ହାତୀବନ୍ଧ ପାର୍କ କାମ ଆରମ୍ଭ

ଭଞ୍ଜନଗର,୧୬।୫(ଡି.ଏନ.ଏ.): ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଉଦ୍ୟମ କ୍ରମେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଶାଖା ପଛପଟେ ଥିବା ହାତୀବନ୍ଧ ପାର୍କ କାମ ଗତ କିଛି ଦିନ ହେଲା ଆରମ୍ଭ ହୋଇଛି। ଏବେ ଉକ୍ତ ପୋଖରୀରୁ ପାଣି ନିଷ୍କାସନ କରାଯାଇ ସଫେଇ ଚାଲିଛି। ପୋଖରୀ ପୁନରୁଦ୍ଧାର ସହ ଅନ୍ୟାନ୍ୟ କାମ ହେବ। ରବିବାର ମନ୍ତ୍ରୀ ଆରୁଖ ପାର୍କ କାମ ବୁଲି ଦେଖିଛନ୍ତି। ପାର୍କରେ ଲୋକେ ଚାଲିବା ପାଇଁ ରାସ୍ତା, ବ୍ୟାୟମ କେନ୍ଦ୍ର, ମ୍ୟୁଜିକ୍‌ ଫାଉଣ୍ଟେନ, ବୋଟିଂ ଆଦି ସୁବିଧା କରାଯିବ। ମନ୍ତ୍ରୀଙ୍କ ଗସ୍ତ ସମୟରେ ଭଞ୍ଜନଗର ଏନ୍‌ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଏନ୍‌ଏସି ଯନ୍ତ୍ରୀ ସୁଶାନ୍ତ କୁମାର ସାହୁଙ୍କ ସମେତ ଜଳସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ହାତୀବନ୍ଧ ପୋଖରୀରେ ବ୍ରିଟିଶ ଶାସକ ମାନଙ୍କ ସେବାରେ ଥିବା ହାତୀମାନଙ୍କୁ ଗାଧୁଆ ଯାଉଥିଲା। ତେଣୁ ଉକ୍ତ ପୋଖରୀ ପରବର୍ତ୍ତୀ ପର୍ଯ୍ୟାୟରେ ହାତୀବନ୍ଧ ଭାବେ ପରିଚିତ ହୋଇଥିଲା। ସହରର ମୁଖ୍ୟସ୍ଥଳରେ ପୋଖରୀଟି ଥିଲେ ମଧ୍ୟ ତାହାର ପୁନରୁଦ୍ଧାର କରାଯାଇ ନ ଥିଲା। ଅନ୍ୟପକ୍ଷରେ ପୋଖରୀ ଅଞ୍ଚଳର କେତେକ ସ୍ଥାନ ଜବରଦଖଲରେ ରହିଛି। ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୮: ବଢୁଛି ଆରୋଗ୍ୟ ହାର

ବ୍ରହ୍ମପୁର ଅଫିସ,୨୯ା୫-ପ୍ରବାସୀ ଫେରନ୍ତାଙ୍କ ପାଇଁ ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ଶୁକ୍ରବାର ଜିଲାରେ ୪ ନୂତନ ସଂକ୍ରମିତଙ୍କୁ ନେଇ ମୋଟ ଆକ୍ରାନ୍ତଙ୍କ...

ଟଙ୍କା, ଅଳଙ୍କାର ଲୁଟ୍‌ ମାମଲା: ବନ୍ଧା ହେଲେ ଗ୍ୟାଙ୍ଗର ୩ ଅଭିଯୁକ୍ତ

ସୋରଡା,୧୬।୬(ଲମ୍ବୋଦର ପାଣିଗ୍ରାହୀ): ଟଙ୍କା, ଅଳଙ୍କାର ଲୁଟ୍‌ ମାମଲାରେ ଗଞ୍ଜାମ ଜିଲା ସୋରଡା ପୋଲିସକୁ ଏକ ସଫଳତା ମିଳିଛି। ଲୁଟ୍‌ ଘଟଣାରେ ସମ୍ପୃକ୍ତ ସରାବାଡି ପଞ୍ଚାୟତ ଖାରିଗୁଡ଼ା...

ପଞ୍ଚାୟତ ସମିତି ଅଧିବେଶନରେ ଷ୍ଟାଣ୍ଡିଂ କମିଟି ଗଠନକୁ ନେଇ ହଟ୍ଟଗୋଳ

ଗଞ୍ଜାମ,୧୬ା୧୧(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ କନ୍‌ଫରେନ୍ସ ହଲ୍‌ଠାରେ ଚତୁର୍ଥ ପଞ୍ଚାୟତ ସମିତି ଅଧିବେଶନ ବୁଧବାର ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଅଧ୍ୟକ୍ଷତା କରିଥିଲେ।...

ଅଧାବାଟରେ ତଦନ୍ତ, ଚିହ୍ନଟ ହୋଇନାହାନ୍ତି ଅଭିଯୁକ୍ତ

ବ୍ରହ୍ମପୁର,୧୩।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ ମେଡିକାଲ(ଏମ୍‌କେସିଜି) ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ରେଫରାଲ ହସ୍ପିଟାଲ। ନିମ୍ନମାନର ରୋଗୀସେବାକୁ ନେଇ ଅଧିକାଂଶ ସମୟ ଚର୍ଚ୍ଚାରେ ରହି...

ପରେଡ ଅଭ୍ୟାସ କରିପାରୁନାହାନ୍ତି ଯବାନ

ଭଞ୍ଜନଗର,୨୯।୬(ଡି.ଏନ୍‌.ଏ.)- ଆଇଆର୍‌ବି ୮ମ ବାଟାଲିୟନ (ସ୍ବତନ୍ତ୍ର)ର ସ୍ଥାୟୀ କାର୍ଯ୍ୟାଳୟ ନାହିଁ। ବର୍ତ୍ତମାନ ଭଞ୍ଜନଗର ନିକଟସ୍ଥ ତନରଡ଼ାରେ ଅସ୍ଥାୟୀ ଭାବେ ଏହା ଚାଲିଛି। ଯବାନମାନେ ପରେଡ଼ ଅଭ୍ୟାସ...

ମିଶନଶକ୍ତି ମା’ମାନେ ଉଦ୍ୟୋଗୀ ହୁଅନ୍ତୁ: ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୬ା୩(ଡି.ଏନ୍‌.ଏ.): ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ରବିବାର ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ ଆସି ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ...

ଗଞ୍ଜାମ ସହରରେ ଗୋଷ୍ଠୀ ସଂକ୍ରମଣ ରୋକିବା, ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ

ଗଞ୍ଜାମ,୯।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ମହାମାରୀ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଠାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସମାନ...

ଫୁଲଚାଷ କରି ସ୍ବାବଲମ୍ବୀ ହେଉଛନ୍ତି ଗଞ୍ଜାମ ମହିଳା

ସନ୍ତୋଷ ପାଢୀ ଛତ୍ରପୁର,୨୦ା୩(ଡି.ଏନ୍‌.ଏ.) – ମହିଳା ସବୁ କ୍ଷେତ୍ରରେ ଆଗକୁ ଯାଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଲାଗିଛନ୍ତି।  ଏପରିକି ପୁରୁଷଙ୍କୁ ମଧ୍ୟ କେତେକ...

Advertisement
Archives

Model This Week