ଘାରିଲା ରାତାରାତି ବଡ଼ଲୋକ ହେବାର ସ୍ବପ୍ନ : ବନ୍ଧାହେଲେ ୪ ଜଣ

ଭଞ୍ଜନଗର,୨୩।୫(ବାବୁଲା ପ୍ରଧାନ): ଗୋଟିଏ ପଟେ ବେକାରି ସମସ୍ୟା ବଢୁଛି। ଅନ୍ୟ ପଟେ ଅପରାଧ ମଧ୍ୟ ବଢୁଛି। ଏହିଭଳି ପରିସ୍ଥିତିରେ କିଛି ଲୋକ ବେନିୟମ ଭାବେ କମ ପରିଶ୍ରମ କରି ରାତାରାତି ବଡ଼ଲୋକ ହେବାର ସ୍ବପ୍ନ ଦେଖୁଛନ୍ତି, ପରେ ତାଙ୍କୁ ଅଧିକ ଲାଭ ଲୋଭ ଘାରୁଛି। ଏହିଭଳି ବେନିୟମ କାର୍ଯ୍ୟ ମଧ୍ୟରେ ଚୋରା ଗଞ୍ଜେଇ, ମଦ କାରବାର, ଖଣି ଖାଦାନ ଲୁଟିବା ଅନ୍ୟତମ। ଭଞ୍ଜନଗର ଅଞ୍ଚଳରେ ଲଘୁ ଖଣିଜ ଦ୍ରବ୍ୟ, ମଦ, ଗଞ୍ଜେଇ ଚୋରା କାରବାର ବଢ଼ୁଛି। ରାଜସ୍ବ, ପୋଲିସ ଏବଂ ଅବକାରୀ ବିଭାଗ ବିଭିନ୍ନ ସମୟରେ ଅଭିଯୁକ୍ତମାନଙ୍କୁ ଗିରଫ କରୁଛି। ତଥାପି ଏହିଭଳି ବେନିୟମ ଚୋରା କାରବାର ଥମିବାକୁ ନାହିଁ।

ଶୁକ୍ରବାର ମଧ୍ୟାହ୍ନରେ ଭଞ୍ଜନଗର ଥାନା ଏସ୍‌ଆଇ ଲକ୍ଷ୍ମୀଧର ମହାନ୍ତି ଏବଂ ଷ୍ଟାଫ ଭଞ୍ଜନଗର ଦୁର୍ଗାପ୍ରସାଦ ଜାତୀୟ ରାଜପଥରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ନିଧିଆପଲ୍ଲୀ ବସ ଷ୍ଟପ୍‌ ଠାରେ ଦୁଇଟି ବ୍ୟାଗ ସନ୍ଦେହ ଜନକ ଅବସ୍ଥାରେ ଥିବା ବେଳେ ସେଠାରେ ୩ ଜଣ ଠିଆ ହୋଇଥିଲେ । ପୋଲିସ ଦେଖି ପ୍ରଥମେ ଗଞ୍ଜେଇକୁ ଜବତ କରିଥିଲା। ପରେ ତଦନ୍ତ କରି ପୋଲିସ ଜଣେ ବସ ହେଲପର ସମେତ ପଶ୍ଚିମବଙ୍ଗର ଆଉ ୩ ଜଣକୁ ଗିରଫ କରିଥିଲା। ସେମାନେ ହେଲେ ପଶ୍ଚିମବଙ୍ଗର ରାଜୁ ଶଙ୍କର, ଉତ୍ତମ କୁମାର ସିଂ, ସମୀର କୁମାର ଦୁବେ ଓ ହେଲପର ଜଗନ୍ନାଥପ୍ରସାଦ ଅଞ୍ଚଳର ଧର୍ମେନ୍ଦ୍ର ପଟ୍ଟନାୟକ । ଗିରଫ ଅଭିଯୁକ୍ତ ମାନଙ୍କୁ ଶୁକ୍ରବାର ସାରେ କୋର୍ଟଚାଲାଣ କରାଯାଇଛି। ମାଜିଷ୍ଟ୍ରେଟ ଦାୟିତ୍ୱରେ ଭଞ୍ଜନଗର ତହସିଲଦାର ଅବିନାଶ ମହାର ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ, ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୬।୧୦: IPL ୨୦୨୭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ପରିବର୍ତ୍ତନ ହୋଇଛି । ପୂର୍ବତନ ଭାରତୀୟ କ୍ରିକେଟର୍ ତଥା ପୂର୍ବତନ BCCI ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଦିଲ୍ଲୀ…

ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ: ଏହି ୩ ରାଶି ହେବେ ମାଲାମାଲ, ଖୋଲିବ ସଫଳତାର ଦ୍ୱାର

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହଙ୍କ ରାଶି ପରିବର୍ତ୍ତନ ନୁହେଁ, ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ଗୁରୁତ୍ୱ ଦିଆଯାଏ। ବିଶେଷକରି ରାହୁ ଓ କେତୁ ଭଳି ଛାୟାଗ୍ରହଙ୍କ ଚଳନ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?