିକ ଗଛ ଭାଙ୍ଗି ରାସ୍ତାରେ ପଡ଼ିଛି। ଫଳରେ ଯାତାୟାତରେ...

ଶବରପଡା ଗାଁକୁ ନାହିଁ ସବୁଦିନିଆ ରାସ୍ତା: ଜମି ହିଡ ପାଲଟିଛି ରାସ୍ତା

କୋକସରା, ୫।୧୨ (ଡି.ଏନ.ଏ)- କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡକାଠେଙ୍ଗା ପଞ୍ଚାୟତର ଶବରପଡାର ଗାଁକୁ ସବୁ ଦିନିଆ ଭଲ ରାସ୍ତା ନ ଥିବାବେଳେ ଯାତାୟତ ପାଇ...

ବୀମା ସହାୟତା ଆଶାରେ ଜମି ଜାଲିଆତି

ବରଗଡ଼ ଅଫିସ୍‌,୨୭।୮: ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଅନିୟମିତତା ଯୋଗୁ ଏହା ବାଟବଣା ହୋଇ ପଡ଼ିଛି। ଅନେକ ସ୍ଥଳେ ବୀମା କମ୍ପାନୀ ବିଭିନ୍ନ ଆଳରେ ଚାଷୀଙ୍କୁ ବୀମା...

Advertisement
Archives

Model This Week