ଭିଜିଲାନ୍ସ ହାତରେ ମହିଳା କଲେଜର କିରାଣି

କଟକ ଅଫିସ,୧୮ା୮: କଟକ କଲ୍ୟାଣୀ ସ୍ଥିତ କୁସୁମଦେବୀ ସତସଙ୍ଗ ମହିଳା କଲେଜର କନିଷ୍ଠ କିରାଣୀ ଜ୍ୟୋତ୍ସ୍ନା ପରିଡ଼ା ବୁଧବାର ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ମିଳିଥିବା ସୂଚନା ମୁତାବକ, ଅଭିଯୋଗକାରୀ ରାଧାରାଣୀ ସାହୁଙ୍କ ସ୍ବାମୀ ପୂର୍ବରୁ ଏହି କଲେଜରେ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ। ଅବସର ପରେ ତାଙ୍କର ବକେୟା ପ୍ରାପ୍ୟ ପାଇବାର ଥିଲା। ଏହି ପ୍ରାପ୍ୟ ପାଇବା ପାଇଁ ପ୍ରାଧ୍ୟାପକ କଲେଜକୁ ବାରମ୍ବାର ଦୌଡିଥିଲେ। ହେଲେ କାମ ବିଳମ୍ବ ହେବାରୁ ଅଭିଯୋଗକାରୀ କିରାଣୀଙ୍କ ଅସଲ ଉଦ୍ଦେଶ୍ୟ ଜାଣି ୯ ହଜାର ଦେବାକୁ ରାଜି ହୋଇଥିଲେ। ଏନେଇ ସେ କଟକ ଭିଜିଲାନ୍ସ ଡିଭିଜନ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ମଙ୍ଗଳବାର କିରାଣୀ ରାଧାରାଣୀଙ୍କୁ ୯ ହଜାର ଟଙ୍କା ଦେଉଥିବା ସମୟରେ ଭିଜିଲାନ୍ସ ଚଢାଉ କରିଥିଲା। ଭିଜିଲାନ୍ସ ଟିମ୍‌ ଲାଞ୍ଚ ଟଙ୍କା ଜବତ କରିବା ସହ ଏକ ମାମଲା(ନଂ. ୧୩/୨୧) ରୁଜୁ କରି ତଦନ୍ତ ଚଳାଇଛି। ଅନ୍ୟପକ୍ଷେ ଭିଜିଲାନ୍ସ ଅଭିଯୁକ୍ତ ଜ୍ୟୋତ୍ସ୍ନାଙ୍କ କଟକ ସ୍ଥିତ କାର୍ଯ୍ୟାଳୟ ଓ ବାସଭବନ ଉପରେ ଚଢାଉ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବହେଳାରୁ ୧୨୪କୋଟି କ୍ଷତି

ଭୁବନେଶ୍ୱର,୩।୧୧(ବ୍ୟୁରୋ): ପରିବହନ ବିଭାଗର କେତେକ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଏବଂ ଟିକସ ଆଦାୟରେ ଅନିୟମିତତା ଯୋଗୁ ରାଜ୍ୟ ସରକାରଙ୍କୁ ବହୁ କୋଟି ଟଙ୍କାର ରାଜସ୍ବ ହରାଇବାକୁ...

୫ହଜାର ଲାଞ୍ଚ: ସେକ୍ସନ ଅଫିସର ଗିରଫ

କଟକ ଅଫିସ,୨୨ା୧୧:  ଭୁବନେଶ୍ୱର ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟର ସେକ୍ସନ ଅଫିସର ଗୀତା ଖାଡିଆ ୫ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଗୁରୁବାର ଏହି...

ଖୋଲା ରହିପାରିବ ପଶୁଖାଦ୍ୟ ଦୋକାନ, ତେଜରାତି ଦୋକାନୀ ବି ରଖିପାରିବେ: ବାଗ୍‌ଚୀ

ଭୁବନେଶ୍ୱର,୨୮।୩(ବ୍ୟୁରୋ): ବିଦେଶ ଫେରନ୍ତାଙ୍କ ପଞ୍ଜିକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୪ ନଂ. ଜାରି କରାଯାଇଛି। ତେବେ ରବିବାର ଏହି ନମ୍ବର ବନ୍ଦ ରହିବ। ଏହାର...

ବାନ୍ଧିପାରୁନି ବନ ବିଭାଗ

ବଇଣ୍ଡା,୨୨।୪(ପରିକ୍ଷିତ ସାହୁ) ଫାଶରେ ପଡ଼ି ଛାଟିପିଟି ହେଉଥିବା କଲରାପତରିଆକୁ ଗୁଳି କରିଥିଲେ ଶିକାରୀ। ପରେ ନଖ କାଟି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାକୁ...

ନୂଆ ଏୟାରପୋର୍ଟ ଛକରୁ ଫାୟାର ଷ୍ଟେଶନ ନୋ ପାର୍କିଂ ଏରିଆ

ଭୁବନେଶ୍ୱର, ୩।୧୨ (ବ୍ୟୁରୋ): ହକି ବିଶ୍ୱକପ୍‌ ପାଇଁ ସଜେଇ ହେଉଛି ରାଜଧାନୀ। ସୌନ୍ଦର୍ଯ୍ୟକରଣ ସହିତ ସହରର ପାର୍କିଂ ବ୍ୟବସ୍ଥାକୁ ସଜାଡ଼ିବାକୁ ଅଣ୍ଟା ଭିଡ଼ିଛି ବିଏମ୍‌ସି। ଏହି...

ପାରିବାରିକ ଶତ୍ରୁତା ନେଲା ଶିଶୁର ଜୀବନ

ମାଲକାନଗିରି,୩୧ା୭(ଡି.ଏନ୍‌.ଏ.): ପାରିବାରିକ ଶତ୍ରୁତା ପାଇଁ ଜଣେ କୋମଳମତି ଶିଶୁର ଜୀବନ ଯାଇଛି। ଏହାକୁ କେନ୍ଦ୍ରକରି ଏମ୍‌ଭି-୧୯ ଗ୍ରାମରେ ଉତ୍ତେଜନା ଦେଖାଦେଇଛି। ମୃତ ଶିଶୁ ଜଣକ ହେଲେ...

ଆଜି ସରୁଛି ଅର୍ଚ୍ଚନାଙ୍କ ରିମାଣ୍ଡ ତଥାପି ଖୋଲୁନାହାନ୍ତି ମୁହଁ

ଭୁବନେଶ୍ୱର,୧୨ା୧୨(ବ୍ୟୁରୋ): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ୭ ଦିନିଆ ରିମାଣ୍ଡ ସୋମବାର ସରୁଛି। ମାତ୍ର ଅର୍ଚ୍ଚନା ଇଡିକୁ ସହଯୋଗ କରୁ ନ ଥିବାରୁ ତଦନ୍ତରେ ବାଧା...

ସୁରକ୍ଷିତ ନୁହେଁ ସୁରକ୍ଷା ବ୍ୟବସ୍ଥା

ଅନୁଗୋଳ ଅଫିସ, ୩ା୯ ପୁଣି ପଦାରେ ପଡ଼ିଛି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା ବ୍ୟବସ୍ଥା। ପୂର୍ବରୁ ଡାକ୍ତରଖାନା ମଧ୍ୟରୁ ବିଭିନ୍ନ ସାମଗ୍ରୀ ଚୋରି ହେଉଥିବାବେଳେ...

Advertisement
Archives

Model This Week