Posted inଫୁରସତ

ଏମିତି କଲେ ଘର ପାଇଁ ଅମଙ୍ଗଳ, ଜାଣନ୍ତୁ କ’ଣ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ଖାସ୍‌ କାର୍ଯ୍ୟ ରହିଛି, ଯାହାକୁ କରିବା ଦ୍ୱାରା ଘରର ଅମଙ୍ଗଳ ହେବା ସହ ଉନ୍ନତି ପଥରେ ବାଧା ଉପୁଜିଥାଏ। ଯେମିତିକି:
* କିଛି କାରଣ ନ ଥାଇ କବାଟରେ ସର୍ବଦା ତାଲା ଝୁଲାଇ ରଖିଲେ ଘରର ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ ବୋଲି ବିଶ୍ୱାସ ରହିଛି।
* ଗାଧୁଆ ଘରେ ଖାଲି ବାଲ୍ଟି ରଖିବା ବି ଅଶୁଭ ହୋଇଥାଏ।
* ଆଲମାରିରେ ଚାବିକାଠି ଝୁଲାଇ ରଖିବା ଶୁଭଙ୍କର ନୁହେଁ।
* ପାନିଆରେ ଚୁଟି ଲଗେଇକି ରଖିବା ବି ଠିକ୍‌ ନୁହେଁ।
* ଦୁଆର ମୁହଁକୁ ଆସିଥିବା ଭିକାରିକୁ ଖାଲିହାତରେ ଫେରାଇବା ଆଦୌ ଠିକ୍‌ ନୁହେଁ। ତାଙ୍କ ମନରେ କଷ୍ଟ ହେଲେ ତା’ ପ୍ରଭାବରେ ଘରକୁ ଦାରିଦ୍ର୍ୟତା ଆସିଥାଏ ବୋଲି ବିଶ୍ୱାସ କରାଯାଏ।
* ସେହିପରି ଘରକୁ କୌଣସି ଅତିଥି ଆସିଲେ ବିରକ୍ତିଭାବ ପ୍ରକାଶ କରିବା ବି ଆଦୌ ଭଲ ଲକ୍ଷଣ ନୁହେଁ।
* ଅଳସ ହୋଇ ସନ୍ଧ୍ୟା ସମୟରେ ଶୋଇବା ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ଘରର ଆର୍ଥତ୍କ ସ୍ଥିତିକୁ ବି ଦୁର୍ବଳ କରିଥାଏ।
* ଭାଙ୍ଗିଯାଇଥିବା ପାନିଆ କିମ୍ବା ଅନ୍ୟ କୌଣସି ବସ୍ତୁକୁ ବ୍ୟବହାର କରିବା ବି ଆଦୌ ଶୁଭଙ୍କର ନୁହେଁ।
* ଦାନ୍ତରେ ନଖ ଛିଣ୍ଡାଇବାକୁ ମାତା ଲକ୍ଷ୍ମୀ ଆଦୌ ପସନ୍ଦ କରନ୍ତି ନାହିଁ। ଏହାଦ୍ୱାରା ଦାରିଦ୍ର୍ୟତା ଆସିଥାଏ।
* ଘରର ଡଷ୍ଟବିନ୍‌କୁ ପ୍ରତିଦିନ ସଫା ନ କଲେ ଏହାର ନକାରାତ୍ମକ ପ୍ରଭାବ ଘରର ଉନ୍ନତି ଉପରେ ପଡ଼ିଥାଏ ବୋଲି ଲୋକବିଶ୍ୱାସ ରହିଛି।
* ଦୁଆରବନ୍ଧକୁ ଗୋଇଠା ମାରିବା କିମ୍ବା ଦୁଆରବନ୍ଧରେ ବସିବା ବି ଉଚିତ୍‌ ନୁହେଁ। ଏହା ଘର ମଧ୍ୟକୁ ସକାରାତ୍ମକ ଶକ୍ତିକୁ ପ୍ରବେଶ କରାଇବାରେ ବାଧା ସୃଷ୍ଟି କରିଥାଏ।
* ପିନ୍ଧୁଥିବା ବସ୍ତ୍ର ଯଦି ଟିକେ ଚିରିଯାଇଥାଏ କିମ୍ବା ସେଥିରେ ସାମାନ୍ୟତମ ନିଆଁ ଝୁଲ ଲାଗିଯାଇଥାଏ, ତା’ହେଲେ ତାକୁ ଆଉ ବ୍ୟବହାର କରିବା ଠିକ୍‌ ନୁହେଁ। ଏହା ମଧ୍ୟ ଦାରିଦ୍ର୍ୟତାକୁ ଡାକି ଆଣିଥାଏ ବୋଲି ମାନ୍ୟତା ରହିଛି।
* ବେଶିଦିନ ଧରି ଘରେ ଅଳିଆ ଆବର୍ଜନାକୁ ଗଦେଇ ରଖିବା ଉଚିତ୍‌ ନୁହେଁ। ଏହା ଘରର ଉନ୍ନତି ସହ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri