Posted inଜାତୀୟ

ଇଭିଏମ ଉପରେ ନାହିଁ ବିଶ୍ୱାସ, ୨୦୦୩ରୁ ମୁଁ କହି ଆସୁଛି: ଦିଗବିଜୟ ସିଂ…

ଭୋପାଳ,୧।୧ : ୨୦୨୩ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପରାଜୟ ପରେ ଅନେକ କଂଗ୍ରେସ ନେତା ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ଉପରେ ପ୍ରଶ୍ନ ଉଠାଇଥିଲେ। ବର୍ତ୍ତମାନ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ଇଭିଏମ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଇଭିଏମ ଉପରେ ମୋର ବିଶ୍ୱାସ ନାହିଁ। ମୁଁ ୨୦୦୩ରୁ ଏହା କହି ଆସୁଛି। ଏହା ସହିତ ଭୋଟରଙ୍କୁ ଭିଭିପାଟ ସ୍ଲିପ ଦିଆଯାଉ। ଯାହାକୁ ପରେ ବାଲାଟ ବକ୍ସରେ ଭର୍ତ୍ତି କରାଯାଇପାରିବ।
ଇଭିଏମ ବ୍ୟବହାର ସମ୍ପର୍କରେ କଂଗ୍ରେସ ନେତା କହିଛନ୍ତି ମୁଁ କାହାକୁ ଭୋଟ ଦେବାକୁ ଚାହୁଁଛି, ମୋର ଭୋଟ କୁଆଡେ ଗଲା ମୁଁ ଜାଣେ ନାହିଁ। ଦୁନିଆରେ ଏପରି କୌଣସି ମେସିନ ନାହିଁ ଯାହାର ଚିପ ଅଛି ଏବଂ ଯାହାକୁ ହ୍ୟାକ କରାଯାଇପାରିବ ନାହିଁ। କାରଣ ଚିପ କାହାର ଆଦେଶ ପାଳନ କରିବ? ଏଥିରେ ସଫ୍ଟୱେର୍‌ ଏମ୍ବଡେଡ ହୋଇଛି । ଯଦି ଜଣେ ’ଏ’ ଟାଇପ କରନ୍ତି, ସଫ୍ଟୱେର୍‌ ’ଏ’ କହିବ ଏବଂ କେବଳ ’ଏ’ ପ୍ରିଣ୍ଟ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଆପଣ ଇଭିଏମ ଉପରେ କଂଗ୍ରେସର ’ନିର୍ବାଚନୀ ଚିହ୍ନ ଦବାନ୍ତି, ତେବେ ସଫ୍ଟୱେୟାରରେ କ‘ଣ କହିଲେ ପଦ୍ମ‘ ୍‌ଛପା ହେବ? ହାତ ନା ପଦ୍ମ? ବର୍ତ୍ତମାନ ଏହା ସାମ୍ନାକୁ ଆସିଛି ଭେିଭିପାଟ ମେସିନ ୭ ସେକେଣ୍ଡ ପାଇଁ ଭୋଟରଙ୍କୁ ହାତ ଦେଖାଇଲା ଏବଂ ଭୋଟର ଖୁସିରେ ଚାଲିଗଲେ। କିନ୍ତୁ ଏଥିରେ ଭାଜପାର ନିର୍ବାଚନୀ ଚିହ୍ନ ପଦ୍ମ ମୁଦ୍ରିତ ହେବ!
୍‌ବିରୋଧୀଦଳର ଦାବି ହେଉଛି ସମସ୍ତ ବିକଶିତ ଦେଶରେ ଯେପରି ମତଦାନ ବାଲାଟ ପେପର ମାଧ୍ୟମରେ ନିର୍ବାଚନ କରାଯାଉଛି ଭାରତରେ ମଧ୍ୟ ସେଭଳି ହେଉ। ଗଣିବାକୁ ଆଉ କିଛି ସମୟ ଲାଗିବ। କିନ୍ତୁ ଜନସାଧାରଣ ନିଶ୍ଚିତ ହେବେ ସେମାନଙ୍କର ଭୋଟ ସେମାନେ ଚାହୁଁଥିବା ବ୍ୟକ୍ତିଙ୍କୁ ନିକଟକୁ ଯାଇଛି। ମାତ୍ର ଏବେ ଏହା ଜାଣି ହେଉନି।
ଏହି ଦାବି ପାଇଁ ଅଗଷ୍ଟରୁ ନିର୍ବାଚନ ଆୟୋଗଙ୍କୁ ଭେଟିବାକୁ ଇଣ୍ଡିଆ ବ୍ଲକ ସମୟ ମାଗିଛି, କିନ୍ତୁ ’ନିର୍ବାଚନ ଆୟୋଗଙ୍କ ପାଖରେ ସମୟ ନାହିଁ। ଆମର ବର୍ତ୍ତମାନ ବିକଳ୍ପ ଅଛି ସୁପ୍ରିମକୋର୍ଟ ଯିବୁ ୁ କିମ୍ବା ଇଭିଏମକୁ ବିରୋଧ କରିବୁ। ରାଜନୈତିକ ଦଳ ବିଶେଷ କରି ଇଣ୍ଡିଆ ବ୍ଲକ ଖୁବ ଶୀଘ୍ର ଏହି ବିଷୟରେ ନିଷ୍ପତ୍ତି ନେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri