Posted inଖେଳ

ଆଜି ଭାରତ ପାଇଁ ‘କର ବା ମର’ ମ୍ୟାଚ୍‌: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ

ଦୁବାଇ,୬।୯: ଏସିଆ କପ ୨୦୨୨ରେ ଆଜି ଭାରତୀୟ ଦଳ ସୁପର-୪ ରାଉଣ୍ଡରେ ଦ୍ୱିତୀୟ ମ୍ୟାଚ ଖେଳିବ। ପ୍ରଥମ ମ୍ୟାଚ ପାକିସ୍ତାନଠାରୁ ହାରିବା ପରେ ଭାରତ ପାଇଁ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ଏହି ମ୍ୟାଚ ଜିତିବା ପରେ ହିଁ ଭାରତୀୟ ଦଳର ଫାଇନାଲରେ ପ୍ରବେଶ କରିବାର ଆଶା ଅକ୍ଷୁର୍ଣ୍ଣ ରହିବ। ଅନ୍ୟପକ୍ଷରେ ଶ୍ରୀଲଙ୍କାର ଦଳ ଆଫଗାନିସ୍ତାନ ବିପକ୍ଷରେ ସୁପର-୪ ମ୍ୟାଚ ଜିତିଛି। ଏଭଳି ପରିସ୍ଥିତିରେ ଏହି ମ୍ୟାଚ ଜିତି ଫାଇନାଲରେ ତାଙ୍କ ସ୍ଥାନ ସୁରକ୍ଷିତ ରଖିବା ଦିଗରେ ଶ୍ରୀଲଙ୍କାର ଉଦ୍ୟମ ହେବ।
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏହି ମ୍ୟାଚ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍‌ରେ ଟସ ଭାରତୀୟ ସମୟ ସା ୭ଟା ସମୟରେ ଅନୁଷ୍ଠିତ ହେବ। ମ୍ୟାଚ୍‌ ସା ୭.୩୦ରୁ ଆରମ୍ଭ ହେବ। ଷ୍ଟାର୍‌ ସ୍ପୋର୍ଟସ ନେଟୱାର୍କର ଏସିଆ କପ ପ୍ରସାରଣ କରିବାର ଅଧିକାର ଅଛି। ଏହି ମ୍ୟାଚ ଷ୍ଟାର୍‌ ସ୍ପୋର୍ଟସ ୧, ଷ୍ଟାର୍‌ ସ୍ପୋର୍ଟସ ୩, ଷ୍ଟାର୍‌ ସ୍ପୋର୍ଟସ ସିଲେକ୍ଟ ଏଚ୍‌ଡିରେ ଦେଖିପାରିବେ। ଏହି ମ୍ୟାଚର ଲାଇଭ ଷ୍ଟ୍ରିମିଂ ଡିଜନି ପ୍ଲସ ହଟଷ୍ଟାର୍‌ ଆପରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍କାନ ପରେ ମ୍ୟାଚ୍‌ରୁ ବାଦ୍‌ ପଡ଼ିଲେ ଆହତ ଧାଓ୍ବନ

ବେଙ୍ଗାଲୁରୁ,୨୦।୧(ପି.ଟି.)- ଭାରତୀୟ ଦଳର ସିନିୟର ଓପନର ଶିଖର ଧାଓ୍ବନ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବାବେଳେ ବାମ କାନ୍ଧରେ ଆଘାତ...

ଭାରତକୁ ୩ ପଦକ

ଟୋକିଓ,୩୦।୮: ଜାତୀୟ କ୍ରୀଡ଼ା ଦିବସରେ ଟୋକିଓ ପାରାଲିମ୍ପିକ୍ସରେ ଭାରତର ୩ଜଣ ଖେଳାଳି ପଦକ ଜିତି ଦେଶକୁ ଉପହାର ପ୍ରଦାନ କରିଛନ୍ତି। ଦୁଇ ଜଣ ଆଥ୍‌ଲେଟ ରୌପ୍ୟ...

ରିଚାଡର୍‌ସ-ବୋଥାମ ଟ୍ରଫି ପାଇଁ ଖେଳିବେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ

ମାଞ୍ଚେଷ୍ଟର,୨୫।୭ (ପି.ଟି.)-ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଯେତେବେଳେ ପରବର୍ତ୍ତୀ କ୍ରିକେଟ ଟେଷ୍ଟ ସିରିଜ ଖେଳାଯିବ ସେମାନେ ‘ଓ୍ବିଜ୍‌ଡେନ୍‌ ଟ୍ରଫି’ ବଦଳରେ ଉଭୟ ଦେଶର ଆଇକନିକ୍‌ କ୍ରିକେଟର...

କ୍ଷେତ୍ରରେ ଆଖୁ ଚୋବାଉଛନ୍ତି ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଖରାପ ଫର୍ମ ଯୋଗୁ ଏବେ ଦଳରୁ ବିଦା ହୋଇଛନ୍ତି। କ୍ରିକେଟରୁ ଦୂରେଇ ଏବେ ସେ...

ଦାଦାଙ୍କୁ ଅମୂଲ ପରିବାରର ଶୁଭେଚ୍ଛା

ନୂଆଦିଲ୍ଲୀ,୧୭।୧୦- ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ ଅଧ୍ୟକ୍ଷ ହେବା ପରେ ପ୍ରଶଂସକ ଓ ସାଥୀ କ୍ରିକେଟରମାନେ...

ଆତ୍ମହତ୍ୟା କଲେ ମୁମ୍ବାଇର ‘ଜୁନିୟର ଷ୍ଟେଇନ’

ମୁମ୍ବାଇ, ୧୨।୮: ମୁମ୍ବାଇ କ୍ଲବ କ୍ରିକେଟର୍‌ କରନ ତିଓ୍ବାରୀ ଆତ୍ମହତ୍ୟା କରିଛନ୍ତି। ୨୭ ବର୍ଷୀୟ ଏହି ଯୁବ ଦ୍ରୁତ ବୋଲର ମୁମ୍ବାଇ ରଣ୍‌ଜୀ ଟିମ୍‌ ପାଇଁ...

‘ଖୁବ୍‌ଶିଘ୍ର କ୍ରିକେଟରଙ୍କ ସ୍ତ୍ରୀ ବ୍ୟାଟିଂ, ବୋଲିଂ କରିବେ’

ମୁମ୍ବାଇ, ୩୦।୭: ଭାରତୀୟ କ୍ରିକେଟ ଦଳ ଏକ ସମ୍ପୂର୍ଣ୍ଣ ସିରିଜ୍‌ ଖେଳିବା ପାଇଁ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ କରିଛି। ଏହାପୂର୍ବରୁ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଅଧିନାୟକ...

ଭାରତଠାରୁ ସହାୟତା ଲୋଡ଼ିଲେ ପିଟରସେନ

ନୂଆଦିଲ୍ଲୀ,୧୫।୨: ସୋସିଆଲ ମିଡିଆ ଜରିଆରେ ଭାରତଠାରୁ ସହାୟତା ଲୋଡ଼ିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ କେଭିନ ପିଟରସେନ। ସେ ମଙ୍ଗଳବାର ନିଜର ଟୁଇଟର...

Advertisement
Archives

Model This Week