ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତି ପ୍ରତି ଅବହେଳା

ପୁରୀ ଅଫିସ,୨୮ା୨: ପୁରୀ ସହରରେ ରବିବାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଚାର୍ଯ୍ୟ ହରିହରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଆପଣଙ୍କ ସେବାରେ ଅନୁଷ୍ଠାନ ପକ୍ଷରୁ ସମୁଦ୍ରକୂଳ ନିକଟ ହରିହର ଛକସ୍ଥିତ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଅନୁଷ୍ଠାନର ରାଜ୍ୟ ଉପସଭାପତିି ବିଜୟକୃଷ୍ଣ ବ୍ରହ୍ମା, ରାଜ୍ୟ ମହାସଚିବ ମନୋଜ କୁମାର ରଥ, ଦେବେନ୍ଦ୍ର ମହାରଣା, ସୌମ୍ୟଶ୍ରୀ ଆଶ୍ରିପାଦମ୍‌, ଶିବ ପ୍ରସାଦ ରଥ, ବିନୋଦ ସେନାପତି, ଲକ୍ଷ୍ମୀପ୍ରିୟା ସାହୁ, ଅର୍ଜୁନ ମହାରଣା, ସୁକାନ୍ତ ପଣ୍ଡା, ମିତା ବାରିକ, ଶଶାଙ୍କ ଶେଖର ପ୍ରଧାନ, ଦିବ୍ୟରଞ୍ଜନ ଦାଶ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତି ପ୍ରତି ପ୍ରଶାସନ ଅବହେଳା କରୁଥିବା ସଙ୍ଗଠନ କର୍ମକର୍ତ୍ତା ଅଭିଯୋଗ କରିଥିଲେ। ଆପଣଙ୍କ ସେବାରେ ଅନୁଷ୍ଠାନର କର୍ମକର୍ତ୍ତାମାନେ କହିଛନ୍ତି, ଗତ ନବକଳେବର ସମୟରେ ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତିକୁ ଛକର ମଧ୍ୟଭାଗରୁ କାଢି ଏକ କୋଣକୁ ପ୍ରଶାସନ ନେଇଯାଇଛି। ଏହା ଆଚାର୍ଯ୍ୟ ହରିହରଙ୍କ ଭଳି ମହାପୁରୁଷ ପ୍ରତି ଅସମ୍ମାନ ସଦୃଶ। ତେଣୁ ଅନୁଷ୍ଠାନ ତୁରନ୍ତ ଏହି ପ୍ରତିମୂର୍ତ୍ତକୁ ପୁନର୍ବାର ଛକ ମଧ୍ୟ ଭାଗରେ ପ୍ରତିଷ୍ଠା କରାଯାଉ। ଏ ନେଇ ସରକାରଙ୍କୁ ଅନୁରୋଧ କରାଯିବ ବୋଲି କର୍ମକର୍ତ୍ତା କହିଛନ୍ତି। ସେହିପରି ସାଲବେଗ ସାହିରେ ଥିବା ଶିଶୁ କ୍ଳବରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଚାର୍ଯ୍ୟ ହରିହରଙ୍କ ଜୀବନୀ ଉପରେ ଆଲୋକପାତ କରାଯାଇଥିଲା। ଅନୁଷ୍ଠାନର ପୁରୀ ଶ୍ରୀଜଗନ୍ନାଥ ଧାମ ଭାଷା ପକ୍ଷରୁ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଶାଖାର ସାଧାରଣ ସମ୍ପାଦକ ବିରଞ୍ଚତ୍ ନାରାୟଣ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ସମତା ଅନୁଷ୍ଠାନ ପକ୍ଷରୁ ଶ୍ରୀକ୍ଷେତ୍ର କଲୋନୀରେ ଆଚାର୍ଯ୍ୟ ହରିହର ଦାଶଙ୍କ ୧୪୪ ତମ ଜୟନ୍ତୀ ପାଳିତ ହୋଇଛି। ଏଥିରେ ଅନୁଷ୍ଠାନର ସଭାପତି ଭାଗବତ ପ୍ରସାଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଗୋପ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ପଣ୍ଡା ଅତିଥି ଭାବେ ଯୋଗଦେଇ କହିଥିଲେ, ପୁଣ୍ୟାମତ୍ା ଆଚାର୍ଯ୍ୟ ହରିହର ପିଲାମାନଙ୍କ ବୈଦ୍ଧିକ ବିକାଶ ପାଇଁ ଏକ ବ୍ୟକାରଣ ପୁସ୍ତକ ରଚନା କରିଥିଲେ, ଯାହା ଓଡ଼ିିଶାର ପ୍ରଥମ ବ୍ୟାକରଣ ପୁସ୍ତକ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଲେଖକ ରାଧାକୃଷ୍ଣ ପ୍ରଧାନୀ ଓ ଖବରଦାତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଯୋଗଦେଇ ଆଚାର୍ଯ୍ୟ ହରିହରଙ୍କ ଜୀବନଚର୍ଯ୍ୟା ଉପରେ ଆଲୋକପାତ କରିଥିଲେ। ତପନ କୁମାର ଓ ହେମାଙ୍ଗିନୀ ମହାନ୍ତି ପ୍ରମୁଖ ଉପସ୍ଥିିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri