ଅବ୍ୟବସ୍ଥା ନେଇ ଅସନ୍ତୋଷ

ଅନୁଗୋଳ ଅଫିସ, ୧୮।୩:  ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ମହିଳା ଓ ପ୍ରସୂତି ବିଭାଗ ରୋଗୀଙ୍କୁ ଠିକ୍‌ ଭାବେ ଅଲଟ୍ରାସାଉଣ୍ଡ ସେବା ମିଳୁନାହିଁ। ଦାୟିତ୍ୱରେ ଥିବା ମହିଳା ଡାକ୍ତର ଜଣକ ସ୍ବାମୀଙ୍କ ଚିକିତ୍ସା ପାଇଁ ବାରମ୍ବାର ଛୁଟିରେ ଯାଉଥିବାରୁ ଏହି ସେବା ଏକପ୍ରକାର ଠପ୍‌ ହୋଇଯାଇଥିବା ଅଭିଯୋଗ ହେଉଛି। ଦୀର୍ଘଦିନ ଧରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ନେଇ ଏପରି ଅବ୍ୟବସ୍ଥା ଯୋଗୁ ମହିଳା ରୋଗୀମାନେ ବାଧ୍ୟ ହୋଇ ଘରୋଇ ମେଡିକାଲ ଯାଇ ଖର୍ଚ୍ଚାନ୍ତ ହେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
ମେଡିକାଲ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଗତ ନଭେମ୍ବରରୁ ଜିଲା ମୁଖ୍ୟ ଚିକିତ୍ସାଳୟର ୬ଷ୍ଠ ମହଲାରେ ଥିବା ଅଲଟ୍ରାସାଉଣ୍ଡ ପ୍ରକୋଷ୍ଠ ବାରମ୍ବାର ବନ୍ଦ ରହୁଛି। ସ୍ବାମୀ ଅସୁସ୍ଥ ଥିବାରୁ ସମ୍ପୃକ୍ତା ମହିଳା ଡାକ୍ତର ୪ ମାସ ଛୁଟିରେ ଥିଲେ। ମାର୍ଚ୍ଚ ଶେଷ ଆଡକୁ ସେ କାର୍ଯ୍ୟରେ ଯୋଗଦେଇଥିଲେ ମଧ୍ୟ ନିୟମିତ ଡ୍ୟୁଟିକୁ ଆସିପାରୁ ନାହାନ୍ତି। ସ୍ବାମୀଙ୍କ ଅଧିକ ଚିକିତ୍ସା ନିମନ୍ତେ ସେ ବିଭିନ୍ନ ସମୟରେ ଛୁଟିରେ ଯାଉଛନ୍ତି। ତେଣୁ ଉକ୍ତ ଅଲଟ୍ରାସାଉଣ୍ଡ ପ୍ରକୋଷ୍ଠରେ ତାଲା ଝୁଲାଯାଉଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ବିନା ମୂଲ୍ୟରେ ଏହି ସେବା ମିଳୁଥିବାରୁ ଦୈନିକ ବହୁ ସଂଖ୍ୟକ ଗର୍ଭବତୀ ଏଠାକୁ ଆସୁଛନ୍ତି। କିନ୍ତୁ ଅବ୍ୟବସ୍ଥା ଦୂର କରାଯାଉ ନ ଥିବାରୁ ମେଡିକାଲରେ ଥିବା ଡାକ୍ତରମାନେ ଅଲଟ୍ରାସାଉଣ୍ଡ ଆବଶ୍ୟକ କରୁଥିବା ଗର୍ଭବତୀ ଓ ମହିଳା ରୋଗୀଙ୍କୁ ଘରୋଇ ମେଡିକାଲ ନଚେତ ଅନ୍ୟ ପାଥୋଲାବକୁ ପଠାଇ ଦେଉଛନ୍ତି। ଏଥିଯୋଗୁ ରୋଗୀମାନଙ୍କୁ ଶତାଧିକ ଟଙ୍କା ଦେବାକୁ ପଡ଼ୁଛି। ପ୍ରଧାନମନ୍ତ୍ରୀ ମାତୃତ୍ୱ ଯୋଜନାରେ ଗର୍ଭ ଧାରଣର ତୃତୀୟ ପର୍ଯ୍ୟାୟରେ ଅଲଟ୍ରାସାଉଣ୍ଡ ପାଇଁ ମାସିକ ୨ ଶହ ଗର୍ଭବତୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥାନ୍ତି। କିନ୍ତୁ ଏଠାରେ ଅବ୍ୟବସ୍ଥା ଯୋଗୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଅନ୍ୟ ଡାକ୍ତରଙ୍କୁ ଏହି ବିଭାଗରେ ନିଯୁକ୍ତି କରାଯାଇ ଅସୁବିଧା ଦୂର କରିବାକୁ ଦାବି ହେଉଛି।

ନର୍ସିଂହୋମ ସହ ଚୁକ୍ତି କରାଯିବ
ଏକ ଘରୋଇ ନର୍ସିଂହୋମ ସହ ଚୁକ୍ତି କରାଯିବ। ମୁଖ୍ୟ ଚିକିତ୍ସାଳୟକୁ ଅଲଟ୍ରାସାଉଣ୍ଡ ପାଇଁ ଆସୁଥିବା ରୋଗୀଙ୍କୁ ସେଠାକୁ ପଠାଯିବ। ଏ ବାବଦ ଅର୍ଥ ମେଡିକାଲ ପକ୍ଷରୁ ପୈଠ କରାଯିବ। ମେଡିକାଲ ଆଉଟ୍‌ଡୋର ଓ ଇନ୍‌ଡୋରରେ ଡାକ୍ତର ଏବଂ ରୋଗୀଙ୍କ ଅବଗତି ନିମନ୍ତେ ସୂଚନା ପ୍ରଦାନ କରାଯିବା ବ୍ୟବସ୍ଥା ହେବ।
– ଅଭୟ କୁମାର ଦାସ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ

ରୋଗୀ ଶୋଷଣର ଶିକାର ହେଉଛନ୍ତି
ସରକାରୀ ମେଡିକାଲରେ ବିନା ମୂଲ୍ୟରେ ରୋଗୀଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ବିଭାଗରେ ଆଉ ଜଣେ ଡାକ୍ତର ନିଯୁକ୍ତି ଦିଆଗଲେ ଅସୁବିଧା ଦୂରହୋଇପାରନ୍ତା। କିନ୍ତୁ ତାହା କରାଯାଉ ନ ଥିବାରୁ ରୋଗୀ ଶୋଷଣର ଶିକାର ହେଉଛନ୍ତି।
-ସୁଭଦ୍ରା ନାୟକ, ଅନୁଗୋଳ

ଲାଭ ଉଠାଉଛନ୍ତି କେତେଜଣ ଡାକ୍ତର
ଅଲଟ୍ରାସାଉଣ୍ଡ ପାଇଁ ଦୈନିକ ବହୁ ରୋଗୀ ମୁଖ୍ୟ ଚିକିତ୍ସାଳୟ ଆସୁଛନ୍ତି। କିନ୍ତୁ ଏଠାରେ ଅବ୍ୟବସ୍ଥା ଯୋଗୁ ସେମାନଙ୍କୁ ଘରୋଇ ମେଡିକାଲ ପଠାଇ କେତେଜଣ ଡାକ୍ତର ଆର୍ଥିକ ଭାବେ ଉପକୃତ ହେଉଛନ୍ତି। ଦୀର୍ଘଦିନ ହେଲା ରୋଗୀମାନେ ଏପରି ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ସମାଧାନ ଦିଗରେ ପଦକ୍ଷେପ ନିଆଯାଉ ନାହିଁ।
-ପ୍ରଣତୀ ସାହୁ, ଅନୁଗୋଳ

ସବୁ ଜାଣି ଅଜଣା
ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ବିଭାଗରେ ଅବ୍ୟବସ୍ଥା ରହିଛି। ବାରମ୍ବାର ରୋଗୀମାନେ ଅଭିଯୋଗ କରୁଥିଲେ ମଧ୍ୟ ଏ ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ସବୁ ଜାଣିଶୁଣି କର୍ତ୍ତୃପକ୍ଷ ଅଜଣା ଭଳି ନୀରବ ରହୁଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଅଯଥାରେ ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି।
-ମନସା ମୋଦି, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଶାଳଗାଁରେ ରେଳ ଦୁର୍ଘଟଣା ନେଇ ବଦଳିଲା କିଛି ଟ୍ରେନ୍‌ର ଗତିପଥ, କଟକ ପରିବର୍ତ୍ତେ ନରାଜ ହୋଇ ଯିବ

କଟକ ଅଫିସ,୧୬।୧: କଟକ ନିର୍ଗୁଣ୍ଡି ଷ୍ଟେଶନ ନିକଟ ଶାଳଗାଁଠାରେ ରେଳ ଦୁର୍ଘଟଣା ପରେ କିଛି ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ କରାଯାଇଛି। କଟକ ପରିବର୍ତ୍ତେ ନରାଜ ଦେଇ...

୪୪ ଟିକସ ଆଦାୟ ଅଧିକାରୀଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର,୧୧।୫(ବ୍ୟୁରୋ)- ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ କାର୍ଯ୍ୟରତ ୪୪ଜଣ ଟିକସ ଆଦାୟ ଅଧିକାରୀଙ୍କୁ ରାଜ୍ୟ ସରକାର ବୁଧବାର ପଦୋନ୍ନତି ଦେଇଛନ୍ତି। ଏଣିକି ସେମାନେ ରାଜସ୍ବ ଅଧିକାରୀ ଭାବେ...

ପରପାରିରେ ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନ

ବରଗଡ଼ ଅଫିସ,୨୧।୧: ବରଗଡ଼ ଜିଲାର ସଂଗ୍ରାମୀ ପୀଠ ସୋହେଲା ଥାନା ଅନ୍ତର୍ଗତ ପାଣିମୋରା ଗ୍ରାମର ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ର ପ୍ରଧାନଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ମୃତ୍ୟୁ...

ନୟାଗଡ଼ର କରୋନା ସନ୍ଦିଗ୍ଧଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

ଭୁବନେଶ୍ୱର,୧୩।୩(ବ୍ୟୁରୋ): ନୟାଗଡ଼ର କରୋନା ସନ୍ଦିଗ୍ଧ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେ ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଗତ ୪ ଦିନ ହେବ...

ଅଲାରପୀଠ: ଭକ୍ତର ଭାବରେ ତରଳିଛି ପଥର

ବ୍ରହ୍ମଗିରି,  ୨୮।୬(ଡି.ଏନ୍‌.ଏ.): ଯୁଗେ ଯୁଗେ ଭକ୍ତର ଭାବରେ ବନ୍ଧା ପଡ଼ିଛନ୍ତି ଭଗବାନ। ଭକ୍ତିର ଶକ୍ତି ଏତେ ଅଧିକ ଯେ, ଏହାର ପ୍ରଭାବରେ ପଥର ବି ତରଳି...

କୁଆଖାଇ ନଦୀକୂଳରେ ଛଟ୍‌ ପୂଜା

ବାଲିଅନ୍ତା,୩।୧୧(ଡି.ଏନ୍‌.ଏ.) ରାଜଧାନୀ ଉପକଣ୍ଠ ନହରକଣ୍ଟା ଓ ପାଣ୍ଡରାସ୍ଥିତ କୁଆଖାଇ ନଦୀକୂଳରେ ବିହାରୀ ସମ୍ପ୍ରଦାୟର ଲୋକଙ୍କ ବଡ଼ ପର୍ବ ଛଟ୍‌ ପୂଜା ତଥା ସୂର୍ଯ୍ୟଷଷ୍ଠୀ ବ୍ରତ ଶନିବାର...

ସଂଗ୍ରାମୀଙ୍କ ଗାଁ ଅବହେଳିତ

ଖୋର୍ଦ୍ଧା ଅଫିସ,୧୫।୮: ‘ତୁମେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି’ ସୁଭାଷ ବୋଷଙ୍କ ଏହି ଡାକରାରେ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଚମ୍ପାଇଲୋ ଗ୍ରାମର...

ପାଣି, ସେଲରୁ ବିଦ୍ୟୁତ୍‌ ଉତ୍ପାଦନ କଲେ ଅଜୟ

ଖୋର୍ଦ୍ଧା ଅଫିସ,୧୧ା୭: କିଛି ନୂଆ କରିବାର ନିଶା ହିଁ ଉଦ୍ଭାବନର ବାଟ ଦେଖାଇଥାଏ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ଅନ୍ତର୍ଗତ...

Advertisement
Archives

Model This Week