ରାଜସ୍ବ ଗ୍ରାମ ମାନ୍ୟତା ମିଳୁ ନ ଥିବାରୁ ଅସନ୍ତୋଷ

କେନ୍ଦୁଝର,୯ା୧୧(ସ୍ବ.ପ୍ର.): ଜଙ୍ଗଲ ଜମି ଅଧିକାର ଆଇନ ୨୦୦୬ରେ ପ୍ରାବଧାନ ଥିବା ସତ୍ତ୍ୱେ ବଣଜଙ୍ଗଲ ଘେରା ଅଞ୍ଚଳରେ ରହୁଥିବା ପୁରାତନ ବସ୍ତି ଓ ଗ୍ରାମଗୁଡ଼ିକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳୁ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ବାରମ୍ବାର ଗ୍ରାମସଭାରେ ନିଷ୍ପତ୍ତି ହୋଇ ପ୍ରଶାସନ ନିକଟକୁ ଗ୍ରାମବାସୀ ପଠାଉଥିଲେ ହେଁ ମାନ୍ୟତା ମିଳୁ ନ ଥିବାରୁ ଜିଲାପାଳ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଚିଫ୍‌ ସେକ୍ରେଟାରୀ, ମାନବାଧିକାର କମିଶନ, ଏସ୍‌ସିଏସ୍‌ଟି କମିଶନ, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ଜଣାଇବା ପରେ ସୁଫଳ ମିଳୁ ନ ଥିବାରୁ ହାଟଡିହି ବ୍ଲକର କଅଁଳେଇବାଲିପାଳ ପଞ୍ଚାୟତର ମଲ୍ଲୀପଶି, ସରମୁଣ୍ଡି, ମୟୂରନଚା, ଭଅଁରା ଆଦି ଗ୍ରାମର ଗ୍ରାମବାସୀ ଚିନ୍ତାରେ ରହିଛନ୍ତି। ସେମାନେ ପୁଣି ଥରେ ଏସ୍‌ସିଏସ୍‌ଟି କମିଶନର ସଦସ୍ୟ ଅନନ୍ତ ନାୟକ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲିଖିତ ଜଣାଇ ସେମାନଙ୍କ ସମସ୍ୟା ସମାଧାନ ପାଇଁ ନିବେଦନ କରିଛନ୍ତି ା

ପ୍ରକାଶ ଯେ, ହଦଗଡ଼ ଜଳଭଣ୍ଡାର ଦ୍ୱାରା କ୍ଷତିଗ୍ରସ୍ତ ଓ ବିସ୍ଥାପିତ ହୋଇ ଏହି ଆଦିବାସୀମାନେ ହଦଗଡ଼ ସଂରକ୍ଷିତ ଜଙ୍ଗଲର ଉପରୋକ୍ତ ଗ୍ରାମରେ ପୂର୍ବ ଗ୍ରାମ ନାମରେ ବସବାସ କରିଆସୁଥିବା କହିଛନ୍ତି। ଏହି ୫ଟି ଗ୍ରାମରେ ୭୬୦ଟି ପରିବାର ରହିଥିବା ବେଳେ ପଟ୍ଟା ପାଇ ପାରୁ ନ ଥିବାରୁ ଭୂମିହୀନ ହୋଇ ଜୀବନଯାପନ କରୁଛନ୍ତି। ଏନେଇ ବୁଧବାର ଅନୁଷ୍ଠିତ ଏକ ଗ୍ରାମସଭାରେ ଶ୍ରୀରାମ ନାଏକ, ରଘୁନାଥ ନାଏକ, ଲୋକନାଥ କୁଣ୍ଡେଇ, କୁନାମନ୍ତ ପ୍ରଧାନ, ବୁଧିରାମ ପୂର୍ତ୍ତି, ରାଉତ ହୋ, ତ୍ରିଲୋଚନ ବିନିସିଆ, ନାରାୟଣ ଖଣ୍ଡେଇ, ସୁଶାନ୍ତ ନାଏକ, ହୃଷୀକେଶ କଳପାଳିଅଙ୍କେ ସମେତ ୫ଟି ଗ୍ରାମର ବହୁ ଲୋକ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri