Posted inଗଜପତି

ଉଚ୍ଚକର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ମାନୁନି ଜିଲା ଶିକ୍ଷାବିଭାଗ: ପୁନର୍ବାସ ଯୋଜନାରେ ନିଯୁକ୍ତି ଦିଆଯାଇ ନ ଥିବା ଅଭିଯୋଗ

ପାରଳାଖେମୁଣ୍ଡି,୧୫।୫(ଡି.ଏନ୍‌.ଏ.): ସରକାରୀ କଳରେ ଚାକିରିଆଙ୍କ ସ୍ଥାୟୀତ୍ୱ ଓ ଚାକିରି ସମୟରେ ମୃତ୍ୟୁ ଘଟିଲେ ପରିବାରର ଜଣେ ସଦସ୍ୟଙ୍କୁ ଯେଉଁ ବିଭାଗରେ ଚାକିରି କରୁଥିବେ ସେହି ବିଭାଗରେ ଯୋଗ୍ୟତା ଅନୁସାରେ ଚାକିରି ଦେବା ସର୍ଭିସ କୋଡ଼ରେ ନିୟମ ରହିଛି। ହେଲେ ସେହି ନିୟମ ଅନୁଯାୟୀ ଯୋଗ୍ୟ ହୋଇଥିବା ଲୋକଙ୍କୁ ଦୀର୍ଘଦିନ ହେଲା ଚାକିରି ମିଳିପାରିନାହିଁ। ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶନାମାକୁ ଗଜପତି ଜିଲା ଶିକ୍ଷା ବିଭାଗ ମାନୁନଥିବାର ଅଭିଯୋଗ ହୋଇଛି। ପୁନର୍ବାସ ଯୋଜନାରେ ନିଯୁକ୍ତି ଦେବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶନାମା ଜାରି ହୋଇଥିବା ସତ୍ତ୍ବେ ଜିଲା ଶିକ୍ଷାଧିକାରୀ ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି ବୋଲି ପୁନର୍ବାସ ଯୋଜନାରେ ଆବେଦନ କରିଥିବା ଆବେଦନକାରୀମାନେ ଅଭିଯୋଗ କରିଛନ୍ତି। ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ ମଧ୍ୟ କେହି ଶୁଣୁନଥିବା ସେମାନେ କହିଛନ୍ତି। ପ୍ରକାଶ ଯେ, ଅଭିଯୋଗକାରୀଙ୍କ ପରିଜନ ଶିକ୍ଷାବିଭାଗରେ କାର୍ଯ୍ୟ କରୁଥିଲେ। ହେଲେ କାର୍ଯ୍ୟକାଳ ମଧ୍ୟରେ ଦେହାନ୍ତ ଘଟିଥିବାରୁ ରାଜ୍ୟସରକାରଙ୍କ ନିୟମ ମୁତାବକ ଘରର ଜଣେ ବ୍ୟକ୍ତିଙ୍କୁ ଚାକିରୀ ଦେବାର ନିୟମ ରହିଛି। ନିୟମାନୁଯାୟୀ ଏମାନେ ପୁନର୍ବାସ ଯୋଜନାରେ ଆବେଦନ କରିଥିଲେ। ଏପରି ଭାବରେ ଜିଲାରେ ବିଭିନ୍ନ ସମୟରେ ଗ୍ରେଡ-ସି ଓ ଡି ପଦବୀ ପାଇଁ ମୋଟ ୬୨ଜଣ ଆବେଦନ କରିଥିଲେ। ହେଲେ ୨୦୧୯ରେ ୬୨ରୁ ୧୬ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା। ଅବଶିଷ୍ଠ ୪୬ଜଣଙ୍କୁ ନିଯୁକ୍ତି ଦିଆଯାଇ ନଥିବାର ସେମାନେ ଅଭିଯୋଗ କରିଛନ୍ତି। ତେବେ ଶୀଘ୍ର ଘରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦିଆନଗଲେ ଆଗାମୀ ଦିନରେ ଜିଲା ଶିକ୍ଷା ବିଭାଗ ଆଗରେ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବା ସହ ଆବଶ୍ୟକ ପଡିଲେ ଆତ୍ମହୁତି ଦେବୁ ବୋଲି ରମେଶ ଚନ୍ଦ୍ର ପାଲକା, ଧର୍ମେନ୍ଦ୍ର କୁମାର ସାହୁ, ହିମାଂଶୁ କରାଡ, ଜଗଦୀଶ ନାୟକ,ଅର୍ଚ୍ଚିତା ବେହେରା, ମିଖାଏଲ ଗମାଙ୍ଗ ପ୍ରମୁଖ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକଙ୍କୁ ପଚାରିବାରୁ ୨୦୧୯-୨୦ ବର୍ଷରେ ରିହାବିଲିଟେସନ ସ୍କିମ ନିୟମରେ କିଛିଟା ସଂଶୋଧନ ହୋଇଛି । ପ୍ରାର୍ଥୀଙ୍କ ଅନେକ ତଥ୍ୟ ଆବଶ୍ୟକ ପଡୁଛି ସେମାନଙ୍କୁ ମଗାଯାଇଛି ଯଥା ଶୀଘ୍ର ଖାଲିଥିବା ପଦବୀ ଗୁଡିକରେ ରିହାବିଲିଟେସନ ସ୍କିମରେ ବିବେଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବରେ ମିଳୁଛି ଦରମା

ମୋହନା,୨୧ା୪(ମନ୍ମଥ ମିଶ୍ର)ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀଙ୍କ ଅଶାନ୍ତି ଦେଖାଦେଇଛି । ଦିନରାତି ପରିଶ୍ରମ କଲେ ବି କର୍ମଚାରୀଙ୍କୁ ମିଳୁନି ଠିକ...

ମନ୍ଦିର ପୂଜାରୀଙ୍କ ଘରେ କଳାକନା ବୁଲାଇଲେ ଚୋର

ଚାନ୍ଦିପୁଟ,୧୪ା୪(କେ. ପ୍ରମୋଦ କୁମାର ଦୋରା)- ଗଜପତି ଜିଲା ମୋହନା ଥାନା ଅଧୀନ ଚାନ୍ଦିପୁଟ ଗ୍ରାମର ଚନ୍ଦ୍ରଶେଖର ମନ୍ଦିର ପୂଜାରୀ ଉଦୟନାଥ ମହାପାତ୍ରଙ୍କ ଘରୁ ଚୋରି ହୋଇଥିବା...

ଓଡ଼ିଶାର କ୍ଷତି, ଆନ୍ଧ୍ର ବ୍ୟବସାୟୀ ମାଲାମାଲ

ପାରଳାଖେମୁଣ୍ଡି, ୧୪ା୪ (ଗିରିଧାରୀ ପରିଛା):ଗଜପତି ଜିଲା କାଶୀନଗର ସହରର ଆଖପାଖ ଅଞ୍ଚଳରେ ଥିବା ଜମିକୁ ଆନ୍ଧ୍ରର ମାଫିଆମାନେ କିଣି ସେଥିରେ ପ୍ଲଟିଂ କରି ବ୍ୟବସାୟ କରି...

ନିର୍ବାଚନ ପ୍ରଚାର ପାଇଁ ନ ଆସିବାକୁ ନିବେଦନ

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଉପଲଡା ପଞ୍ଚାୟତ ଅଧୀନ ଚନ୍ଦନଖଳା ଗ୍ରାମକୁ ମାତ୍ର ପ୍ରାୟ ୭୦୦ ମିଟର ରାସ୍ତା ହୋଇପାରୁ ନ ଥିବାକୁ...

ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ମୂଲ୍ୟବାନ ସାମଗ୍ରୀ

ପାରଳାଖେମୁଣ୍ଡି,୧୦ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କିଛି ଦିନ ବ୍ୟବଧାନ ପରେ ପୁଣି ଚୋରି ଘଟଣା ସାମନାକୁ ଆସିଛି । ପାରଳା...

ବିକାଶର ବହୁ ଦୂରରେ କିଙ୍ଗଡାଙ୍ଗ ଗ୍ରାମବାସୀ

ପାରଳାଖେମୁଣ୍ଡି,୮ା୪(ଗିରିଧାରୀ ପରିଛା): ଦେଶ ସ୍ବାଧୀନର ୭୬ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଗଜପତି ଜିଲାର କିଙ୍ଗଡାଙ୍ଗ ଗ୍ରାମବାସୀ। ଗୁମ୍ମା ବ୍ଲକ...

ନେତା ଭୋଟ ମାଗି ଆସିଲେ ଗାଁରେ ପୂରାଇ ଦେବୁନି

ମୋହନା,୫ା୪(ମନ୍ମଥ ମିଶ୍ର)Lପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ ବିରୋଧ କରିବୁ,...

ପାଣି ନାହିଁ ତ ଭୋଟ ନାହିଁ,

ମୋହନା,୪ା୪(ମନ୍ମଥ ମିଶ୍ର)- ପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ କାଠ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri