ଆର୍‌ବିଆଇ ନୋଟ ପ୍ରିଣ୍ଟ ନ କରୁ

ମୁମ୍ବାଇ: ସରକାରଙ୍କ ବିତ୍ତୀୟ ନିୟଣ୍ଟ (ସରକାରଙ୍କ ଆୟ-ବ୍ୟୟ ମଧ୍ୟରେ ପାର୍ଥକ୍ୟ)କୁ କମ୍‌ କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ନୋଟ୍‌ ପ୍ରିଣ୍ଟ ନ କରୁ। ଏହା ବିତ୍ତୀୟ ଅପବ୍ୟୟ ହେବ ବୋଲି ବିଶିଷ୍ଟ ଅର୍ଥନୀତିଜ୍ଞ ପିନାକୀ ଚକ୍ରବର୍ତ୍ତୀ ରବିବାର ମତପ୍ରକାଶ କରିଛନ୍ତି। ପିଟିଆଇକୁ ସାକ୍ଷାତ୍‌କାରରେ ସେ କହିଛନ୍ତି, ଭାରତୀୟ ଅର୍ଥ ବ୍ୟବସ୍ଥା ଯଦି ତୃତୀୟ ଲହରର ସାମ୍ନା ନ କରେ ତେବେ ଜିଡିପି ଅଭିବୃଦ୍ଧି ଉନ୍ନତ ହେବ। ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ପବ୍ଲିକ ଫାଇନାନ୍ସ ଆଣ୍ଡ ପଲିସି(ଏନ୍‌ଆଇପିଏଫ୍‌ପି)ର ନିର୍ଦ୍ଦେଶକ ଭାବେ ଚକ୍ରବର୍ତ୍ତୀ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି, ଉଚ୍ଚ ମୁଦ୍ରାସ୍ଫୀତି ଚିନ୍ତାଜନକ। ଦରଦାମରେ ସ୍ଥିରତା ଆଣିବା ସହ ଏହାକୁ ଏକ ନିୟନ୍ତ୍ରଣ କରିବା ଭଳି ସ୍ଥିତିକୁ ଆଣିବା ଆବଶ୍ୟକ।
ମହାମାରୀ ଆସିବାରୁ କେନ୍ଦ୍ରୀୟ ବ୍ୟାଙ୍କ ନୋଟ ଛାପିବା ଆବଶ୍ୟକ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଆର୍‌ବିଆଇ ଏଭଳି କରି ନ ପାରେ ବୋଲି ସେ ମତ ଦେଇଛନ୍ତି। ରିଜର୍ଭ ବ୍ୟାଙ୍କ ଏବଂ ସରକାରଙ୍କ ମଧ୍ୟରେ ସହମତି ଭିତ୍ତିରେ ଏଭଳି ଧାରାକୁ ୧୯୯୬ରେ ବନ୍ଦ କରାଯାଇଛି। ଏଭଳି ବ୍ୟବସ୍ଥାକୁ ପୁଣି ଫେରାଇ ଆଣିବାର କୌଣସି ଆବଶ୍ୟକତା ନାହିଁ। କୋଭିଡ୍‌ ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହରରେ ବଜାର ବେଶି ପ୍ରଭାବିତ ହୋଇନାହିଁ। ନୂଆ କରି ଯଦି କୌଣସି ବଡ ଲହର ନ ଆସେ ତେବେ ଆର୍ଥତ୍କ ସୁଧାର ତ୍ୱରାନ୍ବିତ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି।
ମହାମାରୀରେ ଜିଡିପି ହ୍ରାସ ହୋଇଥିବାରୁ ଏହାଦ୍ୱାରା ନିଯୁକ୍ତି ପ୍ରଭାବିତ ହୋଇଛି। ରୋଜଗାର ବଢାଇବା ଲାଗି ଦୃଢ ଆର୍ଥତ୍କ ପୁନରୁଦ୍ଧାରର ଆବଶ୍ୟକତା ରହିଛି। ଆର୍ଥତ୍କ ପ୍ରୋତ୍ସାହନ ଦ୍ୱାରା ସରକାର ଅର୍ଥ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ପ୍ରୟାସ କରୁଥିବା ସେ କହିଛନ୍ତି। ସରକାର ବଜେଟରେ ଦେଇଥିବା ପ୍ରୋତ୍ସାହନ ଯୋଗୁ ବିତ୍ତୀୟ ନିୟଣ୍ଟ ଜିଡିପିର ୯.୫%କୁ ବଢିଛି। ସେହିଭଳି ରାଜ୍ୟଗୁଡିକର ବିତ୍ତୀୟ ନିୟଣ୍ଟ କଥା ବିଚାରକୁ ନେଲେ ଏହା ୪.୫% ରହିଛି। ମୋଟାମୋଟି ଭାବେ ବିତ୍ତୀୟ ନିଅଣ୍ଟ ଜିଡିପିର ୧୪ରୁ ୧୫% ରହିଛି। ଏଭଳି ସ୍ଥିତିରେ ଆହୁରି ଖର୍ଚ୍ଚ ବଢାଇବା ବେଳେ ଅନେକ କଥା ବିଚାରକୁ ନେବାକୁ ହେବ ବୋଲି ସେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

FASTag ନିୟମରେ ବଡ଼ ପରିବର୍ତ୍ତନ: ଆଜିଠାରୁ ଲାଗୁ ହେଲା ନୂଆ ବ୍ୟବସ୍ଥା, ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ, ୨।୧୦: ଦେଶରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ହାଇୱେ ଓ ଏକ୍ସପ୍ରେସେୱରେ ଯାତ୍ରା କରୁଛନ୍ତି। ଏଥିପାଇଁ ସେମାନଙ୍କୁ ଟୋଲ ଦେବାକୁ ପଡ଼ିଥାଏ। ଟୋଲ ବ୍ୟବସ୍ଥାକୁ ନେଇ…

ଟାଟା ଗ୍ରୁପ୍‌ର ବଜାର ପୁଞ୍ଜିରେ ୧୦% ହ୍ରାସ, ନିବେଶକଙ୍କୁ ପ୍ରଭାବିତ କରିଛି ବିବାଦ

ମୁମ୍ବାଇ,୨।୧୦: ଟାଟା ଟ୍ରଷ୍ଟ ଏବଂ ଟାଟା ସନ୍ସ ମଧ୍ୟରେ ଚାଲିଥିବା ବିବାଦ ଏବେ ନିବେଶକମାନଙ୍କୁ ପ୍ରଭାବିତ କରିଛି । ଏହି କାରଣରୁ ଟାଟା ଗ୍ରୁପ ଅନ୍ତର୍ଭୁକ୍ତ ଅନେକ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

୯୦ ବର୍ଷ ଧରି ଓଡ଼ିଶା ଜୁଏଲେରି ବଜାରରେ ‘ଟ୍ରେଣ୍ଡ ସେଟର’ ପାଲଟିଛି ଖିମ୍‌ଜୀ ଦୟାଭାଇ ଗ୍ରୁପ

ଭୁବନେଶ୍ୱର,୨।୧୦: ଆବହମାନ କାଳରୁ ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ୍‌ ଧାତୁ ନିର୍ମିତ ଗହଣା ଚାହିଦା ଭାରତୀୟ ପରମ୍ପରାର ଅଂଶ ହୋଇ ରହିଆସିଛି । କିନ୍ତୁ ସମୟାନୁସାରେ ଅଳଙ୍କାର…

ସେନ୍‌ସେକ୍ସ, ନିଫ୍ଟିରେ ୨୫ ବର୍ଷର ସବୁଠୁ ବଡ଼ ସାପ୍ତାହିକ ହ୍ରାସ

ମୁମ୍ବାଇ,୨।୧୦(ପି.ଟି./ରଏଟର୍ସ): ଗୁରୁବାର କାରବାର ଶେଷସୁଦ୍ଧା ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୩୧ ପଇସା ହ୍ରାସ ପାଇ ୯୬.୨୫ରେ ବନ୍ଦ ହୋଇଛି, ଯାହା ଗତ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?