ଜୋର ଧରିଲାଣି ଆବାସ ତାତି

ସୋନପୁର,୨୩।୧(ନି.ପ୍ର.):ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକାକୁ ନେଇ ସବୁଠି ଅସନ୍ତୋଷ ତେଜିବାରେ ଲାଗିଛି। କିଏ ବ୍ଲକ ଆଗରେ ତ କିଏ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗପତ୍ର ଧରି ପ୍ରତିବାଦ ଜଣାଉଛନ୍ତି। ସଦ୍ୟ ପ୍ରକାଶିତ ତାଲିକାରେ ବହୁଯୋଗ୍ୟ ହିତାଧିକାରୀ ବାଦ୍‌ ପଡିଥିବା ବେଳେ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଦେଖି ଅନେକ ପ୍ରଶାସନିକ କଳର ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି।
ଜାନୁୟାରୀ ୧୬ ତାରିଖ ସୋମବାର ପ୍ରକାଶିତ ସମ୍ଭାବ୍ୟ ହିତାଧିକାରୀଙ୍କ ନାମ ତାଲିକା ଜିଲାର ସମସ୍ତ ୧୦୯ ପଞ୍ଚାୟତ କାର୍ଯ୍ୟାଳୟ, ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ରରେ ଲଗାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରୁ ବାଦ୍‌ ପଡିଥିବା ବ୍ୟକ୍ତିମାନେ ଘର ପାଇବା ପାଇଁ ୨୦୧୭ ମେ ମାସରେ ଆବେଦନ କରିଥିଲେ। ଯାଞ୍ଚ ପରେ ବର୍ତ୍ତମାନ ସୁଦ୍ଧା ସୁବର୍ଣ୍ଣପୁର ଜିଲାର ୧୮ହଜାର ୮୧୩ ଜଣ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ସରକାର ଏହି ଜିଲାକୁ ନିକଟରେ ୧୫,୦୧୬ ସାଧାରଣ ପିଏମ୍‌ଏଓ୍ବାଇ(ଜି) ପ୍ରଦାନ କରିଛନ୍ତି। ତଦନୁଯାୟୀ ସୋନପୁର ବ୍ଲକରେ ୧୭୪୦, ତରଭାରେ ୨୫୨୫, ଡୁଙ୍ଗୁରିପାଲିରେ ୩୮୨୪, ବିନିକାରେ ୨୬୧୭, ଉଲୁଣ୍ଡାରେ ୨୬୨୧ ଓ ବୀରମହାରାଜପୁରରେ ୧୬୮୯ଜଣ ହିତାଧିକାରୀଙ୍କ ନାମ ପ୍ରକାଶିତ ସମ୍ଭାବ୍ୟ ତାଲିକାରେ ରହିଛି। ଏହି ତାଲିକାରୁ ବାଦ୍‌ ପଡିଥିବା ବହୁଯୋଗ୍ୟ ବ୍ୟକ୍ତି ଜିଲା ଓ ବ୍ଲକ ପ୍ରଶାସନର ଯାଞ୍ଚ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତାଲିକାରେ ନିଜ ନାମ ନ ଦେଖି ଉଲୁଣ୍ଡା ବ୍ଲକ ରକ୍ସା ପଞ୍ଚାୟତ ହିଙ୍ଗିମା ଗାଁର ଗରିବ ଲୋକ ଦୁଃଖ ପ୍ରକାଶ କରିଛନ୍ତି। ସେମାନେ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବିରୋଧୀ ଦୁର୍ବଳ ଥିଲେ ହେଁ ଆବାସ ତାତି ଏବେ ଜିଲାରେ ଜୋର ଧରିଲାଣି। ତଦନ୍ତ ଠିକ୍‌ ଭାବେ ନ କଲେ ଜିଲାର ବିନିକା ବ୍ଲକ ଚରଦା ପଞ୍ଚାୟତର ଫୁଲମୁଠି ଓ ଭଣ୍ଡାର ପଞ୍ଚାୟତର ଭଣ୍ଡାର, ସୋନପୁର ବ୍ଲକର ମାଟିଆପାଲି, ଜନମୁରା, ତରଭା ବ୍ଲକର ପାଇକବାହାଲ ପଞ୍ଚାୟତ, ଡୁଙ୍ଗୁରିପାଲି ବ୍ଲକ ଓ ବୀରମହାରାଜପୁର ବ୍ଲକର ସଂଗ୍ରାମପୁର ଗାଁରେ ଅଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରେ ସାମିଲ ହେଲା ଭଳି ଘଟଣାର ପୁନରାବୃତ୍ତି ହେବ। ଅନ୍ୟପକ୍ଷରେ ଜାନୁୟାରୀ ୨୪ ତାରିଖ ପର୍ଯ୍ୟନ୍ତ ଅଭିଯୋଗ କରିବାର ଯେଉଁ ସମୟସୀମା ଦିଆଯାଇଛି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏତେ କମ୍‌ ସମୟ ମଧ୍ୟରେ କେମିତି ଠିକ୍‌ ତଦନ୍ତ କରି ଅଯୋଗ୍ୟଙ୍କୁ ବାଦ୍‌ ଦିଆଯିବ ତାକୁ ନେଇ ସବୁ ମହଲରେ ସନ୍ଦେହ ପ୍ରକାଶ ପାଇଲାଣି।
ସୂଚନାଥାଉକି, କେତେକ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକଙ୍କ ସହାୟତାରେ ଜିଲାରେ ବହୁ ଅଯୋଗ୍ୟ ହିତାଧିକାରୀ ଆବାସ ଘର ହାତେଇଛନ୍ତି। ସରକାରଙ୍କ ଗାଇଡଲାଇନ୍‌ କହୁଛି, ଅଯୋଗ୍ୟ ହିତାଧିକାରୀ ହାତେଇଥିବା ଆବାସ ଘର ବାବଦରେ ତଦନ୍ତ କରାଯାଇ ସେ ବାବଦ ଟଙ୍କା ଆଦାୟ କରାଯିବ। ହେଲେ ତଦନ୍ତ କେବଳ ଧର୍ମକୁ ଅଖିଠାର। ତଥାପି ଯେତିକି ତଦନ୍ତ ହୋଇଛି ସେଥିରେ ବହୁ ଅଯୋଗ୍ୟ ହିତାଧିକାରୀ ଧରା ପଡିଛନ୍ତି। ପ୍ରାକ୍ତନ ଜିଲାପାଳ ମନୀଷା ବାନାର୍ଜୀ ଓ ବର୍ତ୍ତମାନର ଜିଲାପାଳ ଅବୋଲି ସୁନିଲ ନରଓ୍ବଣେଙ୍କ ସମୟରେ ଟ୍ୟାଗ୍‌ ଅଫିସର ଥିବା ସରକାରୀ କର୍ମଚାରୀ, କନିଷ୍ଠ ଯନ୍ତ୍ରୀ ଓ ପ୍ରାକ୍ତନ ବିନିକା ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ତେବେ ଜିଲାର କୌଣସି ଜଣେ ଅଯୋଗ୍ୟ ହିତାଧିକାରୀଙ୍କ ନିକଟରୁ ଟଙ୍କା ଆଦାୟ ହୋଇପାରିନି। ଗତ ନଭେମ୍ବର ମାସରେ ବିନିକା ବ୍ଲକ ଫୁଲମୁଠି ଗାଁରେ ଆବାସ ଯୋଜନାରେ ଦୁର୍ନୀତି ଘଟଣାରେ ବିନିକା ଏବିଡିଓ ପ୍ରଜ୍ଞା ପାଣିଗ୍ରହୀ, ପିଏ ଦ୍ୱିତୀକୃଷ୍ଣ ପଣ୍ଡା ଓ ଚରଦା ପଞ୍ଚାୟତର ପ୍ରାକ୍ତନ ନିର୍ବାହୀ ଅଧିକାରୀ ମିତାଞ୍ଜଳୀ ରଥଙ୍କ ବିରୋଧରେ ଡ୍ରାଫ୍ଟଚାର୍ଜ କରିବାକୁ ଜିଲାପାଳ ଅବୋଲି ସୁନିଲ ନରଓ୍ବଣେ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଚଞ୍ଚକତା କରି ହିତାଧିକାରୀ ସାଜି ଥିବା ଚରଦା ପଞ୍ଚାୟତ ଫୁଲମୁଠି ଗ୍ରାମର ନରସିଂହ ମିଶ୍ର ଓ ହାଡୁଚରଣ ମିଶ୍ରଙ୍କ ନିକଟରୁ ଆବାସ ବାବଦ ଅର୍ଥ ଅସୁଲି କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସମ୍ପୃକ୍ତ ତିନି ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି କି ଅଯୋଗ୍ୟ ହିତାଧିକାରୀଙ୍କ ନିକଟରୁ ଆବାସ ବାବଦ ଅର୍ଥ ଅସୁଲ ହୋଇନି।
ଏ ସମ୍ପର୍କରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କହଁର କହିଛନ୍ତି, ପ୍ରକାଶିତ ତାଲିକାକୁ ଦେଖି କିଛି ଲୋକ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ଅଭିଯୋଗ କରୁଛନ୍ତି। ଜନସାଧାରଣଙ୍କୁ ସଚେତନ କରିବାକୁ ସମସ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶନିବାର ସୁଦ୍ଧା ଜିଲାରୁ ୧୩୫ ଅଭିଯେଗ ଆସିଲାଣି। ସେଥିମଧ୍ୟରୁ ୮୯ ଅଭିଯୋଗର ତଦନ୍ତ ସରିଛି। ଆଉ ୩ ଦିନରେ ଯେତିକି ଅଭିଯୋଗ ଆସିବ, ସେହି ଅନୁସାରେ ତଦନ୍ତ କରାଯିବ। ଏଥିପାଇଁ ବ୍ଲକସ୍ତରରେ ଟିମ୍‌ ଗଠନ କରାଯାଇଛି। ରିପୋର୍ଟ ଆଧାରରେ ଅଯୋଗ୍ୟଙ୍କୁ କାଟି ଯୋଗ୍ୟଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରାଯିବ। ୨୬ ତାରିଖରେ ଗ୍ରାମସଭାରେ ଅନୁମୋଦନ କରାଯିବ। ପ୍ରକ୍ରିୟା ସରି ନଥିଲେ ୩୦ ତାରିଖରେ ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri