ବନ୍ଦର ବିରୋଧରେ ତେଜୁଛି ଅସନ୍ତୋଷ

ବାଲିଆପାଳ, ୪।୧୨(ଗୋପାଳ ଚନ୍ଦ୍ର ସାହୁ):ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳ ଚଉମୁଖଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ପାଇଁ ଚଳିତ ମାସ ୧୭ ତାରିଖ ହେବାକୁ ଥିବା ଜନଶୁଣାଣିରେ ବନ୍ଦରକୁ ବିରୋଧ କରି ଭିଟାମାଟିକୁ ସୁରକ୍ଷା ଦେବା ପାଇଁ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ମଙ୍ଗଳବାର ଜନ ଜାଗରଣ ଅଭିଯାନ ଅନୁଷ୍ଠିତ ହୋଇଛି। ପରିବେଶବିତ୍‌ ତଥା ଗ୍ରୀନ ନୋବେଲ ପୁରସ୍କାରପ୍ରାପ୍ତ ପ୍ରଫୁଲ୍ଲ ସାମନ୍ତରା ଯୋଗଦେଇ ଜମ୍ଭୀରାଇ ପଞ୍ଚାୟତର ବାଲିବିଲ ଗ୍ରାମଠାରୁ ଏହି ଜନ ଜାଗରଣ ଅଭିଯାନ ଆରମ୍ଭ କରି ଚଉମୁଖ ପର୍ଯ୍ୟନ୍ତ ଯାଇଥିଲେ। ରାସ୍ତାରେ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଭେଟି ଜଙ୍ଗଲଜମି ଆଇନ ଓ ବନ୍ଦର ହେଲେ ପରିବେଶ କିପରି ନଷ୍ଟ ହେବେ ସେ ବିଷୟରେ ଲୋକମାନଙ୍କୁ ସଚେତନ କରାଇଥିଲେ। ପରିଶେଷରେ ଚଉମୁଖ ଗ୍ରାମରେ ଭିଟାମାଟି ସୁରକ୍ଷା କମିଟିର ଆବାହକ ଅରୁଣ ଜେନାଙ୍କ ସଭାପତିତ୍ୱରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ପରିବେଶବିତ୍‌ ସାମନ୍ତରା, ସିପିଏମ ନେତା ଜୟନ୍ତ ଦାସ, ବାଲେଶ୍ୱର ସିଭିଲ ସୋସାଇଟିର ସମ୍ପାଦକ ମନୋଜ ନାୟକ, ରମା ଚୌଧୁରୀ ପ୍ରମୁଖ ଯୋଗଦେଇ ଉର୍ବର ଜମିରେ ସରକାର ବନ୍ଦର ନିର୍ମାଣ ପାଇଁ ଅନୁମତି ଦେବା ଉଚିତ ନୁହେଁ, ଯଦି ଅଗଣତାନ୍ତ୍ରିକ ଭାବରେ ବନ୍ଦର ନିର୍ମାଣ କରାଯାଏ ତା’ହେଲେ ଆଇନର ଆଶ୍ରୟ ନେଇ ବନ୍ଦରକୁ ବିରୋଧ କରାଯିବ।
ସଭାରେ ୨ଶହରୁ ଅଧିକ ଭିଟାମାଟି ସୁରକ୍ଷା କମିଟିର ସକ୍ରିୟ ସଦସ୍ୟ ଯୋଗ ଦେଇ ନିଜର ଭିଟାମାଟିକୁ ବଞ୍ଚାଇବା ପାଇଁ ବଜ୍ରଶପଥ ନେଇଥିଲେ। ଜୀବନର ଶେଷ ରକ୍ତ ବିନ୍ଦୁ ଥିବା ଯାଏ ଲଢ଼େଇ ଜାରି ରହିବ ବୋଲି ମଧ୍ୟ କହିଥିଲେ। ଶେଷରେ ତୀର୍ଥ କୁମାର ନାଗ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବାଲିଆପାଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜେଶ ଚୌଧୁରୀଙ୍କ ସହିତ ଭିଟାମାଟି ସୁରକ୍ଷା କମିଟିର ଅନ୍ୟ ସଦସ୍ୟମାନେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

CBI ତଦନ୍ତ ନେଇ ମୁହଁ ଖୋଲିଲେ ଦୀପାଳି, ମୋହନ ସରକାରଙ୍କୁ କଲେ ପ୍ରଶ୍ନ

ଭୁବନେଶ୍ୱର,୧୫।୧: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ମୁହଁ ଖୋଲିଛନ୍ତି ଝିଅ ଦୀପାଳି ଦାସ। ଭାଜପା ନେତାମାନେ ବାରମ୍ବାର ଏହି ପ୍ରସଙ୍ଗ ଉଠାଉଥିବାରୁ ଅସନ୍ତୋଷ...

ରାଜାରାଣୀଙ୍କ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ ପୌଷ ପର୍ବ

ଥୁଆମୂଳ ରାମପୁର,,୧୫।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଠାରେ ମାଳି ଚଗା ବା ରାଜାରାଣୀ ଝାମୁ ଯାତ୍ରା ସହ ଶେଷ ହେଲା ଆଦିବାସୀଙ୍କ...

ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଲାଗୁ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୧୫।୧: ଭାରତ ସରକାର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି ୨୦୨୦ କୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା...

ଶ୍ରୀମନ୍ଦିରରେ ଟଳିପଡ଼ିଲେ ସୁଆର ବଡୁ ସେବାୟତ

ପୁରୀ,୧୫ା୧(ଅଜିତ ମହାନ୍ତି): ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କରିବା ସମୟରେ ଜଣେ ସୁଆରବଡୁ ସେବକଙ୍କ ମୃତ୍ୟୁ ଘଟିଛି। ମୃତ ସେବାୟତ ଜଣଙ୍କ ହେଉଛନ୍ତି ଜଗନ୍ନାଥ ସୁନାଥାଳି। ଶ୍ରୀମନ୍ଦିରରେ...

ଆଲୋକ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ, କେନ୍ଦୁଝରରେ ଥିଲେ…

ଭୁବନେଶ୍ୱର,୧୫।୧: ଓଡ଼ିଶା ସରକାର ବରିଷ୍ଠ ଓଏଏସ୍ ଅଧିକାରୀ ଆଲୋକ କୁମାର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରିଛନ୍ତି। ଏନେଇ...

ଟ୍ରଲରକୁ ଧକ୍କା ଦେଇ ବୁଡ଼ିଲା ବୋଟ୍‌, ୮ ଯାତ୍ରୀଙ୍କୁ ଉଦ୍ଧାର କଲେ ମତ୍ସ୍ୟଜୀବୀ

ଚାନ୍ଦବାଲି,୧୫ା୧(ଅଶୋକ ପଣ୍ଡା): ଭଦ୍ରକ ଜିଲା ଧାମରାଠାରେ ମାଛଧରା ଟ୍ରଲରକୁ ଧକ୍କା ଦେଇ ବୁଧବାର ଏକ ଯାତ୍ରୀବାହୀ ବୋଟ୍‌ ବୁଡ଼ିଯାଇଛି। ଖବରରୁ ପ୍ରକାଶ ଏକ ଯାତ୍ରୀବାହୀ ବୋଟ୍‌...

ଫେରିବ ଶୀତ, ଘନ କୁହୁଡି ପାଇଁ ଏସବୁ ଜିଲାକୁ ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୧୫।୧: ଗତ ଦୁଇ ଦିନ ମଧ୍ୟରେ କିଛି ଆରାମ ପାଇବା ପରେ ଶୀତ ପୁଣି ଓଡିଶା ଫେରିବାର ସମ୍ଭାବନା ରହିଛି। ଆସନ୍ତା ତିନିରୁ ଚାରି ଦିନ...

ବାଲି ବୋଝେଇ ହାଇଓ୍ବା ଧକ୍କାରେ ମୋପେଡ ଚାଳକଙ୍କ ଜୀବନ ଗଲା

ହିଞ୍ଜିଳିକାଟୁ,୧୫ା୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଚୈତନ୍ୟପଡ଼ା ନିକଟରେ ଏକ ନଦୀ ବାଲି ବୋଝେଇ ହାଇଓ୍ବା ଧକ୍କାରେ ଜଣେ ମୋପେଡ ଚାଳକଙ୍କ ଜୀବନ ଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri