ବିବାହର ପ୍ରତିଶ୍ରୁତି ଦେଖାଇ ନାବାଳିକାଙ୍କୁ ବଳାତ୍କାର

ଦିଗପହଣ୍ଡି,୧୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ କୌଶଳ କ୍ରମେ ଅପହରଣ କରିବା ପରେ ବିବାହର ପ୍ରତିଶ୍ରୁତି ଦେଖାଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଏତଲାକ୍ରମେ ଥାନା ମାମଲା ନଂ. ୨୩୩/୨୦ରେ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଛି। ଗିରଫ ଭୟରେ ଅଭିଯୁକ୍ତ ଫେରାର ଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଚିକିଟି ଏସ ଡିପିଓ ସୁରେନ୍ଦ୍ରନାଥ ମୁର୍ମୁ କହିଛନ୍ତି। ପୀଡ଼ିତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅଭିଯୁକ୍ତ ଜଣକ ଗତ ମାର୍ଚ୍ଚ ୨୨ ତାରିଖରେ ତାଙ୍କୁ ଅପହରଣ କରି ଏକ ଭଡାଘରେ ରଖିଥିଲେ। ଅଭିଯୁକ୍ତ ଜଣକ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଏକାଧିକ ଥର ବଳାତ୍କାର କରିବା ପରେ ତାଙ୍କୁ ଭଡାଘରେ ଛାଡ଼ି ଫେରାର ହୋଇଯାଇଥିବା ଏତଲାରେ ଉଲ୍ଲେଖ ଅଛି। ପୀଡ଼ିତା ଜଣକ ନିରୁପାୟ ହୋଇ ଘରେ ପହଞ୍ଚି ସମସ୍ତ ଘଟଣା ପରିବାର ଲୋକଙ୍କୁ ଜଣାଇବା ପରେ ବାପାଙ୍କ ସହ ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦେଇଥିବା ପୋଲିସ ଆଇଆଇସି ବସନ୍ତ କୁମାର ସେଠୀ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୨ ଅଭିଯୋଗ ଶୁଣିଲେ ଜିଲାପାଳ

କାମାକ୍ଷାନଗର,୧୮।୧୧(ଡି.ଏନ.ଏ.)-ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକ ପରିସରରେ ସୋମବାର ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଭୁମେଶ ଚନ୍ଦ୍ର ବେହେରା ଯୋଗଦେଇ ୧୦୨ଟି...

ଜୀବିତ ବାଳକଙ୍କୁ ମୃତ ଘୋଷଣା : ଜଳେଶ୍ୱର ଡାକ୍ତରଖାନାରେ ଭଙ୍ଗାରୁଜା, ରାସ୍ତାରୋକ

ଜଳେଶ୍ୱର,୧୫ା୮: ବାଲେଶ୍ୱର ଜିଲା ଜଳେଶ୍ୱର ସ୍ଥିତ ଗୋପୀ କିଶନ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଜୀବିତ ବାଳକକୁ ଡାକ୍ତର ମୃତ ଘୋଷଣା କରିବା ନେଇ ଗୁରୁବାର...

ବୈତରଣୀରେ ବୃଦ୍ଧି ପାଉଛି ଜଳସ୍ତର

ଭଣ୍ଡାରିପୋଖରୀ, ୧୪ା୮(ଡି.ଏନ୍‌.ଏ.)- ଲଘୁଚାପ ଜନିତ ବର୍ଷା ଯୋଗୁ ବୈତରଣୀ ନଦୀ ଫୁଲିବା ଆରମ୍ଭ କରିଛି। ନଦୀର ଜଳସ୍ତର ଆଖୁଆପଦା ଆନିକଟ ଠାରେ ମଙ୍ଗଳବାର ସକାଳ ୬ଟାରୁ...

କିରୋସିନରେ ଲୋକଙ୍କୁ ଠକେଇ

ବଡଗାଁ, ୨୭।୪ (ଡି.ଏନ.ଏ.): କରୋନା ମହାମାରି ଯୋଗୁ କାମ ହରାଇ ଶ୍ରମିକ, ଦିନ ମଜୁରିଆମାନେ ହାତବାନ୍ଧି ଘରେ ବସିଛନ୍ତି । ଏମାନଙ୍କ ପରିବାର ପ୍ରତିପୋଷଣ ପାଇଁ...

ଜନ୍ମବେଦିରେ ସରିଲା ଲୀଳାଖେଳା; ରତ୍ନବେଦିକୁ ଫେରିଲେ ତିନି ଠାକୁର

ବାରିପଦା ଅଫିସ,୧୫।୭- ଜନ୍ମବେଦିରେ ଲୀଲାଖେଳା ସାରି ତିନି ଠାକୁର ରବିବାର ବଡ ଦେଉଳକୁ ଫେରିଛନ୍ତିି। ରବିବାର ବିଳମ୍ବିତ ରାତିରେ ବଡ଼ ଦେଉଳକୁ ପହଣ୍ଡି ବିଜେ ହୋଇଛନ୍ତି...

ଡେଲିମାର୍କେଟ ଭିଡ ବଢାଉଛି ସଂକ୍ରମଣ ଭୟ

ବଲାଙ୍ଗୀର ଅଫିସ, ୬ା୪: ପଶ୍ଚିମ ଓଡିଶାର କଳାହାଣ୍ଡି ଜିଲାରେ କରୋନା ସଂକ୍ରମିତ ଯୁବକଙ୍କୁ ଚିହ୍ନଟ କରାଯାଇଛି। ଏହା ଜଣାପଡିବା ପରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲାରେ...

୧୯ ଦିନ ବିତିଲା, ମଦମୃତ୍ୟୁ ସଂଖ୍ୟା ଅସ୍ପଷ୍ଟ

ଭଦ୍ରକ ଅଫିସ, ୨୦।୫ – ଭଦ୍ରକ ଜିଲାରେ ମଦମୃତ୍ୟୁ ଘଟଣାକୁ ୧୯ ଦିନ ବିତିଲାଣି। ନିର୍ବାଚନ ସମୟରେ ଭୋଟରଙ୍କୁ ହାତେଇବା ପାଇଁ ଏକ ନିର୍ଦ୍ଦିଷ୍ଟ ଦଳ...

୨୫ରେ ଘୁମୁସର ଗଟ୍‌ ଟାଲେଣ୍ଟ ସିଜନ୍‌-୨

ଭଞ୍ଜନଗର,୧୪।୧୨(ଡି.ଏନ.ଏ)-ଘୁମୁସର ଗଟ୍‌ ଟାଲେଟଂ ସିଜନ୍‌-୨ ଚଳିତ ମାସ ୨୫ରେ ସ୍ଥାନୀୟ ଜେଲ୍‌ ପଡିଆ ପରିସରରେ ଅନୁଷ୍ଠିତ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ସ୍ଥାନୀୟ...

Coronavirus Update

Archives

Model This Week

Why Dharitri