ସଚ୍ଚୋଟତା ସଫଳ ବ୍ୟବସାୟୀଙ୍କ ଲକ୍ଷଣ

ଉଚ୍ଚଶିକ୍ଷା ଶେଷକରି ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସଂସ୍ଥାରେ ସେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ଏପରିକି ଦୀର୍ଘ ବର୍ଷର କର୍ପୋରେଟ ଅଭିଜ୍ଞତା ଓ ବ୍ୟବସାୟିକ କଳାକୌଶଳ ସହ ଏକ ଅଘଟଣ ଜୀବନର ମୋଡ଼ ବଦଳାଇ ଦେଇଥିଲା। ଫଳରେ କର୍ପୋରେଟ କ୍ଷେତ୍ରରୁ ଅବ୍ୟାହତି ସହ ଜନ୍ମଭୂମିରେ ଏକ ବିଶେଷ କର୍ମର ଅୟମାରମ୍ଭ ହୋଇଥିଲା। ବହୁ ଘାତ ପ୍ରତିଘାତ ଓ ସମସ୍ୟାର ସମ୍ମୁଖୀନ ହୋଇ ସେ ଅନେକ ସଫଳତା ହାସଲ କରିଛନ୍ତି। ସେହି ସଫଳ ବ୍ୟବସାୟୀ ତଥା ୟୁନିକ୍‌ ରିସୋର୍ସ ପ୍ରାଇଭେଟ୍‌ ଲିମିଟେଡ୍‌(ୟୁଆର୍‌ପିଏଲ୍‌)ର ନିର୍ଦ୍ଦେଶକ ଜ୍ୟୋତି ସ୍ବରୂପ ନାୟାରଙ୍କ ସହ ଧରିତ୍ରୀର ବାର୍ତ୍ତାଳାପ…

ପ୍ର-୧: ୟୁଆର୍‌ପିଏଲ୍‌ର ଯାତ୍ରା କିଭଳି ରହିଛି ?
ଉ- ଉଚ୍ଚଶିକ୍ଷା ପରେ ମୁମ୍ବାଇଠାରେ (କର୍ମନିଯୁକ୍ତି) କାର୍ଯ୍ୟ କରୁଥିବା ସମୟରେ ମୋ ବାପା ଦେହତ୍ୟାଗ କରିଥିଲେ। ହେଲେ ବାପାଙ୍କ ମୃତ୍ୟୁ ପରେ ମାଆ ଗଁା (ରାଉରକେଲା) ଛାଡ଼ିବାକୁ ରାଜି ନ ଥିଲେ। ଫଳରେ ମୁମ୍ବାଇ ଛାଡ଼ି ରାଉରକେଲାରେ ନୂତନ ଜୀବନ ଆରମ୍ଭ ସହ କର୍ମମୟ ଜୀବନର ଅୟମାରମ୍ଭ ହୋଇଥିଲା। ଏପରିକି ୨୦୦୩ରେ ୟୁନିକ୍‌ ରିସୋର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ (ୟୁଆର୍‌ପିଏଲ୍‌) ନାମରେ ଏକ ବ୍ୟବସାୟିକ ପ୍ରତିଷ୍ଠାନ ପ୍ରତିଷ୍ଠାକରି ଟ୍ରେଡିଂ, କର୍ସିଂ, ହସ୍ପିଟାଲିଟି ଏବଂ ଲଜିଷ୍ଟିକ୍‌ କ୍ଷେତ୍ରରେ (ପ୍ରାଥମିକ ବ୍ୟବସାୟ) କାର୍ଯ୍ୟ ଆରମ୍ଭ କରିଥିଲୁ। ସମୟକ୍ରମେ ବ୍ୟବସାୟର ଅଭିବୃଦ୍ଧି ସାଙ୍ଗକୁ ସମ୍ପ୍ରସାରଣ ମଧ୍ୟ ଜାରି ରହିଲା। ଏପରିକି ୨୦୧୯ରେ ଟିଭିଏସ୍‌ ମୋଟର୍ସ ପକ୍ଷରୁ ସୁନ୍ଦରଗଡ଼ ଜିଲା ପାଇଁ ଏକ ସୁଯୋଗ ମଧ୍ୟ ଡିଲରଶିପ ଭାବେ ମିଳିଥିଲା। ପରବର୍ତ୍ତୀ ସମୟରେ ୟୁନିକ୍‌ ଟିଭିଏସ୍‌ ନାମରେ ଦୁଇଚକିଆ ଗାଡ଼ି ବ୍ୟବସାୟରେ ମଧ୍ୟ ସଫଳତାର ସହ ଅଗ୍ରସର ହୋଇଚାଲିଛୁ।
ପ୍ର-୨: ମଧ୍ୟମ ଉଦ୍ୟୋଗ ପ୍ରତି ସରକାରଙ୍କ ମନୋଭାବ କିଭଳି ରହିଛି ?
ଉ- ରାଜ୍ୟ ସରକାର ମଧ୍ୟମ ଉଦ୍ୟୋଗ ପ୍ରତି ଆବଶ୍ୟକ ଅନୁସାରେ ସହଯୋଗ ଓ ପ୍ରୋତ୍ସାହନ ଦେଲେ ଆହୁରି ଅଧିକ ବିକଶିତ ହୋଇପାରିବ। ବିଶେଷକରି ସରକାରଙ୍କ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ବିଭାଗ ଓ ବିଭାଗ ପକ୍ଷରୁ ପ୍ରଣୟନ ନୀତିଗୁଡ଼ିକର ସମୀକ୍ଷା ହେବା ଆବଶ୍ୟକ। ବାସ୍ତବରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ଅନେକ ସୁବିଧା ବାଟମାରଣା ହୋଇଯାଉଛି। ଯେଉଁମାନେ ପ୍ରକୃତରେ ରାଜ୍ୟ ପାଇଁ କିଛି କରୁଛନ୍ତି ସେମାନଙ୍କ ଲାଗି ବିଶେଷ ସହାୟତାର ଆବଶ୍ୟକତା ରହିଛି।
ପ୍ର-୩: ପ୍ରତିଯୋଗିତାମୂଳକ ବ୍ୟବସାୟରେ ପ୍ରତିପକ୍ଷଙ୍କୁ କିଭଳି ଦେଖିଥାନ୍ତି ?
ଉ- ବର୍ତ୍ତମାନ ସମୟରେ ପ୍ରତିପକ୍ଷଙ୍କ ଅପେକ୍ଷା ବଜାର ବ୍ୟବସ୍ଥା ଠିକ୍‌ ନ ଥିବାରୁ ଅନେକ ସମସ୍ୟା ସୃଷ୍ଟି ହେଉଛି। ସରକାର ବଜାର ବ୍ୟବସ୍ଥାକୁ ସୁଦୃଢ଼ୀକରଣ ସାଙ୍ଗକୁ ଶିଳ୍ପନୀତିରେ ଆବଶ୍ୟକ ପରିବର୍ତ୍ତନ କଲେ ମଧ୍ୟମ ବର୍ଗର ଶିଳ୍ପସଂସ୍ଥା ଆଗକୁ ବଢ଼ିପାରିବେ। ନଚେତ୍‌ ବ୍ୟବସାୟ ବଞ୍ଚାଇ ରଖିବା ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ବିଭିନ୍ନ ବାଟ ଅନୁସରଣ କରୁଛନ୍ତି। ଫଳରେ ସରକାରଙ୍କ ପ୍ରକୃତ ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ। ପ୍ରତିଟି ବ୍ୟବସାୟରେ ପ୍ରତିଯୋଗୀ ଥାଆନ୍ତି, ହେଲେ ପରିଶ୍ରମ ଓ ଅଧ୍ୟବସାୟ ସାଙ୍ଗକୁ ସଚ୍ଚୋଟତାକୁ ପାଥେୟକରି ଆଗକୁ ବଢ଼ିବାକୁ ହେବ।
ପ୍ର-୪: ରାଜ୍ୟରେ ୨ଚକିଆ ଯାନ ବ୍ୟବସାୟ କିଭଳି ରହିଛି ?
ଉ- ସାରା ଦେଶ ଏପରିକି ଓଡ଼ିଶା ବଜାରରେ ମଧ୍ୟ ପ୍ରତି ମାସ ୨ଚକିଆ ଯାନର ବିକ୍ରି ଓ ଚାହିଦା ଅନ୍ୟ ଯାନଠାରୁ ଅଧିକ ରହିଛି। କାରଣ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ପ୍ରତି ପରିବାର ନିକଟରେ ଗୋଟିଏ ୨ଚକିଆ ଯାନର ଆବଶ୍ୟକତା ବୃଦ୍ଧି ପାଇଛି। ଏହାର ପ୍ରତିଫଳନ ଗାଡ଼ି ବିକ୍ରିରେ ଦେଖିବାକୁ ମିଳିଥାଏ। ହେଲେ ଗତ କିଛି ବର୍ଷ ହେବ ଅଟୋ ନିର୍ମାତାମାନେ ଆବଶ୍ୟକ କଞ୍ଚାମାଲ ଓ ଚିପ୍‌(ସେମିକଣ୍ଡକ୍ଟର) ଅଭାବ ଯୋଗୁ ଚାହିଦା ମୁତାବକ ଉତ୍ପାଦନ ଅଥବା ଯୋଗାଣ କରିପାରୁନାହାନ୍ତି। ସେଥିପାଇଁ କେତେକ ସମସ୍ୟା ସୃଷ୍ଟି ହେଉଛି, ନଚେତ୍‌ ଦୁଇଚକିଆ ବଜାର ସର୍ବଦା ଭଲ ରହିଛି।
ପ୍ର-୫: ବ୍ୟବସାୟ ଓ ପରିବାରକୁ କିଭଳି ପରିଚାଳନା କରୁଛନ୍ତି ?
ଉ- ଜୀବନର ମୂଲ୍ୟ ଅତୁଳନୀୟ ଓ ଅବିଶ୍ୱସନୀୟ ହୋଇଥାଏ। ତଥାପି ଆମେ ଜୀବନ ଓ ଜୀବିକା ପାଇଁ ଦିନରାତି ଏକ କରି ପରିଶ୍ରମ କରିଥାଉ। ଗୋଟିଏ ପଟରେ ଜୀବିକା ଥିବାବେଳେ ଅପରପକ୍ଷରେ ଜୀବନ ରହିଥାଏ। ଉଭୟ ପକ୍ଷକୁ ଠିକ୍‌ ଭାବେ ପରିଚାଳନା କରିବାକୁ ହେଲେ ଉଭୟ ପକ୍ଷ ମଧ୍ୟରେ ସମାନତା ଓ ସ୍ବାଧୀନତାର ଆବଶ୍ୟକତା ରହିଛି। ଏପରିକି ସହଯୋଗ ଓ ସହଯୋଗୀଙ୍କ ସହ ସମ ତାଳରେ କାର୍ଯ୍ୟ କରିବାକୁ ପଡ଼ିଥାଏ।
ପ୍ର-୬: ଅବସର ସମୟରେ କ’ଣ କରିବାକୁ ଭଲପାଆନ୍ତି ?
ଉ- ବର୍ତ୍ତମାନ ସମୟରେ ଅବସରର ସଂଜ୍ଞା ବଦଳିଯାଇଛି। ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସମୟ ଛୋଟ ହୋଇଯାଇଛି। ଜୀବିକା ପଛରେ ଗୋଡ଼ାଇବାକୁ ପଡୁଛି। ଫଳରେ ସମୟକୁ ଠିକ୍‌ ଭାବେ କାର୍ଯ୍ୟରେ ଲଗାଇ ନ ପାରିଲେ ସମୟ ମଧ୍ୟ ବୋଝ ହୋଇପଡ଼ିବ। ସବୁ ପରେ ଯେଉଁ କିଛି ସମୟ ମିଳେ ବହି ପଢ଼ିବା, ବିଭିନ୍ନ ବିଷୟରେ ଚର୍ଚ୍ଚା, ଆଲୋଚନା ଓ ଟିଭିରେ ବିତର୍କ କାର୍ଯ୍ୟକ୍ରମକୁ ଠିକ୍‌ ଭାବେ ଦେଖିବା ସହ ଅନୁକରଣ କରିବାକୁ ଭଲ ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନବୀନ, ଶାହା, ରାହୁଲଙ୍କ ପ୍ରଚାରକୁ ନଜର

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ଦେଶରେ ୭ଟି ପର୍ଯ୍ୟାୟ ମଧ୍ୟରୁ ଆସନ୍ତା ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍‌ ହେବ। ଯଦିଓ ରାଜ୍ୟର ୩ ପ୍ରମୁଖ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri