ପ୍ରସ୍ତାବରେ ଅଟକିଛି ଟ୍ରକ୍‌ ଟର୍ମିନାଲ ନିର୍ମାଣ

ଛତ୍ରପୁର,୧୫।୫(ଡି.ଏନ.ଏ.): ଗଞ୍ଜାମ ଜିଲାରେ ପ୍ରତିବର୍ଷ ଦୁର୍ଘଟଣା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଶିଳ୍ପାନୁଷ୍ଠାନକୁ ମାଲ ପରିବହନ କରୁଥିବା ଟ୍ରକ୍‌ଗୁଡିକ ଘଣ୍ଟା ଘଣ୍ଟା ଜାତୀୟ ରାଜପଥ ଉପରେ ଅଟକି ରହୁଛି। ଏଥିଲାଗି ମଧ୍ୟ ବିଭିନ୍ନ ସମୟରେ ଦୁର୍ଘଟଣା ସହ ଜୀବନହାନି ଘଟୁଛି। ଜାତୀୟ ରାଜପଥରେ ଫ୍ଲାଏଓଭର, ଅଣ୍ଡରପାସ୍‌ ନ ଥିବାରୁ ଏଭଳି ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜପଥ ପାର୍ଶ୍ୱରେ ଗୋଟିଏ କିମ୍ବା ଦୁଇଟି ଟ୍ରକ ଟର୍ମିନାଲ ନିର୍ମାଣ ଲାଗି ସରକାର ନିଷ୍ପତ୍ତି ନେଇଥିଲେ। ୨୦୨୧ ଡିସେମ୍ବର ୨୧ରେ ଏ ସମ୍ପର୍କରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜମି ଚିହ୍ନଟ କରି ଜଣାଇବାକୁ ଜିଲା ପ୍ରଶାସନକୁ ଚିଠି ଆସିଥିଲା। ଅଦ୍ୟାବଧି ଏହାର ଉତ୍ତର ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟକୁ ଯାଇନି। ଫଳରେ ରାଜପଥ ପାର୍ଶ୍ୱରେ ଟ୍ରକ୍‌ ଟର୍ମିନାଲ ନିର୍ମାଣ ପ୍ରସ୍ତାବରେ ଅଟକି ଥିବା ଜଣାପଡିଛି। ସୁରକ୍ଷା ଦୃଷ୍ଟିରୁ ଟ୍ରକ ଟର୍ମିନାଲ ନିର୍ମାଣ ନେଇ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏଣୁ ଅତି ଶୀଘ୍ର ଗୋଟିଏ କିମ୍ବା ୨ ଟର୍ମିନାଲ ନିର୍ମାଣ ଲାଗି ୧୦ରୁ ୨୦ ଏକର ଜମି ଚିହ୍ନଟ କରିବାକୁ କୁହାଯାଇଛି। ଏନେଇ ପରିବହନ କମିଶନର ଓ ରାଜ୍ୟ ପରିବହନ ବିଭାଗକୁ ଜଣାଇବାକୁ ଗଞ୍ଜାମ ଜିଲାପାଳଙ୍କୁ ଚିଠି ଆସିଥିବା ଜଣାଯାଇଛି।
ଗଞ୍ଜାମ ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଗ୍ରାସୀମ୍‌ କେମିକାଲ ଇଣ୍ଡଷ୍ଟ୍ରିଜ, ଗୋପାଳପୁର ପୋର୍ଟ, ଟାଇଟାନିୟମ ପ୍ଲାଣ୍ଟ, ଆଇଆରଇ ପ୍ଲାଣ୍ଟ, ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କ, ଜଗନ୍ନାଥପୁର ସିମେଣ୍ଟ ଗୋଦାମ, ଏଫ୍‌ସିଆଇ ଗୋଦାମ ଓ ଗୁଡ଼ଶେଡ୍‌ ଆଦି ରହିଛି। ଏଥିଲାଗି ଦୈନିକ ବହୁ ସଂଖ୍ୟାରେ ଟ୍ରକ ଏଠାକୁ ଯିବା ଆସିବା କରିଥାନ୍ତି। ଉକ୍ତ ଟ୍ରକଗୁଡିକ ରହିବା ପାଇଁ କୌଣସି ସୁବିଧା ନ ଥିବାରୁ ଏଗୁଡିକ ଜାତୀୟ ରାଜପଥରେ ପାର୍କିଂ ହେଉଛି । ୨୦୨୦ ସୁଦ୍ଧା ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ପୂର୍ବ ବର୍ଷ ତୁଳନାରେ ୫୦ ପ୍ରତିଶତ କମାଇବା ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶନାମା ଜାରି କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନେଇ ରାଜ୍ୟ ପରିବହନ ବିଭାଗଙ୍କ ନିର୍ଦ୍ଦେଶକ୍ରମେ ଜିଲା ସଡକ ସୁରକ୍ଷା କମିଟି ଗଠନ ହୋଇଥିଲା। ଏହି କମିଟି ବୈଠକରେ ଦୁର୍ଘଟଣାର କାରଣ ଖୋଜା ଯାଇ ଆବଶ୍ୟକ ପଦକ୍ଷେପ ନେବାକୁ କମିଟି ଅଧ୍ୟକ୍ଷ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ଦେଖିବାକୁ ମିଳିଛିି ।


Enter your email to get our daily news in your inbox.

All Right Reserved By Dharitri.Com

ବିହନ ଧରି ବର୍ଷା ଅପେକ୍ଷାରେ ଚାଷୀ

ଗଞ୍ଜାମ,୧୯ା୬(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରି ପକାଇଲାଣି।...

ଠେଙ୍ଗାରେ ବନ କର୍ମଚାରୀଙ୍କୁ ଆକ୍ରମଣ: ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୧୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ବନମାଳୀ ଗ୍ରାମରେ ଜଣେ ବନ କର୍ମଚାରୀଙ୍କୁ ଠେଙ୍ଗାରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ...

ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ରଙ୍କ ପରଲୋକ

ଭଞ୍ଜନଗର,୨୫।୫(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ର (୮୧)ଙ୍କ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ପରଲୋକ ଘଟିଛି। କରୋନାରେ ଚିକିତ୍ସଧୀନ...

ରାଜ୍ୟ ଜାଗାମିଶନ ଉପଦେଷ୍ଟାଙ୍କ ପୁରୁଷୋତ୍ତମପୁର ଏନ୍ଏସିରେ ସମୀକ୍ଷା 

ପୁରୁଷୋତ୍ତମପୁର, ୨୪/୫(ଡିଏନ୍ଏ) ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ଏନ୍ଏସିକୁ ବୁଧବାର ରାଜ୍ୟ ଜାଗା ମିଶନର ଉପଦେଷ୍ଟା ଶାଶ୍ୱତୀ ମିଶ୍ର ଗ୍ରସ୍ତରେ ଆସି କନକା ଓ କପିଳେଶ୍ବର ବସ୍ତିକୁ ପରିଦର୍ଶନ...

ଗଞ୍ଜାମରେ ସବୁ ଧର୍ମାନୁଷ୍ଠାନ ବନ୍ଦ

ବ୍ରହ୍ମପୁର ଅଫିସ, ୧୩।୪: ଗଞ୍ଜାମ ଜିଲାର ସମସ୍ତ ଧର୍ମାନୁଷ୍ଠାନକୁ ୭ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ବୁଧବାରଠୁ ୨୧ ତାରିଖ ଯାଏ ସବୁ ଧର୍ମାନୁଷ୍ଠାନ...

ତୋଟାରୁ ନରକଙ୍କାଳ ଉଦ୍ଧାର: ସଙ୍ଗରୋଧ କେନ୍ଦ୍ରରୁ ଫେରାର୍‌ ବ୍ୟକ୍ତି ସନ୍ଦେହ

ଆସିକା,୧୮ା୬(ଡି.ଏନ୍‌.ଏ.)- ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଥାନା ବେଣିପଲ୍ଲି ଗ୍ରାମ ନିକଟରେ ଥିବା ଏକ ତୋଟାରୁ ଗୁରୁବାର ନରକଙ୍କାଳ ଉଦ୍ଧାର ହୋଇଛି। ଘଟଣା ସ୍ଥଳରେ ପଡିଥିବା ପୋଷାକରୁ...

ତଦନ୍ତ କରିବେ ଜିଏସ୍‌ଟି ଅଧିକାରୀ

ଛତ୍ରପୁର,୨୮।୧୨(ଡି.ଏନ.ଏ): ଗଞ୍ଜାମ ଜିଲାରେ ଜିଏସ୍‌ଟି ଅଧିକାରୀ ଦର୍ଶାଇ ଟ୍ରକ୍‌ ଡ୍ରାଇଭରଙ୍କୁ ମାଡମାରି ଟଙ୍କା ଠକେଇ ସହ ଲକ୍ଷାଧିକ ଟଙ୍କାର ଡିଲକ୍ସ ପାନ ମସଲା ଲୁଟ୍‌ ମାମଲାର...

ଗଞ୍ଜାମରେ ଆଉ ୫ କୋଭିଡ୍‌ ହସ୍ପିଟାଲ: ଜିଲାପାଳ

ଛତ୍ରପୁର,୧୦ା୫(ଡି.ଏନ୍‌.ଏ.): ଗଞ୍ଜାମରେ ଆଉ ୫ଟି କୋଭିଡ୍‌ ହସ୍ପିଟାଲ ଖୋଲାଯିବ। ଏନେଇ ପ୍ରସ୍ତୁତି ସରିଥିବା ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ରବିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।...

Advertisement
Archives

Model This Week