ଧାନମଣ୍ଡି ବନ୍ଦ ନେଇ ବଢୁଛି ଅସନ୍ତୋଷ

ଚମ୍ପୁଆ,୧୮।୧(ଡି.ଏନ.ଏ.) କେନ୍ଦୁଝର ଜିଲା ଚମ୍ପୁଆ ଅନ୍ତର୍ଗତ ରଜିଆ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଖୋଲାଯାଇଥିବା ଧାନମଣ୍ଡି ବନ୍ଦ ହୋଇଯାଇଥିବା ବେଳେ ଚାଷୀଙ୍କ ମଧ୍ୟରେ ଧାନ ବିକ୍ରିକୁ ନେଇ ସନ୍ଦେହ ବଢିବାରେ ଲାଗିଛିି। ଟୋକନ ପାଇ ଚାଷୀ ଧାନ ବିକ୍ରି କରିପାରୁ ନ ଥିବା ତଥା ବିଭାଗ ପକ୍ଷରୁ ଟାର୍ଗେଟ ସରିଯାଇଥିବା ସୂଚନା ପାଇ ଚାଷୀମାନେ ଚମ୍ପୁଆ ଉପଜିଲାପାଳ ପ୍ରତାପ ପ୍ରତିମୟଙ୍କ ଦ୍ୱାରସ୍ଥ ହୋଇଥିବା ଜଣା ଯାଇଛି।
ଅନୁସାରେ ସ୍ଥାନୀୟ ଅଞ୍ଚଳରେ ପ୍ରାୟ ୩୦ରୁ ଉର୍ଦ୍ଧ୍ୱ ଚାଷୀ ଧାନ ବିକ୍ରି ପାଇଁ ଟୋକନ ପାଇଛନ୍ତି। ମାତ୍ର ଗତ ୮ ତାରିଖରୁ ଚମ୍ପୁଆ ଲ୍ୟାମ୍ପ ପକ୍ଷରୁ ଧାନ କିଣାଯାଉଥିବା ଧାନ ମଣ୍ଡି ବନ୍ଦ ହୋଇଯାଇଛି। ହେଲେ ଚାଷୀଙ୍କ ମୋବାଇଲକୁ ଧାନକିଣା ପାଇଁ ଧାର୍ଯ୍ୟ ତାରିଖ ସହ ମେସେଜ ଆସିଯାଇଛି। ତୁରନ୍ତ ଧାନ ମଣ୍ଡି ଖୋଲି ଧାନ କିଣିବାକୁ ଦାବି କରି ଚାଷୀମାନେ ଉପଜିଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ଉପଜିଲାପାଳ ପ୍ରିତିମୟଙ୍କୁ ପଚାରିବାରୁ ଏ ବାବଦରେ ଆଲୋଚନା ଚାଲିଛି। ଖୁବଶୀଘ୍ର ସମାଧାନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଙ୍ଗପାଳ ଦମନ ପାଇଁ ପରାମର୍ଶଦାତା ଭିଡିଓ ପ୍ରସ୍ତୁତ

ଭୁବନେଶ୍ୱର, ୫।୬(ବ୍ୟୁରୋ)- ଏବେ ବି ଓଡ଼ିଶାର କୃଷି ପାଇଁ ପଙ୍ଗପାଳ ବିପଦ ରହିଛି। ତେବେ ଏହି ପାକିସ୍ତାନୀ ପଙ୍ଗପାଳ ଦମନ କରିବା ପାଇଁ ରାଜ୍ୟ କୃଷି...

ସୁରଟରୁ ବସ୍‌ ନୁହେଁ, ଟ୍ରେନ୍‌ରେ ଫେରିବେ ଶ୍ରମିକ

ଭୁବନେଶ୍ୱର,୬ା୫(ବ୍ୟୁରୋ): ଗୁଜରାଟର ସୁରଟରୁ ଓଡ଼ିଶା ଫେରୁଥିବା ଶ୍ରମିକମାନେ ଆଉ ବସ୍‌ରେ ଆସିବେ ନାହିଁ। ଦୀର୍ଘବାଟ ହୋଇଥିବାରୁ ଫେରିବା ସମୟରେ ଖାଇବା ପିଇବାରେ ଅସୁବିଧା, ଅଂଶୁଘାତ, ଦୁର୍ଘଟଣା...

ବାୟୋଟେକ୍ନୋଲୋଜିରେ ପୁଞ୍ଜିନିବେଶ ପାଇଁ ଓଡ଼ିଶାର ଆମନ୍ତ୍ରଣ

ଭୁବନେଶ୍ୱର, ୨୭।୨(ବ୍ୟୁରୋ):ହାଇଦ୍ରାବାଦରେ ଚାଲିଥିବା ଆନ୍ତର୍ଜାତିକ ‘ବାୟୋ-ଏସିଆ’ ସମ୍ମିଳନୀ ରବିବାର ଉଦ୍‌ଯାପିତ ହୋଇଯାଇଛି। ରାଜ୍ୟ ବିଜ୍ଞାନ ଓ କାରିଗରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏଥିରେ ଅତିଥି...

ନାବାଳକଙ୍କୁ ଅପହରଣ, ନୟାଗଡ଼ରେ ବିକ୍ରି

ଭୁବନେଶ୍ୱର,୨୮।୪(ବ୍ୟୁରୋ): ରାଜଧାନୀ ଇନ୍‌ଫୋସିଟି ଥାନା ଅଞ୍ଚଳରେ ଜଣେ ଶିଶୁକନ୍ୟାକୁ ବିସ୍କୁଟ ଦେଇ ଅପହରଣ କରାଯିବା ଘଟଣାର ୧୦ଦିନ ପରେ ଖଣ୍ଡଗିରି ଥାନା ଅଞ୍ଚଳରେ ଜଣେ ନାବାଳକଙ୍କୁ...

ଛୁଟିରେ ସୁମିତ, ଅପହରଣ ଆଶଙ୍କା କଲେ ତପସ୍ବିନୀ

ଆସିକା,୧୧।୧୨(ଡି.ଏନ.ଏ.): ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଡାକ୍ତର ସ୍ବାମୀଙ୍କ ସହ ଆସିକା ଚିନିଶିଳ୍ପ ଅତିଥି ଭବନରେ ରହୁଥିବା ତପସ୍ବିନୀ ଦାସ ପୁଣି ଅଡ଼ୁଆରେ ପଡ଼ିଛନ୍ତି। ସ୍ବାମୀ...

ସ୍ତ୍ରୀଙ୍କୁ ଅପହରଣ ଉଦ୍ୟମ

ଭୁବନେଶ୍ୱର,୩୦।୪(ବ୍ୟୁରୋ):  ଭୁବନେଶ୍ୱରରେ ରହୁଥିବା ସ୍ତ୍ରୀ ଶାଶୁଘରକୁ ଯିବା ପାଇଁ ରାଜି ନ ହେବାରୁ ତାଙ୍କୁ ବଳପୂର୍ବକ ନେଇଯାଉଥିଲେ ସ୍ବାମୀ ଓ ପରିବାର ଲୋକେ। ହେଲେ ମହିଳା...

ଆଜିଠୁ ଖୋଲିବ ରାଜଭବନ ଉଦ୍ୟାନ: ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ହେଲା ପ୍ରବେଶପତ୍ର

ଭୁବନେଶ୍ୱର,୫।୧(ବ୍ୟୁରୋ): ସର୍ବସାଧାରଣଙ୍କ ନିମନ୍ତେ ୫ ତାରିଖ ରବିବାରଠାରୁ ଖୋଲାଯିବ ରାଜଭବନ ଉଦ୍ୟାନ। ଲୋକଙ୍କୁ ସହଜ ଓ ସୁବିଧାରେ ପ୍ରବେଶପତ୍ର ମିଳିବା ଉଦ୍ଦେଶ୍ୟରେ ରାଜଭବନ ପକ୍ଷରୁ ମୋବାଇଲ୍‌...

ବିପୁଳ କ୍ଷତି ସହିଲେଣି ପରିବା ଚାଷୀ, ବ୍ୟବସାୟୀ

ଭୁବନେଶ୍ୱର,୪ା୫(ବ୍ୟୁରୋ): ଲକ୍‌ଡାଉନ୍‌ରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ କୃଷି କାର୍ଯ୍ୟ ଓ କୃଷିଜାତ ଦ୍ରବ୍ୟ ବିକ୍ରିବଟାକୁ ଅନୁମତି ଦିଆଯାଇଛି। ଏଭଳି ସଙ୍କଟ ସମୟରେ ଚାଷୀମାନେ ପରିବା...

Advertisement
Archives

Model This Week