ପୁଣି ଭୁଶୁଡ଼ିଲା ଗୁନଗୁନିଆ କେନାଲ

ଭବାନୀପାଟଣା,୨୩।୧(ସ୍ବ.ପ୍ର.):କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ବାମ କେନାଲରେ ରବିବାର ପୁଣି ଘାଇ ସୃଷ୍ଟି ହୋଇଛି। ଏହି ଘାଇ ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରି କେନାଲର ରେଙ୍ଗାଲପାଲି ଗାଁ ନିକଟରେ ହୋଇଛି। ପ୍ରାୟ ୩୦ ଫୁଟର ଏହି ଘାଇ ଯୋଗୁ ବହୁ ଚାଷଜମି ଜଳମଗ୍ନ ହୋଇଛି। ଏହାକୁ ନେଇ ସ୍ଥାନୀୟ ଚାଷୀଙ୍କ ମୁଣ୍ଡରେ ଏବେ ଚଡକ ପଡିଛି। ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରି କେନାଲ ଗତ ସପ୍ତାହକ ମଧ୍ୟରେ ୨ ଥର ଭୁଶୁଡ଼ିଲାଣି। ପ୍ରଥମେ ୨୫ଫୁଟ ଲମ୍ବା ଘାଇ ସୃଷ୍ଟି ହୋଇଥିବା ବେଳେ ରବିବାର ଏହାର ୧୦୦ ମିଟର ଦୂରରେ ପୁଣି ୩୦ଫୁଟ ଘାଇ ସୃଷ୍ଟି ହୋଇଛି। ତଳ ମୁଣ୍ଡର ଚାଷୀ ତଳି ପକାଇବା ପାଇଁ କେନାଲ ପାଣିକୁ ଅପେକ୍ଷା କରିଥିବା ବେଳେ କେନାଲର ଏପରିସ୍ଥିତି ଯୋଗୁ ଚାଷକାମ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଗତ ୭ ଜାନୁୟାରୀରେ ରବି ଜଳ ସେଚନ ଆରମ୍ଭ ହୋଇଥିବା ବେଳେ ଅଦ୍ୟାବଧି ୧୫ ଦିନରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ସୁଦ୍ଧା ଚାଷଜମିକୁ ଜଳ ପହଞ୍ଚତ୍ପାରିନାହିଁ। ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ବାମ ମୁଖ୍ୟ କେନାଲ ଗୁନଗୁନିଆ ଡିଷ୍ଟ୍ରିବ୍ୟୁଟାରି କେନାଲ ଦୁଇ ପାର୍ଶ୍ୱର ହୁଡା ଦୁର୍ବଳ ହୋଇଥିବା ବେଳେ ଉଇହୁଙ୍କାରେ ଭର୍ତ୍ତି ହେଲାଣି। ଫଳରେ ପାଣିର ସୁଅରେ ବଡ଼ବଡ଼ ଗର୍ତ୍ତ ହୋଇ ହୁଡା ଭୁଶୁଡି ପଡୁଛି। ଏହି କେନାଲ ପୂର୍ବରୁ ପ୍ରାୟ ୧ କୋଟି ଟଙ୍କା ବ୍ୟୟ ଅଟକଳରେ ମରାମତି କାର୍ଯ୍ୟ ହୋଇଥିବା ବେଳେ କେଉଁଠି କ’ଣ ମରାମତି କରାଯାଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ରବି ଚାଷ କାର୍ଯ୍ୟ ଆରମ୍ଭରେ ଗୋଟିଏ ସପ୍ତାହ ମଧ୍ୟରେ କେନାଲର ଦୁଇଟି ସ୍ଥାନରେ ପ୍ରାୟ ୨୦ ଫୁଟ ଲମ୍ବର ଗର୍ତ୍ତ ସୃଷ୍ଟି ହେବା ଘଟଣା ଚାଷୀଙ୍କୁ ଚକିତ କରିଛି। ଚଳିତବର୍ଷ କିପରି ଜଳ ଯୋଗାଣ ହେବ ସେହି ଚିନ୍ତାରେ ଚାଷୀ ପଡ଼ିଥିବା ବେଳେ ଏଯାଏ ତଳି ମଧ୍ୟ ପକାଇ ପାରିନାହିଁ। ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ବାମ ମୁଖ୍ୟ କେନାଲ କୁସୁମଖୁଣ୍ଟି ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ, ଏସ୍‌ଡିଓ ତଥା କନିଷ୍ଠ ଯନ୍ତ୍ରୀ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିବା ସହ ବାଲିବସ୍ତା ଦେଇ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ବାଲିବସ୍ତା ଭରସାରେ ଜଳସେଚନ ହେବ ନା ଆଗକୁ କଣ ବିକଳ୍ପ ପନ୍ଥା ଅବଲମ୍ବନ କରାଯିବ ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

ଉତ୍କଟ ପାନୀୟ ଜଳ ସମସ୍ୟା: ଗରା-ମାଠିଆ ଧରି ୨୦ କିଲୋମିଟର ପଦଯାତ୍ରା କଲେ ଶତାଧିକ ମହିଳା,ପ୍ରତିବାଦ…

ବଲାଙ୍ଗିର, ୨୬।୫ (ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଏବେ ଉତ୍କଟ ରୂପ ଧାରଣ କରିଛି। ପିଇବା ପାଣି…

କଂଗ୍ରେସର ବଡ଼ ନିଷ୍ପତ୍ତି: ୧୭ କର୍ମୀଙ୍କ ନିଲମ୍ବନ ପ୍ରତ୍ୟାହାର, ଚିଠି ଲେଖିଲେ ରାଜ୍ୟ ସଭାପତି

ଦାରିଙ୍ଗବାଡି, ୨୬।୫ (ଅରୁଣ ସାହୁ): କନ୍ଧମାଳ ଜିଲା ପ୍ରଦେଶ କଂଗ୍ରେସ କମିଟିର ଜିଲ୍ଲା ସଭାପତି ଚନ୍ଦ୍ରଶେଖର ପରିଡା ଗତ କିଛି ଦିନ ପୁର୍ବରୁ ଦାରିଙ୍ଗବାଡି ଏବଂ ରାଇକିଆ…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ: ଶତରୁଦ୍ର ମହାଯଜ୍ଞରେ ପୂଜାର୍ଚ୍ଚନା କଲେ ଖଣି ମନ୍ତ୍ରୀ

ଦିଗପହଣ୍ଡି,୨୬।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର ମହାଯଜ୍ଞର…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri