Posted inଜାତୀୟ

ଡିଏମକେ ନେତାଙ୍କ ବିବାଦୀୟ ମନ୍ତବ୍ୟ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଘେରିଲେ ଖୁସବୁ ସୁନ୍ଦର, କହିଲେ ଏହା ଆପଣଙ୍କ ଅପମାନ…

ଚେନ୍ନାଇ୧୮।୬ : ତାମିଲନାଡୁ ଭାଜପା ନେତା ଖୁସବୁ ସୁନ୍ଦର ଡିଏମକେକୁ ଟାର୍ଗେଟ କରିଛନ୍ତି। ବାସ୍ତବରେ ଜଣେ ଡିଏମକେ ନେତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଡିଏମକେ ନେତା ଖୁସବୁ ସୁନ୍ଦରଙ୍କ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହା ଉପରେ ସେ ଡିଏମକେ ନେତାଙ୍କୁ ଟାର୍ଗେଟ କରିଛନ୍ତି ଏବଂ ଡିଏମକେ ନେତୃତ୍ୱକୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି।

ଡିଏମକେ ନେତାଙ୍କ ଭିଡିଓ ଟୁଇଟ କରି ଖୁସବୁ ସୁନ୍ଦର ଲେଖିଛନ୍ତି, ଏପରି ଅଭ୍ୟାସଗତ ଅପରାଧୀଙ୍କ ଅଶ୍ଳୀଳ ମନ୍ତବ୍ୟ ଡିଏମକେର ରାଜନୈତିକ ସଂସ୍କୃତିକୁ ପ୍ରତିଫଳିତ କରିଥାଏ। ପାର୍ଟିରେ ଅନେକ ନେତା ଅଛନ୍ତି, ଯେଉଁମାନେ ମହିଳାଙ୍କ ବିଷୟରେ ଅଶ୍ଳୀଳ ମନ୍ତବ୍ୟ ଦିଅନ୍ତି ସେମାନେ ପାର୍ଟିରେ ଅଧିକ ସୁଯୋଗ ପାଆନ୍ତି । ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନଙ୍କୁ ଟ୍ୟାଗ କରି ଖୁସବୁ ସୁନ୍ଦର ପଚାରିଛନ୍ତି, ଆପଣ ଆପଣଙ୍କ ପରିବାରର ମହିଳାମାନଙ୍କ ବିଷୟରେ ଏପରି ବିବୃତ୍ତି ଗ୍ରହଣ କରିବ କି?

ସେ  ଟୁଇଟରେ ଲେଖିଛନ୍ତି ଆପଣ ଜାଣି ନାହାଁନ୍ତି, ଏହା କେବଳ ଆପଣଙ୍କୁ ଅପମାନିତ କରୁନାହିଁ ବରଂ ଆପଣଙ୍କ ମହାନ ପିତାଙ୍କୁ ମଧ୍ୟ ଅପମାନିତ କରୁଛି। ଏହି ପରି ନେତାମାନଙ୍କୁ ଆପଣ ଯେତେ ସୁଯୋଗ ଦେବ, ଆପଣଙ୍କ ରାଜନୈତିକ ଲୋକପ୍ରିୟତା ସେତିକି ହ୍ରାସ ପାଇବ। ଆପଣଙ୍କ ପାର୍ଟି ଏହିପରି ଗୁଣ୍ଡମାନଙ୍କ ପାଇଁ ଏକ ସୁରକ୍ଷା କ୍ଷେତ୍ର ହୋଇପାରିଛି ଏବଂ ଏହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ ।

ସୂଚନାଯୋଗ୍ୟ, ଡିଏମକେ ନେତା ଶିବାଜୀ କୃଷ୍ଣମୂର୍ତ୍ତି ଖୁସବୁ ସୁନ୍ଦରଙ୍କୁ ଏକ ପୁରୁଣା ପାତ୍ର ବୋଲି କହିଥିଲେ। ତାମିଲନାଡୁ ଭାଜପା ସଭାପତି କେ ଅନ୍ନାମାଲାଇ କହିଥିଲେ ଡିଏମକେ ନେତା କୃଷ୍ଣମୂର୍ତ୍ତି ଏହାପୂର୍ବରୁ ରାଜ୍ୟପାଳଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଏବଂ ବର୍ତ୍ତମାନ ଖୁସବୁ ସୁନ୍ଦରଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ନିନ୍ଦନୀୟ। ଡିଏମକେ ନେତାଙ୍କ ବିରୋଧରେ ଅନ୍ନାମାଲାଇ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?