Posted inଖେଳ

ଚ୍ୟାଲେଞ୍ଜରଙ୍କ ଚ୍ୟାଲେଞ୍ଜକୁ ଧ୍ୱଂସ କଲେ ଜୋକୋଭିଚ

ମେଲବୋର୍ନ, ୨୧।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ଟାଇଟଲ ହାତେଇଛନ୍ତି ସର୍ବିଆର ନୋଭାକ ଜୋକୋଭିଚ୍‌। ରଡ୍‌ ଲାଭର ଏରିନାଠାରେ ରବିବାର ଅନୁଷ୍ଠିତ ଫାଇନାଲରେ ରୁଷିଆର ଉଦୀୟମାନ ତାରକା ଡାନିଏଲ ମେଡ୍‌ଭେଡେଭଙ୍କୁ ସିଧାସଳଖ ସେଟ୍‌ (୭-୫, ୬-୨, ୬-୨)ରେ ହରାଇ ଦେଇଛନ୍ତି। ମ୍ୟାଚ୍‌ରେ ଜୋକୋଭିଚ୍‌ ପୂରା ପ୍ରଭାବ ବିସ୍ତାର କରି ଖେଳି ଥିଲେ। ମ୍ୟାଚ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ଦକ୍ଷତା ଦେଇଥିଲେ ମେଡ୍‌ଭେଡେଭ। କିନ୍ତୁ ଦ୍ୱିତୀୟ ଓ ତୃତୀୟ ସେଟ୍‌ରେ ତାଙ୍କୁ ଭାଗ୍ୟର ସାଥ୍‌ ମିଳି ନ ଥିଲା। ଏପରି କି ବିରକ୍ତ ହୋଇ ର଼୍ୟାକେଟ ଭାଙ୍ଗି ଦେଇଥିଲେ ବିଶ୍ୱର ୪ ନମ୍ବର ଖେଳାଳି।

ଜୋକୋଭିଚ୍‌ ଅର୍ଜନ କରିଛନ୍ତି କ୍ୟାରିୟରର ୧୮ତମ ଗ୍ରାଣ୍ଡସ୍ଲାମ ଟାଇଟଲ। ସର୍ବକାଳୀନ ଗ୍ରାଣ୍ଡସ୍ଲାମ ଟ୍ରଫି ଅଧିକାରୀ ଖେଳାଳିଙ୍କ ତାଲିକାରେ ସେ ଏବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସୁଇଜରଲାଣ୍ଡର ରୋଜର ଫେଡରର ଓ ସ୍ପେନର ରାଫାଲ ନାଡାଲଙ୍କ ପାଖରେ ରହିଛି ସର୍ବାଧିକ ୨୦ଟି ଗ୍ରାଣ୍ଡସ୍ଲାମ ଟ୍ରଫି। ଆଉ ଏହା ବିଶ୍ୱର ନମ୍ବର ଓ୍ବାନ ଖେଳାଳିଙ୍କ ପାଇଁ ୯ମ ଅଷ୍ଟ୍ରେଲିଆନ ଓପନ ଟାଇଟଲ। ଏହି ଧାରାରେ କିମ୍ବଦନ୍ତୀ ସୁଇଜରଲାଣ୍ଡର ରୋଜର ଫେଡରରଙ୍କୁ ପଛରେ ପକାଇ ଦେଇଛନ୍ତି ଜୋକୋଭିଚ୍‌। ଫେଡରରଙ୍କ ନାମରେ ୮ଟି ଅଷ୍ଟ୍ରେଲିଆ ଓପନ ଟ୍ରଫି ରହିଛି। ତେବେ ଗୋଟିଏ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ସର୍ବାଧିକ ଟ୍ରଫି ଜିତିବାର ରେକର୍ଡ ସ୍ପେନର ରାଫାଲ ନାଡାଲଙ୍କ ନାମରେ ରହିଛି। ସେ ଫ୍ରେଞ୍ଚ ଓପନରେ ୧୩ ଥର ଚାମ୍ପିୟନ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ…

ଇନଷ୍ଟାଗ୍ରାମ ପ୍ରେମର ଭୟଙ୍କର ଅନ୍ତ; ପ୍ରେମିକାଙ୍କୁ ହତ୍ୟା ପରେ କବର ଦେଲେ ପ୍ରେମିକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨ା୭: ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ଅଜବ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରୁ ହୋଇଥିବା ପ୍ରେମ ମୃତ୍ୟୁର କାରଣ ସାଜିଛି । ଘଟଣାଟି ପ୍ରୟାଗରାଜର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଓମପ୍ରକାଶ: ଅନ୍ତର୍ଜାତୀୟ ବାଳୁକା କଳା ପ୍ରଦର୍ଶନୀରେ…

କର୍ଲାମୁଣ୍ଡା,୨।୭(ପ୍ରଦୀପ କୁମାର ସାହୁ):ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣିଥରେ ନିମନ୍ତ୍ରିତ…

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ନମ୍ବର ଓ ବ୍ୟକ୍ତିଗତ ତଥ୍ୟକୁ…

ନୂଆଦିଲ୍ଲୀ, ୨ା୭: ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ବିବାଦ ଦେଖାଯାଇଥିବା ବେଳେ ମେଟା ସ୍ପଷ୍ଟୀକରଣ ଦେଇଛି । କମ୍ପାନୀ କହିଛି ଯେ ସରକାରଙ୍କ ଦ୍ୱାରା ଉଠାଯାଇଥିବା…

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

ବାପା ହେବା ପରେ ନିଜକୁ ‘ଗେ’ ବୋଲି କହିଲେ ସ୍ୱାମୀ, ତାଜୁବ ହୋଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ, ୨ା୭: ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଜଣେ ମହିଳା ନିଜ ବୈବାହିକ ଜୀବନର…

IMD କଲା ଆଲର୍ଟ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ, ୨ା୭: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆଜି ଦେଶର ୧୯ଟି ରାଜ୍ୟରେ ମୂଷଳଧାରାରେ ବର୍ଷା ହେବ। ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ବିହାର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri