ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତି ପ୍ରତି ଅବହେଳା

ପୁରୀ ଅଫିସ,୨୮ା୨: ପୁରୀ ସହରରେ ରବିବାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଚାର୍ଯ୍ୟ ହରିହରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଆପଣଙ୍କ ସେବାରେ ଅନୁଷ୍ଠାନ ପକ୍ଷରୁ ସମୁଦ୍ରକୂଳ ନିକଟ ହରିହର ଛକସ୍ଥିତ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଅନୁଷ୍ଠାନର ରାଜ୍ୟ ଉପସଭାପତିି ବିଜୟକୃଷ୍ଣ ବ୍ରହ୍ମା, ରାଜ୍ୟ ମହାସଚିବ ମନୋଜ କୁମାର ରଥ, ଦେବେନ୍ଦ୍ର ମହାରଣା, ସୌମ୍ୟଶ୍ରୀ ଆଶ୍ରିପାଦମ୍‌, ଶିବ ପ୍ରସାଦ ରଥ, ବିନୋଦ ସେନାପତି, ଲକ୍ଷ୍ମୀପ୍ରିୟା ସାହୁ, ଅର୍ଜୁନ ମହାରଣା, ସୁକାନ୍ତ ପଣ୍ଡା, ମିତା ବାରିକ, ଶଶାଙ୍କ ଶେଖର ପ୍ରଧାନ, ଦିବ୍ୟରଞ୍ଜନ ଦାଶ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତି ପ୍ରତି ପ୍ରଶାସନ ଅବହେଳା କରୁଥିବା ସଙ୍ଗଠନ କର୍ମକର୍ତ୍ତା ଅଭିଯୋଗ କରିଥିଲେ। ଆପଣଙ୍କ ସେବାରେ ଅନୁଷ୍ଠାନର କର୍ମକର୍ତ୍ତାମାନେ କହିଛନ୍ତି, ଗତ ନବକଳେବର ସମୟରେ ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତିକୁ ଛକର ମଧ୍ୟଭାଗରୁ କାଢି ଏକ କୋଣକୁ ପ୍ରଶାସନ ନେଇଯାଇଛି। ଏହା ଆଚାର୍ଯ୍ୟ ହରିହରଙ୍କ ଭଳି ମହାପୁରୁଷ ପ୍ରତି ଅସମ୍ମାନ ସଦୃଶ। ତେଣୁ ଅନୁଷ୍ଠାନ ତୁରନ୍ତ ଏହି ପ୍ରତିମୂର୍ତ୍ତକୁ ପୁନର୍ବାର ଛକ ମଧ୍ୟ ଭାଗରେ ପ୍ରତିଷ୍ଠା କରାଯାଉ। ଏ ନେଇ ସରକାରଙ୍କୁ ଅନୁରୋଧ କରାଯିବ ବୋଲି କର୍ମକର୍ତ୍ତା କହିଛନ୍ତି। ସେହିପରି ସାଲବେଗ ସାହିରେ ଥିବା ଶିଶୁ କ୍ଳବରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଚାର୍ଯ୍ୟ ହରିହରଙ୍କ ଜୀବନୀ ଉପରେ ଆଲୋକପାତ କରାଯାଇଥିଲା। ଅନୁଷ୍ଠାନର ପୁରୀ ଶ୍ରୀଜଗନ୍ନାଥ ଧାମ ଭାଷା ପକ୍ଷରୁ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଶାଖାର ସାଧାରଣ ସମ୍ପାଦକ ବିରଞ୍ଚତ୍ ନାରାୟଣ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ସମତା ଅନୁଷ୍ଠାନ ପକ୍ଷରୁ ଶ୍ରୀକ୍ଷେତ୍ର କଲୋନୀରେ ଆଚାର୍ଯ୍ୟ ହରିହର ଦାଶଙ୍କ ୧୪୪ ତମ ଜୟନ୍ତୀ ପାଳିତ ହୋଇଛି। ଏଥିରେ ଅନୁଷ୍ଠାନର ସଭାପତି ଭାଗବତ ପ୍ରସାଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଗୋପ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ପଣ୍ଡା ଅତିଥି ଭାବେ ଯୋଗଦେଇ କହିଥିଲେ, ପୁଣ୍ୟାମତ୍ା ଆଚାର୍ଯ୍ୟ ହରିହର ପିଲାମାନଙ୍କ ବୈଦ୍ଧିକ ବିକାଶ ପାଇଁ ଏକ ବ୍ୟକାରଣ ପୁସ୍ତକ ରଚନା କରିଥିଲେ, ଯାହା ଓଡ଼ିିଶାର ପ୍ରଥମ ବ୍ୟାକରଣ ପୁସ୍ତକ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଲେଖକ ରାଧାକୃଷ୍ଣ ପ୍ରଧାନୀ ଓ ଖବରଦାତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଯୋଗଦେଇ ଆଚାର୍ଯ୍ୟ ହରିହରଙ୍କ ଜୀବନଚର୍ଯ୍ୟା ଉପରେ ଆଲୋକପାତ କରିଥିଲେ। ତପନ କୁମାର ଓ ହେମାଙ୍ଗିନୀ ମହାନ୍ତି ପ୍ରମୁଖ ଉପସ୍ଥିିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri