ଜାତୀୟ ପତାକାରେ ମାଂସ ଗୁଡ଼ାଇ ରଖିଲେ ଦୋକାନୀ: ବନ୍ଧବାହାଲରେ ଉତ୍ତେଜନା

ଝାରସୁଗୁଡ଼ା ଅଫିସ,୨୫ା୮: ଜଣେ ମାଂସ ଦୋକାନୀ ଜାତୀୟ ପତାକାକୁ ଅସମ୍ମାନ କରିବା ନେଇ ଝାରସୁଗୁଡ଼ା ଜିଲା ବନ୍ଧବାହାଲ ଶିଳ୍ପାଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ଏନେଇ ସ୍ଥାନୀୟ ଲୋକେ ଗୁରୁବାର ସମ୍ପୃକ୍ତ ମାଂସ ଦୋକାନ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଦୋକାନ ବଜାର ବନ୍ଦ କରିବା ସହ ରାସ୍ତା ଅବରୋଧ କରିଥିବା ଜଣାପଡ଼ିଛି। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏ ସମ୍ପର୍କରେ ଖବରପାଇ ବ୍ରଜରାଜନଗର ଏସ୍‌ଡିପିଓ ଗୁପ୍ତେଶ୍ବର ଭୋଇ,ଫାଣ୍ଡି ଅଧିକାରୀ ରବିଶଙ୍କର ଭଇଁସାଲ ପ୍ରମୁଖ ପୋଲିସ ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରୁଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ମାଂସ ଦୋକାନୀ ମହମ୍ମଦ ଶାହାଜାଦ(୨୫)କୁ ପୋଲିସ ଗିରଫ କରିଛି। ଏନେଇ ପୋଲିସ ବନହରପାଲି ଥାନାରେ କେସ୍‌ ନଂ ୧୮୩/୨୨ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଦେବା ନଁାରେ ଯୁବତୀଙ୍କୁ ବଳାତ୍କାର:ଅର୍ଥ ଲଗାଣକାରୀ ସଂସ୍ଥାର ଓଡ଼ିଶା ମୁଖ୍ୟ ଗିରଫ

କଟକ ରୋଡ,୪-୯(ଡି.ଏନ୍‌.ଏ.): ଜଣେ ଯୁବତୀଙ୍କୁ ଚାକିରି ଦେବା ନଁାରେ ହୋଟେଲରେ ବଳାତ୍କାର କରାଯାଇଛି। ପୀଡ଼ିତାଙ୍କ ଅଭିଯୋଗକ୍ରମେ ଲକ୍ଷ୍ମୀସାଗର ପୋଲିସ ଏକ ମାମଲା(ନଂ.୨୪୦/୧୯)ରୁଜୁ କରିବା ସହ ମଙ୍ଗଳବାର...

ମହାପ୍ରଭୁଙ୍କ ଚନ୍ଦନଯାତ୍ରା,ମୁତୟନ ହେବେ ୫ପ୍ଲାଟୁନ ଫୋର୍ସ

ପୁରୀ ଅଫିସ, ୨।୫: ମହାପ୍ରଭୁଙ୍କ ଚନ୍ଦନଯାତ୍ରା ମଙ୍ଗଳବାରଠୁ ଆରମ୍ଭ ହେବ। ତେବେ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି।...

ଏସ୍‌ଆଇ ସ୍ବାଗତିକା ଆତ୍ମହତ୍ୟା ମାମଲା: ଆଇଆଇସିଙ୍କ ବିରୋଧରେ ଏତଲା

ଜି.ଉଦୟଗିରି,୨୮ା୮(ଡି.ଏନ୍‌.ଏ.):  କନ୍ଧମାଳ ଜିଲା ଜି.ଉଦୟଗିରି ଥାନାର ମହିଳା ସବ୍‌ ଇନ୍ସପେକ୍ଟର ସ୍ବାଗତିକା ବେହେରା ଶନିବାର ସକାଳୁ ନିଜ ସରକାରୀ କ୍ୱାର୍ଟରରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିଲେ...

ଚାହିଁ ବସିଥିଲା ମୃତ୍ୟୁ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଚାଷୀ ଦମ୍ପତିଙ୍କ ଜୀବନ

ହିଞ୍ଜିଳିକାଟୁ,୧୨ା୧୨(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଶେରଗଡ଼ ଥାନା ଅନ୍ତର୍ଗତ ବୁରୁପୋଡ଼ା ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। କୋବି କିଆରିରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍‌...

୧୫ ପରୀକ୍ଷା କେନ୍ଦ୍ରରେ ୧୪୪ ଧାରା ଜାରି

ଢେଙ୍କାନାଳ ଅଫିସ/କାମାକ୍ଷାନଗର,୨୪ା୨: ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକ ବିରିବୋଲେଇ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ସମେତ ଜିଲାର ମୋଟ୍‌ ୧୫ଟି ପରୀକ୍ଷା କେନ୍ଦ୍ରରେ ସୋମବାରଠାରୁ ମାଟ୍ରିକ ପରୀକ୍ଷା...

ବରଙ୍କୁ ବେଦିରୁ ଉଠାଇନେଲା ପୋଲିସ

ଖୋର୍ଦ୍ଧା ଅଫିସ, ୧୨ା୩: ପ୍ରଥମ ସ୍ତ୍ରୀ ଥାଇ ୨ୟ ବିବାହ କରୁଥିବା ଅଭିଯୋଗରେ ସ୍ବାମୀକୁ ବାହାବେଦିରୁ ଉଠାଇ ନେଇଛି ପୋଲିସ। ଏ ନେଇ ସ୍ବାମୀ ହଟହଟା...

ବ୍ରାହ୍ମଣୀ ଜଳ ପ୍ରବାହକୁ ନେଇ ବିଶେଷଜ୍ଞ କମିଟି ଗଢ଼

କେନ୍ଦ୍ରାପଡ଼ା ଅଫିସ, ୧୩ା୯:ବ୍ରାହ୍ମଣୀ ନଦୀର ଜଳ ପ୍ରବାହ କମିବାକୁ ନେଇ ଖରସ୍ରୋତା ନଦୀ ସୁରକ୍ଷା ମହାସଭାର ସଭାପତି ଅଲେଖ ନାୟକ ହାଇକୋର୍ଟରେ ପିଆଇଏଲ୍‌ କରିଥିଲେ। ଗତ...

ଆନନ୍ଦପୁର ଡାକ୍ତରଖାନାରେ କାୟାକଳ୍ପ ଟିମ୍‌ : ସବୁ ବିଭାଗ ବୁଲି ସ୍ବଚ୍ଛତାର ସ୍ଥିତି ପରଖିଲେ

ଘସିପୁରା , ୬।୧୨ (ଡି.ଏନ.ଏ.)-କେନ୍ଦ୍ରୀୟ ଯୋଜନା ‘କାୟାକଳ୍ପ’ର ଏକ ସ୍ବତନ୍ତ୍ର ଟିମ ଗୁରୁବାର ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ପହଞ୍ଚି ସ୍ବଚ୍ଛତାର ସ୍ଥିତି ପରଖିଛନ୍ତି। ଏହି ଟିମ୍‌...

Advertisement
Archives

Model This Week