ମହିଳାଙ୍କ ପେଟରୁ ୨୪କିଲୋ ଓଜନର ଟ୍ୟୁମର ବାହାର କଲେ ଡାକ୍ତର

ଶିଲଙ୍ଗ,୫।୮: ମେଘାଳୟର ଓ୍ବେଷ୍ଟ ଗାରୋ ହିଲ୍ସ ଜିଲାରେ ଏକ ହସ୍ପିଟାଲରେ ଜଣେ ମହିଳାଙ୍କ ପେଟରୁ ୨୪ କିଲୋଗ୍ରାମ ଓଜନର ଟ୍ୟୁମର ବାହାର କରିଥିବା ଜଣାପଡ଼ିଛି। ଏନେଇ ହସ୍ପିଟାଲର ଜଣେ ଅଧିକାରୀ ବୁଧବାର ସୂଚନା ଦେଇଛନ୍ତି। ଉକ୍ତ ଜିଲାର ଜାମଗେ ଗାଁରେ ରହୁଥିବା ଜଣେ ୩୭ର୍ଷୀୟା ମହିଳାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ଜୁଲାଇ ୨୯ରେ ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଗଷ୍ଟ ୨ରେ ତାଙ୍କର ଅପରେଶନ୍‌ କରାଯାଇଥିଲା। ଏହି ଅପରେଶନ୍‌ ଦୀର୍ଘ ୩ଘଣ୍ଟା ଧରି ଚାଲିଥିଲା। ମହିଳାଙ୍କ ଏବେ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ବେଳେ ତାଙ୍କ ଟ୍ୟୁମରକୁ ପରୀକ୍ଷା ପାଇଁ ପଠାଯାଇଛି। ଯେଉଁଥିରୁ ଜଣାପଡ଼ିବ ଯେ, ଏହା କ୍ୟାନସର କି ନୁହେଁ। ଅପପଟେ ରାଜ୍ୟର ମୁଖ୍ୟମନ୍ତ୍ରୀ ଅପରେଶନ୍‌ କରିଥିବା ଡାକ୍ତରଙ୍କୁ ଶୁଭେଚ୍ଛା ଜଣାଇବା ସହ ରୋଗୀ ମହିଳାଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ ଜୀବନ

ଗୁଆହାଟୀ,୨୬ା୧୧-ଆସାମର ଦିବ୍ରୁଗଡ଼ ଜିଲା ଲେପେଟ୍‌କାଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୬ ଜଣଙ୍କ ପ୍ରାଣହାନି ଘଟିଛି। ଏକ ବିବାହ ଉତ୍ସବରେ ଯୋଗଦେବା ଲାଗି ଗାଡ଼ିରେ...

ଟ୍ରମ୍ପ୍‌ଙ୍କ ଅହମଦାବାଦ ଗସ୍ତ ସମୟରେ ସୁରକ୍ଷାରେ ନିୟୋଜିତ ହେବେ ୧୦ ହଜାର ପୋଲିସ

ଅହମଦାବାଦ,୧୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ପାଇ ଆସନ୍ତା ୨୪-୨୫ ତାରିଖରେ ଭାରତ...

‘ୟୁପି କେବଳ, ଦେଶରେ ନୁହେଁ ଅଷ୍ଟ୍ରେଲିଆରେ ହୋଇଛି ପ୍ରଶଂସିତ’

ଲକ୍ଷ୍ନୌ,୧୬।୭: ୨୦୨୨ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଭାଜପା ନିଜର ମିଶନ ଆରମ୍ଭ କରିଦେଇଛି। ପ୍ରଧାନମନ୍ତ୍ରୀଙ୍କ ବାରଣାସୀ ଗସ୍ତ ପରେ ଭାଜପା...

ଯେଉଁ କଫ ସିରପ ଯୋଗୁ ଗାମ୍ବିୟାରେ ୬୬ ଶିଶୁଙ୍କର ହେଲା ମୃତ୍ୟୁ ଭାରତରେ ତାହା ବିକ୍ରି ହେଉ ନ ଥିଲା

ନୂଆଦିଲ୍ଲୀ,୭ ।୧୦: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବୁଧବାର ଭାରତର ଏକ ମେଡିସିନ କମ୍ପାନୀକୁ ନେଇ ସତର୍କ ସୂଚନା ଜାରି କରିଛି । ଗାମ୍ବିୟାରେ ୬୬ ଶିଶୁଙ୍କ...

ଶ୍ରୀଲଙ୍କା ବିସ୍ଫୋରଣରେ ନିଖୋଜ ଅଛନ୍ତି ୭ ଜେଡି(ଏସ୍‌) କର୍ମୀ

ବେଙ୍ଗାଲୁର,୨୨।୪: ଶ୍ରୀଲଙ୍କାରେ ରବିବାର ହୋଇଥିବା ବିସ୍ଫୋରଣରେ ୫ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଏହିି ଘଟଣାରେ କର୍ନାଟକର ୨ ଜନତା ଦଳ ସେକ୍ୟୁଲାର...

ମିଳିଲା ୮୦୦ ବର୍ଷ ତଳର ଲୁହା ଚେନ୍‌ରେ ତିଆରି ଶର୍ଟ, ତଥାପି ଲାଗିନି କଳଙ୍କି

ସାଧାରଣତଃ ଲୁହା ସାମଗ୍ରୀ କିଛିଦିନ ରହିବା ପରେ ଏଥିରେ କଳଙ୍କ ଲାଗିଯାଇଥାଏ। ମାତ୍ର ୮୦୦ ବର୍ଷର ତଳର ଲୁହା ଚେନ୍‌ରେ ତିଆରି ଏକ ଶର୍ଟ ମିଳିଛି...

ନୂଆବର୍ଷରେ ଦେଶକୁ ମିଳିଛି ୨ କରୋନା ଟିକା: ମୋଦି

ନୂଆଦିଲ୍ଲୀ,୪।୧: ଏବେ ଅନ୍ତର୍ଜାତୀୟସ୍ତରରେ ଆତ୍ମନିର୍ଭର ଭାରତ ପରିଚିତି ହାସଲ କରିପାରିଛି। ନୂଆବର୍ଷରେ ଦେଶକୁ ୨ କରୋନା ଟିକା ମିଳିଛି। କୋଭିଶିଲ୍ଡ୍‌ ଏବଂ କୋଭାକ୍ସିନ୍‌ର ବ୍ୟବହାର ଏବେ...

ଅନଶନ ପାଇଁ ଅଡି ବସିଲେ ସ୍ବାତୀ: ମୋଦିଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ,୩।୧୨: ହାଇଦ୍ରାବାଦରେ ଗଣବଳାତ୍କାର ପରେ ହତ୍ୟା କରାଯାଇଥିବା ଭେଟେରିନାରି ମହିଳା ଡାକ୍ତରଙ୍କୁ ନ୍ୟାୟ ଦେବା ପାଇଁ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ଅଣ୍ଟା...

Advertisement
Archives

Model This Week