କାଲିଠୁ ଶ୍ରାବଣ ଆରମ୍ଭ: ପ୍ରଥମ ଦିନରେ କରନ୍ତୁ ଏହି ୩ ସହଜ କାମ, ମହାଦେବଙ୍କ କୃପାରୁ ଚମକିବ ଭାଗ୍ୟ!

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଦେବଦେବ ମହାଦେବଙ୍କ ଆରାଧନା ପାଇଁ ସବୁଠାରୁ ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ ମାସ ଭାବେ ବିବେଚନା କରାଯାଏ। ଚଳିତ ବର୍ଷ ଜୁଲାଇ ୩୦ ଅର୍ଥାତ ଗୁରୁବାରଠାରୁ ଏହି ମାସ ଆରମ୍ଭ ହେଉଛି। ଧାର୍ମିକ ବିଶ୍ୱାସ ରହିଛି ଯେ ଶ୍ରାବଣର ପ୍ରଥମ ଦିନଟି ଅତ୍ୟନ୍ତ ମଙ୍ଗଳକାରୀ ଏବଂ ଏହି ଦିନ ସଠିକ ନିୟମରେ ପୂଜାର୍ଚ୍ଚନା କଲେ ଜୀବନର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ।

୧. ଶିବଲିଙ୍ଗରେ ଜଳ ଓ ବେଲପତ୍ର ଅର୍ପଣ:
ସାୱନର ପ୍ରଥମ ଦିନ ସକାଳୁ ଶୀଘ୍ର ଉଠି ସ୍ନାନ ସାରି ପବିତ୍ର ବସ୍ତ୍ର ପରିଧାନ କରନ୍ତୁ। ନିକଟସ୍ଥ ଶିବମନ୍ଦିରକୁ ଯାଇ ଶିବଲିଙ୍ଗରେ ଗଙ୍ଗାଜଳ, କ୍ଷୀର ଏବଂ ଶୁଦ୍ଧ ଜଳ ଅର୍ପଣ କରନ୍ତୁ। ପୂଜା ସମୟରେ ତାଜା ଏବଂ ଅଖଣ୍ଡ ବେଲପତ୍ରରେ ଶ୍ୱେତ ଚନ୍ଦନ ଲଗାଇ ଭଗବାନ ଶିବଙ୍କୁ ଚଢ଼ାନ୍ତୁ। ଏହାସହ ଭାଙ୍ଗ, ଫଳ ଓ ଫୁଲ ମଧ୍ୟ ଅର୍ପଣ କରିବା ଉଚିତ। ମନ୍ଦିରରେ ବସି ’ଓଁ ନମଃ ଶିବାୟ’ ମନ୍ତ୍ରକୁ ୧୦୮ ଥର ଜପ କଲେ ମାନସିକ ଶାନ୍ତି ମିଳିବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ।

୨. ମୁଖ୍ୟ ଦ୍ୱାରରେ ତୋରଣ ଓ ଦୀପ ପ୍ରଜ୍ୱଳନ:
ପ୍ରଥମ ଦିନ ନିଜ ଘରକୁ ସଫା କରି ମୁଖ୍ୟ ଦ୍ୱାରରେ ଆମ୍ବ କିମ୍ବା ଅଶୋକ ପତ୍ରର ତୋରଣ ବାନ୍ଧନ୍ତୁ। ଏହାଦ୍ୱାରା ନକାରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରିପାରେ ନାହିଁ। ଏହାପରେ ଘରର ମନ୍ଦିର ଏବଂ ମୁଖ୍ୟ ଦ୍ୱାରରେ ଶୁଦ୍ଧ ଘିଅର ଦୀପ ଜଳାନ୍ତୁ। ସା ସମୟରେ ଶିବଲିଙ୍ଗ ନିକଟରେ ଦୀପ ଜାଳି ଶିବ ଚାଳିଶା ଓ ରୁଦ୍ରାଷ୍ଟକ ପାଠ କଲେ ପରିବାରରେ ସୁଖ-ଶାନ୍ତି ଓ ପ୍ରେମ ବୃଦ୍ଧି ପାଇଥାଏ।

୩. ଦରିଦ୍ର ଓ ଅସହାୟଙ୍କୁ ଦାନ:
ଶ୍ରାବଣର ପ୍ରଥମ ଦିନରେ ଦାନ-ପୁଣ୍ୟ କରିବାର ଅନେକ ଗୁଣ ଅଧିକ ଫଳ ମିଳିଥାଏ। ପୂଜା ପାଠ ସମାପ୍ତ କରିବା ପରେ କୌଣସି ଗରୀବ କିମ୍ବା ଦୁଃଖୀ ବ୍ୟକ୍ତିଙ୍କୁ ଭୋଜନ କରାନ୍ତୁ। ଏହାଛଡ଼ା ଅନ୍ନ, କ୍ଷୀର, ଦହି, ଶ୍ୱେତା ବସ୍ତ୍ର କିମ୍ବା ତିଳ ଦାନ କରିବା ଅତ୍ୟନ୍ତ ଶୁଭଦାୟକ ଅଟେ। ପଶୁପକ୍ଷୀଙ୍କ ପାଇଁ ଜଳ ଏବଂ ଦାନାର ବନ୍ଦୋବସ୍ତ କରିବା ମଧ୍ୟ ଏକ ମହାନ ପୁଣ୍ୟ କାର୍ଯ୍ୟ। ଏହି ଦିନ କାହା ପ୍ରତି ମନରେ କୁଭାବ ନ ରଖି ସମସ୍ତଙ୍କ ସହ ମଧୁର କଥା କୁହନ୍ତୁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଯୁବନେତାଙ୍କ ପରଲୋକ, ମାତ୍ର ୩୮ ବର୍ଷ ବୟସରେ ଦୁନିଆ ଛାଡ଼ିଲେ, ଲୁହରେ ଭିଜିଲା ପୂରା ଗାଁ…

ପାଟଣା,୮ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ବ୍ୟକ୍ତିଗତ ସହାୟକ ତଥା ଯୁବ ଭାଜପା ନେତା ବୃଷବ ମହାନ୍ତଙ୍କ ଶନିବାର ବିଳମ୍ବିତ ରାତିରେ…

ଓଡ଼ିଶା ଶିକ୍ଷାକ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ: ଦଶିପୁରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ମାର୍ଶାଘାଇ,୭ା୧୧(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଓଡ଼ିଶା ଶିକ୍ଷାକ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ି ହୋଇଛି। କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଦଶିପୁରଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ…

ଜେଲ ଗଲେ ବାଲିଆପାଳ ସବ୍‌ରେଜିଷ୍ଟ୍ରାର

ବାଲେଶ୍ୱର, ୭।୧୧(ବାଞ୍ଛାନିଧି ଦେ): ‘ବାଜ୍ୟାପ୍ତି ସ୍ଥିତିବାନ’ ଜମିର ଦଲିଲ ପଞ୍ଜୀକରଣ ପାଇଁ ଲାଞ୍ଚ ନେବା ମାମଲାରେ ବାଲେଶ୍ୱର ଜିଲା ଅନ୍ତର୍ଗତ ବାଲିଆପାଳ ସବ୍‌ ରେଜିଷ୍ଟ୍ରାର୍‌ ମନୀଷା ମିଶ୍ରଙ୍କୁ…

୪ ଦିନରେ ଗଲାଣି ୫ଜଣଙ୍କ ଜୀବନ

ଭୁବନେଶ୍ୱର,୮।୧୧(ତ୍ରିନାଥ ମହାନ୍ତି): ଅଶାନ୍ତ ହୋଇ ଉଠିଛି ସ୍ମାର୍ଟସିଟି ଭୁବନେଶ୍ୱର। କେଉଁଠି ଗୁଳିମାଡ଼ ହେଉଛି ତ’ ଆଉ କେଉଁଠି ପଥରରେ ଛେଚି ହତ୍ୟା କରାଯାଉଛି। ସାମାନ୍ୟ ବଚସା ହେଉ…

କୋର୍ଟରେ ଓକିଲ, ସିଏଏସ୍‌ଆଇଙ୍କୁ ଅଙ୍ଗନଓ୍ବାଡି କର୍ମୀଙ୍କ ଆକମ୍ରଣ

ଝରିଗାଁ,୭।୧୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସଦର ମହକୁମାସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶନିବାର ଜଣେ ଅଙ୍ଗନଓ୍ବାଡି କର୍ମୀ ପଶି ସରକାରୀ ଓକିଲ ଓ…

୬୦ ଦିନ ଶୋଇ ୯ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କଲେ ମହିଳା, ଜାଣନ୍ତୁ ପୂରା ଘଟଣା…

ମୁମ୍ବାଇର ଜଣେ ମହିଳା ଶୋଇଶୋଇ ରୋଜଗାର କରିଛନ୍ତି। ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମୁମ୍ବାଇର ଜିନିଆ ଚାଟାର୍ଜୀ ‘ସ୍ଲିପ ଇଣ୍ଟର୍ନଶିପ୍‌’ ଜିତିଥିଲେ। ୨୦୦୦୦୦ରୁ ଅଧିକ ଆବେଦନ…

ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇ କହିଲେ ଯବାନଙ୍କ…

ନୂଆଦିଲ୍ଲୀ,୮ା୧୧: ଆଲୋକର ପର୍ବ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ର ବସ୍ତର ଗସ୍ତ କରୁଛନ୍ତି। ଏନେଇ ସେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ…

ରୋହିତ, ବିରାଟ, ଶିଖର ଧୱନ ଯାହା କରିପାରିଲେ ନାହିଁ, ତାହା କରି ଦେଖାଇବେ ଗିଲ

ନୂଆଦିଲ୍ଲୀ,୮।୧୧: ଶୁବମନ ଗିଲଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ ଜିତି ୨-୦ରେ ଅଗ୍ରଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?