ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ସମୁଦ୍ର କୂଳରେ ଦଳେ କୁକୁର ବେଲୁନରେ ଖେଳୁଥିବା ଭିଡିଓ ଭାଇରାଲ ହୋଇଛି।
ଭିଡିଓରେ ଦେଖାଯାଇଛି, ଦଳେ କୁକୁର ସମୁଦ୍ର କୂଳରେ ଏକ ବେଲୁନରେ ଖେଳୁଛନ୍ତି। ବେଲୁନଟି ପବନରେ ଉଡୁଥିବାବେଳେ କୁକୁର ପଲ ଉପରକୁ ଲମ୍ଫ ପ୍ରଦାନ କରି ବେଲୁନକୁ ମୁହଁରେ ମାରୁଛନ୍ତି। ଏହି ଭିଡିଓକୁ ଆଇଏଫଏସ ସୁଶାନ୍ତ ନନ୍ଦ ଟୁଇଟ କରି ଶେୟାର କରିଛନ୍ତି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।
Happiness lies in the joy of achievement💕 pic.twitter.com/9wkdpuGfEe
— Susanta Nanda IFS (@susantananda3) October 12, 2020