ନଡ଼ିଆ ଭୋଗକୁ ନେଇ ଅସନ୍ତୋଷ

ଘଟଗାଁ,୨୫।୪: (ଡି.ଏନ୍‌.ଏ.)ଟଙ୍କା ଦିଅ ନ ହେଲେ ଏଠୁ ଯାଅ। ତୁମେ ଯେଉଁଠିକି ଯାଇ ଅଭିଯୋଗ କର, ଆମର କେହି କିଛି କରିପାରିବେନି। ଏଭଳି ରୁକ୍ଷ ଭାଷାରେ ଭକ୍ତଙ୍କଠାରୁ ଜୁଲମ୍‌ କରି ଟଙ୍କା ଆଦାୟ କରୁଛନ୍ତି କେନ୍ଦୁଝର ଜିଲା ଘଟଗାଁବାସିନୀ ମା’ ତାରିଣୀଙ୍କ ମନ୍ଦିରର କେତେଜଣ ପୂଜକ। ଏଭଳି ଅଭିଯୋଗ ପ୍ରତ୍ୟେକ ଦିନ ଆସୁଥିବା ବେଳେ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ଲିଖିତ ଅଭିଯୋଗ କରିବାକୁ ପଛାଉଛନ୍ତି। ଶନିବାର ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ଗଠନର ପ୍ରାଣପ୍ରତିଷ୍ଠାତା ସ୍ବର୍ଗତ ଭୀମସେନ ରାଉତଙ୍କ ପରିବାର ଲୋକ ପୂଜକଙ୍କଠାରୁ ଏଭଳି ଦୁର୍ବ୍ୟବହାରର ଶିକାର ହେବା ପରେ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏ ନେଇ ମନ୍ଦିର କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ ହୋଇଛି।
ପ୍ରାପ୍ତ ଖବର ଅନୁଯାୟୀ, ତରାଗ୍ରାମର ଭୀମସେନ ରାଉତଙ୍କ ନାତୁଣୀ ଓ ନାତୁଣୀ ବୋହୂ ମା’ଙ୍କ ଦର୍ଶନ ସହ ୧୦୮ ନଡ଼ିଆ ଭୋଗ ଲାଗି ପାଇଁ ଯାଇଥିଲେ। ପୂଜକ ୧୦୮ ନଡ଼ିଆ ଦେଖି ୬୦୧ ଟଙ୍କା ଦେବାକୁ ଦାବି କରିଥିଲେ। ଟଙ୍କା ନ ଦେଲେ ନଡ଼ିଆ ପିଟିବୁ ନାହିଁ କହି ଦୁର୍ବ୍ୟବହାର କରିଥିଲେ। ଘଟଣାକୁ ନେଇ ମନ୍ଦିର ପରିସରରେ କିଛି ସମୟ ଉତ୍ତେଜନା ଦେଖାଦେଇଥିଲା। ଏହାକୁ ନେଇ ଭୀମସେନ ରାଉତଙ୍କ ପୁଅ ରାଧେଶ୍ୟାମ ରାଉତ ମନ୍ଦିର କାର୍ଯ୍ୟାଳୟକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ଅନୁରୂପ ୧୭ ଜାନୁୟାରୀ ୨୦୨୩ରେ ଜନୈକ ପୂଜକ ଜଣେ ମହିଳା ଭକ୍ତ ଓ ତାଙ୍କ ବାପାଙ୍କୁ ସମାନ ଅଭିଯୋଗକୁ ନେଇ ମାଡ଼ ମାରିଥିଲେ। ସମ୍ପୃକ୍ତ ବ୍ୟକ୍ତି ପ୍ରଥମେ ମନ୍ଦିର କାର୍ଯ୍ୟାଳୟ ଓ ପରଦିନ ଘଟଗଁା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ୧୪ ମାର୍ଚ୍ଚ ୨୦୨୩ରେ ପୁରୀର ରୂପକାନ୍ତ ସାହୁଙ୍କୁ ପୂଜକ ଗାଳିଗୁଲଜ କରିଥିବା ନେଇ ମନ୍ଦିର କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଥିଲେ। ଭୋଗ ଡାଲାରେ ମନ ମୁତାବକ ଟଙ୍କା ନ ଦେଲେ ପୂଜକ ଗାଳିଗୁଲଜ କରୁଥିବା ଗତ ଦଶହରା ସମୟରେ କଟକରୁ ଆସିଥିବା ଭକ୍ତ ମିନତୀ ମହାନ୍ତ ଘଟଗଁା ଥାନାରେ ଅଭିଯୋଗ କରିଥିଲେ। କ୍ଷୋଭର ବିଷୟ ମନ୍ଦିର କାର୍ଯ୍ୟାଳୟ ଓ ଥାନାରେ ଅନେକ ଅଭିଯୋଗ ହୋଇଥିଲେ ବି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ବିଭାଗୀୟ କର୍ତ୍ତୃପକ୍ଷ ନିଦାବିଷ୍ଣୁ ସାଜିଛନ୍ତି। ଏ ନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ରଙ୍କୁ ପଚାରିବାରୁ ପୂର୍ବତନ ମାନେଜିଂ ଟ୍ରଷ୍ଟି ଲିଖିତ ଅଭିଯୋଗ କରିଥିବା ସ୍ବୀକାର କରିଥିଲେ। ଦାୟିତ୍ୱରେ ଥିବା ଡିଭିଜନାଲ ଇନ୍ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି ୩ ଦିନ ହେଲା ଅନୁପସ୍ଥିତ ରହିଛନ୍ତି। ଫୋନ୍‌ କଲେ ଉଠାଉ ନ ଥିବାରୁ ମତାମତ ନିଆଯାଇପାରିନାହିଁ।
ସେବାୟତ ଓ ମନ୍ଦିର କାର୍ଯ୍ୟାଳୟ ତରଫରୁ ଏକ ଚୁକ୍ତି ନାମା ରହିଛି। ଯାହାଫଳରେ ଭକ୍ତ ଭୋଗଲାଗି କଲା ପୂର୍ବରୁ ମହାସୁଲ ଦେଇଥାଆନ୍ତି। ମହାସୁଲ ନଡ଼ିଆ ପ୍ରତି ନିରୂପଣ କରାଯାଇଥାଏ। ଭକ୍ତଙ୍କ ମହାସୁଲରୁ ଅଧା ସେବାୟତମାନେ ନେଉଥିବା ବେଳେ ଅଧା ମନ୍ଦିର ଉନ୍ନତିମୂଳକ କାର୍ଯ୍ୟରେ ଲାଗିଥାଏ। ମହାସୁଲ ଆଦାୟ ହେଉଥିବାରୁ ଆଉ ପୂଜା ବେଳେ ପୂଜକମାନଙ୍କୁ ଅର୍ଥ ନ ଦେବାକୁ ଟିକେଟରେ ଉଲ୍ଲେଖ ରହିଥାଏ। ତେବେ ଭକ୍ତ ପୂଜକମାନଙ୍କୁ ସ୍ବଇଚ୍ଛାରେ ଦାନଦକ୍ଷିଣା ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?