ଟ୍ରମ୍ପଙ୍କ ସହ ଚା’ ପିଇଲେ ଦେବାକୁ ପଡ଼ୁଛି ୩୭ ଲକ୍ଷ, ଫଟୋ ଉଠାଇବାକୁ ୨୨ ଲକ୍ଷ

ଓ୍ବାଶିଂଟନ,୧୫।୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି। ଏବେ ସେ ନିଜର ବୟାନ ପାଇଁ ନୁହେଁ, ବରଂ ରୋଜଗାରକୁ ନେଇ ଖବର ଶିରୋନାମା ପାଲଟିଛନ୍ତି। ରାଷ୍ଟ୍ରପତି ପଦ ଛାଡ଼ିବା ପରେ ସେ ବ୍ୟକ୍ତିଗତ ଭାବେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।

ଟ୍ରମ୍ପଙ୍କ ପାଇଁ କରାଯାଉଛି ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ। ତାଙ୍କ ସହ ଫଟୋ ଉଠାଇବା ନଚେତ ଚା’ ପିଇବା ଲାଗି ସମର୍ଥକଙ୍କୁ ଗଣିବାକୁ ପଡ଼ୁଛି ଲକ୍ଷ ଲକ୍ଷ ଟଙ୍କା। ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପଙ୍କ ସହ ଚା’ ପିଇବା ଲାଗି ୩୭ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏପରିକି ତାଙ୍କ ସହ ଏକ ଫଟୋ ଉଠାଇବା ଲାଗି ୨୨ ଲକ୍ଷ ଦେବାକୁ ହୋଇଥାଏ। ଏହି ଟଙ୍କା ସିଧାସଳଖ ତାଙ୍କ ଆକାଉଣ୍ଟକୁ ଯାଇଥାଏ। ତାଙ୍କ ଦଳ ରିପବ୍ଲିକାନ ପାର୍ଟି ସହ ଏହାର କୌଣସି ସମ୍ପର୍କ ନ ଥାଏ।

ବ୍ୟକ୍ତିଗତ ଇଭେଣ୍ଟ ମାଧ୍ୟମରେ ଟଙ୍କା ରୋଜଗାର କରିବାରେ କେବଳ ଟ୍ରମ୍ପ ନୁହନ୍ତି, ଅନ୍ୟ ପୂର୍ବ ରାଷ୍ଟ୍ରପତିମାନେ ମଧ୍ୟ ଏଭଳି କରିଆସିଛନ୍ତି। ସେମାନଙ୍କ ମଧ୍ୟରେ ବାରାକ ଓବାମା, ବିଲ କ୍ଲିଣ୍ଟନ ଏବଂ ଜର୍ଜ ଡବ୍ଲୁ ବୁଶ ପ୍ରମୁଖ ଅଛନ୍ତି। ଏଥିସହ ବିଲ୍‌ ଏବଂ ହିଲାରୀ କ୍ଲିଣ୍ଟନ ତାଙ୍କ ଭାଷଣରୁ ଟଙ୍କା ରୋଜଗାର କରିଥାନ୍ତି।

ତେବେ ଟ୍ରମ୍ପଙ୍କର ରୋଜଗାରର ଏହି ଗୋଟିଏ ମାଧ୍ୟମ ନାହିଁ। ସେ ରାଷ୍ଟ୍ରପତି ହେବା ପୂର୍ବରୁ ଜଣେ ସଫଳ ବ୍ୟବସାୟୀ। ଦେଶ ତଥା ବିଦେଶରେ ହୋଟେଲ, ରିଏଲ୍‌ ଇଷ୍ଟେଟ୍‌, ଫାଇନାନ୍ସ ସହ ଅନେକ ବ୍ୟବସାୟ ଥିବାରୁ ସେ ଜଣେ ବହୁତ ଧନୀ ବ୍ୟକ୍ତି। ବ୍ୟକ୍ତିଗତ କାର୍ଯ୍ୟକ୍ରମରୁ ପ୍ରାପ୍ତ ଟଙ୍କା ତାଙ୍କ ବ୍ୟବସାୟରୁ ରୋଜଗାର ଆଗରେ କିଛି ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଚୌଦ୍ୱାର ଜେଲ୍‌ର ନିଲମ୍ବିତ ବରିଷ୍ଠ ଅଧୀକ୍ଷକ

କଟକ,୭।୧୦(ପ୍ରଭୁକଲ୍ୟାଣ ପାଲ୍) ଚୌଦ୍ୱାର ଜେଲ୍‌ର ନିଲମ୍ବିତ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଜି ହାଇକୋର୍ଟରେ ଜାମିନ ଆବେଦନ…

ଗୁମ୍ମା ଘାଟିରେ ଓଲଟିଲା ଟ୍ରଲର: ରାୟଗଡ଼ା-କୋରାପୁଟ ରାସ୍ତା ଜାମ

ରାୟଗଡ଼ା, ୭/୧୦(ସଂକେତ ପାତ୍ର/ଜଗନ୍ନାଥ ଗୌଡ଼): ରାୟଗଡ଼ା ଜିଲା ଗୁମ୍ମା ଘାଟିରେ ଏକ ଟ୍ରଲର ଓଲଟି ପଡ଼ିବାରୁ ରାୟଗଡ଼ା-କୋରାପୁଟ ମୁଖ୍ୟ ରାସ୍ତାରେ ଯାତାୟାତ ଜାମ ହୋଇଛି। ସ୍ଥାନୀୟ ଲୋକଙ୍କ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି ବୋଲର୍‌: ପ୍ରଥମ ଭାରତୀୟ ସ୍ପିନର୍‌ ଭାବେ କଲେ ଏମିତି କାରନାମା

ଲକ୍ଷ୍ନୌ,୭।୧୦: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଯୁବ ଅଲରାଉଣ୍ଡର ନମନ ଧୀର ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆକ୍ରମଣାତ୍ମକ ବ୍ୟାଟିଂ…

ବଡ଼ ଉପଲବ୍ଧି ହାସଲ କଲେ ମୋଦି: ଛୁଟୁଛିୁ ଶୁଭେଚ୍ଛାର ସୁଅ, ଜାଣନ୍ତୁ ପୂରା ରାଜନୈତିକ ଘଟଣା

ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ।…

ମୋଦିଙ୍କ ୨୫ ବର୍ଷର ସଫଳତାକୁ ପ୍ରଶଂସା: କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ,ଅଶ୍ୱିନ ବୈଷ୍ଣବ କହିଲେ…

ନୂଆଦିଲ୍ଲୀ,୭ା୧୦(ପି.ଟି.):ଗୁଜରାଟ ମୁଖ୍ୟମନ୍ତ୍ରୀ ଏବଂ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ଗତ ୨୫ ବର୍ଷର ସଫଳତାକୁ ପ୍ରଶଂସାକରି ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ ହୋଇଛି। ଏହି…

ଚୌକା-ଛକା ବର୍ଷା କରି ୪ ବଡ଼ ରେକର୍ଡ ଭାଙ୍ଗିଦେଲେ ଶ୍ରେୟସ ଆୟର

ଲକ୍ଷ୍ନୌ,୭।୧୦: ଶ୍ରେୟସ ଆୟରଙ୍କ ଧୂଆଁଧାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ୮ ଉଇକେଟରେ ବଡ଼ ବିଜୟ ହାସଲ କରିଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଅବ୍ୟବସ୍ଥା ମଧ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ମିଳୁନି ପାନୀୟଜଳ, ସଫା ହେଉନି ଶୌଚାଳୟ

ଝାରସୁଗୁଡ଼ା, ୭ା୧୦(ଆଶିଷ ରଞ୍ଜନ ଦାଶ):ଶିକ୍ଷାର ମାନବୃଦ୍ଧି ସହ ଭିତ୍ତିଭୂମି ସୁଦୃଢ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ପ୍ରଶାସନିକ ଅବହେଳା ଯୋଗୁ ଝାରସୁଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?