ଦୁର୍ଘଟଣାରେ ଚାଲିଗଲା ଡାକ୍ତରଙ୍କ ଜୀବନ

ବାରିପଦା ଅଫିସ,୨୩ା୪: ମୟୂରଭଞ୍ଜ ଜିଲାର ସୁନାମଧନ୍ୟ ବରିଷ୍ଠ ବିଶେଷଜ୍ଞ ଡାକ୍ତର ଅଞ୍ଜନ ଷଡଙ୍ଗୀଙ୍କ ରବିବାର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଗୁରୁତର ହୋଇ ପ୍ରଥମେ ବାରିପଦା ପିଆରଏମ ମେଡିକାଲ ଓ ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ନେବା ବାଟରେ ଭଦ୍ରକ ନିକଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପ୍ରଚାରିତ ହେବା ପରେ ଜିଲା ତଥା ପଡୋଶୀ ଜିଲାରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁଯାୟୀ, ଡା.ଷଡ଼ଙ୍ଗୀ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ବରିଷ୍ଠ ମହିଳା ଓ ପ୍ରସୂତୀ ବିଶେଷଜ୍ଞ ଭାବେ ଚାକିରୀ କରୁଥିଲେ। ରବିବାର ୧୧ଟାରେ ବାଲେଶ୍ୱରରୁ ବାରିପଦା ଅଭିମୁଖେ ଆସୁଥିବା ସମୟରେ ବେତନଟୀ ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ମଞ୍ଚାବନ୍ଧା ଠାରେ ଏକ ଟ୍ରକ୍‌ ପଛରେ ପିଟିହୋଇ କାର ମଧ୍ୟରେ ଚାପି ହୋଇ ରହିଥିଲେ ା ଖବରପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି କଟର ସାହାଯ୍ୟରେ ଡାକ୍ତରଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରିଥିଲେ ା ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରୁଥିବା ବେଳେ ବାଟରେ ମୃତ୍ୟୁ ଘଟିଥିଲା। ତାଙ୍କର ମର ଶରୀର ଦର୍ଶନ ପାଇଁ ହଜାର ହଜାର ଲୋକ ବାରିପଦା ମେଡିକାଲ ପରିସରରେ ଭିଡ ଜମାଇଛନ୍ତି। ଆଇନଗତ ଭାବେ ତାଙ୍କର ମୃତଦେହ ବ୍ୟବଚ୍ଛେଦ କରାଯିବ। ଜଣେ ଜଣାଶୁଣା ଓ ସୁପରିଚିତ ଡାକ୍ତର ଭାବେ ମୟୂରଭଞ୍ଜ ଜିଲା ତଥା ବାଲେଶ୍ୱର ଓ କେନ୍ଦୁଝର ଜିଲାରେ ବେଶ ଲୋକପ୍ରିୟ ଥିଲେ। ରୋଗୀଙ୍କ ଉତ୍ତମ ଚିକିତ୍ସା କରି ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିଥିବାରୁ ସମଗ୍ର ଜିଲା ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି ା


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ରୁ ଖସି ପଡ଼ି ଯୁବକଙ୍କ ମୃତ୍ୟୁ

ରାଇରଙ୍ଗପୁର,୨୮ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବହଳଦା ଥାନା ଅନ୍ତର୍ଗତ ଗମ୍ଭାରିଆ ଗ୍ରାମାଞ୍ଚଳ ୨୨୦ ନଂ ଜାତୀୟ ରାଜପଥରେ ବୁଧବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକଙ୍କ...

ପ୍ରମୋଦ ସାହୁ ବରଖାସ୍ତ

ଭୁବନେଶ୍ୱର (ବ୍ୟୁରୋ)/ କେନ୍ଦ୍ରାପଡ଼ା ଅଫିସ, ୨୭-୧୧: କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ-ଅପରେଟିଭ ସୋସାଇଟି ଲିଃ ସଭାପତି ପଦରୁ ପ୍ରମୋଦ ସାହୁଙ୍କୁ ବରଖାସ୍ତ କରାଯାଇଛି। ଆଇଏଏସ୍‌ ଅଧିକାରୀ ତଥା...

ପଥର ଅଭାବରୁ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ବିଳମ୍ବ

ପୁରୀ ଅଫିସ,୯।୬:କୋଭିଡ୍‌ କଟକଣା ଭିତରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଚାଲିଥିତ୍ବାବେଳେ ପଥର ଅଭାବ ଦେଖାଦେଇଛି। ଫଳରେ ମରାମତି କାର୍ଯ୍ୟ ବିଳମ୍ବ ହେବାରେ ଲାଗିଛି। ମୁଖ୍ୟତଃ ବିଭିନ୍ନ...

ଲୋପ୍‌ ପାଉଛେ ଧାନଖଣି, ପୁଡୁଗ୍‌ ବଁଧା ପରମ୍ପରା

ଭବାନୀପାଟଣା, ୪ା୬ (ଡି.ଏନ୍‌.ଏ): ଓଡ଼ିଶା ହେଉଛେ ଗୁଟେ କୃଷି ପରଧାନ ରାଏଜ୍‌। ରାଏଜର ବଡ଼ଭାଗି ଲୋକ୍‌ ଚାଷ୍‌ବାସ କାରି ନିଜର ଜୀବନ୍‌ ଜୀବ୍‌କା ଚଲଉଛନ୍‌। ସେନ୍‌ତା...

ଏନ୍‌କାଉଣ୍ଟରରେ ଆହତ ଅଷ୍ଟମଙ୍କୁ ୭ ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୨୫ା୫- ପୋଲିସ ଏନ୍‌କାଉଣ୍ଟର ବେଳେ ଅପରାଧୀଙ୍କ ଗୁଳିରେ ପୋଲିସ ଆହତ ହୋଇଥିବା ମାମଲାର ଶୁଣାଣି କରି ଅତିରିକ୍ତ ବିଚାର ବିଭାଗ ମାଜିଷ୍ଟ୍ରେଟ (ଏସିଜେଏମ) ସରୋଜ...

କେନାଲ ଶୁଖିଲା, ଜମିକୁ ମାଡ଼ିପାରୁନି ପାଣି

ଭଣ୍ଡାରିପୋଖରୀ, ୪ା୭ (ସ୍ବ.ପ୍ର.): ମୌସୁମୀ ଲୁଚକାଳି ଖେଳୁଛି। ବର୍ଷା ଅଭାବରୁ ବିଲରେ ପଡ଼ିଥିବା ଧୂଳିଆ ଧାନ ତଳି ଗଜା ମରୁଡ଼ି ହେବାକୁ ବସିଛି। ବର୍ଷାକୁ ଅନେଇ ବସିଥିବା...

ରାସ୍ତା ମରାମତି ନ ହେଲେ ଆନ୍ଦୋଳନ : ଚେତାବନୀ ଦେଲା ଯୁବ କଂଗ୍ରେସ

ଜଳେଶ୍ୱର, ୬।୧୨(ସ୍ବ.ପ୍ର./ଡି.ଏନ.ଏ.)-ଜଳେଶ୍ୱର ବ୍ଲକ ରାଇବଣିଆର ୧୪ଟି ପଞ୍ଚାୟତର ଲାଇଫ ଲାଇନ୍‌ କୁହାଯାଉଥିବା ଜଳେଶ୍ୱର-ଓଲମରା ଶାନ୍ତିପୁର ରୋଡ଼ର ଦୁରବସ୍ଥା ବଦଳୁ ନାହିଁ। ୩ମାସ ପୂର୍ବରୁ ଜିଲାପାଳ ଦେଇଥିବା...

ସାପ୍ତାହିକ ହାଟ ସ୍ଥାନାନ୍ତର

ବଇଣ୍ଡା, ୧୨।୪(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡାର ରବିବାର ହେଉଥିବା ସାପ୍ତାହିକ ହାଟକୁ ପୋଲିସ ପ୍ରଶାସନ ପକ୍ଷରୁ ବଇଣ୍ଡା ହାଇସ୍କୁଲ ନିକଟସ୍ଥ ଏକ ଖୋଲା ପଡିଆକୁ ସ୍ଥାନାନ୍ତର...

Advertisement
Archives

Model This Week