କାନ୍ଦିଲେ ଉର୍ବଶୀ

ମୁମ୍ବାଇ: ମିସ୍ ୟୁନିଭର୍ସ ୨୦୨୧ର ମୁକୁଟ ଭାରତର ହରନାଜ ସଂନ୍ଧୁଙ୍କ ନାଁରେ ହୋଇ ସାରିଛି । ହରନାଜ ଚଣ୍ଡିଗଡ଼ ବାସିନ୍ଦା ହୋଇଥିବା ବେଳେ ଏଥର ପୂରା ଦେଶର ନାଁ ରଖିଛନ୍ତି । ପାଖାପାଖି ୨୧ ବର୍ଷ ପରେ ଭାରତ ମିସ୍ ୟୁନିଭର୍ସ ତାଜ ନିଜ ନାଁରେ କରି ନେଇଛି । ଏହା ପୂର୍ବରୁ ୨୦୦୦ରେ ଲାରା ଦତ୍ତ ମିସ୍ ୟୁନିଭର୍ସ ଟାଇଟଲ ଜିତି ଇତିହାସ ରଚିଥିଲେ । ଚଳିତ ବର୍ଷର ମିସ୍ ୟୁନିଭର୍ସ କଣ୍ଟେଷ୍ଟ ଇସାଏଲରେ ଅନୁଷ୍ଠିତ ହୋଇଥିବା ବେଳେ ବଲିଉଡ୍ ନାୟିକା ଉର୍ବଶୀ ରୌତେଲା ଏହାକୁ ଜଜ୍ କରିଥିଲେ । ଯେତେବେଳେ ହରନାଜ ମିସ୍ ୟୁନିଭର୍ସ ହୋଇଗଲେ ସେତେବେଳେ ଉର୍ବଶୀ ଇମୋଶନାଲ ହୋଇଯାଇଥିଲେ । ଏତିକି ବେଳେ ତାଙ୍କ ଆଖିରେ ଆନନ୍ଦର ଅଶ୍ରୁ ଆସିଯାଇଥିଲା ।
ଯେତେବେଳେ ଷ୍ଟେଜ ଉପରେ ମିସ୍ ୟୁସିଭର୍ସ ହରନାଜ ସଂନ୍ଧୁଙ୍କ ନାଁ ଘୋଷଣା କରାଯାଇଥିଲା ସେତେବେଳେ ସେ ସେହିଠାରେ କାନ୍ଦି ପକାଇଥିଲେ । ଆଉ ତାଙ୍କୁ ଦେଖି ଉର୍ବଶୀଙ୍କ ଆଖିରୁ ବି ଲୁହ ଝରିପଡିଥିଲା । ନିକଟରେ ଉର୍ବଶୀ ରୌତେଲା ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି । ଏଥିରେ ଦେଖିବାକୁ ମିଳିଛି ହରନାଜଙ୍କ ନାମ ଘୋଷଣା ହେବା ପରେ ପରେ ସେ ଜୋରରେ କାନ୍ଦୁଛନ୍ତି । ଏହାସହ ଉର୍ବଶୀଙ୍କ ଆଖିରେ ବି ଲୁହ ଆସିଯାଇଥିଲା । ସେ ନିଜକୁ ସମ୍ଭାଳି ପାରି ନ ଥିଲେ । ତଥାପି ନିଜକୁ ସମ୍ଭାଳି ଠିଆ ହୋଇ ହରନାଜଙ୍କ ପାଇଁ ଖୁବ୍ କ୍ଲାପିଙ୍ଗ କରିଥିଲେ । ଏହାସହ ଆଉ ଏକ ଭିଡିଓରେ ଉର୍ବଶୀ ଜାତୀୟ ପତାକା ଧରିଥିବା ବେଳେ ହରନାଜ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧି ଠିଆ ହୋଇଥିବା ଦେଖାଯାଇଛି । ଆଉ ଏଥିରେ ହରନାଜ କହୁଛନ୍ତି ମୋତେ ବିଶ୍ୱାସ ହେଉନି ଯେ ମୁଁ ଆପଣଙ୍କ ସହ ଠିଆ ହୋଇଛି । ସୂଚନାଯୋଗ୍ୟ, ୨୦୧୫ରେ ଉର୍ବଶୀ ମିସ୍ ୟୁନିଭର୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ଏହାପରେ ସେ ବଲିଉଡରେ ପାଦ ରଖିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?