Posted inଫୁରସତ

ମାଲିକଙ୍କ ସହ ସ୍କିପିଂ କରି ବିଶ୍ୱ ରେକର୍ଡ କଲା କୁକୁର, ଭିଡିଓ ଦେଖିଲେ…

ଦୀର୍ଘଦିନ ଧରି ଲୋକମାନେ ସେମାନଙ୍କର ଦକ୍ଷତା ଆଧାରରେ ବିଶ୍ୱ ରେକର୍ଡ ସୃଷ୍ଟି କରିଥାନ୍ତି। ଆପଣ ମଧ୍ୟ ନିଶ୍ଚୟ ଏପରି ଅନେକ ଲୋକଙ୍କୁ ଦେଖିଥିବେ, ଯେଉଁମାନେ ସେମାନଙ୍କର ଅନନ୍ୟ ପ୍ରତିଭା ସହିତ ବିଶ୍ୱ ରେକର୍ଡ ସୃଷ୍ଟି କରିଥାନ୍ତି। ମଣିଷ କ୍ଷେତ୍ରରେ ଏହା ସମ୍ଭବ ହୋଇଥାଏ। ମାତ୍ର ଏକ ପଶୁ ମଧ୍ୟ ବିଶ୍ୱ ରେକର୍ଡ କରିପାରେ ଜାଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। ତଥାପି ଏହା ସତ। ଏବେ ସେମିତି ଏକ ନିଆରା ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଗୋଟିଏ କୁକୁର ତା’ର ମାଲିକଙ୍କ ସହ ସ୍କିପିଂ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି।

ବାଲୁ ନାମକ ଏକ କୁକୁର ଗିନିଜ ଓ୍ବାଲର୍‌ଡ ରେକର୍ଡ କରିଛି। ଏହାର ମାଲିକ ଜର୍ମାନରୁ ଓ୍ବଲ୍‌ଫଗଙ୍ଗ ଲାଉନବର୍ଗର ଏକ ଭିଡିଓ ପୋଷ୍ଟ କରିଛନ୍ତି। ବାଲୁ ତା’ ପଛ ଗୋଡ଼ରେ ସର୍ବାଧିକ ଥର ଡେଇଁ ବିଶ୍ୱ ରେକର୍ଡ କରିଛି। ଏହି ରେକର୍ଡ ୧୨ ଜୁଲାଇ ୨୦୨୨ରେ ଜର୍ମାନର ଉତ୍ତର ରେନ୍‌ ଓ୍ବେଷ୍ଟଫାଲିଆର ଷ୍ଟୁକେନବ୍ରୋକ୍‌ରେ କରାଯାଇଛି। ବାଲୁ ମାତ୍ର ୩୦ ସେକେଣ୍ଡରେ ୩୨ ଥର ସ୍କିପିଂ କରି ଏହି ରେକର୍ଡ ସୃଷ୍ଟି କରିଛି।

ଭିଡିଓରେ ଦେଖିପାରିବେ କୁକୁର ତା’ ମାଲିକଙ୍କ ସହିତ ଦଉଡ଼ିଡିଆଁ ଖେଳୁଛି। ଉଭୟଙ୍କ ମଧ୍ୟରେ ସମନ୍ବୟ ଦେଖି ବୁଝିଯିବେ ଯେ, ସେମାନେ ଏଥିପାଇଁ ବହୁତ ଅଭ୍ୟାସ କରିଛନ୍ତି। କୁକୁରଟି ଉଭୟ ପଛ ଗୋଡ଼କୁ ଡେଇଁବାବେଳେ ଉଭୟ ଆଗ ଗୋଡ଼କୁ ଆଗକୁ ରଖିଛି, ଏହା ପୁଣି ଠିଆ ହୋଇ। କୁକୁରକୁ ମାଲିକ ମଧ୍ୟ ବହୁତ ସମର୍ଥନ କରୁଛନ୍ତି।

ଏହି ଭିଡିଓଟି ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏପରିକି ଭିଡିଓକୁ ୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ହଜାର ହଜାର ଲୋକ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଏହି ବିଶ୍ୱ ରେକର୍ଡ ଅତ୍ୟନ୍ତ ସ୍ବତନ୍ତ୍ର। ଆଉ ଜଣେ କହିଛନ୍ତି, କୁକୁରଟି ବହୁତ ସୁନ୍ଦର ଦେଖାଯାଉଛି। ସେହିପରି ଅନ୍ୟ ଜଣେ ୟୁଜର କହିଛନ୍ତି, ସେ ଚାମ୍ପିଅନ ଏବଂ ବର୍ତ୍ତମାନ ବିଶ୍ୱ ରେକର୍ଡଧାରୀ ମଧ୍ୟ ହୋଇଛନ୍ତି। ଅନେକ ଲୋକ ବାଲୁକୁ ସୁନ୍ଦର ବୋଲି କହିବା ସହ ତା’ର ସଫଳତା ପାଇଁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri