୩୯ ବର୍ଷରେ ମା’ ହେଲେ ସାମନ୍ଥା, ଛୁଆର ନାମ ରଖିଲେ….

ସାଉଥ୍ ସିନେମା ଓ ୱେବ୍‌ ସିରିଜ୍‌ ‘ଦି ଫ୍ୟାମିଲି ମ୍ୟାନ୍‌’ର ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁଙ୍କ ଘରକୁ ଆସିଛି ନୂଆ ଅତିଥି । ୩୯ ବର୍ଷ ବୟସରେ ମା’ ହୋଇଛନ୍ତି ସାମନ୍ଥା। ତାଙ୍କ ସ୍ୱାମୀ ତଥା ଫିଲ୍ମ ନିର୍ମାତା ରାଜ ନିଦିମୋରୁଙ୍କ ସହ ତାଙ୍କର ପ୍ରଥମ ସନ୍ତାନ ଭାବେ ଏକ ପୁତ୍ର ସନ୍ତାନ ଜନ୍ମ ନେଇଛି । ନଭେମ୍ବର ୧୯ ତାରିଖରେ ଶିଶୁପୁତ୍ରର ଜନ୍ମ ହୋଇଥିବା ଦମ୍ପତି ସୋସିଆଲ ମିଡିଆ ଜରିଆରେ ଜଣାଇଛନ୍ତି। ଏଥିସହ ପୁଅର ନାଁ ଓ ପ୍ରଥମ ଝଲକ ମଧ୍ୟ ଶେୟାର କରିଛନ୍ତି।

ସାମନ୍ଥା ସୋସିଆଲ ମିଡିଆରେ ଏକ ମନଛୁଆଁ ଫଟୋ ଶେୟାର କରିଛନ୍ତି। ଫଟୋରେ ନବଜାତ ଶିଶୁଟି ତାଙ୍କ ଓ ରାଜଙ୍କ ଆଙ୍ଗୁଠିକୁ ଧରିଥିବା ଦେଖିବାକୁ ମିଳିଛି । ଦମ୍ପତି ନିଜ ପୁଅର ନାଁ ‘ଦେବ ନିଦିମୋରୁ’ ରଖିଥିବା ଜଣାଇଛନ୍ତି । ଫଟୋ ସହ ସେମାନେ ଲେଖିଛନ୍ତି, “ଆମର ସୁନ୍ଦର ପୁଅ ଦେବ ନିଦିମୋରୁ। ୧୯.୧୧.୨୦୨୬। ଆଜି ଆମ ହୃଦୟ ପୂର୍ବାପେକ୍ଷା ଅଧିକ ଖୁସିରେ ଭରିଯାଇଛି।” ଏହି ଖବର ପ୍ରକାଶ ପାଇବା ପରେ ପ୍ରଶଂସକ ଓ ସିନେଜଗତର ବହୁ ବ୍ୟକ୍ତି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସାମନ୍ଥା ଚଳିତ ବର୍ଷ ଜୁନ୍‌ ୨୪ ତାରିଖରେ ନିଜ ଗର୍ଭଧାରଣ ସମ୍ପର୍କରେ ଘୋଷଣା କରିଥିଲେ। ନିଜ ତେଲୁଗୁ ଫିଲ୍ମ ‘ମା ଇଣ୍ଟି ବଙ୍ଗାରମ୍‌’ର ସଫଳତା ଉତ୍ସବରେ ସେ ଏହି ଖୁସି ଖବର ପ୍ରଶଂସକଙ୍କ ସହ ବାଣ୍ଟିଥିଲେ। ଏକ ଆକ୍ସନ୍‌ ଫିଲ୍ମର ଗୀତ ଶୁଟିଂ ସମୟରେ ନିଜ ଗର୍ଭଧାରଣ ବିଷୟରେ ଜାଣିଥିବା ମଧ୍ୟ ସେ କହିଥିଲେ। ନଭେମ୍ବର ୧୭ରେ ସାମନ୍ଥା ଓ ରାଜ ପରିବାର ସଦସ୍ୟଙ୍କ ସହ ଘରେ ପାରମ୍ପରିକ ପୂଜାର୍ଚ୍ଚନା କରିଥିଲେ । ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର ହୋଇଥିଲା।

ସାମନ୍ଥା ଓ ରାଜଙ୍କ ପ୍ରଥମ ଦେଖା ‘ଦି ଫ୍ୟାମିଲି ମ୍ୟାନ୍‌-୨’ର ଶୁଟିଂ ସମୟରେ ହୋଇଥିଲା। ପରେ ଦୁହେଁ ‘ସିଟାଡେଲ୍‌: ହନି ବନି’ରେ ମଧ୍ୟ ଏକାଠି କାମ କରିଥିଲେ। ଦୀର୍ଘଦିନ ଧରି ଉଭୟଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ସେମାନେ ସର୍ବସାଧାରଣରେ ଏହାକୁ ସ୍ପଷ୍ଟ କରିନଥିଲେ । ଶେଷରେ ୨୦୨୫ ଡିସେମ୍ବର ୧ ତାରିଖରେ ତାମିଲନାଡୁର କୋଏମ୍ବାଟୁରସ୍ଥିତ ଈଶା ଯୋଗ କେନ୍ଦ୍ରର ଲିଙ୍ଗ ଭୈରବୀ ମନ୍ଦିରରେ ଉଭୟ ବିବାହ କରିଥିଲେ । ଭୂତ ଶୁଦ୍ଧି ବିବାହ ଯୋଗିକ ପରମ୍ପରା ଅନୁସାରେ ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା। ଏବେ ପୁଅ ‘ଦେବ’ର ଆଗମନ ସହ ସାମନ୍ଥା ଓ ରାଜଙ୍କ ଜୀବନରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଶାନ୍ତ ଚିଲିକା: ମତ୍ସ୍ୟଜୀବୀଙ୍କୁ ପ୍ରବେଶ ମନା, ପୋଲିସ ପାଟ୍ରୋଲିଂ କଡ଼ାକଡ଼ି

ଖୋର୍ଦ୍ଧା,୨୦ା୧୧(ପ୍ରଭାତ ପାଣିଗ୍ରାହୀ): ବାତ୍ୟା ବିପଦ ଟଳିଛି, ହେଲେ ଏବେ ବି ବାତ୍ୟାର ପ୍ରଭାବରୁ ମୁକୁଳିନି ଖୋର୍ଦ୍ଧା ଜିଲା। ପ୍ରବଳ ବର୍ଷା ସାଙ୍ଗକୁ ପବନରେ ଅଶାନ୍ତ ହୋଇପଡ଼ିଛି ଚିଲିକା।…

୫୩ ହଜାରରୁ ଅଧିକ କର୍ମଚାରୀ-ପେନସନଭୋଗୀଙ୍କୁ ବଡ଼ ଖୁସି ଖବର: ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ, ୨୦।୧୧: ମଧ୍ୟପ୍ରଦେଶ ସରକାର ରାଜ୍ୟର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ମହଙ୍ଗା ମାଡ଼ରୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସରକାର ଚତୁର୍ଥ, ପଞ୍ଚମ ଓ ଷଷ୍ଠ ବେତନ…

ନାଁ ‘ସିରାଜ୍‌’ ଯୋଗୁ ଦଳରେ ମିଳିଲାନି ସ୍ଥାନ: ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଏମ୍‌ପି

ନୂଆଦିଲ୍ଲୀ,୨୦।୧୧:ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟରେ ମହମ୍ମଦ ସିରାଜଙ୍କୁ ପ୍ଲେଇଂ-୧୧ ସ୍ଥାନ ନ ମିଳିବାକୁ ନେଇ ବିବାଦ ତେଜିଛି। କଂଗ୍ରେସ ସାଂସଦ ଇମ୍ରାନ ମସୁଦ ଏହାକୁ ଧର୍ମ ଆଧାରିତ…

ଗାଁ ଦାଣ୍ଡରେ ସମିତିସଭ୍ୟଙ୍କ ବେକରେ ଗାମୁଛା ପକାଇ ଘୋଷାଡ଼ି ଘୋଷାଡ଼ି ନେଲେ ମହିଳା

ପୁରୁଷୋତ୍ତମପୁର,୨୦ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ଭୀମପୁର ପଞ୍ଚାୟତରେ ଜନଆକ୍ରୋଶ ଉଗ୍ରରୂପ ନେଇଛି। ଉତ୍ତ୍ୟକ୍ତ ମହିଳାମାନେ ଗାଁଦାଣ୍ଡରେ ସମିତିସଭ୍ୟଙ୍କ ବେକରେ ଗାମୁଛା ପକାଇ ଘୋଷାଡ଼ି ଘୋଷାଡ଼ି…

ଫର୍ମକୁ ଫେରିବାର ରାଜ୍‌ ଖୋଲିଲେ ସୂର୍ଯ୍ୟକୁମାର, କହିଲେ-ମୋଦୀଜୀଙ୍କୁ ଭେଟିବା ମୋର…

ନୂଆଦିଲ୍ଲୀ, ୨୦।୧୧: IPL ୨୦୨୬ ପରେ ଭାରତୀୟ ଟିମ୍‌ରୁ ବାଦ ପଡ଼ିଥିଲେ ସୂର୍ଯ୍ୟକୁମାର ଯାଦବ। ଏବେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ନିଜର ବିସ୍ଫୋରକ ପ୍ରଦର୍ଶନ ଜରିଆରେ…

୪,୪,୪,୪,୪,୪,୪,୪,୪,୪,୪,୪,୪,୪,୪,୪,୪,୪,୪…, ନ୍ୟୁଜିଲ୍ୟାଣ୍ଡରେ ହଇଚଇ ସୃଷ୍ଟି କଲେ ଯଶସ୍ବୀ ଜୟସୱାଲ, ୮୯ ବଲରେ ଏତେ ରନ କରି ହେଲେ ଆଉଟ

ନୂଆଦିଲ୍ଲୀ,୨୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟରେ ଭାରତ ପାଇଁ ଯଶସ୍ବୀ ଜୟସୱାଲ ଏବଂ କେଏଲ ରାହୁଲ ଇନିଂସ ଆରମ୍ଭ କରିଥିଲେ। ଉଭୟ ଭାରତୀୟ ଓପନର ପ୍ରାରମ୍ଭରେ ସ୍ଥିର…

ଶ୍ରୀଲଙ୍କାକୁ ହରାଇ ସିରିଜ ଜିତିଲା ପାକିସ୍ତାନ, WTC ପଏଣ୍ଟ ଟେବୁଲରେ ବଦଳିଗଲା ସମୀକରଣ!

ନୂଆଦିଲ୍ଲୀ, ୨୦।୧୧: ପାକିସ୍ତାନ କ୍ରିକେଟ ଟିମ ଦ୍ୱିତୀୟ ଟେଷ୍ଟରେ ଶ୍ରୀଲଙ୍କାକୁ ୮ ଉଇକେଟ୍‌ରେ ପରାସ୍ତ କରି ୨ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୦ରେ ଜିତି ନେଇଛି। ରାୱଲପିଣ୍ଡି…

ଏମାନେ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ବିଦା କରିଦେଇଥାନ୍ତେ: ବଡ଼ ପ୍ରଶ୍ନ ଉଠାଇଲେ ପୂର୍ବତନ କ୍ରିକେଟର୍‌

ୱେଲିଂଟନ,୨୦।୧୧:ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟରେ ମହମ୍ମଦ ସିରାଜଙ୍କୁ ପ୍ଲେଇଂ-୧୧ ସ୍ଥାନ ନ ମିଳିବାକୁ ନେଇ ଟିମ ମ୍ୟାନେଜମେଣ୍ଟକୁ ସମାଲୋଚନା କରିଛନ୍ତି ପୂର୍ବତନ କ୍ରିକେଟର୍‌ ମହମ୍ମଦ କୈଫ। ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?