Posted inଫୁରସତ

ଜାଣନ୍ତି କି ଏସି ବଗି କାହିଁକି ଟ୍ରେନ୍‌ର ମଧ୍ୟ ଭାଗରେ ରହିଥାଏ

ଭାରତରେ ରେଳ ନେଟଓ୍ବାର୍କ ବହୁ ବ୍ୟାପକ। କହିବାକୁ ଗଲେ ଏହା ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ବ୍ୟାପିଛି। ଫଳରେ ଦୂରଯାତ୍ରା ସହଜ ହୋଇଥାଏ। ଟ୍ରେନ ରୁଟ୍‌ ଲୋକମାନଙ୍କୁ କମ୍‌ ସମୟ ମଧ୍ୟରେ ଗନ୍ତବ୍ୟ ସ୍ଥଳକୁ ନେଇଥାଏ। ଦୂର ସ୍ଥାନକୁ ଯାଉଥିବା ଯାତ୍ରୀମାନେ ଟ୍ରେନ୍‌ରେ ଆରାମରେ ଶୋଇ ଯାତ୍ରା କରିଥାନ୍ତି। ତେବେ ଏହି ଟ୍ରେନ୍‌ରେ ଏସି ବଗିଗୁଡ଼ିକ କାହିଁକି ମଝିରେ ଥାଏ କେବେ ଧ୍ୟାନ ଦେଇଛନ୍ତି କି ? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ….

ଟେନ୍‌ରେ ଏସି ବଗିଗୁଡ଼ିକ ଟ୍ରେନରେ ପଛ କିମ୍ବା ଆଗରେ କେବେ ବି ଫିଟ୍‌ ହୋଇ ନ ଥାଏ। ସବୁବେଳେ ମଝିରେ ହିଁ ରହିଥାଏ। ଇଞ୍ଜିନ ପ୍ରଥମେ ଆସେ। ତା’ପରେ ସାଧାରଣ ବଗି ରହିଥାଏ। ତା’ପରେ କିଛି ଶୋଇବା ବଗି ଏବଂ ଏହା ପରେ ଏସି ବଗି ରହିଥାଏ।

ଯଦିଓ ଭାରତୀୟ ରେଳ ବିଭାଗ ଏହାର କୌଣସି ନିର୍ଦ୍ଦିଷ୍ଟ କାରଣ ଉଲ୍ଲେଖ କରିନାହିଁ, କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି, ଏହାର କାରଣ ହେଉଛି ଏସି ବଗିଗୁଡ଼ିକରେ ଯାତ୍ରୀମାନଙ୍କ ସୁବିଧା ପାଇଁ, ଏହା ମଝିରେ ଲାଗିଥାଏ। କେବଳ ଉପର ଶ୍ରେଣୀର ବଗି ନୁହେଁ ଲେଡିଜ କମ୍ପାର୍ଟମେଣ୍ଟ ମଧ୍ୟ ମଝିରେ ରଖାଯାଇଛି। ଲଗେଜ ଏସ୍‌ଗୁଡ଼ିକ ଇଞ୍ଜିନ ନିକଟରେ ଅବସ୍ଥିତ। ଏହା ପରେ ଟ୍ରେନର କୋଣରେ ଶୋଇବା ଏବଂ ସାଧାରଣ ବଗି ଲାଗିଥାଏ। ମଝିରେ ଯାଉଥିବା ଯାତ୍ରୀମାନେ କମ ଭିଡ଼ରେ ଯାତାୟାତ କରିଥାନ୍ତି। ତେଣୁ ଏସି କୋଚ୍‌ ମଝିରେ ରଖାଯାଇଥାଏ।

ଏହା ବ୍ୟତୀତ ଆପଣ ଲକ୍ଷ୍ୟ ରଖିଥିବେ ଷ୍ଟେଶନରୁ ବାହାରିବା ସମୟରେ ଏସି ବଗି ଷ୍ଟେଶନ ମଝିରେ ଅଟକିଥାଏ। ଏସି କୋଚ୍‌ ମଝିରେ ଥିବାରୁ ଟ୍ରେନ ଅଟକିବା ବେଳେ ଏଥିରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଥମେ ଓହ୍ଲାଇ ଚାଲିଯାଆନ୍ତି। ବାକି ଯାତ୍ରୀମାନେ ପହଞ୍ଚିବା ପୂର୍ବରୁ ସେମାନେ ପ୍ରସ୍ଥାନ କରିସାରିଥାନ୍ତି। ଟ୍ରେନ୍‌ରେ ସହଜ ଏବଂ ଶାନ୍ତିରେ ଯାତ୍ରା କରିବା ପାଇଁ ଏସି ବଗିଗଡ଼ିକ ଟ୍ରେନ୍‌ର ମଝି ଭାଗରେ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟସ୍ଥଳରେ ସୁରକ୍ଷା ଓ ସ୍ବାସ୍ଥ୍ୟରକ୍ଷା ଜରୁରୀ

ଜେନିଭା,୨୮।୪: ପ୍ରତିବର୍ଷ ଏପ୍ରିଲ ୨୮ରେ ବିଶ୍ୱବ୍ୟାପୀ କାର୍ଯ୍ୟସ୍ଥଳରେ ସୁରକ୍ଷା ଓ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଇ ଆସୁଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଜାରି ଏହି...

କେବଳ ମଙ୍ଗଳବାର ଚୋରି କରିଥାନ୍ତି ଏହି ଯୁବକ

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିବ; ମାତ୍ର ଏହା ସମ୍ପୂର୍ଣ୍ଣ ସତ। ଅନେକ ସମୟରେ ଶୁଣିଥିବେ କୌଣସି କାମ ଆରମ୍ଭ ପୂର୍ବରୁ ଶୁଭଦିନର ଚୟନ କରାଯାଏ। କାରଣ...

ମାଛ ଧରିବା ସମୟରେ ଜାଲରେ ପଡ଼ିଲା ଏପରି ଜିନିଷ : ମୂଲ୍ୟବାନ ଔଷଧରେ ହୁଏ ବ୍ୟବହାର

ମହାରାଷ୍ଟ୍ରର ଉଜ୍‌ନି ଡ୍ୟାମ୍‌ରୁ ମାଛ ଧରିବା ସମୟରେ ଜଣେ ଦମ୍ପତି ଏକ ଦୁର୍ଲଭ କଇଁଛ ଦେଖିଥିଲେ। ଯେତେବେଳେ ସେମାନେ ଏହାକୁ ଜଙ୍ଗଲ ବିଭାଗର ଅଧିକାରୀମାନଙ୍କୁ ହସ୍ତାନ୍ତର...

ଇତିହାସ ବଖାଣେ ନଦୀ

ପ୍ରାଚୀନ ମଣିଷ ସଭ୍ୟତା ନଦୀକୂଳରେ ହିଁ ଗଢ଼ି ଉଠିଥିଲା। ଚାଷ ବାସ ପିଇବା ପାଣିର ସୁବିଧା ସହିତ ନଦୀ ବାଟେ ସଭ୍ୟ ସମାଜର ବାଣିଜ୍ୟର ପଥ...

ଉତ୍ତରାଖଣ୍ଡର ‘ପନୀର’ ଗାଁ: ନାମକରଣ ପଛରେ ରହିଛି ଏଭଳି…

ମସୁରୀ: ଅନେକ ଗ୍ରାମ ରହିଛି ଯାହା ନିଜର ଅଜବ ନାମକୁ ନେଇ ଖ୍ୟାତ। ସେଭଳି ଏକ ଗ୍ରାମ ହେଉଛି ଉତ୍ତରାଖଣ୍ଡ ମସୁରୀ ନିକଟସ୍ଥ ରୌତୁ ଗ୍ରାମ।...

୫୦ ଭରି ଓଜନର ସୁନା ପିନ୍ଧି କୁଲ୍‌ଫି ବିକୁଛନ୍ତି ଏହି ଗୋଲ୍ଡେନ ମ୍ୟାନ୍‌

ଜଣେ ସାଧାରଣ କୁଲ୍‌ଫି ବିକାଳି ଯେ ଏତେ ସୁନା ପିନ୍ଧି ପାରିବେ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ମାତ୍ର ଏହା ସତ। କୁଲ୍‌ଫି ବିକାଳି...

ସୋସିଆଲ ମିଡିଆ ଓ ସାଇନ୍ସ କମ୍ୟୁନିକେଶନ

ସୋସିଆଲ ମିଡିଆ ଓ ସାଇନ୍ସ କମ୍ୟୁନିକେଶନ ସୋସିଆଲ୍‌ ମିଡିଆ ଏକ କମ୍ପ୍ୟୁଟର-ଆଧାରିତ ଟେକ୍ନୋଲୋଜି, ଯାହାକି ବର୍ତ୍ତମାନ ଭର୍ଚୁଆଲ୍‌ ନେଟ୍‌ୱର୍କ ଜରିଆରେ ଜ୍ଞାନ ଏବଂ ସୂଚନା ବାଣ୍ଟିବାର...

ଦୀର୍ଘ ୧୬ ଘଣ୍ଟାର ଅପରେସନ ପରେ କୂଅରୁ ଉଦ୍ଧାର ହେଲା ହାତୀ ଛୁଆ: ଦେଖନ୍ତୁ ଭିଡିଓ

ତାମିଲନାଡୁ,୨୦।୧୧-ବନବିଭାଗ କର୍ମଚାରୀଙ୍କ ଦୀର୍ଘ ୧୬ ଘଣ୍ଟାର ଅପରେସନ ପରେ ୫୦ ଫୁଟ୍‌ କୂଅରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛି ହାତୀ ଛୁଆ। ଏପରି ଘଟଣା ତାମିଲନାଡୁ...

Advertisement
Archives

Model This Week