ମାର୍କେଟ ବିଲ୍ଡିଂରେ ଉଠାଦୋକାନୀଙ୍କୁ ନେଇ ଅସନ୍ତୋଷ

ଭୁବନେଶ୍ୱର,୨୮।୨ (ବ୍ୟୁରୋ): ଉଠା ଦୋକାନୀ ଓ ମାର୍କେଟ ବିଲ୍ଡିଂ ଦୋକାନୀଙ୍କ ମଧ୍ୟରେ ପୁଣି ଥରେ କନ୍ଦଳ ଆରମ୍ଭ ହୋଇ ଯାଇଛି। ଉଠାଦୋକାନୀଙ୍କ ପ୍ରାଦୁର୍ଭାବରେ ବ୍ୟତିବ୍ୟସ୍ତ ହୋଇ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ମାର୍କେଟ ବିଲ୍ଡିଂ ସେଣ୍ଟ୍ରାଲ ଆସୋସିଏସନ ପକ୍ଷରୁ ଦାବି କରାଯାଇଛି। ଯେ ପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ ନେଇ କୌଣସି ବାଟ ଫିଟିନାହଁି, ସେ ପର୍ଯ୍ୟନ୍ତ ମାର୍କେଟରୁ ଅଳିଆ ଉଠିବ ନାହିଁ ବୋଲି ଆସୋସିଏସନ୍‌ ଜିଦି ଧରି ବସିଛି। ଗତ ୪ଦିନ ହେବ ଏଠାରୁ ଅଳିଆ ଉଠାଇବାକୁ ଦିଆଯାଉ ନାହିଁ। ଫଳରେ ମାର୍କେଟର ଅନେକ ସ୍ଥାନରେ ଅଳିଆ ଆବର୍ଜନା ଜମା ହୋଇ ଗଲାଣି। ପ୍ରତିଦିନ ଏଠାକୁ ଶହ ଶହ ସଂଖ୍ୟାରେ ଲୋକ ଯାତାୟାତ କରୁ ଥିବାରୁ ଏଭଳି ପରିବେଶ ଦେଖି ଅସନ୍ତୋଷ ପ୍ରକାଶ କରୁଛନ୍ତି। ଅପରପକ୍ଷେ ରାଜଧାନୀର ମାର୍କେଟ ବିଲ୍ଡିଂରେ ଉଠାଦୋକାନୀମାନେ ଜବରଦଖଲ କରି ଆସୁଥିତ୍ବାରୁ ବଡ ବଡ ଦୋକାନୀମାନଙ୍କ ପାଇଁ ସମସ୍ୟା ଦେଖାଦେଇଛି। ବିଶେଷକରି ପାର୍କିଂ ସମସ୍ୟା ଦେଖାଦେଉଛି। ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ ବାରମ୍ବାର ବିଏମସି ଓ ପୋଲିସର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ରବିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି। ଆସୋସିଏସନର ସହ ସମ୍ପାଦକ ରଞ୍ଜିତ୍‌ ମହାନ୍ତିଙ୍କ କହିବା ଅନୁଯାୟୀ, ଗତ ସପ୍ତାହ ତଳେ ଏ ସମସ୍ୟା ସମ୍ପର୍କରେ ଆମେ ବିଏମ୍‌ସିରେ ଅଭିଯୋଗ କରିଥିଲୁ। ସେମାନେ ଏହାର ସମାଧାନ କରିବା ପରିବର୍ତ୍ତେ କ୍ୟାପିଟାଲ ଥାନାରେ ଅଭିଯୋଗ କରିବାକୁ ପଠାଇ ଦେଲେ। ଥାନାକୁ ଯିବାକୁ ସେମାନେ ବିଏମ୍‌ସିକୁ ଯିବାକୁ କହୁଛନ୍ତି। ଏପରିକି ବିଏମ୍‌ସି କମିଶନର ୨ଥର ଆମକୁ ସାକ୍ଷାତ୍‌ କରିବାକୁ ସମୟ ଦେଇ ମଧ୍ୟ ଶେଷରେ ସମୟ ନାହିଁ କହି ଫେରାଇ ଦେଉଛନ୍ତି। ସେହିପରି କମିଶନରଙ୍କ ପାଖକୁ ଯିବାରୁ ସେ ମଧ୍ୟ ନିରାଶ କଲେ। ତେଣୁ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନିଆଯାଇଛି। ୭ ବର୍ଷ ତଳେ ମାର୍କେଟ ଆସୋସିଏସନ ଏହି ସମାସ୍ୟା ବିଏମସି ଓ ପୁଲିସର ଦୃଷ୍ଟି ଆକର୍ଷଣ କରିବାରୁ ଉଠା ଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇଥିଲା। ତତ୍କାଳୀନ ପୋଲିସ କମିଶନର ଆର.ପି .ସିଂ ଓ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ପଦକ୍ଷେପ ନେବାରୁ ଉଠା ଦୋକାନୀମାନେ ମାର୍କେଟ ବିଲ୍‌ଡିଙ୍ଗ ଭିତରୁ ଉଠିବାକୁ ବାଧ୍ୟ ହୋଇଥିଲେ। କରୋନା କଟକଣା କୋହଳ ହେବାପରେ ପୁର୍ନବାର ଉଠା ଦୋକାନୀମାନେ ଏଠାରେ ଆଡ୍ଡା ଜମାଇଛନ୍ତି। ମୂଳ ଦୋକାନୀମାନେ ବ୍ୟବସାୟ କଲେ ସରକାରଙ୍କୁ ଜିଏସ୍‌ଟି ଦେଉଛନ୍ତି। ହେଲେ ଉଠାଦୋକାନୀମାନେ କିଛି ଦାଦାବଟି ଦେଇ ମୁଖ୍ୟ ଦୋକାନୀମାନଙ୍କ ପାଇଁ ସମସ୍ୟା ପାଲଟିଛନ୍ତି। ବିଏମ୍‌ସି ଏହାକୁ ଅଣଦେଖା କରୁଥିବାରୁ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ଏଥିପ୍ରତି ଦୃଷ୍ଟି ଦେବାକୁ ଆସୋସିଏସନ୍‌ ଦାବି କରିଛି। ମାର୍କେଟ ବିଲ୍‌ଡିଙ୍ଗ ପରିସର ସଫା କରିବା ପାଇଁ ପ୍ରତିମାସରେ ୬୦ ରୁ ୭୦ ହଜାର ସଂଘ ଖର୍ଚ୍ଚ କରୁଛି। ଆସୋସିଏସନ ପକ୍ଷରୁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇ ଏଠାରେ ଚେୟାର ଓ ଲାଇଟ ଖୁମ୍ବ, ଫାଉଣ୍ଟେନ ଆଦି ଯେଉଁ ସୌନ୍ଦର୍ଯ୍ୟକରଣ କରାଯାଇଥିଲା ତାହା ଏବେ ଭାଙ୍ଗିରୁଜି ଯିବାକୁ ବସିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଡବଲ୍‌ ଇଞ୍ଜିନ ସରକାରରେ…

ଖୋର୍ଦ୍ଧା,୭।୧୦(ପ୍ରଭାତ ପାଣିଗ୍ରାହୀ): ‘ବିକଶିତ ଭାରତ’ ସହ ‘ବିକଶିତ ଓଡ଼ିଶା’ ଗଠନ ପ୍ରକ୍ରିୟାରେ ସମସ୍ତ ନାଗରିକ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ…

ବିରାଟଙ୍କୁ ବଡ଼ ଝଟକା, ଶୂନ୍ୟ ରନରେ ଆଉଟ ହେବା ପରେ ସେ ତଳକୁ ଖସି ଆସିଛନ୍ତି କୋହଲି, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୭।୧୦: ଭାରତର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କୁ ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଖେଳୁଥିବାର ଦେଖିବାକୁ ମିଳିଥିଲା। କୋହଲି ପ୍ରଥମ ମ୍ୟାଚରେ…

ନବରାତ୍ରୀ ଆରମ୍ଭରୁ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରଚୁର ଧନବର୍ଷା ସହ ଘରକୁ ଆସିବ ଖୁସି ଖବର

ଶାରଦୀୟ ନବରାତ୍ରୀର ପବିତ୍ର ପର୍ୱ ୧୧ ଅକ୍ଟୋବର, ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ନବରାତ୍ରୀର ପ୍ରଥମ ଦିନରେ ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ କଳସ ସ୍ଥାପନ କରାଯାଏ…

ODI ବ୍ୟାଟ୍ସମ୍ୟାନଙ୍କ ଟପ-୧୦ରେ ସାମିଲ ହେଲେ କେଏଲ ରାହୁଲ, ଜାଣନ୍ତୁ ପ୍ରଥମ ସ୍ଥାନରେ କିଏ ଅଛନ୍ତି

ନୂଆଦିଲ୍ଲୀ,୭।୧୦: ODI କ୍ରିକେଟରେ ଭାରତୀୟ ବ୍ୟାଟରମାନଙ୍କର ପ୍ରାଧାନ୍ୟ ପୁଣିଥରେ ସ୍ପଷ୍ଟ ହୋଇଛି। ସାମ୍ପ୍ରତିକ ICC ରାଙ୍କିଙ୍ଗରେ, କେ.ଏଲ. ରାହୁଲ ଏକ ବଡ଼ ଧରଣର ଅଗ୍ରଗତି କରି ଶ୍ରେଷ୍ଠ…

ଇନଷ୍ଟାଗ୍ରାମ୍ ପ୍ରେମିକଙ୍କ ସହ ବିବାହ କରିବାକୁ ରାଜି ହେଲେନି ମା’; ଏମିତି ହତ୍ୟା କଲେ ଝିଅ, ଶୁଣିଲେ ଥରିଉଠିବ ଛାତି

ନୂଆଦିଲ୍ଲୀ,୭ା୧୦: ହରିୟାଣାର ସୋନିପତରୁ ଆସିଛି ଛାତିଥରା ଘଟଣା।ଇନଷ୍ଟାଗ୍ରାମ୍‌ରେ ହୋଇଥିବା ପ୍ରେମ ଓ ବିବାହ କରିବାକୁ ନେଇ ମା’ ପ୍ରତିବନ୍ଧକ ସାଜିବାରୁ ନିଜ ପ୍ରେମିକ ସହ ମିଶି ମା’ଙ୍କୁ…

ଘର ଦୋହଲିଲା, ଟିଭି ଭାଙ୍ଗିଲା! ଗାଁଲୋକଙ୍କ ଅଭିଯୋଗ ପରେ ବେଆଇନ ପଥର ଖାଦାନ ଉପରେ ଚଢ଼ାଉ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଅନ୍ତର୍ଗତ ଆଙ୍କୋରଡ଼ା ମୌଜା ବଡ଼ଢ଼ିମିରା ପାହାଡ଼ରେ ବେଆଇନ ପଥର ଖନନ ଓ ବ୍ଲାଷ୍ଟିଂ ଅଭିଯୋଗ ହୋଇଛି। ଏପରି…

ୟୁଜର୍ସଙ୍କୁ ବଡ଼ ଝଟ୍‌କା: ରିଚାର୍ଜ ପ୍ଲାନ ହେଲା ମହଙ୍ଗା, ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍ଲୀ,୭।୧୦: ଏୟାରଟେଲ (Airtel) ନିଜର ପୋଷ୍ଟପେଡ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ କରିଛି। କମ୍ପାନୀ ୮ ଅକ୍ଟୋବର ୨୦୨୬ରୁ ତାର ସମସ୍ତ ପୋଷ୍ଟପେଡ ପ୍ଲାନ ପୋର୍ଟଫୋଲିଓର…

ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସର୍ବୋଚ୍ଚ ସମ୍ମାନ

ଷ୍ଟକହୋମ,୭।୧୦: ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି । ବୈଜ୍ଞାନିକ ହେନ୍ରି ବି. କାଗାନ୍ ଓ କେନ୍ସୋ ସୋଆଇଙ୍କୁ ପ୍ରଦାନ କରାଯାଇଛି । ରସାୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?