ବିଭାଜନ ରାଜନୀତି

ଭାରତରେ ଗୋଟିଏ ରାଜନୈତିକ ଦଳ ଏକଚାଟିଆ ଭାବେ ଧର୍ମାନ୍ଧତା ଓ ପକ୍ଷପାତକୁ ପ୍ରଶ୍ରୟ ଦେଇଛି। ଯଦି ତୁମ ସାଥୀ ଭାରତୀୟମାନଙ୍କ ଉପରେ ହେଉଥିବା ଉତ୍ପୀଡନ ଓ କ୍ରୂରତାକୁ ସମର୍ଥନ କରିବାକୁ ଇଚ୍ଛୁକ ନୁହଁ, ତେବେ ଏହି ଗୋଟିଏ ଦଳକୁ ଛାଡ଼ି ଅନ୍ୟ ଦଳଗୁଡ଼ିକ ମଧ୍ୟରୁ ଯେ କୌଣସିଟିକୁ ଭୋଟ ଦେଇପାରିବ। ତାମିଲନାଡୁରେ ପୁରୁଣା ଡିଏମ୍‌କେରୁ ବିଭାଜିତ ହୋଇଥିବା ଦୁଇଟି ଦଳ, କେରଳରେ ଅନେକ ବାମଦଳ ଓ କର୍ନାଟକରେ ଦେବେଗୌଡ଼ାଙ୍କ ଜନତାଦଳ (ଧର୍ମନିରପେକ୍ଷ) ଦଳ ଅଛି। ଏହା ବ୍ୟତୀତ ଭାରତରେ ଆହୁରି ବହୁ ଦଳ ଅଛନ୍ତି ଯେଉଁଗୁଡ଼ିକ କଂଗ୍ରେସରୁ ସୃଷ୍ଟି ହୋଇଛନ୍ତି, ଯଥା- ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି), ମହାରାଷ୍ଟ୍ରରେ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି), ଆନ୍ଧ୍ରପ୍ରଦେଶରେ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି (ଓ୍ବାଇଏସ୍‌ଆର୍‌ସିପି)। କଂଗ୍ରେସ ବ୍ରାଣ୍ଡ୍‌ର ପରିଚିତି ଥିବାରୁ ଏସବୁ ଦଳ କଂଗ୍ରେସ ନାମକୁ ସ୍ଥାନ ଦେଇଛନ୍ତି। ଏହି ସବୁ ଦଳ ବ୍ୟତୀତ ଜାତୀୟ ସ୍ତରରେ କଂଗ୍ରେସ ଦଳ ଅଛି। ତୁମେ ପିଡିପି କିମ୍ବା ଏନ୍‌ସିକୁ ଭୋଟ ଦେଇପାର (ଯଦି କେବେ କଶ୍ମୀରରେ ନିର୍ବାଚନ ହୁଏ) କିମ୍ବା ଦିଲ୍ଲୀରେ ଏଏପି ବା ତେଲଙ୍ଗାନାରେ କେ. ଚନ୍ଦ୍ରଶେଖର ରାଓଙ୍କ ଟିଆର୍‌ଏସ୍‌କୁ ଭୋଟ ଦେଇପାର। ତେବେ ଏହିସବୁ ଦଳରୁ କୌଣସିଟି ଠିକ୍‌ ବା ଦୋଷରହିତ ନୁହନ୍ତି। ସେଗୁଡ଼ିକ ମଧ୍ୟରୁ ଅନେକ କ୍ଷମତାରେ ଥିବାବେଳେ ସଂଖ୍ୟାଲଘୁଙ୍କୁ ନିର୍ଯାତନା ଦେବା ଇତିହାସ ଅଛି ଏବଂ ସଂଖ୍ୟାଲଘୁଙ୍କ ଉତ୍ପୀଡନ ଦୂର କରିବାରେ ବି ଅକ୍ଷମ ହୋଇଛନ୍ତି। କିନ୍ତୁ ସବୁ ଦଳ ମଧ୍ୟରେ କେବଳ ଭାରତୀୟ ଜନତା ପାର୍ଟି(ଭାଜପା) ନିର୍ଯାତନା ଦେବାକୁ ଅଧିକ ଆଗ୍ରହୀ। ୨୦୧୯ ପରେ ବିଶେଷକରି ଭାଜପା ଯେଭଳି ସକ୍ରିୟ ଭାବେ ନାଗରିକତ୍ୱ, ଛାଡପତ୍ର ଓ ଖାଦ୍ୟ ଉପରେ ଏବଂ ପୃଥକୀକରଣ ଆଇନ କରିଛି ତାହା ଅନ୍ୟ କୌଣସି ପାର୍ଟି କରିବାକୁ ଚାହଁିନାହାନ୍ତି। ଅନ୍ୟ କୌଣସି ଦଳ ଜାଣିଶୁଣି ମୁସଲମାନଙ୍କୁ ପୃଥକ୍‌ କରୁନାହାନ୍ତି। ଭାଜପାର ୩୦୩ ଲୋକ ସଭା ଏବଂ ୯୨ ରାଜ୍ୟ ସଭା ସଦସ୍ୟଙ୍କ ମଧ୍ୟରେ ଜଣେ ହେଲେ ବି ମୁସଲମାନ ନାହାନ୍ତି। ଭାଜପା ଜାଣିଶୁଣି ଓ ସୁପରିକଳ୍ପିତ ଭାବେ ଧର୍ମକୁ ଆଧାରକରି ସମାଜର ବିଭାଜନ କରୁଛି। ଧର୍ମୀୟଭିତ୍ତିରେ ଏଭଳି କାର୍ଯ୍ୟକଳାପରୁ ଭାଜପାକୁ ଲାଭ ମିଳୁଥିଲେ ବି ତାହା ଅନ୍ୟ ଦଳ କରିବାକୁ ଚାହଁୁ ନାହାନ୍ତି।
ଭାଜପାର କିଛି ବିଚାରଧାରା ପାକିସ୍ତାନର ରାଜନୈତିକ ଦୃଶ୍ୟପଟରେ ସକ୍ରିୟ ଥିବା ରାଜନୈତିକ ଦଳଗୁଡ଼ିକ ସହ ସମାନ। ସେଠାରେ ସବୁ ଦଳ ସଂଖ୍ୟାଲଘୁ (ଜନସଂଖ୍ୟାର ପାଖାପାଖି ୩%) ବିରୋଧୀ। ୧୯୪୮ରେ ଜିନ୍ନାଙ୍କ ମୃତ୍ୟୁର ୬ ମାସ ପରେ ପାକିସ୍ତାନ ସମ୍ବିଧାନ ସଭାରେ କୁହାଯାଇଥିଲା ଯେ, ସଂଖ୍ୟାଲଘୁଙ୍କୁ ସ୍ବାଧୀନ ଭାବେ ସେମାନଙ୍କ ଧର୍ମ ପାଳନ କରିବା ପାଇଁ ଅଧିକାର ଦିଆଯିବ। କୁହାଯାଇଥିଲା ଯେ, ସମ୍ବିଧାନର ଧର୍ମୀୟ ବିଚାର କ୍ଷେତ୍ରରେ କେବଳ ମୁସଲମାନମାନେ ଅଧିକ ସମର୍ପିତ ଓ ଅନୁକୂଳ ବ୍ୟବହାର ପ୍ରଦଶର୍ର୍ନ କରିବେ। କିନ୍ତୁ ଏହା ହେଲା ନାହିଁ। ପରେ ସଂଖ୍ୟାଲଘୁଙ୍କ ପ୍ରତି ଧ୍ୟାନ ଦେବାରେ ପାକିସ୍ତାନ ବିଫଳ ହେଲା। ସଂଖ୍ୟାଲଘୁଙ୍କୁ ରାଜନୈତିକ ପଦବୀରୁ ଦୂରେଇ ରଖିବା ଲାଗି ବହୁ ଆଇନ ଗଢ଼ାଗଲା। ୧୯୫୦ ଦଶକର ଶେଷଭାଗରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଗଲା ଓ ଏହା ୧୯୮୦ ଦଶକରେ ଶୀର୍ଷରେ ପହଞ୍ଚିଥିଲା। ହେଲେ ଗତ ଦୁଇ ଦଶନ୍ଧିରେ ସ୍ଥିତି ଆଂଶିକା ଭାବେ ଓଲଟିବା ଆରମ୍ଭ ହୋଇଛି। ଶେଷରେ ସଂଖ୍ୟାଲଘୁଙ୍କ ପ୍ରତି ଅତ୍ୟାଚାରରେ କିଛି ଲାଭ ନାହିଁ, ବରଂ ତାହା ଦେଶ ଓ ବ୍ୟବସ୍ଥା ପ୍ରତି ଦୀର୍ଘମିଆଦୀ କ୍ଷତି କରୁଥିଲା ବୋଲି ଅନୁଭବ କରାଗଲା। ବାଂଲାଦେଶ ସମ୍ବିଧାନ ଆରମ୍ଭ ହୁଏ ଆଲ୍ଲାଙ୍କ ପଂକ୍ତିରୁ। ଭାରତ ଭଳି ଏହାର ପ୍ରସ୍ତାବନାରେ ଧର୍ମନିରପେକ୍ଷବାଦ ପ୍ରତି ପ୍ରତ୍ରିଶ୍ରୁତିବଦ୍ଧ ବୋଲି ଉଲ୍ଲେଖ ରହିଛି। ତା’ପରେ ଏହା କହିଛି ଯେ, ସାମ୍ପଦାୟିକବାଦ, କୌଣସି ଧର୍ମ ସପକ୍ଷରେ ରାଜନୈତିକ ବ୍ୟବସ୍ଥା, ରାଜନୈତିକ ଉଦ୍ଦେଶ୍ୟରେ ଧର୍ମୀୟ ନିର୍ଯାତନା ଏବଂ ବାଛବିଚାର ଓ ଅତ୍ୟାଚାରର ମୂଳୋତ୍ପାଟନ ଦ୍ୱାରା ହିଁ ଧର୍ମନିରପେକ୍ଷବାଦର ସିଦ୍ଧାନ୍ତ ଅନୁଭବ କରିହେବ। କିନ୍ତୁ ଭାରତରେ ଯେଭଳି ରାଜନୈତିକ ବିରୋଧୀ ଓ ସିଭିଲ ସୋସାଇଟିକୁ ନିର୍ଯାତନା ଦିଆଯାଉଛି ବାଂଲାଦେଶରେ ବି ସେଭଳି କରାଯାଉଛି। ଭି-ଡେମ୍‌ ସଂସ୍ଥା ଦ୍ୱାରା ଘୃଣାକୁ ନେଇ କରାଯାଇଥିବା ଉଦାରବାଦୀ ଗଣତନ୍ତ୍ର ସୂଚକାଙ୍କରେ ଭାରତ ପଛରେ ବାଂଲାଦେଶ ରହିଛି। ସ୍ବାଧୀନତାକୁ ନେଇ ଫ୍ରିଡମ୍‌ ହାଉସର ବିଶ୍ୱ ସୂଚକାଙ୍କରେ ବାଂଲାଦେଶ ମଧ୍ୟ ଭାରତ ପଛରେ ଅଛି ଓ ଏଥିରେ ଉଭୟ ଦେଶକୁ ଆଂଶିକ ସ୍ବାଧୀନ ବୋଲି ଦର୍ଶାଯାଇଛି। ତିନି ଦେଶ ମଧ୍ୟରେ ବାଂଲାଦେଶ ହେଉଛି ଏକମାତ୍ର ଦେଶ ଯାହାର କ୍ୟାବିନେଟ୍‌ରେ ପ୍ରମୁଖ ସଂଖ୍ୟାଲଘୁ ସମ୍ପ୍ରଦାୟର ସାଧନ ଚନ୍ଦ୍ର ମଜୁମଦାର ପ୍ରତିନିଧିତ୍ୱ କରୁଛନ୍ତି।
ପାକିସ୍ତାନ ତା’ର ପ୍ରାରମ୍ଭିକ ଦଶନ୍ଧିଗୁଡ଼ିକରେ ଯାହା କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା ୨୦୧୪ ପରେ ଭାରତ ତାହା ପ୍ରୟୋଗ କରୁଛି। ଯଦିଓ ଭାରତର ଏବକାର ଆର୍ଥିକ ସଫଳତା ମୁଖ୍ୟତଃ ବାକ୍‌ପଟୁତାରେ ସୀମିତ, ତେବେ ଏହା ଜାଣିବା ଦରକାର ଯେ, ପାକିସ୍ତାନ ୧୯୬୦ ଦଶକରେ ବହୁବାର ୧୦% ଅଭିବୃଦ୍ଧି ଛୁଇଁଥିଲା। ରାଜନୈତିକ ବିଶେଷଜ୍ଞ ହଣ୍ଟିଂଟନ୍‌ ସେ ସମୟରେ ଆୟୁବ ଖାଁଙ୍କୁୁ ଗ୍ରୀକ୍‌ ଆଇନ ନିର୍ମାତା ସୋଲୋନ ଏବଂ ଲିକୁରଗୁସଙ୍କ ସହ ତୁଳନା କରିଥିଲେ। ଏଠାରେ ପ୍ରକୃତ କଥା ହେଉଛି, ଅତି କମ୍‌ରେ ସ୍ବଳ୍ପ ଅବଧି ପାଇଁ ଆର୍ଥିକ ଅଭିବୃଦ୍ଧି ବିଭାଜନ ବା ବହିଷ୍କରଣ ରାଜନୀତି ସହ ସାଥ-ସାଥ ଚାଲିପାରିବ। କିନ୍ତୁ ଦୀର୍ଘଦିନ ଧରି ଏହା ହୋଇପାରିବ ନାହିଁ। ନିଜ ନାଗରିକଙ୍କୁ ଆକ୍ରମଣ କରିବା, ଆଇନ ଓ ନୀତି ମାଧ୍ୟମରେ ଲଗାତର ନିର୍ଯାତନା ଦେବା, ସନ୍ତ୍ରାସବାଦ ଓ ଭିଡ଼ହିଂସାକୁ ଉତ୍ସାହିତ କରୁଥିବା ଦେଶଗୁଡ଼ିକ ରେକର୍ଡରେ ସଫଳତା ନାହିଁ। ଏହା ସମ୍ଭବତଃ କିମ୍ବା ଏକମାତ୍ର କାରଣ, ଯେଉଁଥିପାଇଁ ବିଭାଜନ କରୁଥିବା ତଥା ନିର୍ଯାତନା ଦେଉଥିବା ରାଜନୀତି ନିର୍ବାଚନ ଦୃଷ୍ଟିରୁ ଲାଭଦାୟକ ହୋଇପାରୁଥିଲେ ବି ଗୋଟିଏ ଦଳ(ଭାଜପା)କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଦଳ ଏହି ଭାବନାରୁ ଦୂରେଇ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri