ଡ୍ରାଗନର ଷଡ଼ଯନ୍ତ୍ର, ସାଟେଲାଇଟ୍‌ କଲା ପର୍ଦ୍ଦାଫାଶ୍‌…

ବେଜିଂ,୨୭।୭: ପୂର୍ବ ଲଦାଖରେ ଥିବା ଭାରତୀୟ ସୀମା ନିକଟରେ କ୍ଷେପଣାସ୍ତ୍ର ଏବଂ ଘାତକ ଅସ୍ତ୍ର ମୁତୟନ କରି ଉତ୍ତେଜନା ସୃଷ୍ଟି କରୁଥିବା ଚାଇନାର ଏକ ନୂଆ ଷଡ଼ଯନ୍ତ୍ରର ଏବେ ପର୍ଦ୍ଦାଫାଶ୍‌ ହୋଇଛି। ସାଟେଲାଇଟ୍‌ରୁ ମିଳି ଥିବା ଚିତ୍ରରୁ ଡ୍ରାଗନର ଚାଲାକି ଧରାପଡ଼ିଛି। ଚାଇନା ପୈଙ୍ଗାଙ୍ଗ ହ୍ରଦ ନିକଟରେ ନିଜର ସୈନ୍ୟବାହିନୀକୁ ଏବେ ବି ରଖିଛି। ପ୍ରାୟ ୬ ମାସ ପୂର୍ବେ ପୈଙ୍ଗାଙ୍ଗ ହ୍ରଦ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିବା ଏବଂ ପାଟ୍ରୋଲିଂ ନ କରିବାକୁ ଭାରତ ଏବଂ ଚାଇନା ମଧ୍ୟରେ ସହମତି ପ୍ରକାଶ ପାଇଥିଲା। ଏହା ପରେ ଚାଇନା ପୈଙ୍ଗାଙ୍ଗ ହ୍ରଦର ଫିଙ୍ଗର ୪ରୁ ନିଜର ସୈନ୍ୟବାହିନୀକୁ ସ୍ଥାନାନ୍ତର କରି ଏବେ ସେମାନଙ୍କୁ ଫିଙ୍ଗର ୮ ପଛରେ ରଖିଛି। ବିବାଦୀୟ ସ୍ଥାନ ନିକଟରେ ଚାଇନା ସୈନ୍ୟ ମୁତୟନ ଥିବା ସାଟେଲାଇଟ୍‌ରୁ ମିଳି ଥିବା ଚିତ୍ରରୁ ଜଣାପଡ଼ିଛି। ଗୁପ୍ତଚର ସୂତ୍ରରୁ ପ୍ରକାଶ ଯେ, ପୈଙ୍ଗାଙ୍ଗ ହ୍ରଦ ନିକଟରେ ଚାଇନା ସୈନ୍ୟମାନେ ବଙ୍କର, ଇନ୍ଧନ ଟ୍ୟାଙ୍କ, ଶିବିର ଲାଗି ଉପଯୋଗୀ ର୍ନିମାଣ କରିଛନ୍ତିି। ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ରିପୋର୍ଟ ଅନୁଯାୟୀ, ଗଲୱାନ ହିଂସା ସମୟରେ ନିୟୋଜିତ ଥିବା ସୈନ୍ୟଙ୍କ ସଂଖ୍ୟା ତୁଳନାରେ ଏବେ ଫିଙ୍ଗର ୮ ପଛରେ ଅଧିକ ୧୫ ହଜାର ସୈନ୍ୟ ମୁତୟନ ଅଛନ୍ତି।
ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ଉଭୟ ଭାରତ ଏବଂ ଚାଇନା ସୀମାରେ କେତେକ ଭିତ୍ତିଭୂମି ବିକାଶ କରିଛନ୍ତି। ଶୀତଦିନରେ ସୈନ୍ୟମାନଙ୍କ ରହିବା ପାଇଁ ଇନସୁଲେଟେଡ କ୍ୟାବିନ ଏବଂ ତମ୍ବୁ ଆଦି ନିର୍ମାଣ ହୋଇଛି। ଦୁଇ ଦେଶ ପକ୍ଷରୁ ଅଧିକାଂଶ ସାମରିକ ନିର୍ମାଣ ପୂର୍ବ ଲଦାଖରେ କରାଯାଇଛି। ଫଳରେ ଏବେ ମଧ୍ୟ ଗୋଗ୍ରା-ହଟ୍ସପ୍ରିଙ୍ଗ, ଡେପସାଙ୍ଗ ଏବଂ ଡୋକଲାମରେ ଉଭୟ ପକ୍ଷ ମୁହାଁମୁହିଁ ହୋଇ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁସେନା ବିମାନ ବି-୫୨ ଦୁର୍ଘଟଣାଗ୍ରସ୍ତ, ୮ ସେନା କର୍ମଚାରୀ ମୃତ

ଓ୍ବାଶିଂଟନ,୧୬।୬: ଆମେରିକାର କାଲିଫର୍ନିଆରେ ଏକ ବଡ଼ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଆମେରିକୀୟ ବାୟୁସେନା B-52 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବିମାନରେ ରହିଥିବା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ପଡ଼ିଆ ମଝିରେ ମହାଭାରତ! ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମୁହାଁମୁହିଁ ହେଲେ ଶ୍ରୀଲଙ୍କା ଟିମ୍, ଭୟଙ୍କର ଧସ୍ତାଧସ୍ତିର ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୫।୬: ଜୁନ୍ ୧୫ ତାରିଖ ତ୍ରି-ସିରିଜର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କା ଟିମ୍ ସୁପର ଓଭରରେ ଭାରତ ଏ ଦଳକୁ ପରାସ୍ତ କରିଥିଲା। ମ୍ୟାଚ୍ ଟାଇ ହେବା ପରେ ବିଜେତା…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

ବିସ୍କୁଟ ଲୋଭ ଦେଖାଇ ଯୌନ ନିର୍ଯାତନା, ଚାଲିଗଲା ୩ବର୍ଷ ଶିଶୁର ଜୀବନ

ଚେନ୍ନାଇ,୧୫।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାର ଗୁମ୍ମିଡିପୁଣ୍ଡିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛ । ଯୌନ ନିର୍ଯାତନା ପରେ ତିନି ବର୍ଷର ଛୁଆର ମୃତ୍ୟୁ ହୋଇଛି । ବିହାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri