Posted inଖେଳ

ପଡିଆରେ ବାନ୍ତି କଲେ, ହ୍ବିଲ୍‌ଚେୟାର୍‌ ମଗାଇଲେ ଏହି ଖେଳାଳି; ତଥାପି ଜିତିଲେ ସ୍ବର୍ଣ୍ଣ

ଟୋକିଓ,୨୭।୭: ଅଲିମ୍ପିକ ଗେମ୍ସରେ ପ୍ରତ୍ୟେକ ଆଥଲେଟ ନିଜର ଶତପ୍ରତିଶତ ଦେବାକୁ ଚାହଁାନ୍ତି। ନିଜ ଦେଶ ପାଇଁ ସ୍ବର୍ଣ୍ଣ ଜିତିବାକୁ ପ୍ରତ୍ୟେକ ଖେଳାଳି ସ୍ବପ୍ନ ଦେଖନ୍ତି। କିନ୍ତୁ ଏହି ପ୍ରତ୍ୟେକ ଖେଳରେ ଖେଳାଳିଙ୍କୁ କେବଳ ନିଜ ଖେଳକୁ ଶକ୍ତିଶାଳୀ କରିବାକୁ ପଡିବ ନାହିଁ, ତାଙ୍କୁ ମାନସିକ ଏବଂ ଶାରୀରିକ ଭାବେ ମଧ୍ୟ ଶକ୍ତିଶାଳୀ ରହିବାକୁ ପଡିବ। ଟୋକିଓ ଅଲିମ୍ପିକ୍ସର ଟ୍ରାଇଥଲନ ଗେମ୍ସରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ନରୱେର ୨୭ ବର୍ଷିୟ କ୍ରିଷ୍ଟିଆନ ବ୍ଲୁମେନଫେଲ୍ଟ ତାଙ୍କ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତି ନିଜର ନିଷ୍ଠାର ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅଲିମ୍ପିକ୍ପ ଆରମ୍ଭରୁ ସେ ସ୍ବର୍ଣ୍ଣ ଜିତିବେ ବୋଲି କେହି ଭାବି ନ ଥିଲେ। କିନ୍ତୁ ସେ ତାହା କରି ଦେଖାଇଛନ୍ତି। ପ୍ରତିଯୋଗୀ ଭାବରେ ବିବେଚିତ ହୋଇନଥିବା ବେଳେ ତାଙ୍କୁ ଭୁଲ ପ୍ରମାଣିତ କରାଯାଇଥିଲା।
ଟ୍ରାଇଥଲନରେ ୦.୯୩ ମାଇଲ ସନ୍ତରଣ, ୨୪.୮ ମାଇଲ ସାଇକେଲ ଚଲାଇବା ଏବଂ ୬.୨ ମାଇଲ ଦୌଡିବା ଥାଏ। ଏଥିରେ କ୍ରୀଷ୍ଟିଆନ ୧୦ କିଲୋମିଟର ଦୌଡ଼ରେ ଗ୍ରେଟ ବ୍ରିଟେନର ଆଲେକ୍ସ ୟେଙ୍କୁ ପରାସ୍ତ କରି ସଫଳତା ହାସଲ କରିଥିଲେ। ଏଥିସହିତ ପ୍ରବଳ ଉତ୍ତାପ ହେତୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, ତାଙ୍କ ଅବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ତାଙ୍କୁ ନେବା ପାଇଁ ହ୍ବିଲ ଚେୟାର ଆଣିବାକୁ ପଡିଥିଲା। ଏହା ସତ୍ତ୍ୱେ ସେ ହାର ମାନି ନ ଥିଲେ। ଯଦିଓ ଖ୍ରୀଷ୍ଟିଆନ ନିଶ୍ଚିତ ଥିଲେ ଯେ ତାଙ୍କୁ କେହି ହରାଇବେ ନାହିଁ, ସେ ଫାଇନ ଲାଇନ ପୂର୍ବରୁ ଖୁସିରେ ନାଚିଲେ, କିନ୍ତୁ ସେ ଫାଇନ ଲାଇନ ଅତିକ୍ରମ କଲାବେଳେ ସେ ତଳେ ପଡ଼ି ବାନ୍ତି କରିବା ଆରମ୍ଭ କଲେ। ମୁଁ ଅନେକ ବର୍ଷ ଧରି ଏହି ମୁହୂର୍ତ୍ତକୁ ଅପେକ୍ଷା କରିଥିଲି, ସ୍ବପ୍ନ ପୂରଣ କରିଥିବାରୁ ଗର୍ବିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ଜନ୍ମାଷ୍ଟମୀରେ ଦୁର୍ଲଭ ଗ୍ରହ ସଂଯୋଗ: ୪ଟି ରାଶିର ଚମକିବ ଭାଗ୍ୟ, କ୍ୟାରିୟରରେ ଗ୍ରୋଥ୍‌ ସାଙ୍ଗକୁ ଅଚାନକ ଧନଲାଭ

ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଏଥର ଜନ୍ମାଷ୍ଟମୀ ପର୍ୱ ଅତ୍ୟନ୍ତ ଖାସ ବୋଲି ମାନାଯାଉଛି। ୪ ସେପ୍ଟେମ୍ୱର ୨୦୨୬ ଜନ୍ମାଷ୍ଟମୀ ଦିନ ଅନେକ ପ୍ରମୁଖ ଗ୍ରହ ଶୁଭ ସ୍ଥିତିରେ…

ଭଲିବଲ୍‌ରେ ଡିଏଭି ଚାମ୍ପିଅନ୍‌

ଭଞ୍ଜନଗର, ୩୦।୮ (ବାବୁଲା ପ୍ରଧାନ): ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିସହ କିଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri