ଭିନ୍ନ ରହିବେନି ଭିନ୍ନକ୍ଷମ

ଅନୁଗୋଳ ଅଫିସ, ୨୭।୨ ଜନ୍ମରୁ ହେଉ ଅବା ରୋଗ କି ଦୁର୍ଘଟଣା, ବିଭିନ୍ନ କାରଣରୁ ଭିନ୍ନକ୍ଷମ ହୋଇଯାଇଥିବା ବ୍ୟକ୍ତିଙ୍କୁ ଶାରୀରିକ ଭାବେ ସକ୍ଷମ କରାଯିବ। କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଲଗାଇ ସେମାନଙ୍କୁ ସାଧାରଣଙ୍କ ପରି ଜୀବନ ଅତିବାହିତ ପାଇଁ ସୁଯୋଗ ଦିଆଯିବ। ଏଥିନିମନ୍ତେ ସରକାରଙ୍କ ପକ୍ଷରୁ ଅନୁଗୋଳ ଜିଲାରେ ସ୍ଥାପନ କରାଯାଉଛି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର। ଭୁବନେଶ୍ୱର ଓ ସୁନ୍ଦରଗଡ଼ ପରେ ଏହା ରାଜ୍ୟର ୩ୟ କେନ୍ଦ୍ରର ମାନ୍ୟତା ପାଇବାକୁ ଯାଉଛି। ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ନଚେତ୍‌ ଏପ୍ରିଲ ପ୍ରଥମ ସପ୍ତାହରେ ଏହି କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇ ଭିନ୍ନକ୍ଷମଙ୍କୁ ସକ୍ଷମ କରାଯିବା ଉଦ୍ୟମ ଆରମ୍ଭ କରିବାକୁ ଅନୁଗୋଳ ଜିଲା ପ୍ରଶାସନ ଲକ୍ଷ୍ୟ ରଖିଛି।

ଅନୁଗୋଳ ସହରସ୍ଥିତ କଦମ ପଡ଼ିଆ ସମ୍ମୁଖରେ ଥିବା ଜିଲା ସାମାଜିକ ସୁରକ୍ଷା ସଶକ୍ତୀକରଣ ବିଭାଗ କାର୍ଯ୍ୟାଳୟରେ ଏହି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ସ୍ଥାପନ କରାଯିବ। ଏ ନେଇ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହାକୁ ବି.ଆର୍‌. ବାୟୋମେଡିକାଲ ପ୍ରାଇଭେଟ୍‌ ଲିମିଟେଡ୍‌ ପରିଚାଳନା କରିବ ବୋଲି ପ୍ରଶାସନ ପକ୍ଷରୁ ଚୁକ୍ତି କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୬ଟି ଗୃହ ନିର୍ମାଣ କରାଯାଉଥିବାବେଳେ ୨ଟି ଗୃହରେ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ତିଆରି କରାଯିବ। ଅବଶିଷ୍ଟ ୪ ରୁମ୍‌ରେ ରୋଗୀଙ୍କୁ ଚିକିତ୍ସାସେବା ଯୋଗାଇ ଦିଆଯିବ। ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେବା ପରେ ଭିନ୍ନକ୍ଷମଙ୍କୁ ଆତ୍ମନିର୍ଭରଶୀଳ କରାଯିବାକୁ ତ୍ୱରିତ ପଦକ୍ଷେପ ନିଆଯିବ। ସେମାନେ ଯେପରି ଆଉ କାହା ଉପରେ ବୋଝ ହୋଇ ରହିବେ ନାହିଁ ଓ ତତ୍‌ଜନିତ ମାନସିକ ଚିନ୍ତାରୁ ମୁକ୍ତି ପାଇବେ ସେ ଦିଗରେ ଉଦ୍ୟମ କରାଯିବ। ଏପରିକି ଭିନ୍ନକ୍ଷମଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ପ୍ରଦାନ କରାଯିବ। ଏପରି କି ଯାତାୟାତ ବାବଦ ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ। ସେହିପରି ଭିନ୍ନକ୍ଷମଙ୍କ ଶରୀରରେ ଲାଗିବାକୁ ଥିବା କୃତ୍ରିମ ଅଙ୍ଗର ମାପ କମ୍ପ୍ୟୁଟର ମାଧ୍ୟମରେ ନିଆଯିବ। ଫଳରେ ଏ ନେଇ ଭବିଷ୍ୟତରେ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ)ରୁ ଏଥିପାଇଁ ଅର୍ଥ ମଞ୍ଜୁର କରାଯାଇଛି। ପାଖାପାଖି ୧୯ କୋଟି ଟଙ୍କା ମଧ୍ୟରୁ ୧୨ କୋଟି ଟଙ୍କା ଯନ୍ତ୍ରାଂଶ କିଣିବାରେ ବ୍ୟୟ କରାଯିବାକୁ ଧାର୍ଯ୍ୟ କରାଯାଇଥିବାବେଳେ ଭିତ୍ତିଭୂମି ଓ ରକ୍ଷଣାବେକ୍ଷଣାରେ ଅବଶିଷ୍ଟ ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ସ୍ନାୟୁଜନିତ ରୋଗରେ ପୀଡ଼ିତଙ୍କୁ ଏଠାରେ ରୋବୋଟିକ୍ସ ଥେରାପି ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ପ୍ରତିଶ୍ରୁତି ଅନୁଯାୟୀ ଅନୁଗୋଳରେ ଏହି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ନିର୍ମାଣ ହେଉଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

 

ଖୁବ୍‌ଶୀଘ୍ର ମିଳିବ ସେବା
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏହି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ନିର୍ମାଣ କରାଯାଉଛି। ବିଦେଶରୁ ଆସୁଥିବା ଅତ୍ୟାଧୁନିକ ଯନ୍ତ୍ରାଂଶ ଲାଗିବା ପରେ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେବ। ଢେଙ୍କାନାଳ, ବୌଦ୍ଧ, ଦେବଗଡ଼ ଜିଲାର ଭିନ୍ନକ୍ଷମଙ୍କୁ ମାଗଣାରେ ସେବା ଯୋଗାଇ ଦିଆଯିବ। କିନ୍ତୁ କୃତ୍ରିମ ଅଙ୍ଗ କିମ୍ବା ହ୍ବିଇଲ ଚେୟାର ବାବଦରେ କେତେ ଶୁଳ୍କ ନିଆଯିବ ସେ ନେଇ ନିଷ୍ପତ୍ତି ହୋଇନାହିଁ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ

ସ୍ନାୟୁ ରୋଗୀଙ୍କ ଥେରାପି ହେବ
ଏହି କେନ୍ଦ୍ରରେ କେବଳ ଭିନ୍ନକ୍ଷମ ନୁହନ୍ତି, ସ୍ନାୟୁ ଜନିତ ରୋଗୀଙ୍କୁ ଥେରାପି ବ୍ୟବସ୍ଥା କରାଯିବ। ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ଏକ ଏଜେନ୍ସି ଦ୍ୱାରା ଏହାର ପରିଚାଳନା କରିବାକୁ ସ୍ଥିର କରାଯାଇଛି। ଏହି ସେବା ଆରମ୍ଭ ହେଲେ ଅନୁଗୋଳ ସହ ଅନ୍ୟ ଜିଲାର ଭିନ୍ନକ୍ଷମମାନେ ସୁବିଧା ପାଇବେ।
-ମାଧବ ଚନ୍ଦ୍ର ବରାଡ଼, ଜିଲା ସାମାଜିକ ସୁରକ୍ଷା ଅଧିକାରୀ

ଭିନ୍ନକ୍ଷମଙ୍କ ପାଇଁ ବିଦ୍ୟାଳୟ ହେଉ
ଭିନ୍ନକ୍ଷମଙ୍କ ପାଇଁ ସୁବିଧା କରିବା ଭଳି ପୁନର୍ବାସ କେନ୍ଦ୍ରର ବ୍ୟବସ୍ଥା ପୂର୍ବରୁ ଅନୁଗୋଳରେ ନ ଥିଲା। ଏବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏପରି ଏକ କେନ୍ଦ୍ର ଖୋଲାଯିବା ସ୍ବାଗତଯୋଗ୍ୟ ପଦକ୍ଷେପ। ଏହାଦ୍ୱାରା ଅନୁଗୋଳ ସହ ଅନ୍ୟ ଜିଲାର ଭିନ୍ନକ୍ଷମମାନେ ଉପକୃତ ହୋଇପାଇବେ। ଭିନ୍ନକ୍ଷମ ବିଦ୍ୟାଳୟଟିଏ ହେଲେ ଆହୁରି ଭଲ ହୁଅନ୍ତା।
-ସୁଶ୍ରୀସଙ୍ଗୀତା ମହାନ୍ତି, ଅନୁଗୋଳ

ଖର୍ଚ୍ଚାନ୍ତରୁ ମୁକ୍ତି ମିଳିବ
ଅଙ୍ଗ ହରାଇଥିବା ବ୍ୟକ୍ତି ବହୁ ମାନସିକ ଚାପରେ ଥାନ୍ତି। କୃତ୍ରିମ ଅଙ୍ଗ ଲଗାଇ ସାଧାରଣଙ୍କ ପରି ହେବାକୁ ସେମାନେ ବାହାରକୁ ଯାଇ ବହୁ ଅର୍ଥ ଖର୍ଚ୍ଚ କରିଥାନ୍ତି। ଅନୁଗୋଳରେ ଏହି ସୁବିଧା ଭିନ୍ନକ୍ଷମଙ୍କୁ ଯୋଗାଇ ଦିଆଯିବା ନିଶ୍ଚିତ ଉତ୍ତମ ବ୍ୟବସ୍ଥା। ଏହାଦ୍ୱାରା ଜିଲାର ଭିନ୍ନକ୍ଷମମାନେ ସେହି ଖର୍ଚ୍ଚାନ୍ତରୁ ରକ୍ଷା ପାଇବେ। ହାଇଟେକ ମେଶିନ ବିଦେଶରୁ ଆସୁଥିବାରୁ ଲୋକମାନେ ଏଠାରେ ଉତ୍ତମ ସେବା ପାଇପାରିବେ।
-ପ୍ରତାପ ମହାପାତ୍ର, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀନଗର ବିମାନବନ୍ଦରରେ ୟେଚୁରୀ, ଡି.ରାଜାଙ୍କୁ ଅଟକ ପ୍ରସଙ୍ଗ: ଓଡ଼ିଶା ରାଜ୍ୟ କମିଟିର ପ୍ରତିବାଦ

ଭୁବନେଶ୍ୱର,୯।୮(ବ୍ୟୁରୋ): ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଏବଂ ସିପିଆଇ ସାଧାରଣ ସମ୍ପାଦକ ଡି.ରାଜାଙ୍କୁ ଶ୍ରୀନଗର ବିମାନବନ୍ଦରରେ ଅଟକ ରଖିବାକୁ ବିରୋଧ କରିଛି ଦଳର ଓଡ଼ିଶା...

ଅକ୍ଟୋବର ୨ରୁ ସବୁ ସରକାରୀ ସେବା ଅନ୍‌ଲାଇନ

ଭୁବନେଶ୍ୱର,୮ା୭(ବ୍ୟୁରୋ)- ରାଜଧାନୀରେ ଥିବା ବହୁମୂଲ୍ୟ ସରକାରୀ ଜମିକୁ ଜଗିବ ଭୁବନେଶ୍ୱର ଲ୍ୟାଣ୍ଡ ୟୁଜ୍‌ ଇଣ୍ଟେଲିଜେନ୍ସ ସିଷ୍ଟମ(ବ୍ଲୁଇସ) । ଏହା ଏକ ଓ୍ବେବ୍‌ ଓ ମୋବାଇଲ ଆପ...

ସାତ୍‌ସପନ ହେଇଛେ ଆବାସ ଯୋଜନା: ସହଦେବକେ ସାହା ପରହର ପରଛି

ବିଜେପୁର, ୧୨।୭ (ଡି.ଏନ.ଏ): ଖରା, ବରଷା, ଶୀତନୁ ରକ୍ଷା ପାଏବାର ଲାଗି ଗରିବ ଦୁଖିକୁ କେନ୍ଦ୍ର ପ୍ରଧାନମନ୍ତ୍ରୀ ଆବାସ ଆର ରାଏଜ ସରକାର ମୋ କୁଡିଆ...

ହାତୀ ମୃତ୍ୟୁ ତଦନ୍ତ କଲା କେନ୍ଦ୍ରୀୟ ଟିମ୍‌

ବାରଙ୍ଗ,୨୬।୯(ଡି.ଏନ.ଏ.): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହର୍ପିସ ଭୂତାଣୁ ସଂକ୍ରମିତ ଦ୍ୱାରା ଗତ ଏକ ମାସରେ ୪ଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ କେନ୍ଦ୍ରୀୟ ଚିଡ଼ିଆଖାନା...

ଅଭିଯୁକ୍ତଙ୍କୁ ୧୫ ବର୍ଷ କାରାଦଣ୍ଡାଦେଶ

ଅନୁଗୋଳ ଅଫିସ, ୬।୩ – ଅନୁଗୋଳ ଜିଲା ହଣ୍ଡପା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ସହ ଗର୍ଭବତୀ କରିବା ମାମଲାର ବିଚାର କରି ଅନୁଗୋଳ...

ଫନୀ ପୁନରୁଦ୍ଧାର ପାଇଁ ସହାୟତା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଇଡ୍‌କୋ ଦେଲା ୧୦ କୋଟି

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ଫନୀ ଦ୍ୱାରା ଓଡ଼ିଶା ଉପକୂଳ ବହୁତ କ୍ଷତିଗ୍ରସ୍ତ ହୋଇଛି। କ୍ଷତିଗ୍ରସ୍ତଙ୍କୁ ରିଲିଫ ବଣ୍ଟନ ଏବଂ ଧ୍ୱଂସପ୍ରାୟ ଭିତ୍ତିଭୂମିର ପୁନରୁତ୍ଥାନ କାର୍ଯ୍ୟ ଜାରି ରହିଛି। ବାତ୍ୟା...

ଜୈବିକ ଖତକୁ ପ୍ରୋତ୍ସାହନ ଲୋଡ଼ା

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟକୁ ରାସାୟନିକ ସାର ଯୋଗାଣ ପର୍ଯ୍ୟାପ୍ତ ହେଉ ନ ଥିବାରୁ ବ୍ୟବହାର କମିବାରେ ଲାଗିଲାଣି। ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୧ ଲକ୍ଷ...

ଆଉ ୨ ଦିନ ଥରାଇବ ଶୀତ

ଭୁବନେଶ୍ୱର,୮।୧(ବ୍ୟୁରୋ): ସଞ୍ଜ ନଇଁଲେ ମାଡ଼ିଆସୁଛି କାଠୁଆ ଜାଡ଼। ଗାଁଗଣ୍ଡା, ରାସ୍ତାଘାଟ ଶୂନ୍‌ଶାନ ହୋଇଯାଉଛି। ଗତ ଦୁଇଦିନ ହେବ ପ୍ରବଳ ଶୀତରେ ସାରା ରାଜ୍ୟ ଥରୁଛି। ଉତ୍ତର-ପୂର୍ବ...

Advertisement
Archives

Model This Week