ଛାତ୍ର ସଂସଦ ନିର୍ବାଚନ, କଲେଜ କ୍ୟାମ୍ପସ୍‌ ସରଗରମ: ନାମାଙ୍କନ ନାକଚ୍‌, ଆଶାୟୀ ଅସନ୍ତୋଷ

ବରଗଡ଼,10।୧୦(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୫ତାରିଖ ଛାତ୍ର ସଂସଦ ନିର୍ବାଚନ। ଏହି ନିର୍ବାଚନ ଯେତିକି ପାଖେଇ ଆସୁଛି, କଲେଜ କ୍ୟାମ୍ପସ୍‌ ଗୁଡ଼ିକରେ ନିର୍ବାଚନୀ ବାତାବରଣ ସେତିକି ସରଗରମ ହୋଇ ପଡୁଛି। ଶୁକ୍ରବାର ନାମାଙ୍କନ ପତ୍ର ଯାଞ୍ଚ ପରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏହାପରେ ଛାତ୍ର ସଂସଦ ନିର୍ବାଚନୀକୁ ନେଇ ଆହୁରି ଉଷ୍ମତା ବଢ଼ି ଯାଇଛି। ଅନ୍ୟପଟେ ଯାଞ୍ଚ ପରେ ପ୍ରାର୍ଥୀ ତାଲିକାରୁ ବାଦ୍‌ ପଡ଼ିବା ଯୋଗୁ ଅନେକ ଆଶାୟୀଙ୍କୁ ନିରାଶ ହେବାକୁ ପଡ଼ିଛି। ତାକୁ ନେଇ ବିଭିନ୍ନ କଲେଜରେ ଚାପା ଅସନ୍ତୋଷ ଲାଗି ରହିଛି। ଅପରପକ୍ଷେ ଯାଞ୍ଚ ପରେ ବିଭିନ୍ନ ପଦବୀରେ କେବଳ ଜଣେ ଲେଖାଏ ପ୍ରାର୍ଥୀ ରହିଛନ୍ତି। ସେମାନେ ନିଦ୍ଦର୍‌ବନ୍ଦରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଯାଇ ଥିବାବେଳେ କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି। ଏହାକୁ ନେଇ ସମ୍ପୃକ୍ତ ପ୍ରାର୍ଥୀ ଏବଂ ତାଙ୍କ ସମର୍ଥକଙ୍କ ମହଲରେ ଉତ୍ସାହ ଖେଳି ଯାଇଛି।
ବରଗଡ଼ ପଞ୍ଚାୟତ କଲେଜରେ ଯାଞ୍ଚ ପରେ ସଭାପତି ପଦବୀରେ ୪ଜଣ ପ୍ରାର୍ଥୀ ରହିଛନ୍ତି। ସମ୍ପୃକ୍ତ ପ୍ରାର୍ଥୀ ଦିପକ ସାହୁ, ଅବିନାଶ ବାଗ, ମୀମାଂଶା ଶର୍ମା ଏବଂ ତିଲକ ରଞ୍ଜନ ଛୁରିଆଙ୍କ ମଧ୍ୟରେ ଏଠାରେ ଚତୁର୍ମୁଖୀ ଲଢ଼େଇ ଚାଲିଛି। ବାକି ପଦବୀ ଗୁଡ଼ିକରେ ଯାଞ୍ଚ ପରେ ଅନେକ ଆଶାୟୀଙ୍କ ନାମାଙ୍କନ କଟି ଯାଇଛି। ପ୍ରାର୍ଥୀ ତାଲିକାରେ ସେହି ପଦବୀ ଗୁଡ଼ିକରେ କେବଳ ଜଣେ ଲେଖାଏ ରହିଛନ୍ତି। ଉପସଭାପତି ପଦବୀରେ ସୌରଭ ଭୁଏ, ସମ୍ପାଦକ ପଦବୀରେ ଲିପସ, ମୁଦୁଲି, ଯୁଗ୍ମ ସମ୍ପାଦକରେ ଆଶୁତୋଷ ସାହୁ, ଓମେନ୍ସ ରିପ୍ରେଜେଣ୍ଟେଟିଭ୍‌ରେ ଜ୍ୟୋତି କାଜି, କମର୍ସ କ୍ଲିୟରିଂ ହାଉସ୍‌ କ୍ଲାସ ରିପ୍ରେଜେଣ୍ଟେଟିଭ୍‌ରେ ବର୍ଷା ସିଂ, କମର୍ସ କ୍ଲିୟରିଂ ହାଉସ୍‌ ସମ୍ପାଦକରେ ଚିରାଗ ନାରାୟଣୀ, ଦିବାଧ୍ୟାୟୀ(ଡିଏସଏ) ସମ୍ପାଦକରେ ଜୟଦେବ ବାରିକ, ଡ୍ରାମାଟିକ ସମ୍ପାଦକରେ ବୁଲୁ ମିଶ୍ର ଏବଂ ସାଇନ୍ସ ଆସୋସିଏଶନ ସମ୍ପାଦକ ପଦବୀରେ ଆଲୋକ ସୁନାଙ୍କ ନାମ କେବଳ ପ୍ରାର୍ଥୀ ତାଲିକାରେ ରହିଛି।
ଏହି ଦୃଷ୍ଟିରୁ ବରଗଡ଼ ପଞ୍ଚାୟତ କଲେଜ ଛାତ୍ରୀ ସଂସଦ ନିର୍ବାଚନରେ ପ୍ରାର୍ଥୀ ତାଲିକାରେ ବିଭିନ୍ନ ପଦବୀ ଗୁଡ଼ିକରେ କେବଳ ଜଣେ ଲେଖାଏ ରହିଥିବା ଉପରୋକ୍ତ ପ୍ରାର୍ଥୀ ନିଦ୍ଦର୍‌ବନ୍ଦରେ ନିର୍ବାଚିତ ହୋଇଥିବା ସ୍ପଷ୍ଟ ହୋଇଛି। ଅନ୍ୟପଟେ ଏଠାରେ ଛାତ୍ର ସଂସଦ ସଭାପତି ପଦବୀରେ ୪ଜଣ ପ୍ରାର୍ଥୀ ରହିଥିବାରୁ ନିର୍ବାଚନୀ ବୈତରଣୀ ପାରି ହେବା ପାଇଁ ସବୁ ପ୍ରାର୍ଥୀଙ୍କ ବଳ କଷାକଷି ଆରମ୍ଭ ହୋଇଯାଇଛି। ପ୍ରତ୍ୟକ୍ଷରେ ନ ହେଲେ ମଧ୍ୟ ପରୋକ୍ଷରେ ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକ ଜଣେ ଲେଖାଏ ପ୍ରାର୍ଥୀଙ୍କ ସପକ୍ଷରେ ପୂରାଦମ୍‌ରେ ଲାଗି ପଡ଼ିଥିବା ପରିଲକ୍ଷିତ ହେଉଛି। ତେବେ ଏହି ନିର୍ବାଚନରେ କେଉଁ ଦଳର ନିର୍ବାଚନୀ କସରତ ସଫଳ ହେବ, ତାହା ୧୫ତାରିଖ ସ୍ପଷ୍ଟ ହୋଇଯିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସୁପରଭାଇଜରଙ୍କ ଅବହେଳା ଅଭିଯୋଗ: ଅଙ୍ଗନବାଡ଼ି କେନ୍ଦ୍ରରେ ବଢ଼ୁଛି ସମସ୍ୟା

କେସିଙ୍ଗା, ୧୦।୧୦ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଥିବା ତୁଣ୍ଡଳା ସେକ୍ଟରର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପରିଚାଳନାକୁ ନେଇ ଅସନ୍ତୋଷ ପ୍ରକାଶ…

ପ୍ରକାଶ ପାଇଲା ପ୍ରାର୍ଥୀ ତାଲିକା: ମୌଳିକ ସୁବିଧା ଅଭାବକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୦।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ସରକାରୀ ସ୍ନାତକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ବିଭିନ୍ନ ସଂସଦର…

ହାରିବା ସତ୍ତ୍ୱେ ୩ ବଡ଼ ରେକର୍ଡ ଭାଙ୍ଗିଲା ଟିମ୍‌ ଇଣ୍ଡିଆ: ୩ ବ୍ୟାଟ୍‌ରଙ୍କ ବିସ୍ଫୋରକ ଇନିଂସ

ରାଞ୍ଚି,୧୦।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଟିମ ଇଣ୍ଡିଆ ଦମ୍‌ଦାର ବ୍ୟାଟିଂ କରିଥିଲେ ମଧ୍ୟ ପରାଜୟବରଣ କରିଛି। ଭାରତୀୟ ବ୍ୟାଟରମାନେ ଚୌକା ଓ ଛକା ବର୍ଷା…

ଲଜ୍ଜାଜନକ ପରାଜୟ ପରେ ମୁହଁ ଖୋଲିଲେ ଶ୍ରେୟସ ଆୟର: ସୁଯୋଗ ହାତଛଡ଼ା…

ରାଞ୍ଚି,୧୦।୧୦: ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ୨୪୯ ରନ କରି ମଧ୍ୟ ହାରିଯାଇଛି ଟିମ ଇଣ୍ଡିଆ। ରାଞ୍ଚିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି…

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ: ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୧୦।୧୦(ପ୍ରେମାନନ୍ଦ ଖମାରୀ)- ଆଜି ମହାଳୟା । ଏହି ଅବସରରେ ବରଗଡର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ଭଗବତୀ ମାଁ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଏହି ବେଶରେ ଦେବୀଙ୍କୁ…

ଜୀବଜନ୍ତୁଙ୍କ ରଙ୍ଗ ପଛର ରହସ୍ୟ: ଖାଦ୍ୟରୁ ମିଳୁଛି ଆକର୍ଷଣୀୟ ରୂପ

ୱାଶିଂଟନ,୧୦ା୧୦:ଅନେକ ଜୀବଜନ୍ତୁ, ପକ୍ଷୀ ଓ ମାଛ ସେମାନଙ୍କର ନାଲି, ହଳଦିଆ, ନୀଳ, କମଳା ଆଦି ରଙ୍ଗ ପାଇଁ ବେଶ୍‌ ଆକର୍ଷଣୀୟ ହୋଇଥାନ୍ତି। କିନ୍ତୁ ଏହି ଜୀବମାନେ ଏତେ…

ବଡ଼ ଭୁଲ୍‌ କରିଦେଲେ ଶ୍ରେୟସ ଆୟର: ୨୪୯ ରନ କରି ମଧ୍ୟ ହାରିଲା ଟିମ ଇଣ୍ଡିଆ, ଜାଣନ୍ତୁ ପରାଜୟର ୩ ବଡ଼ କାରଣ

ରାଞ୍ଚି,୧୦।୧୦: ରାଞ୍ଚିରେ ରୋମାଞ୍ଚକର ମୁକାବିଲାରେ ୨୪୯ ରନ କରି ମଧ୍ୟ ପରାଜୟର ସାମ୍ନା କରିଛି ଟିମ ଇଣ୍ଡିଆ। ୱେଷ୍ଟଇଣ୍ଡିଜ ୨୫୦ ରନ୍‌ର ବିଶାଳ ଲକ୍ଷ୍ୟକୁ ସଫଳତାର ସହ…

ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପ: ୫ ଦେଶକୁ ସୁନାମୀ ଚେତାବନୀ

ପାନାମା,୧୦।୧୦: ମଧ୍ୟ ଆମେରିକୀୟ ଦେଶ ପାନାମାର ଦକ୍ଷିଣ ଉପକୂଳ ନିକଟରେ ଶୁକ୍ରବାର ୭.୬ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର ଝଟକା ରାଜଧାନୀ ପାନାମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?