ତଥ୍ୟ ଦେବାକୁ ଡିଏଲ୍‌ଏସ୍‌ଏକୁ ନିର୍ଦ୍ଦେଶ

କଟକ ଅଫିସ,୧୮।୧୧: ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ସମ୍ପର୍କିତ ମାମଲାର ବୁଧବାର ଶୁଣାଣିକରି ହାଇକୋର୍ଟ ଜିଲାସ୍ତରରେ ୪ ଜଣିଆ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି ଜିଲାର ସମସ୍ତ ଡାକ୍ତରଖାନା ପରିଦର୍ଶନ କରିବ। ସେଠାକାର ସ୍ଥିତି ଅନୁଧ୍ୟାନ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଓ ଜଷ୍ଟିସ ଏ.କେ. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରତ୍ୟେକ ଜିଲା ଆଇନ ସେବା ପ୍ରାଧିକରଣ(ଡିଏଲ୍‌ଏସ୍‌ଏ)କୁ ନିର୍ଦ୍ଦେଶ ଦେଇଛନ୍ତି। ଡିଏଲ୍‌ଏସ୍‌ଏ ଅଧୀନରେ ଗଠନ ହେବାକୁ ଥିବା ଏହି କମିଟିରେ ୨ଜଣ ଆଇନଜୀବୀ ଓ ୨ଜଣ ପାରା ଲିଗାଲ ଭଲ୍ୟୁଣ୍ଟିୟର ରହିବେ। ଉକ୍ତ କମିଟିର ସଦସ୍ୟ ଜିଲାର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ଓ ଜିଲା ମୁଖ୍ୟ ଚିକିତ୍ସାଳୟ ଗସ୍ତକରି ଡାକ୍ତର ଏବଂ ଷ୍ଟାଫମାନଙ୍କ କାର୍ଯ୍ୟ ଅନୁଧ୍ୟାନ କରିବେ। ଏହି ସମୟରେ ସେମାନଙ୍କ ଉପସ୍ଥାନ ଖାତାକୁ ମଧ୍ୟ ଅନୁଧ୍ୟାନ କରାଯିବ। ସେହିପରି କମିଟି ସଦସ୍ୟମାନେ ଚିକିତ୍ସାଳୟର ସ୍ବଚ୍ଛତା, ପରିମଳ, ଶୌଚାଳୟ, ବିଦ୍ୟୁତ୍‌ ଓ ଭିତ୍ତିଭୂମି ବ୍ୟବସ୍ଥା, ଔଷଧ, ଉପକରଣ ଅଛି କି ନାହିଁ, ଆମ୍ବୁଲାନ୍ସର ଉପଲବ୍ଧତାକୁ ଅନୁଧ୍ୟାନ କରିବେ। ଏହି ସମସ୍ତ ତଥ୍ୟକୁ ଫଟୋ ଓ ଭିଡିଓ ମାଧ୍ୟମରେ ସଂଗ୍ରହ କରାଯିବ। ପରେ ପ୍ରତି ଜିଲାର ଉକ୍ତ ୪ଜଣିଆ କମିଟି ଉପରୋକ୍ତ ତଥ୍ୟ ଓ ଡାକ୍ତରଖାନାର ଖାଲି ପଦବୀ ସମ୍ପର୍କରେ ଡିଏଲ୍‌ଏସ୍‌ଏକୁ ରିପୋର୍ଟ ପ୍ରଦାନ କରିବ। ଉକ୍ତ ରିପୋର୍ଟ ଡିଏଲ୍‌ଏସ୍‌ଏ ହାଇକୋର୍ଟରେ ଦାଖଲ କରିବ। ଡିସେମ୍ବର ୧୫ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଆବେଦନକାରୀ ଚିତ୍ତରଞ୍ଜନ ମହାନ୍ତି ପିଟିଶନରେ ଦର୍ଶାଇଥିଲେ, ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲରେ ବହୁ ସଂଖ୍ୟକ ପଦବୀ ଖାଲିପଡିଛି। ସରକାରୀ ହସ୍ପିଟାଲରେ ଚାକିରି କରି ଡାକ୍ତରମାନେ ଠିକ୍‌ ସମୟରେ ରୋଗୀ ସେବା କରୁନାହାନ୍ତି। ଏହା ବଦଳରେ ସେମାନେ ଘରୋଇ ହସ୍ପିଟାଲରେ ଚିକିତ୍ସା କରୁଛନ୍ତି। ଏଥିଯୋଗୁ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହେଉଥିବା ପିଟିଶନରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

୨ କୋଠରିରେ ପଢ଼ୁଛନ୍ତି ୧୦୪ ଛାତ୍ରୀଛାତ୍ର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣି ବ୍ଲକ ଲାବାଣ୍ୟଗଡ଼ ପଞ୍ଚାୟତ ଅନ୍ତର୍ଗତ ମାରିଙ୍ଗିସ୍ଥିତ ସରକାରୀ ପ୍ରାଥମିକ ଆବାସିକ ବିଦ୍ୟାଳୟ ବହୁ ଅବ୍ୟବସ୍ଥାରେ ଚାଲିଛି। ୧୯୯୯ ମସିହାରେ ପ୍ରତିଷ୍ଠା…

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଜାଣନ୍ତୁ କାହା ଅଭାବରୁ ବଢ଼ିଥାଏ ‘ଫ୍ୟାଟି ଫୁଡ୍‌’ ଲୋଭ

ଟୋକିଓ/ଲଣ୍ଡନ, ୩୦।୮: ସୁସ୍ବାଦୁ ତଥା ଅଧିକ ଚର୍ବିଯୁକ୍ତ ଖାଦ୍ୟ (ଫ୍ୟାଟି ଫୁଡ୍‌) ଦେଖିଲେ କେତେଜଣ ଲୋକ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ କାହିଁକି? ଏହାର ଉତ୍ତର ଖୋଜିବାକୁ…

ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା

ଭୁବନେଶ୍ୱର,୩୦ା୮(ବନ୍ଦନା ସେଠୀ): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସେସ୍‌ (ଡେଣ୍ଟାଲ) କ୍ୟାଡରରେ କାର୍ଯ୍ୟରତ ଦନ୍ତ ଚିକିତ୍ସକଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା…

ସ୍ମାର୍ଟ ପୋଲିସିଂ’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୦ସୂତ୍ରୀ ବ୍ଲୁ-ପ୍ରିଣ୍ଟ: ଜାଣନ୍ତୁ କ’ଣ…

ଭୁବନେଶ୍ୱର, ୩୦।୮ (ସୁନିତ୍‌ ମିଶ୍ର): ଭୁବନେଶ୍ୱରସ୍ଥିତ ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri