ବାଇକ୍‌ ରଖି ଚା’ ପିଉଥିଲେ କଣ୍ଟ୍ରାକ୍ଟର: ଡିକି ଭାଙ୍ଗି ୯୦ ହଜାର ଲୁଟିନେଲେ ଦୁର୍ବୃତ୍ତ

ଝାରସୁଗୁଡା ଅଫିସ, ୧୫।୨: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଜୋବ ନିକଟସ୍ଥ ସୀତାରା ଛକରୁ ମଙ୍ଗଳବାର ଦୁର୍ବୃତ୍ତମାନେ ଏକ ବାଇକ ଡିକି ଭାଙ୍ଗି ୯୦ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି। ଲୁଟର ଶିକାର ହୋଇଥିବା ବ୍ୟକ୍ତି କାଳୀନଗର କଲୋନୀର ନସିମ ଅହମ୍ମଦ। ସେ ଏନେଇ ବ୍ରଜରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରି ସିସିଟିଭି କ୍ୟାମେରାକୁ ନେଇ ତଦନ୍ତ ଚଳାଇଛି।

ଅହମ୍ମଦ ଜଣେ କଣ୍ଟ୍ରାକ୍ଟର।ସେ ଲମଟିବାହାଲ ସ୍ଥିତ ପଞାବ ନ୍ୟାସନାଲ ବ୍ୟାଙ୍କରୁ ୧ଲକ୍ଷ ଟଙ୍କା ଉଠାଇଥିଲେ । ତା’ପରେ ଉଠାଣ ଟଙ୍କା ମଧ୍ୟରୁ ୧୦ହଜାର ଟଙ୍କା କଣ୍ଟ୍ରାକ୍ଟର ଜଣଙ୍କ ପକେଟରେ ରଖିଥିଲେ ବାକି ୯୦ ହଜାର ଟଙ୍କା ବାଇକ ଡିକିରେ ରଖି ଏକ ଜେରେକ୍ସ ଦୋକାନରେ ଜେରେକ୍ସ କରିଥିଲେ। ଏଥି ମଧ୍ୟରେ ଦୁର୍ବୃତ୍ତମାନେ ତାଙ୍କ ପିଛା କରିଥିଲେ। କଣ୍ଟ୍ରାକ୍ଟରଜଣଙ୍କ ସେଠାରୁ ବାଇକ ଧରି କୋଇଲା ଖଣି ଅଞ୍ଚଳକୁ ଯାଉଥିବା ବେଳେ ଜୋବ ନିକଟ ସୀତାରା ଛକରେ ଅଟକି କରି ବାଇକ ରଖି ଚା’ ପିଉଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ପୁଣି ପିଛା କରି ବାଇକ ଡିକି ଭାଙ୍ଗି ଟଙ୍କା ଲୁଟ କରୁଥିବା ନିଜେ କଣ୍ଟ୍ରାକ୍ଟର ଦେଖି ସେମାନଙ୍କୁ ଗୋଡାଇଥିଲେ। ହେଲେ ଦୁର୍ବୃତ୍ତମାନେ ବାଇକରେ ଫେରାର ହୋଇଯାଇଥିଲେ। ଲୁଟ୍‌ ବେଳେ ଗୋଟିଏ ବାଇକରେ ୨ଜଣ ଦୁର୍ବୃତ୍ତ ରହିଥିଲେ ବୋଲି କଣ୍ଟ୍ରାକ୍ଟର ଜଣଙ୍କ ପୋଲିସ ନିକଟରେ କହିଛନ୍ତି। ପୋଲିସ ସିସିଟିଭି ଫୁଟେଜରୁ ଜଣାପଡ଼ିଛି ଯେ, ଅଞ୍ଚଳ ଆଖପାଖରେ ମଧ୍ୟ କେତେକ ଯୁବକ ବୁଲାବୁଲି କରି ଘଟଣା ଉପରେ ନଜର ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri