ଏମାନେ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ବିଦା କରିଦେଇଥାନ୍ତେ: ବଡ଼ ପ୍ରଶ୍ନ ଉଠାଇଲେ ପୂର୍ବତନ କ୍ରିକେଟର୍‌

ୱେଲିଂଟନ,୨୦।୧୧:ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟରେ ମହମ୍ମଦ ସିରାଜଙ୍କୁ ପ୍ଲେଇଂ-୧୧ ସ୍ଥାନ ନ ମିଳିବାକୁ ନେଇ ଟିମ ମ୍ୟାନେଜମେଣ୍ଟକୁ ସମାଲୋଚନା କରିଛନ୍ତି ପୂର୍ବତନ କ୍ରିକେଟର୍‌ ମହମ୍ମଦ କୈଫ। ଗୋଟିଏ ଖରାପ ସିରିଜ ଆଧାରରେ ଜଣେ ଅଭିଜ୍ଞ ଖେଳାଳିଙ୍କୁ ବାଦ ଦେବା ଅନ୍ୟାୟ ବୋଲି ସେ କହିଛନ୍ତି।

କୈଫ କହିଛନ୍ତି, ଇଂଲଣ୍ଡ ବିପକ୍ଷ ପାଞ୍ଚ ଟେଷ୍ଟରେ ସିରାଜ ୨୩ଟି ଉଇକେଟ ନେଇ ଭାରତର ସଫଳତମ ବୋଲର୍‌ ଥିଲେ। ଓଭାଲ ଟେଷ୍ଟରେ ମଧ୍ୟ ସେ ୯ଟି ଉଇକେଟ ନେଇ ଭାରତକୁ ୬ ରନ୍ରେ ବିଜୟୀ କରାଇବାରେ ବଡ଼ ଭୂମିକା ନେଇଥିଲେ। ଶ୍ରୀଲଙ୍କା ଭଳି ସ୍ପିନ ସହାୟକ ପିଚ୍‌ରେ ଉଇକେଟ ନମିଳିବାର ଅର୍ଥ ସିରାଜ ଖରାପ ବୋଲର୍‌ ନୁହନ୍ତି ବୋଲି କୈଫ ଯୁକ୍ତି ବାଢ଼ିଛନ୍ତି। ଗୋଟିଏ ଖରାପ ସିରିଜ ପାଇଁ ଖେଳାଳିଙ୍କ ପୂର୍ବ ସଫଳତାକୁ ଭୁଲିଯିବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି।

କୈଫ ରବୀନ୍ଦ୍ର ଜାଡେଜାଙ୍କୁ ଦଳରୁ ବାଦ ଦେବା ନିଷ୍ପତ୍ତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଇଂଲଣ୍ଡ ସିରିଜ୍ରେ ଜାଡେଜା ୫୧୬ ରନ କରିଥିଲେ। ଏଭଳି ଅଭିଜ୍ଞ ଅଲରାଉଣ୍ଡରଙ୍କୁ ବାହାରେ ବସାଇ ୱାଶିଂଟନ ସୁନ୍ଦରଙ୍କୁ ସୁଯୋଗ ଦେବା ଠିକ ନୁହେଁ ବୋଲି ସେ କହିଛନ୍ତି।
ସଚିନ ତେନ୍ଦୁଲକରଙ୍କ ଉଦାହରଣ ଦେଇ କୈଫ କହିଛନ୍ତି, ଏଭଳି ଚୟନ ନୀତି ଜାରି ରହିଲେ ଦୁଇ-ତିନିଟି ଖରାପ ମ୍ୟାଚ ପରେ ସଚିନଙ୍କୁ ମଧ୍ୟ ଦଳରୁ ବାଦ ଦିଆଯାଇପାରେ।

ଅନ୍ୟପଟେ, ସୁନୀଲ ଗାଭାସ୍କର ଓ ରବି ଶାସ୍ତ୍ରୀଙ୍କ ଭଳି ପୂର୍ବତନ କ୍ରିକେଟରମାନେ ମଧ୍ୟ ଦଳ ଚୟନକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଥିବା ରିପୋର୍ଟରେ କୁହାଯାଇଛି। ତେବେ ବ୍ୟାଟିଂ କୋଚ ସୀତାଂଶୁ କୋଟକଙ୍କ କହିବା ଅନୁଯାୟୀ, ମ୍ୟାନେଜମେଣ୍ଟ ସର୍ବଶ୍ରେଷ୍ଠ ଏକାଦଶ ଚୟନ କରିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୪,୪,୪,୪,୪,୪,୪,୪,୪,୪,୪,୪,୪,୪,୪,୪,୪,୪,୪…,ନ୍ୟୁଜିଲ୍ୟାଣ୍ଡରେ ହଇଚଇ ସୃଷ୍ଟି କଲେ ଯଶସ୍ବୀ ଜୟସୱାଲ, ୮୯ ବଲରେ ଏତେ ରନ କରି ହେଲେ ଆଉଟ

ନୂଆଦିଲ୍ଲୀ,୨୦।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟରେ ଭାରତ ପାଇଁ ଯଶସ୍ବୀ ଜୟସୱାଲ ଏବଂ କେଏଲ ରାହୁଲ ଇନିଂସ ଆରମ୍ଭ କରିଥିଲେ। ଉଭୟ ଭାରତୀୟ ଓପନର ପ୍ରାରମ୍ଭରେ ସ୍ଥିର…

ଶ୍ରୀଲଙ୍କାକୁ ହରାଇ ସିରିଜ ଜିତିଲା ପାକିସ୍ତାନ, WTC ପଏଣ୍ଟ ଟେବୁଲରେ ବଦଳିଗଲା ସମୀକରଣ!

ନୂଆଦିଲ୍ଲୀ, ୨୦।୧୧: ପାକିସ୍ତାନ କ୍ରିକେଟ ଟିମ ଦ୍ୱିତୀୟ ଟେଷ୍ଟରେ ଶ୍ରୀଲଙ୍କାକୁ ୮ ଉଇକେଟ୍‌ରେ ପରାସ୍ତ କରି ୨ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୦ରେ ଜିତି ନେଇଛି। ରାୱଲପିଣ୍ଡି…

BSNL ର ଧମାକା ଅଫର୍‌: ୩୮୦ ଦିନର ବୈଧତା ସହ ମିଳୁଛି ୧ ଲକ୍ଷ ଟଙ୍କାର ମାଗଣା ବୀମା କଭର

ନୂଆଦିଲ୍ଲୀ,୨୦।୧୧: ଅନେକ ସମୟରେ ଲୋକମାନେ ବାରମ୍ୱାର ରିଚାର୍ଜ କରିବାକୁ ନେଇ ଚିନ୍ତିତ ରହିଥାନ୍ତି। ଯଦି ଆପଣ ମଧ୍ୟ ଏହି ଲୋକମାନଙ୍କ ମଧ୍ୟରେ ସାମିଲ ଅଛନ୍ତି, ତେବେ ଏହି…

ବିବାହ ଋତୁ ବଜାରରେ ଆଣିବ ଚର୍ଚ୍ଚା: ଦେଶରେ ୨୫ ଦିନରେ ୫୨ ଲକ୍ଷ ବିବାହ ହେବ, ଯାହାର ଆନୁମାନିକ କାରବାର ୭.୫ ଲକ୍ଷ କୋଟି ଟଙ୍କା ହେବ

ନୂଆଦିଲ୍ଲୀ,୨୦।୧୧: ଶୁଭ ସମୟ ଆରମ୍ଭ ହେବା ମାତ୍ରେ ଦେଶରେ ବିବାହ ଋତୁ ଆରମ୍ଭ ହୋଇଯିବ। ଏହି ସମୟ ମଧ୍ୟରେ ଦେଶରେ ପ୍ରାୟ ୫୨ ଲକ୍ଷ ବିବାହ ଅନୁଷ୍ଠିତ…

ଛାତ୍ରୀଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର, ବାଣ୍ଟିଲେ ୫୦ ହଜାର ଟାବ୍‌ଲେଟ୍‌

ଲକ୍ଷ୍ନୌ,୨୦।୧୧: ଉତ୍ତରପ୍ରଦେଶର ଗୋରଖପୁର ମଣ୍ଡଳର ୫୦ ହଜାର ଛାତ୍ରୀଛାତ୍ରଙ୍କୁ ଟାବ୍‌ଲେଟ୍‌ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସ୍ୱାମୀ ବିବେକାନନ୍ଦ ଯୁବ ସଶକ୍ତୀକରଣ ଯୋଜନା ଅଧୀନରେ ଏହି…

ଟିମ୍‌ଇଣ୍ଡିଆର ଜବରଦସ୍ତ ପ୍ରତ୍ୟାବର୍ତ୍ତନ: ୧୦ ବର୍ଷ ପରେ ନ୍ୟୁଜିଲାଣ୍ଡକୁ ଦେଖିବାକୁ ପଡ଼ିଲା ଏମିତି ଦିନ

ୱେଲିଂଟନ,୨୦।୧୧:ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ ବ୍ୟାଟରମାନେ ଦୃଢ଼ ଓ ଆକ୍ରମଣାତ୍ମକ ଆରମ୍ଭ କରିଛନ୍ତି। ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସର ୩୬୮ ରନ୍‌ର ଜବାବରେ…

ବାତ୍ୟା ସ୍ଥଳଭାଗ ଅତିକ୍ରମ କରିଥିଲେ ବି ୨୪ ଘଣ୍ଟା ସତର୍କ ରହିବାକୁ ଜିଳାପାଳଙ୍କ ନିର୍ଦ୍ଦେଶ

ଛତ୍ରପୁର,୨୦ା୧୧(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତିକୁ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଯାଇଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା…

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ ସାବିତ୍ରୀ ଦେବୀଙ୍କ ପରଲୋକ, ୯୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ

ଲକ୍ଷ୍ନୌ,୨୦।୧୧: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ଦେବୀଙ୍କର ୯୧ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଉତ୍ତରାଖଣ୍ଡରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?