ଟ୍ରମ୍ପଙ୍କ ସହ ଚା’ ପିଇଲେ ଦେବାକୁ ପଡ଼ୁଛି ୩୭ ଲକ୍ଷ, ଫଟୋ ଉଠାଇବାକୁ ୨୨ ଲକ୍ଷ

ଓ୍ବାଶିଂଟନ,୧୫।୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି। ଏବେ ସେ ନିଜର ବୟାନ ପାଇଁ ନୁହେଁ, ବରଂ ରୋଜଗାରକୁ ନେଇ ଖବର ଶିରୋନାମା ପାଲଟିଛନ୍ତି। ରାଷ୍ଟ୍ରପତି ପଦ ଛାଡ଼ିବା ପରେ ସେ ବ୍ୟକ୍ତିଗତ ଭାବେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।

ଟ୍ରମ୍ପଙ୍କ ପାଇଁ କରାଯାଉଛି ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ। ତାଙ୍କ ସହ ଫଟୋ ଉଠାଇବା ନଚେତ ଚା’ ପିଇବା ଲାଗି ସମର୍ଥକଙ୍କୁ ଗଣିବାକୁ ପଡ଼ୁଛି ଲକ୍ଷ ଲକ୍ଷ ଟଙ୍କା। ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପଙ୍କ ସହ ଚା’ ପିଇବା ଲାଗି ୩୭ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏପରିକି ତାଙ୍କ ସହ ଏକ ଫଟୋ ଉଠାଇବା ଲାଗି ୨୨ ଲକ୍ଷ ଦେବାକୁ ହୋଇଥାଏ। ଏହି ଟଙ୍କା ସିଧାସଳଖ ତାଙ୍କ ଆକାଉଣ୍ଟକୁ ଯାଇଥାଏ। ତାଙ୍କ ଦଳ ରିପବ୍ଲିକାନ ପାର୍ଟି ସହ ଏହାର କୌଣସି ସମ୍ପର୍କ ନ ଥାଏ।

ବ୍ୟକ୍ତିଗତ ଇଭେଣ୍ଟ ମାଧ୍ୟମରେ ଟଙ୍କା ରୋଜଗାର କରିବାରେ କେବଳ ଟ୍ରମ୍ପ ନୁହନ୍ତି, ଅନ୍ୟ ପୂର୍ବ ରାଷ୍ଟ୍ରପତିମାନେ ମଧ୍ୟ ଏଭଳି କରିଆସିଛନ୍ତି। ସେମାନଙ୍କ ମଧ୍ୟରେ ବାରାକ ଓବାମା, ବିଲ କ୍ଲିଣ୍ଟନ ଏବଂ ଜର୍ଜ ଡବ୍ଲୁ ବୁଶ ପ୍ରମୁଖ ଅଛନ୍ତି। ଏଥିସହ ବିଲ୍‌ ଏବଂ ହିଲାରୀ କ୍ଲିଣ୍ଟନ ତାଙ୍କ ଭାଷଣରୁ ଟଙ୍କା ରୋଜଗାର କରିଥାନ୍ତି।

ତେବେ ଟ୍ରମ୍ପଙ୍କର ରୋଜଗାରର ଏହି ଗୋଟିଏ ମାଧ୍ୟମ ନାହିଁ। ସେ ରାଷ୍ଟ୍ରପତି ହେବା ପୂର୍ବରୁ ଜଣେ ସଫଳ ବ୍ୟବସାୟୀ। ଦେଶ ତଥା ବିଦେଶରେ ହୋଟେଲ, ରିଏଲ୍‌ ଇଷ୍ଟେଟ୍‌, ଫାଇନାନ୍ସ ସହ ଅନେକ ବ୍ୟବସାୟ ଥିବାରୁ ସେ ଜଣେ ବହୁତ ଧନୀ ବ୍ୟକ୍ତି। ବ୍ୟକ୍ତିଗତ କାର୍ଯ୍ୟକ୍ରମରୁ ପ୍ରାପ୍ତ ଟଙ୍କା ତାଙ୍କ ବ୍ୟବସାୟରୁ ରୋଜଗାର ଆଗରେ କିଛି ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତାକ୍ତ ସଂଘର୍ଷ, ୬୦୦ ତାଲିବାନୀ ନିହତ, ୧୦୦୦ରୁ ଅଧିକଙ୍କ ଆତ୍ମସମର୍ପଣ…

କାବୁଲ,୫।୯: ଆଫଗାନିସ୍ତାନର ପଞ୍ଜଶିରରେ ନର୍ଦନ ଆଲାଏନ୍ସ୍‌ ଏବଂ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ଭୟଙ୍କର ରକ୍ତାକ୍ତ ସଂଘର୍ଷ ଜାରି ରହିଛି। କ୍ଷମତା ଦଖଲ ନେଇ ପଞ୍ଜଶିର ଏବେ...

ରାହୁଲ ଗାନ୍ଧୀ ବିବାଦ ଉପରେ ନଜର ରଖିଛି ଆମେରିକା

ନ୍ୟୁୟର୍କ/ନୂଆଦିଲ୍ଲୀ,୨୮।୩: ଆମେରିକା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମାମଲା ଉପରେ ନଜର ରଖିଛି ବୋଲି ଆମେରିକାରବୈଦେଶିକ ବିଭାଗର ଉପମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି। ଆଇନର ଶାସନ...

ଜଙ୍ଗଲରେ ନିଆଁ: ସାଇକେଲ ଆରୋହୀଙ୍କୁ ଅଟକାଇ ପାଣି ପିଇଲା କୋଆଲା; ଭିଡ଼ିଓ ଭାଇରାଲ

ଏଡ଼ିଲେଡ୍‌,୨୯।୧୨: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନା ଧରୁନି। ବହୁ ବନ୍ୟପ୍ରାଣୀଙ୍କ ଏହାଦ୍ୱାରା ମୃତ୍ୟୁ ଘଟିଥିବା କୁହାଯାଉଛି। ସମ୍ପ୍ରତି ସୋସିଆଲ୍‌ ମିଡ଼ିଆରେ ଜଙ୍ଗଲ ନିଆଁ...

ବୋମା ବିସ୍ଫୋରଣରେ ଥରିଲା ମାରିୟୁପୋଲ: ଫସିରହିଛନ୍ତି ୨ଲକ୍ଷ ନାଗରିକ

କ୍ୱିଭ୍‌,୨୩।୩: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୨୮ଦିନରେ ପହଞ୍ଚିଛି। ଆଉ କିଛି ଦିନ ଗଲେ ଯୁଦ୍ଧକୁ ପ୍ରାୟ ମାସେ ହୋଇଯିବ ହେଲେ...

ହାଇତିରେ ୭.୨ ତୀବ୍ରତାର ଭୂକମ୍ପ: ୩୦୦ରୁ ଊର୍ଦ୍ଧ୍ୱ ମୃତ

ପୋର୍ଟ-ଓ-ପ୍ରିନ୍ସ,୧୫ ।୮: ହାଇତିରେ ଶନିବାର ହୋଇଥିବା ଭୂକମ୍ପର ତୀବ୍ରତା ରହିଥିଲା ୭.୨ । ଏଥିରେ ବହୁ ପରିମାଣରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଏବେସୁଦ୍ଧା...

ମେଟା ଉପରେ ୨ ଅରବରୁ ଅଧିକ ଜରିମାନା, ଆମେରିକାର ନିର୍ବାଚନ ବିଜ୍ଞାପନରେ ଗଡବଡକୁ ନେଇ କୋର୍ଟଙ୍କ ନିର୍ଦ୍ଦେଶ

ୱାଶିଂଟନ,୨୮ ।୧୦: ଆମେରିକାରେ ନିର୍ବାଚନ ବିଜ୍ଞାପନ ସହ ଜଡିତ ଗଡବଡକୁ ନେଇ ୱାଶିଂଟନ ରାଜ୍ୟର ଏକ ଅଦାଲତ ବୁଧବାର ଫେସବୁକର ମୂଳ କମ୍ପାନୀ ମେଟା ଉପରେ...

ଜୀବନ ଅନୁସନ୍ଧାନ କରିବ ମାର୍ସ ରୋଭର

ଓ୍ବାଶିଂଟନ୍‌,୧୫ା୬(ଆଇଏଏନ୍‌ଏସ୍‌): ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସା ଲୋହିତ ଗ୍ରହ ମଙ୍ଗଳକୁ ୨୦୨୦ରେ ରୋଭର ମହାକାଶଯାନ ପ୍ରେରଣ କରିବ। ମଙ୍ଗଳରେ ପ୍ରାଚୀନ କାଳରେ ଜୀବନ ତିଷ୍ଠିଥିଲା...

ଆଣବିକ ଯୁଦ୍ଧର ଆଶଙ୍କା ବଢ଼ିଲା, ବୁଡ଼ାଜାହାଜ ପ୍ରସ୍ତୁତ କଲେ ପୁଟିନ୍‌…

ମସ୍କୋ, ୨୬।୩ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ଏକ ମାସରୁ ଅଧିକ ସମୟ ବିତିଛି। ମସ୍କୋର ଆକ୍ରମଣ ବନ୍ଦ ହେବା ପରି ମନେ...

Advertisement
Archives

Model This Week